Excuse Me Odisha

ଯାହା କହିବୁ ସତ କହିବୁ

ରବିବାର ଦିନ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରୁଥିବା ଘଟିରେ ପକେଇ ଦିଅନ୍ତୁ ଏହି ୧ ଜିନିଷ,ଯାହାବି ମାଗିବେ ତାହା ସଙ୍ଗେସଙ୍ଗେ ପୂର୍ଣ୍ଣ ହେବ

ସେୟାର୍ କରନ୍ତୁ

ଆମର ହିନ୍ଦୁ ଧର୍ମରେ ୫ ପ୍ରମୁଖ ଦେବଙ୍କ ମଧ୍ୟରୁ ଭଗବାନ ସୂର୍ଯ୍ୟଦେବଙ୍କୁ ପ୍ରମୁଖ ସ୍ଥାନ ଦିଆଯାଇଛି। କାହିଁକିନା ସୂର୍ଯ୍ୟ ଦେବ ଏକ ମାତ୍ର ଏମିତି ଦେବତା ଅଟନ୍ତି ଯିଏ ଏହି ଧରତୀ ଉପରେ ଦେଖାଯାନ୍ତି। ଆଉ ଭଗବାନ ସୂର୍ଯ୍ୟଦେବ ଆମ ଜୀବନ ପାଇଁ ବହୁତ ଅତ୍ୟନ୍ତ ଆବଶ୍ୟକ ଅଟେ। ସୂର୍ଯ୍ୟ ଭଗବାନଙ୍କୁ ଜଗତରେ ବେଦର ଆତ୍ମା କୁହାଯାଇଛି। ସମସ୍ତ ଚରାଚର ଜଗତର ଆତ୍ମା ସୂର୍ଯ୍ୟ ଭଗବାନ ହିଁ ଅଟନ୍ତି। ଶାସ୍ତ୍ର ଅନୁସାରେ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ଏବଂ ନୀତିରେ ସୂର୍ଯ୍ୟଦେବଙ୍କ ଆରୋଧନା କରିଲେ ଜୀବନରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ଆଉ ପାପରୁ ମୁକ୍ତି ମିଳିଥାଏ। ସୂର୍ଯ୍ୟଙ୍କୁ ଇଷ୍ଟ ଦେବତା କୁହାଯାଏ।

ଯଦି ଆପଣଙ୍କ କୁଣ୍ଡଳୀରେ ସୁର୍ଯ୍ୟ ଗ୍ରହ ମଜବୁତ ସ୍ଥିତିରେ ରହିବେ ତେବେ ବ୍ୟକ୍ତିକୁ ରାଜକୀୟ ପଦ ପ୍ରାପ୍ତ ହୋଇଥାଏ। ଏମିତି ବ୍ୟକ୍ତି ଅନେକ କାର୍ଯ୍ୟରେ ସଫଳ ହୋଇଥାଏ। ଏମିତି ବ୍ୟକ୍ତିଙ୍କୁ ସମସ୍ତ ଜାଗାରୁ ସମ୍ମାନ ମିଳିଥାଏ। ସରକାରୀ ଚାକିରୀ ପାଇଁ ବି ଆପଣଙ୍କ କୁଣ୍ଡଳୀରେ ସୂର୍ଯ୍ୟଙ୍କ ମଜବୁତ ହେବା ବହୁତ ଆବଶ୍ୟକ ଅଟେ। ସୂର୍ଯ୍ୟଙ୍କୁ ଗ୍ରହର ରାଜା ମାନାଯାଏ। ସୁର୍ଯ୍ୟ ଦେବଙ୍କ ଆରୋଧନାରେ ବ୍ୟକ୍ତିଙ୍କ ଖରାପ ଦୋଷା ଦୂର ହୋଇଥାଏ ଏବଂ ବ୍ୟକ୍ତିକୁ ସୌଭାଗ୍ୟର ପ୍ରାପ୍ତି ମଧ୍ୟ ହୋଇଥାଏ। ଆଉ ସେହି ବ୍ୟକ୍ତିର ସବୁ ଗ୍ରହ ଅନୁକୂଳ ହୋଇଯାନ୍ତି। ସୂର୍ଯ୍ୟଦେବଙ୍କୁ ପ୍ରସନ୍ନ କରିବା ପାଇଁ ତାଙ୍କୁ ଅର୍ଘ୍ୟ ଦେବା ସବୁଠାରୁ ଭଲ ଉପାୟ କୁହାଯାଇଛି।

ଖାସ କରି ରବିବାର ଦିନ। କାରଣ ଏହା ସୂର୍ଯ୍ୟଦେବଙ୍କୁ ସମର୍ପିତ ଅଟେ। ଏମିତି କୁହାଯାଏ ଯେ ଯେଉଁ ବ୍ୟକ୍ତି ନିଜର ଦିନର ଆରମ୍ଭ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରି ଆରମ୍ଭ କରିଥାଏ ତ ତାକୁ କେବେବି ନିଜ ଜୀବନରେ ହାରିବାର ମୁହଁ ଦେଖିବାକୁ ପଡିନଥାଏ। ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ବାରା ବହୁତ ଲାଭ ହୋଇଥାଏ। ସୂର୍ଯ୍ୟଦେବଙ୍କ ଆରୋଧନାରେ ଚାକିରୀରେ ଆସୁଥିବା ଅସୁବିଧା ଦୂର ହୋଇଥାଏ। ଏହା ସହିତ ଚାକିରୀରେ ପଦନ୍ନତିର ଅବସର ପ୍ରାପ୍ତ ହୋଇଥାଏ। ଯେଉଁ ବ୍ୟକ୍ତି ପ୍ରତ୍ୟକ ରବିବାର ଭଗବାନ ସୂର୍ଯ୍ୟଦେବଙ୍କ ଆରୋଧନା କରିଥାଏ ଏବଂ ତାଙ୍କୁ ଜଳ ଅର୍ପଣ କରିଥାଏ ତାର ଚେହେରାରେ ସର୍ବଦା ତେଜ ରହିଥାଏ।

ଏମିତି ବ୍ୟକ୍ତି ଅନ୍ୟକୁ ନିଜ ଆଡକୁ ଆକର୍ଷଣ କରିବାର ଅଦ୍ଭୁତ କ୍ଷମତା ବିକଶିତ ହୋଇଥାଏ। ପୁରାଣ ଅନୁସାରେ ଯେବେ ଭଗବାନ ବିଷ୍ଣୁ ଧରତୀ ଉପରେ ରାମ ଅବତାର କରିଥିଲେ ତ ତେବେ ସେ ପ୍ରତିଦିନ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରୁଥିଲେ। ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ସ୍ୱରୂପ ରାବଣର ଲକ୍ଷେ ଚେଷ୍ଟା ପରେ ବି ଭଗବାନ ରାମଙ୍କର କୌଣସି କ୍ଷତି କରିପାରିନଥିଲା। ଆଜି ଆମେ ପୁରାଣରେ ଉଲ୍ଲେଖ ଥିବା ଏମିତି ଉପାୟ ଜଣେଇବାକୁ ଯାଉଛୁ ଯଦି ଆପଣ ଏହି ଉପାୟକୁ ଭଗବାନ ସୂର୍ଯ୍ୟଦେବଙ୍କୁ ଜଳ ଦେବା ସମୟରେ କରିନେବେ ତ ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ହାସଲ କରିପାରିବେ। ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

ପ୍ରଥମ କଥା। ଆପଣ ସୁର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନ କରିନିଅନ୍ତୁ ଏହା ପରେ ଯେତେବେଳେ ସୂର୍ଯ୍ୟ ଉଦୟ ହେବେ ତାଙ୍କ ଆଗରେ ଏକ ଦୀପ ପ୍ରଜ୍ଵଳିତ କରନ୍ତୁ। ଦୀପ ଆପଣ ସୋରିଷ ତେଲରେ କରିବା ଉଚିତ। ସୋରିଷ ତେଲରେ ଦୀପ ଜାଳିବା ସମୟରେ ଆପଣ ନିଜର କୌଣସି ବି ମନସ୍କାମନା ସୂର୍ଯ୍ୟଦେବଙ୍କୁ କହି ପାରିବେ। ଏହା ପରେ ଗୋଟେ ତମ୍ବାର ଘଟିରେ ଶୁଦ୍ଧ ଜଳ ନେଇ ପୂର୍ବ ଦିଗକୁ ମୁଖ କରି ଛିଡା ହୋଇଯାନ୍ତୁ ଏବଂ ଜଳ ଅର୍ପଣ କରିବା ସମୟରେ ଓଁମ ସୂର୍ଯ୍ୟାୟ ନମଃ ଏହି ମନ୍ତ୍ରର ଜପ ଆପଣ ଅତି କମରେ ୩ ଥର କୁହନ୍ତୁ। ଜଳ ଅର୍ପଣ କରିବା ସମୟରେ ଭୂମି ଉପରେ ମଥା ଟେକି ସୂର୍ଯ୍ୟଦେବଙ୍କ ଆଶୀର୍ବାଦ ନିଅନ୍ତୁ।

ଦ୍ଵିତୀୟରେ। ଆପଣ ଜାଣିଛନ୍ତି ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଘଟିରେ ଏହି ଜିନିଷ ମିସାଇବାର ଅଛି। ଏହି ଉପାୟ କଲେ ବ୍ୟକ୍ତିର ଆୟୁ ବୃଦ୍ଧି ହୋଇଥାଏ ଆଉ ତାକୁ କୌଣସି ବି ରୋଗ ଛୁଇଁ ପାରିନଥାଏ। ଏହା ସହିତ ସୂର୍ଯ୍ୟଦେବ ତାକୁ ଦୁର୍ଘଟଣା ଅକାଳ ମୃତ୍ୟୁରୁ ବଞ୍ଚାଇ ଥାନ୍ତି। ଆପଣ ଯେଉଁ ଜଳ ସୂର୍ଯ୍ୟଦେବଙ୍କୁ ଅର୍ପଣ କରିବେ ତାହା ଭିତରେ ଯମୁନା ନଦୀର ପାଣି ୨ ରୁ ୩ ବୁନ୍ଦା ମିଶେଇ ଦିଅନ୍ତୁ।

ଆପଣଙ୍କୁ ଜଣେଇ ଦେଉଛୁ ଯମୁନା ସୂର୍ଯ୍ୟଦେବଙ୍କ ପୁତ୍ରୀ ଆଉ ଯମ ରାଜଙ୍କ ଭଉଣୀ ଅଟନ୍ତି। ଏହି ଘଟିରେ ଯମୁନା ନଦୀର ଜଳ ମିଶାଇ ସୂର୍ଯ୍ୟଦେବଙ୍କୁ ଅର୍ପଣ କରନ୍ତୁ। ଏହା ଦ୍ବାରା ଯମରାଜ ବହୁତ ପ୍ରସନ୍ନ ହୋଇଥାନ୍ତି। ଆଉ ବ୍ୟକ୍ତିକୁ ଲମ୍ବା ଆୟୁର ବରଦାନ ପ୍ରାପ୍ତ ହୋଇଥାଏ। ଏଥିପାଇଁ ଆପଣ ଯେବେବି ଯମୁନା ନଦୀକୁ ଯିବେ ସେଠାରୁ ବୋତଲରେ ପାଣି ଭର୍ତ୍ତି କରି ଆଣିବେ। ଏହି ଉପାୟ କଲେ ଆପଣଙ୍କ ଘରେ କୌଣସି ପ୍ରକାରର ରୋଗ ହୋଇନଥାଏ।

ରବିବାର ଦିନ ଜଳ ଅର୍ପଣ କରନ୍ତୁ ନାହିଁ। ଏମିତି ମାନ୍ୟତା ଅଛି ଯେ ଏହି ଦିନ ଅସ୍ତ ଗଛରେ ଜଳ ଅର୍ପଣ କଲେ ମନୁଷ୍ୟକୁ ପାପ ଲାଗିଥାଏ। ଆପଣ ଚାହିଁଲେ ଅସ୍ତ ଗଛ ମୂଳରେ ଦୀପ ଜଳେଇ ପାରିବେ।

ଅନେକ ଲୋକ ରବିବାର ଦିନ ଛୁଟି ଭାବି ଶୋଇଥାନ୍ତି ଯାହାକି ଅଶୁଭ ମାନାଯାଏ। କୁହାଯାଏ କି ବ୍ୟକ୍ତିର ଯଦି ସୂର୍ଯ୍ୟର ଦୋଷା ଖରାପ ହୋଇଯାଏ ତ ତାକୁ ବର୍ବାଦ ହେବାକୁ ଡେରି ଲାଗିନଥାଏ। ତାର ବର୍ବାଦ ହେବା ନିଶ୍ଚିତ ଅଟେ। ଏହି ଦିନ ଶୀଘ୍ର ଉଠି ସୂର୍ଯ୍ୟଦେବଙ୍କ ଆରୋଧନା କରନ୍ତୁ। ସୁର୍ଯ୍ୟ ଏମିତି ଗ୍ରହ ଅଟନ୍ତି ଯିଏ ମନୁଷ୍ୟଙ୍କୁ ତାର କର୍ମ ଅନୁସାରେ କାଙ୍ଗାଳ ବନେଇ ଦେଇଥାଏ କିମ୍ବା ସଫଳତା। ଏଥିପାଇଁ ରବିବାର ଭାବି ଡେରି ପର୍ଯ୍ୟନ୍ତ ଶୁଅନ୍ତୁ ନାହିଁ।

ଶାସ୍ତ୍ର ଅନୁସାରେ ରବିବାର ଦିନ ସୂର୍ଯ୍ୟଦେବଙ୍କ ଦର୍ଶନ ନିଶ୍ଚୟ କରିବା ଉଚିତ।

ଆସନ୍ତୁ ଜାଣିବା ରବିବାର ଦିନ କଣ ଖାଇବା ଉଚିତ ନୁହେଁ।

ହିନ୍ଦୁ ଧର୍ମରେ ଆପଣ ଦେଖିଥିବେ କି କୌଣସି ବି ଦିନ ମହାପୁରୁଷଙ୍କୁ ମସୁର ଡାଲିର କୌଣସି ବି ବ୍ୟଞ୍ଜନ ଦିଆଯାଏ ନାହିଁ। ରବିବାର ଦିନ ମସୁର ଡାଲି ଖାଇବା ଉଚିତ ନୁହେଁ। ରବିବାର ଦିନ ଭଗବାନ ସୂର୍ଯ୍ୟଦେବଙ୍କ ଉପସନାର ଦିନ ହୋଇଥାଏ ଏଥିପାଇଁ ମସୁର ଡାଲି ଖାଇବା ଉଚିତ ନୁହେଁ।

ରବିବାର ଦିନ ରସୁଣ ପିଆଜ ଅଦା ଖାଇବା ଉଚିତ ନୁହେଁ।

ଯଦି ଆପଣଙ୍କ କୁଣ୍ଡଳୀରେ ସୁର୍ଯ୍ୟ ଭାରି ଥିବେ ତେବେ କିଛି ଦିନ ପାଇଁ ଅଦା ରସୁଣ ପିଆଜ ଖାଆନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *