Excuse Me Odisha

ଯାହା କହିବୁ ସତ କହିବୁ

ଆଗାମୀ ୨୪ ଘଣ୍ଟା ମଧ୍ୟରେ କରନ୍ତୁ ଏହି ଉପାୟ। ପାଠପଢ଼ାରୁ ଆରମ୍ଭ କରି ସବୁ କ୍ଷେତ୍ରରେ ମିଳିବ ସଫଳତା।

ସେୟାର୍ କରନ୍ତୁ

ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା, ଆଶାନୁରୂପ ଚାକିରି ପାଇବା ସମସ୍ତଙ୍କର ଇଛା ରହିଥାଏ। ଏହିସବୁ ଅର୍ଜନ କରିବା ପାଇଁ ଆପଣ ମାନଙ୍କୁ ବସନ୍ତ ପଞ୍ଚମୀ ଦିନ କିଛି ଖାସ୍ ଉପାୟ କରିବା ଉଚିତ।

– କାଲି ବହୁତ ଖାସ୍ ଦିନ ଅଟେ।

– ପରୀକ୍ଷା ଏବଂ ଚାକିରି କ୍ଷେତ୍ରରେ ସଫଳତା ପାଇବା ପାଇଁ କରନ୍ତୁ ଏହି ଉପାୟ।

– ସୁନିଶ୍ଚିତ ମିଳିବ ସଫଳତା।

ଛାତ୍ର ମାନେ, ତନ୍ତ୍ର ସାଧକ, କ୍ୟାରିୟରରେ ସଫଳତା ପାଇବା ପାଇଁ ଇଛୁକ ଥିବା ଲୋକଙ୍କ ପାଇଁ ସରସ୍ଵତୀ ପୂଜା ବା ବସନ୍ତ ପଞ୍ଚମୀ ଅତ୍ୟନ୍ତ ମହତ୍ତ୍ଵପୂର୍ଣ୍ଣ ରହିଛି। ଦେବୀ ସରସ୍ଵତୀଙ୍କର କୃପା ଲାଭ କରିବା ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ ରହିଛି।ଶିକ୍ଷା ଏବଂ କ୍ୟାରିୟରରେ ସଫଳତା ହାସଲ କରିବା ପାଇଁ ଦେବୀ ସରସ୍ଵତୀଙ୍କର ଆଶୀର୍ବାଦ ବହୁତ ଜରୁରୀ ଅଟେ।ଯଦି ବସନ୍ତ ପଞ୍ଚମୀ ଦିନ ଜ୍ୟୋତିଷ କହିଥିବା ଉପାୟକୁ କରାଯାଏ, ତାହେଲେ ଜୀବନରେ ସବୁ କ୍ଷେତ୍ରରେ ନିଶ୍ଚିତ ଭାବରେ ସଫଳତା ମିଳିବ। ଏହି ବର୍ଷ ବସନ୍ତ ପଞ୍ଚମୀ ଫେବୃୟାରୀ ୫ ତାରିଖରେ ପଡ଼ିବାକୁ ଯାଉଛି।

ଉପାୟ ଗୁଡ଼ିକ ହେଉଛି:-

– ବସନ୍ତ ପଞ୍ଚମୀ ଦିନ ନିଜ ପାଠପଢା କୋଠରୀରେ ଏଭଳି ସ୍ଥାନରେ ଦେବୀ ସରସ୍ଵତୀଙ୍କ ମୂର୍ତ୍ତି ରଖନ୍ତୁ ଯେପରି ତାହା ଆପଣଙ୍କ ସମ୍ମୁଖରେ ରହିବ। ଏହାଦ୍ଵାରା ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ।

– ଯଦି କାର୍ଯ୍ୟକ୍ଷେତ୍ରରେ କୌଣସି ବାସ୍ତୁ ଦୋଷ ରହୁଚି, ତାହେଲେ ଏହି ସରସ୍ଵତୀ ପୂଜା ଦିନ ବାସ୍ତୁ ଦୋଷ ଦୂର କରିବା ପାଇଁ ଉପାୟ କରନ୍ତୁ।

– ଆଶାନୁରୂପ ଚାକିରି ଖୋଜୁଥିବା ଲୋକମାନେ ନିଜ ପାଠପଢା କୋଠରୀରେ ଉତ୍ତର ଦିଗ ଆଡକୁ ମୁହଁ କରି ଅଧ୍ୟୟନ କରନ୍ତୁ। ଦେଖିବେ ଖୁବ୍ ଶୀଘ୍ର ଚାକିରି ମିଳିଯିବ।

– ପାଠପଢା କୋଠରୀ ସର୍ବଦା ପଶ୍ଚିମ ଦିଗ ଆଡକୁ ରହିବା ଉଚିତ। ଏହା ଶୁଭ ମାନା ଯାଇଥାଏ। ଏହାଦ୍ଵାରା ପଢୁଥିବା ବ୍ୟକ୍ତିର ଏକାଗ୍ରତା ଭାବ ଆସିଥାଏ।

– ଯଦି ଆପଣଙ୍କୁ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡୁଛି ତାହେଲେ ସରସ୍ଵତୀ ପୂଜା ଦିନ ଗୋଟେ କାଗଜରେ ଏହି ବିଷୟରେ ଲେଖି ନିଜ ପାଠପଢା କୋଠରୀରେ ଲଗାଇ ଦିଅନ୍ତୁ।

– ପାଠପଢା କୋଠରୀରେ ଆପଣ ନିଜ ଟେବୁଲକୁ ଗୋଲାକାର ନକରି ଆୟତାକାର ରଖନ୍ତୁ।

– ପାଠ ପଢିବା ସମୟରେ ଆପଣଙ୍କ ମୁହଁ ସର୍ବଦା ପୂର୍ବ ଏବଂ ଉତ୍ତର ଦିଗ ଆଡକୁ ରହିବା ଉଚିତ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କୁ ସଫଳତା ମିଳିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *