Excuse Me Odisha

ଯାହା କହିବୁ ସତ କହିବୁ

ଘରର ମୁଖ୍ୟ ଦ୍ୱାର ସାମ୍ନାରେ ରଖନ୍ତୁ ନାହିଁ ଏହି ୩ ଟି ଜିନିଷ,ନହେଲେ ମା ଲକ୍ଷ୍ମୀ ଘରର ଦୁଆରରୁ ଫେରି ଯିବେ !

ସେୟାର୍ କରନ୍ତୁ

ଅଧିକାଂଶ ଲୋକ ନିଜର ମୁଖ୍ୟ ଦ୍ଵାରର ସାମ୍ନାରେ ଏମିତି କିଛି ଜିନିଷ ରଖିଦିଅନ୍ତି ଯାହା ତାଙ୍କ ଜୀବନରେ ଆସିବାକୁ ଥିବା ସକାରାତ୍ମକ ଉର୍ଜାର ମାର୍ଗରେ ବାଧା ସୃଷ୍ଟି କରିଥାନ୍ତି। ଯେଉଁ କାରଣରୁ ଘରର ସଦସ୍ୟଙ୍କର ଉନ୍ନତି ବି ଅଟକି ଯାଇଥାଏ। ମୁଖ୍ୟ ଦ୍ୱାର ଦେଇ ଘର ଭିତରକୁ ସକରାତ୍ମକତା ପ୍ରବେଶ କରିଥାଏ। କିନ୍ତୁ ବାସ୍ତୁ ଏହା ବି କହିଥାଏ କି ଘରର ସବୁ ସମସ୍ୟାର କାରଣ ଘରର ମୁଖ୍ୟ ଦ୍ୱାରା ହିଁ ହୋଇଥାଏ କାରଣ କେବେ କେବେ କୌଣସି ସାଧାରଣ କାରଣରୁ ମୁଖ୍ୟ ଦ୍ୱାର ଦେଇ ଆମର ଘରକୁ ନକରାତ୍ମକ ଉର୍ଜା ପ୍ରବେଶ କରିଥାଏ।

ମୁଖ୍ୟ ଦ୍ୱାର ଯଦି ଉଚିତ ଦିଗରେ ଥାଏ ତ ଏହା ଶୁଭ ଫଳଦାୟକ ହୋଇଥାଏ। ଯଦି ଏହା ଭୁଲ ଦିଗରେ ହୁଏ ତ ଏହା ଅନେକ ପ୍ରକାରର ଅଶୁଭ ଘଟଣାର କାରକ ମଧ୍ୟ ହୋଇଯାଇଥାଏ କିନ୍ତୁ ଯଦି ମୁଖ୍ୟ ଦ୍ୱାର ପୂର୍ବରୁ ହିଁ ଭୁଲ ଦିଗରେ ନିର୍ମାଣ ହୋଇଥିବ ତ ଏହା ପାଇଁ କୌଣସି ଉପାୟ କରି ବାସ୍ତୁଦୋଷକୁ ଦୂର କରିପାରିବେ। ଅନେକ ଥର ଆମେ ଜଣା ଅଜଣାତରେ କିମ୍ବା ଭୁଲ ସୂଚନା କାରଣରୁ ମୁଖ୍ୟ ଦ୍ୱାର ସାମ୍ନାରେ କିଛି ଜିନିଷ ରଖିଦିଅନ୍ତି କିମ୍ବା ଦ୍ୱାର ଉପରେ ହିଁ କିଛି ଜିନିଷ ଲଗେଇଦେଇଥାଉ ଯାହା ନକରାତ୍ମକତାକୁ ଆକର୍ଷଣ କରିଥାଏ କିମ୍ବା ତାକୁ ଠିକ ଢଙ୍ଗରେ ଲଗେଇବା ପରେ ବି ବାସ୍ତୁଦୋଷ ସୃଷ୍ଟି ହୋଇଯାଉଛି। ତେବେ ଆସନ୍ତୁ ଆଜିର ଏହି ପୋଷ୍ଟରେ ଆମେ ଜାଣିନେବା ମୁଖ୍ୟ ଦ୍ୱାର ସହିତ ଜଡିତ ମହତ୍ୱପୂର୍ଣ୍ଣ ବାସ୍ତୁ ନିୟମ।

ବାସ୍ତୁଶାସ୍ତ୍ର ଅନୁସାରେ ମୁଖ୍ୟ ଦ୍ଵାର ସାମ୍ନାକୁ କୌଣସି ପ୍ରକାରର ଛାୟା ପଡିବା ଉଚିତ ନୁହେଁ। ଯେବେବି ଘର ନିର୍ମାଣ କରିବେ ତ ଏହି କଥାର ଖାସ ଧ୍ୟାନ ଦେବେ ଯେ ମୁଖ୍ୟ ଦ୍ୱାର ସାମ୍ନାରେ କୌଣସି ଗଛ କିମ୍ବା ବିଜୁଳିର ଖୁଣ୍ଟ ବିଲକୁଲ ନଥିବ କାରଣ ଏହାର ଛାୟା ମୁଖ୍ୟ ଦ୍ୱାର ଉପରେ ପଡିଲେ ଛାୟା ଭେଦ ହୋଇଥାଏ। ଆଉ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିପାରେ।

ମୁଖ୍ୟ ଦ୍ୱାର ଉପରେ ଲଗାଯାଉଥିବା ସିଡିର ସଂଖ୍ୟା ବିଷମ ହେବା ଉଚିତ। ଅର୍ଥାତ ମୁଖ୍ୟ ଦ୍ୱାର ଉପରେ ଲଗାଯାଉଥିବା ସିଡିର ସଂଖ୍ୟା ୩,୫ କିମ୍ବା ୭ ରଖନ୍ତୁ। ୨,୪,୬ ଏମିତି ସଂଖ୍ୟାରେ ସିଡ଼ି ରହିବା ଉଚିତ ନୁହେଁ।

ମୁଖ୍ୟ ଦ୍ୱାର ଅନୁପାତରେ ତାର ଚୌଡା ଆଦି ରଖନ୍ତୁ। ଯଦି ମୁଖ୍ୟ ଦ୍ଵାରର ଲମ୍ବ ୧୦ ଫୁଟ ଅଟେ ତ କବାଟର ଚୌଡା ୫ ଫୁଟ ହେବା ଉଚିତ

ମୁଖ୍ୟ ଦ୍ୱାର ଉତ୍ତର ଦିଗରେ ରଖିଲେ ଧନର ଆଗମନ ହୋଇଥାଏ। ମୁଖ୍ୟ ଦ୍ୱାର ପୂର୍ବ ଦିଗରେ ରହିଲେ ଘରେ ଶାନ୍ତି ବନି ରହିଥାଏ। ପଶ୍ଚିମ ଦକ୍ଷିଣ ଦିଗରେ ମୁଖ୍ୟ ଦ୍ୱାର ରହିଲେ ଶୁଭ ମାନାଯାଏ ନାହିଁ। ବାସ୍ତୁଶାସ୍ତ୍ର ଅନୁସାରେ ଗୋଟେ ସ୍ୱଚ୍ଛ ଘର ବିଶେଷ ରୂପରେ ମୁଖ୍ୟ ଦ୍ୱାର ସକରାତ୍ମକ ଉର୍ଜାକୁ ଆକର୍ଷିତ କରିଥାଏ। ମୁଖ୍ୟ ଦ୍ୱାର ସାମ୍ନାରେ ଭଙ୍ଗା ରୁଜା ଜିନିଷ ରଖନ୍ତୁ ନାହିଁ। ମୁଖ୍ୟ ଦ୍ୱାରାରେ ସର୍ବଦା ଗୋଟେ ଦହଲିଜ ରହିବା ଉଚିତ। କାରଣ ମାନ୍ୟତା ଅଛି ଏହି ଏରୁଣ୍ଡି ବନ୍ଧ ନକରାତ୍ମକ ଉର୍ଜାକୁ ଦୂର କରିଥାଏ। ଏହା ସହିତ ଘରକୁ ନକରାତ୍ମକ ଉର୍ଜାକୁ ପ୍ରବେଶ କରିବାକୁ ଦେଇ ନଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ଖରାପ ନଜର କୁ ଦୂର କରିବା ପାଇଁ ଘରର ମୁଖ୍ୟ ଦ୍ୱାର ସାମ୍ନାରେ କଳା ଘୋଡାର ନାଳ ଲଗେଇବା ଉଚିତ।

ମୁଖ୍ୟ ଦ୍ୱାର ସାମ୍ନାରେ ଦିବ୍ୟ ପ୍ରତୀକ ଯେମିତି ଓମ ସ୍ୱସ୍ତିକ ଆଦି ଚିତ୍ର କରିବା ଉଚିତ।

ମୁଖ୍ୟ ଦ୍ୱାର ସାମ୍ନାରେ ପାଣି ଭର୍ତ୍ତି ଏକ କାଚର ଡ଼ବା ରଖନ୍ତୁ। ଯେଉଁଥିରେ ଫୁଲର ପାଖୁଡା ଥିବ କାହିଁକିନା ପାଣି ନକରାତ୍ମକ ଉର୍ଜାର ସଂଚାରକ ଅଟେ। ଏହା ଆପଣଙ୍କ ଘର ଏବଂ ପରିବାରକୁ ସୁସ୍ଥ ରଖିଥାଏ। ଆପଣ ମା ଲକ୍ଷ୍ମୀଙ୍କ ପାଦ ବି ଘରର ମୁଖ୍ୟ ଦ୍ୱାର ଉପରେ ଲଗେଇ ପାରିବେ।

ଘରର ମୁଖ୍ୟ ଦ୍ଵାରକୁ ସବୁଜ ଗଛ ପତ୍ରରେ ସଜେଇ ଦିଅନ୍ତୁ। ମୁଖ୍ୟ ଦ୍ୱାର ଉପରେ ଆପଣ ମାଳ ବି ଟାଙ୍ଗି ପାରିବେ।

ମୁଖ୍ୟ ଦ୍ୱାର ସାମ୍ନାରେ ପଶୁ ମାନଙ୍କର ଚିତ୍ର କିମ୍ବା ପାଣିର ତତ୍ତ୍ୱ ରଖନ୍ତୁ ନାହିଁ। ମୁଖ୍ୟ ଦ୍ୱାରା ସାମ୍ନାରେ କେବେବି କାଚ ରଖିବେ ନାହିଁ ଯଦି ଜାଗା ଅଛି ତେବେ ମୁଖ୍ୟ ଦ୍ଵାରକୁ ଗଛ ପତ୍ରରେ ସଜେଇବା ଉଚିତ।

ଏବେ ଆସନ୍ତୁ ଜାଣିବା ଦିଗ ଅନୁସାରେ ମୁଖ୍ୟ ଦ୍ଵାରର ରଙ୍ଗ କିପରି ହେବା ଉଚିତ।

ଯଦି ମୁଖ୍ୟ ଦ୍ୱାର ପଶ୍ଚିମ ଦିଗରେ ଥିବ ତେବେ ତାହା ନୀଳ କିମ୍ବା ଧଳା ରଙ୍ଗର କରିବା ଉଚିତ।

ଯଦି ଦକ୍ଷିଣ କିମ୍ବା ଦକ୍ଷିଣ-ପୂର୍ବ ଦିଗରେ ଅଛି ତେବେ ସିଲଭର ନାରଙ୍ଗୀ ଏବଂ ଗୋଲାପୀ ରଙ୍ଗ ହେବା ଉଚିତ।

ଦକ୍ଷିଣ-ପଶ୍ଚିମ ଦିଗରେ ଥିଲେ ହଳଦିଆ ରଙ୍ଗ କରିବା ଉଚିତ।

ଉତ୍ତର ଦିଗରେ ଥିଲେ ସବୁଜ ରଙ୍ଗ ଲଗାନ୍ତୁ। ଉତ୍ତର-ପୂର୍ବ ଦିଗରେ ଥିଲେ କ୍ରିମ ଏବଂ ହଳଦିଆ ରଙ୍ଗ ଲଗେଇବା ଉଚିତ। ଏବଂ ଉତ୍ତର-ପଶ୍ଚିମ ଦିଗରେ ଥିଲେ ଧଳା ଏବଂ କ୍ରିମ ରଙ୍ଗ ଲଗାନ୍ତୁ।

ଯଦି ପୂର୍ବ ଦିଗରେ ଥିବ ଧଳା କିମ୍ବା କାଠର ରଙ୍ଗ କିମ୍ବା ହାଲକା ନୀଳ ରଙ୍ଗ ଲଗେଇବା ଉଚିତ।

ବାସ୍ତୁଶାସ୍ତ୍ର ଅନୁସାରେ ଦୁଇଟି ଘରର ପ୍ରବେଶ ଦ୍ୱାର ପରସ୍ପରର ସାମ୍ନାରେ ରହିବା ଉଚିତ ନୁହେଁ। ମୁଖ୍ୟ ଦ୍ୱାରରେ ଲାଲ କୁମକୁମରେ ସ୍ୱସ୍ତିକ ବନେଇ ଏହି ବାସ୍ତୁଦୋଷକୁ ଦୂର କରାଯାଇ ପାରିବ। ଘରର ବାସ୍ତୁଶାସ୍ତ୍ର ଅନୁସାରେ ଘରର ପ୍ରବେଶ ଦ୍ୱାରା ସକରାତ୍ମକ ଉର୍ଜା ଧନ ଏବଂ ସମୃଦ୍ଧିକୁ ଆକର୍ଷଣ କରିଥାଏ। ଏଥିପାଇଁ ଘରର ମୁଖ୍ୟ ଦ୍ଵାରର ତାଲା ଭଲ ଭାବରେ କାମ କରୁ।

ଯଦି ମୁଖ୍ୟ ଦ୍ୱାରା ପୂର୍ବ ଦିଗରେ ଥିବ ତେବେ ତମ୍ବାର ତାଲାର ପ୍ରୟୋଗ କରନ୍ତୁ। ପଶ୍ଚିମ ମୁଖ ମୁଖ୍ୟ ଦ୍ୱାର ପାଇଁ ଲୁହାର ତାଲା ସବୁଠାରୁ ଭଲ ହୋଇଥାଏ। କାରଣ ଏହି ଦିଗର ପ୍ରତିନିଧିତ୍ୱ ଭଗବାନ ଶନିଦେବ କରିଥାନ୍ତି। ଉତ୍ତର ଦିଗରେ ପିତଳର ତାଲା ପ୍ରୟୋଗ କରନ୍ତୁ। ଯଦି ମୁଖ୍ୟ ଦ୍ୱାର ଦକ୍ଷିଣରେ ଥିବ ତେବେ ପଞ୍ଚ ଧାତୁର ନିର୍ମିତ ତାଲାର ପ୍ରୟୋଗ କରନ୍ତୁ।

ଜଙ୍କ ଲଗା କିମ୍ବା ଭଙ୍ଗା ଚାବିର ପ୍ରୟୋଗ କରନ୍ତୁ ନାହିଁ। ଏହାକୁ ତୁରନ୍ତ ଫୋପାଡ଼ି ଦିଅନ୍ତୁ।

ଧନ ଏବଂ ଶାନ୍ତିକୁ ଆକର୍ଷଣ କରିବା ପାଇଁ ମୁଖ୍ୟ ଦ୍ୱାରରେ ଆମ୍ବ ପତ୍ର ଏବଂ ଗେଣ୍ଡୁ ଫୁଲରେ ତିଆରି ମାଳ ଟାଙ୍ଗି ଦିଅନ୍ତୁ। ଯେବେ ପତ୍ର ଆଉ ଫୁଲ ଶୁଖି ଯିବ ତେବେ ତାକୁ ବଦଳି ଦିଅନ୍ତୁ। ଏହା ବ୍ୟତୀତ ୧୦୮ ରୁଦ୍ରାକ୍ଷରେ ପ୍ରସ୍ତୁତ ମାଳକୁ ବି ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଟାଙ୍ଗିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *