Excuse Me Odisha

ଯାହା କହିବୁ ସତ କହିବୁ

ଏହି ଫୁଲ ଦେଖିଲେମାନେ ତୋଳିକି ଘରକୁ ଆଣନ୍ତୁ,ଏହି ଫୁଲ ଆପଣଙ୍କୁ କରିବ ଧନୀ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜି ଆମେ ହଳଦୀ ଗଛର ଫୁଲ ବିଷୟରେ ଆଲୋଚନା କରିବୁ। ତେବେ ଏହି ପ୍ରୟୋଗ ବହୁତ ଦୁର୍ଲ୍ଲଭ ଏବଂ ଖାସ ହୋଇଥାଏ। ଏହି ପ୍ରୟୋଗ କରିବା ଦ୍ୱାରା ଆପଣଙ୍କ ଜୀବନରେ ସମସ୍ତ ସମସ୍ୟା ସମାପ୍ତ ହୋଇଯିବ। ହଳଦୀର ସିଧା ପ୍ରଭାବ ଦେବ ଗୁରୁ ବୃହସ୍ପତିଙ୍କ ସହ ରହିଛି କିନ୍ତୁ ହଳଦୀ ବି ୩ ପ୍ରକାରର ରହିଛି। କଳା ହଳଦୀ ହଳଦିଆ ହଳଦୀ ଏବଂ ନାରଙ୍ଗୀ ହଳଦୀ। ତେବେ ହଳଦିଆ ରଙ୍ଗର ହଳଦୀର ସମ୍ବଦ୍ଧ ଦେବ ଗୁରୁ ବୃହସ୍ପତିଙ୍କ ସହିତ ରହିଛି।

କଳା ହଳଦୀ ଶନି ଦେବଙ୍କ ସହ ଏବଂ ନାରଙ୍ଗୀ ହଳଦୀର ସମ୍ବଦ୍ଧ ମଙ୍ଗଳ ଗ୍ରହ ସହିତ ରହିଛି। ହଳଦୀର ଯେଉଁ ଫୁଲ ଥାଏ ତାହା ଆପଣଙ୍କର ନିଜର ସମସ୍ତ ସମସ୍ୟାରୁ ମୁକ୍ତି ଦେଇପାରିବ ଆପଣଙ୍କର ଟେନସନକୁ ବି ଦୂର କରିବ ଏବଂ ମନ ଯାହା ଚାହିଁଥାଏ ତାହା ବି ପୂରଣ କରିବ। ଯଦି ଆପଣଙ୍କ ଜୀବନରେ ବହୁତ ସମସ୍ୟା ଅଛି ଗୋଟେ ପରେ ଗୋଟେ ମାଡି ଆସୁଛି ଏବଂ ସମାଧାନର ରାସ୍ତା ମିଳୁନାହିଁ ତେବେ ଏସବୁ ଗ୍ରହ ଚଳନ ପାଇଁ ହୋଇଥାଏ। ଏଥିରୁ ମୁକ୍ତି ପାଇବା ପାଇଁ ଛୋଟ ପ୍ରୟୋଗ କରିବେ। ଗ୍ରହର ଶାନ୍ତି ପାଇଁ ବନସ୍ପତିର ବହୁତ ସାରା ଜିନିଷ ରହିଛି। ଯଦି ଏହା ଭିତରୁ ଗୋଟିଏ ଉପାୟ କରନ୍ତି ତେବେ ସବୁ ସମସ୍ୟାରୁ ମୁକ୍ତି ମିଳିବ। ଏଥିପାଇଁ ଦରକାର ପଡିବ ହଳଦୀର ଫୁଲ।

ହଳଦୀ ଗଛ ଘରେ ଲଗେଇଲେ ବହୁତ ଭଲ। ଘରୁ ନେଗେଟିଭିଟ ପଳେଇଯାଏ ନଜର ଦୋଷ ଦୂର ହୋଇଯାଏ। ତନ୍ତ୍ର ବାଧା ସମାପ୍ତ ହୋଇଯାଏ। ତେବେ ହଳଦୀର ଫୁଲ ଆପଣଙ୍କ ଜୀବନରେ ବରଦାନ ହୋଇପାରେ। ହଳଦୀ ବୃହସ୍ପତିଙ୍କ ସହିତ ସମ୍ବଦ୍ଧ। ଏହି ଗଛ ରହିଲେ ଏବଂ ଏଥିରୁ ଫୁଲ ବାହାରିଲେ ସମସ୍ତ ସମସ୍ୟା ଦୂର ହୋଇଯାଏ। ନକରାତ୍ମକ ଉର୍ଜା ଘରେ ପ୍ରବେଶ କରିନଥାଏ।

ତେବେ ଗୋଟେ ପାତ୍ରରେ ମହୁ ନିଅନ୍ତୁ। ଏଥିରେ ହଳଦୀର ଫୁଲ ବୁଡ଼େଇ କରି ନେଇକି କୌଣସି ନଦୀ ବା ପୋଖରୀରେ ଦୁଇ ହାତରେ ନେଇକି ଭସେଇ ଦିଅନ୍ତୁ ଏବଂ ସେହି ସମୟରେ ନିଜର ସମସ୍ୟା କହିକି ଭସେଇ ଦେବେ ଏବଂ ପଛକୁ ନ ବୁଲି ଏକ ମୁହାଁ ହୋଇ ଘରକୁ ଫେରି ଆସିବେ। ସବୁ ସମସ୍ୟା ଆପଣଙ୍କ ଜୀବନରେ ଦୂର ହୋଇଯିବ।

ହଳଦୀ ଫୁଲ ମହୁରେ ବୁଡ଼େଇ ଭଗବାନ ଶିବଙ୍କୁ ଅର୍ପଣ କଲେ ମନ ବାଂଛିତ ଇଚ୍ଛା ପୁରଣ ହୋଇଥାଏ।।

ହଳଦୀ ଫୁଲ ଧୋଇକି ସୁଖେଇକି ମା ଲକ୍ଷ୍ମୀଙ୍କ ଚରଣରେ ଅର୍ପଣ କରନ୍ତୁ ଏବଂ ଲକ୍ଷ୍ମୀଙ୍କର ମନ୍ତ୍ର ଓମ ମା ଲକ୍ଷ୍ମୀୟେ ନମଃ ୧୦୮ ଥର ଜପ କରନ୍ତୁ। ଏହା ପରେ ଏହି ଫୁଲକୁ ନେଇ ଲାଲ ରଙ୍ଗର କପଡ଼ାରେ ବାନ୍ଧି କରି ପଇସା ରଖୁଥିବା ସ୍ଥାନରେ ରଖନ୍ତୁ। ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ କେବେବି ଧନର ଅଭାବ ରହିବ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *