Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଥିଲେ ଏହି ୯ ଟି ଜିନିଷ,ଧନର ନାଶ ହୁଏ,ତୁରନ୍ତ ଏହାକୁ ଘରୁ ବାହାର କରିଦିଅନ୍ତୁ !

ସେୟାର୍ କରନ୍ତୁ

ବାସ୍ତୁଶାସ୍ତ୍ର ଐଶ୍ୱର୍ଯ୍ୟ ଧନର ସୁଖ ତଥା ଖୁସି ପ୍ରଦାନ କରିଥାଏ। ବାସ୍ତୁଶାସ୍ତ୍ର ଜୀବନରେ ପ୍ରତ୍ୟକ ସମୟରେ ପ୍ରଭାବ ପକାଇଥାଏ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ଆଗମନ ହୋଇଥାଏ। ମା ଲକ୍ଷ୍ମୀ ସେହି ଜାଗାକୁ ଯାଇଥାନ୍ତି ଯେଉଁଠି ସ୍ୱଚ୍ଛ ଏବଂ ପବିତ୍ରତା ରହିଥାଏ। ବାସ୍ତଶାସ୍ତ୍ରର ଏହି ନିୟମକୁ ଅନୁସରଣ କଲେ ମା ଲକ୍ଷ୍ମୀ ଘରକୁ ପ୍ରବେଶ କରିବେ।

ବାସ୍ତୁଶାସ୍ତ୍ରର ଏହି ନିୟମର ପ୍ରୟୋଗ ଘର ଏବଂ ବ୍ୟବସାୟ ସ୍ଥଳରେ କିମ୍ବା କୌଣସି ସ୍ଥାନରେ ବି କରାଯାଇପାରିବ। ଘରେ ସୁଖ ଶାନ୍ତିର ଉପଭୋଗ ସେତେବେଳେ ମିଳିଥାଏ ଯେତେବେଳେ ସେ ବାସ୍ତୁର ସିଦ୍ଧାନ୍ତକୁ ଠିକ ଭାବରେ କରିଥାଏ। ଆଜି ଆମେ ଜାଣିବା ଘରେ ସୁଖ ଶାନ୍ତି ସମୃଦ୍ଧି ବନାଇ ରଖିବା ପାଇଁ ବାସ୍ତୁର କେଉଁ ସାମାନ୍ୟ ନିୟମର ପାଳନ କରିବା ଉଚିତ।

ସୁଖ ସମୃଦ୍ଧି ଏବଂ ମନର ପ୍ରସନ୍ନତା ପାଇଁ ଘରର ଡାଇନିଂରେ ଫୁଲର ଡାନି ରଖନ୍ତୁ। ଶୟନ କକ୍ଷର ଝରକା ପାଖରେ ଫୁଲର ଦାନି ରଖିବା ଉଚିତ।

ଘରେ କେବେବି କଣ୍ଟା ଯୁକ୍ତ ଗଛ ରଖିବେ ନାହିଁ ଏହାକୁ ରଖିବା ଦ୍ୱାରା ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଏମିତି ଫୁଲ ପତ୍ରକୁ ସଜେଇବା ପାଇଁ ନିଅନ୍ତୁ ନାହିଁ ଯେଉଁଥିରେ କ୍ଷୀର ଝରୁଥିବ। ଏହା ଅଶୁଭ କାରକ ହୋଇଥାଏ।

ଶୟନ କ୍ଷରେ ଅଇଁଠା ବାସନ ରଖନ୍ତୁ ନାହିଁ। ଅଳସୁଆ କାରଣରୁ ଅନେକ ଲୋକ ନିଜ ଶୟନ କକ୍ଷରେ ଭୋଜନ ପରେ ଅଇଁଠା ବାସନକୁ ରଖିଦିଅନ୍ତି। ଏମିତି କଲେ ରୋଗ ଏବଂ ଦରିଦ୍ରତା ଆସିଥାଏ।

ରାତିରେ ଖରାପ ସ୍ୱପ୍ନ ଆସୁଛି ତ ଜଳ ଭରା ତମ୍ବାର ବାସନ ନିଜ ମୁଣ୍ଡ ପାଖରେ ରଖି ଶୋଇବା ଉଚିତ।

ଯଦି ଗୃହସ୍ଥ ଜୀବନରେ ସମସ୍ୟା ଅଛି ତେବେ ଘରର ରୁମରେ ପ୍ରତିଦିନ ଶୁଦ୍ଧ ଘିଅର ଦୀପ ଜଳେଇବା ଉଚିତ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବନି ରହିବ ଏବଂ ଘରେ ସୁଖ ଶାନ୍ତି ବନି ରହିବ।

ଯଦି ଆପଣ ଶତ୍ରୁ ପକ୍ଷରୁ ପୀଡିତ ଅଛନ୍ତି ପଲଙ୍କ ତଳେ ଲୁହାର ଦଣ୍ଡ ନିଶ୍ଚୟ ରଖନ୍ତୁ।

ପବିତ୍ର ସ୍ଥାନ ଅଥବା ପୂଜା ସ୍ଥଳ ଐଶ୍ଵଣ୍ୟ କୋଣରେ ନିର୍ମାଣ କରିବା ଉଚିତ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ଆସିବ।

ଟିଭି ଅଥବା ଅନ୍ୟ ବିଦ୍ୟୁତ ସାମଗ୍ରୀ ସର୍ବଦା ଅଗ୍ନି କୋଣରେ ରଖିବା ଉଚିତ। ଏହା ଦ୍ବାରା ସେସବୁର ନକରାତ୍ମକ ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିବ ନାହିଁ।

ଶୟନ କକ୍ଷରେ ନିଶା ଯୁକ୍ତ ଜିନିଷର ସେବନ କରନ୍ତୁ ନାହିଁ। ଏହା କରିବା ଦ୍ୱାରା ଘରେ କ୍ଳେଶ ଉତ୍ପନ ହୋଇଥାଏ।

ଘରର ପୂର୍ବ-ଉତ୍ତର ଦିଗରେ ପାଣିର କଳସ ନିଶ୍ଚୟ ରଖନ୍ତୁ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ଆସିଥାଏ।

ପ୍ରତ୍ୟକ ଘରେ ପ୍ରତିଦିନ ସକାଳ ସନ୍ଧ୍ୟାରେ ଗାଈର ଗୋବରରେ ନିର୍ମିତ ଏକ ଛୋଟ ଘଷି ଜଳାଇ ସେଥିରେ ମାତ୍ର ଏକ ଚୁଟକି ଚାଉଳରେ ଘିଅ ମିଶାଇ ରଖିବା ଉଚିତ। ଏହି ପ୍ରୟୋଗ ପରିଦିନ କରିଲେ ଘରେ ରୋଗ ଶୋକ ଆଦିର ନାଶ ହୋଇଥାଏ ଏବଂ ଘରର ଉନ୍ନତି ହୋଇଥାଏ।

ପ୍ରତ୍ୟକ ଘରର ତୁଳସୀର ଗଛ ସୀତା ଅଶୋକ ଆମ୍ବଲା ସିଙ୍ଗାରହାର ନିର୍ଗୁଣି ଇତ୍ୟାଦି ମଧ୍ୟରୁ ୨ ଟି ଗଛ ଅବଶ୍ୟ ରହିବା ଉଚିତ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ।

ଘରେ କେବେବି ଝାଡୁକୁ ଠିଆ କରି ରଖନ୍ତୁ ନାହିଁ। ଏବଂ ଏମିତି ଜାଗାରେ ରଖନ୍ତୁ ନାହିଁ ଯେଉଁଠି ଗୋଡ଼ ବାଜିଯିବ। ଏମିତି କରିଲେ ଘରର ଉନ୍ନତି ହୋଇନଥାଏ। ଧନର ଆଗମନର ସ୍ତତ୍ର ବନ୍ଦ ହୋଇଯାଏ।

ଘରେ ହଳଦିଆ ଫୁଲ ଲଗେଇବା ବହୁତ ଶୁଭ ମାନାଯାଏ। କିନ୍ତୁ ବେଡ଼ରୁମରେ ଗଛ ଲଗେବା ଉଚିତ ନୁହେଁ।

ଘରେ କେବେବି ଭଙ୍ଗା ରୁଜା ଆଇନା ରଖିବେ ନାହିଁ ଏହା ଘରର ନକରାତ୍ମକ ଉର୍ଜାର ସଂଚାର କରିଥାଏ। ଆଇନା ସବୁବେଳେ ଆକାରରେ ବଡ଼ ଏବଂ ଗୋଲ ହେବା ଉଚିତ। ଯେତେ ଛୋଟ ଆଇନା ରଖିବେ ସେତେ କମ ସକରାତ୍ମକ ଉର୍ଜାର ପ୍ରଭାବ ଆପଣଙ୍କ ଉପରେ ପଡିବ। ଆଇନା ଏମିତି ବଡ଼ ହେବା ଦରକାର ଯେଉଁଥିରେ ଆପଣ ନିଜର ପୂର୍ଣ୍ଣ ଛବି ଦେଖିପାରିବେ।

ଘରେ କେବେବି ଅଧିକ ସୁଗନ୍ଧିତ ଗଛ ଲଗେବା ଉଚିତ ନୁହେଁ।

ଘରେ ଗଛକୁ ଏମିତି ଲଗେଇବା ଉଚିତ ଯେମିତି ଗଛ ଠିକ ଭାବରେ ବଢି ପାରିବ ଏବଂ ସୁଖିବ ନାହିଁ। ଶୁଖି ଗଲେ ତାକୁ ତୁରନ୍ତ ଓପାଡି ଦେବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଘରର କୌଣସି ସଦସ୍ୟଙ୍କୁ ନଜର ଲାଗିଥାଏ ତ କଳା ଘୋଡାର ନାଳକୁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଲଗେଇବା ଉଚିତ। ଏହା ଘରର ନକରାତ୍ମକ ଉର୍ଜାକୁ ଦୂର କରିଥାଏ। ଆଉ ଘରର ସଦସ୍ୟଙ୍କୁ ଖରାପ ନଜରରୁ ବଞ୍ଚାଇ ଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *