Excuse Me Odisha

ଯାହା କହିବୁ ସତ କହିବୁ

ରୋଷେଇ ଘରେ ବସି ଖାଦ୍ୟ ଖାଉଥିବା ଲୋକମାନେ,ଏହାକୁ ନିଶ୍ଚୟ ଥରେ ପଢନ୍ତୁ !

ସେୟାର୍ କରନ୍ତୁ

ବାସ୍ତୁଶାସ୍ତ୍ର ଅନୁସାରେ ମଙ୍ଗଳ ଅଗ୍ନି ତତ୍ତ୍ୱ ଗ୍ରହ ଅଟେ ଏବଂ ରୋଷେଇ ଘର ଅଗ୍ନିର ସ୍ଥାନ ଅଟେ। ଏହି କାରଣରୁ ରୋଷେଇ ଘରର ଅଧିପତି ମଙ୍ଗଳ ଗ୍ରହକୁ ମାନା ଯାଇଛି। ମଙ୍ଗଳଙ୍କର ବାସ ରୋଷେଇ ଘର ହୋଇଥାଏ। ମସଲା ଭୋଜନ ପଦାର୍ଥ ରୋଷେଇ ଘରେ ନିଆ ଯାଉଥିବା କିରାସିନି ଗ୍ୟାସ ଛୁରୀ ଆଦି ମଙ୍ଗଳଙ୍କର ବସ୍ତୁ ଅଟେ। ଏହି ସମସ୍ତ ଜିନିଷ ରୋଷେଇ ଘରେ ଥାଏ ଆଉ ମଙ୍ଗଳଙ୍କର ବାସ ବି ରୋଷେଇ ଘରେ ହୋଇଥାଏ।

ମଙ୍ଗଳ ଉଗ୍ର ଗ୍ରହ ହେବା କାରଣରୁ ଅଗ୍ନି ଭୟ ଆଘାତ ଏବଂ ଦୁର୍ଘଟଣାର କାରକ ଅଟନ୍ତି। ଏଥିପାଇଁ ରୋଷେଇ ଘର ଉଚିତ ସ୍ଥାନ ଉପରେ ହେବା ଉଚିତ। ରୋଷେଇ ଘରର ଦିଗ ନିର୍ଣ୍ଣୟ କରିଥାଏ ଘରେ ରୋଷେଇ ଘରର ମହତ୍ତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଏଥିପାଇଁ ଆପଣ ରୋଷେଇ ଘର ନିର୍ମାଣ କରିବା ସମୟରେ ବାସ୍ତୁଶାସ୍ତ୍ରର ନିୟମର ପାଳନ ଅବଶ୍ୟ ହିଁ କରିବା ଉଚିତ। ତେବେ ଆସନ୍ତୁ ଜାଣିନେବା ରୋଷେଇ ଘର ସହିତ ଜଡ଼ିତ ମହତ୍ୱପୂର୍ଣ୍ଣ ବାସ୍ତୁଶାସ୍ତ୍ରର ନିୟମ ବିଷୟରେ।

ପ୍ରଥମ କଥା। ଘରେ ରୋଷେଇ ଘର ନିର୍ମାଣ କରିବାର ସବୁଠାରୁ ଭଲ ଉପଯୋଗୀ ସ୍ଥାନ ଦକ୍ଷିଣ-ପୂର୍ବ ଅର୍ଥାତ ଅଗ୍ନି କୋଣକୁ ମାନାଯାଇଛି। କାରଣ ଏହି ଦିଗକୁ ଅଗ୍ନିର ଦିହ ମାନାଯାଇଛି। ରୋଷେଇ ଘରର ସମ୍ବଦ୍ଧ ଅଗ୍ନି ତତ୍ୱରେ ଅଟେ। ଏଥିପାଇଁ ଏହାର ଠିକ ଦିଗ ରୋଷେଇ ଘର ହିଁ ଅଟେ। ଅଗ୍ନି କୋଣରେ ରୋଷେଇ ଘର ବନାଇଲେ କେବେବି ଭୋଜନର ଅଭାବ ହୋଇନଥାଏ। ଆଉ ଭୋଜନ ସ୍ୱାଦିଷ୍ଟ ବନିଥାଏ

ଦ୍ୱିତୀୟ କଥା। ଘରର ଅଗ୍ନି କୋଣରେ ରୋଷେଇ ଘର ବନେଇ ପରେ ବି ଅନେକ ଥର ଏମିତି ହୋଇଥାଏ ଗୋଟେ ଭୁଲ ରହିଯାଏ। ଯାହା ବାସ୍ତୁଦୋଷର କାରଣ ବନିଥାଏ। ସେହି ଭୁଲ ହେଉଛି ଅଗ୍ନି କୋଣର ସ୍ଥିତି ରୋଷେଇ ଘରର କବାଟ ପୂର୍ବ ଦିଗରେ ଖୋଲିବା ପରନ୍ତୁ ଏହା ହେବା ଉଚିତ ନୁହେଁ। ପୂର୍ବ ଦିଗ ଅପେକ୍ଷା କୌଣସି ଅନ୍ୟ ଦିଗରେ କବାଟ ଖୋଲା ଯାଇପାରିବ। ପୂର୍ବ ପଟରୁ ରୋଷେଇ ଘରର କବାଟ ଖୋଲିବା ଦ୍ୱାରା ରୋଷେଇ ଘରର ପୂର୍ବ-ଆଗ୍ନେୟ ଜାଗ୍ରତ ହୋଇଯିବ।

ତୃତୀୟ କଥା। ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ପୂର୍ବ ସାଇଟକୁ ମୁଖ କରି ଭୋଜନ ପ୍ରସ୍ତୁତ କରିବା ଉଚିତ। ଏମିତି ଏଥିପାଇଁ କରାଯାଇଥାଏ ଯଦି ଅଗ୍ନିର ସ୍ଥିତି ରୋଷେଇ ଘରର ପୂର୍ବ ସାଇଟକୁ ମୁଖ କରି ଖାଦ୍ୟ ବନେଇ ଦ୍ୱାରା ସେହି ଘର ଉପରେ ରୋଗର ଛାୟା କେବେବି ରହେନାହିଁ। ଘରେ ରହୁଥିବା ସମସ୍ତ ସଦସ୍ୟଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ।

ଚତୁର୍ଥ କଥା। ପଶ୍ଚିମ କିମ୍ବା ଦକ୍ଷିଣ ଦିଗକୁ ମୁକ କରି ଖାଦ୍ୟ ପ୍ରସ୍ତୁତ କରୁଥିବା ଗୃହିଣୀଏ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହୋଇଯାଇଥାଏ। ଶରୀରରେ କମଜୋରି ଆସିଥାଏ। ଫୁର୍ତୀ ଏବଂ ଉତ୍ସାହରେ କମି ଆସିଥାଏ ଏବଂ ମନବି ଅଶାନ୍ତି ରହିବା ସହିତ ଦରିଦ୍ରତାର ଆଗମନ ହୋଇଥାଏ।

ପଞ୍ଚମ କଥା। ଯଦି ରୋଷେଇ ଘର ପଶ୍ଚିମ ଦିଗରେ ଥାଏ କିମ୍ବା ପଶ୍ଚିମ ମୁଖୀ ଖାଦ୍ୟ ପ୍ରସ୍ତୁତ କରିବାର ସ୍ଥାନ କରାଯାଇଛି ତ ଖାଦ୍ୟ ସବୁ ପ୍ରସ୍ତୁତ ହୋଇଥାଏ। କାରଣ ଏମିତି ଘରକୁ ଅତିଥି ମାନଙ୍କର ଆଗମନ ସର୍ବଦା ଲାଗିରହିଥାଏ।

ଷଷ୍ଠ କଥା। ରୋଷେଇ ଘର ଉତ୍ତର-ପୂର୍ବ କୋଣରେ ଥିଲେ ମାନସିକ ଅଶାନ୍ତି ଭାରି ଖର୍ଚ୍ଚ ଘରେ ଲଢେଇ ଝଗଡା ଧନର ଅନାବଶ୍ୟକ ଖର୍ଚ୍ଚ ଖାଦ୍ୟ ପଦାର୍ଥର ବର୍ବାଦି ଅର୍ଥାତ ଅଭାବ ଏବଂ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

ସପ୍ତମ କଥା। ରୋଷେଇ ଘର ଦକ୍ଷିଣ-ପଶ୍ଚିମ କୋଣରେ ଥିଲେ ଘରେ ସବୁବେଳେ ଝଗଡା ଲାଗିରହିଥାଏ। ଯେଉଁ କାରଣରୁ ଜୀବନ ଦୁଃଖରେ ଭରିଯାଇଥାଏ। ଉତ୍ତର ଦିଗରେ ରୋଷେଇ ଘର ରହିବା ବହୁତ ଶୁଭ ହୋଇଥାଏ କାରଣ ଏହି ସ୍ଥାନ କୁବେରଙ୍କର ହୋଇଥାଏ କିନ୍ତୁ ଯଦି ଏହି ଦିଗ ଦୂଷିତ ହେଲା ତେବେ ଆବଶ୍ୟକ ଠାରୁ ଅଧିକ ଖର୍ଚ୍ଚ ହୋଇଥାଏ।

ଅଷ୍ଟମ କଥା। ରୋଷେଇ ଘର ଶୌଚାଳୟ କିମ୍ବା ଶୟନ କକ୍ଷ ସହିତ କିମ୍ବା ତଳେ କିମ୍ବା ଉପରେ କରିବା ଉଚିତ ନୁହେଁ। ଶୟନ କକ୍ଷ ପାଖରେ ରୋଷେଇ ଘରର ନିର୍ମାଣ କେବେବି କରନ୍ତୁ ନାହିଁ କି ଆଉ ରୋଷେଇ ଘରେ ଶୟନ କରିବା ଉଚିତ ନୁହେଁ। ଏହାର କାରଣ ରୋଷେଇ ଘର ଉପରେ ମଙ୍ଗଳ ଗ୍ରହର ଶାସନ ହୋଇଥାଏ ଆଉ ଶୟନ କକ୍ଷ ଉପରେ ଶୁକ୍ରଙ୍କର ପ୍ରଭାବ ହୋଇଥାଏ। ଏଥିପାଇଁ ଏହି ଦୁଇ ଜଣ ଗ୍ରହଙ୍କ ଏକ ସହିତ ରହିବା ଅଶୁଭ ଫଳ ଦାୟକ ହୋଇଥାଏ।

ନବମ କଥା। ରୋଷେଇ ଘର ସହିତ ପୂଜା ଘର କେବେବି ହେବା ଉଚିତ ନୁହେଁ। ରୋଷେଇ ଘରକୁ ଅଣା ଯାଉଥିବା ଜିନିଷ ମଙ୍ଗଳଙ୍କର ପ୍ରତ୍ୟକ ଵସ୍ତୁ ମସଲା ତେଲ କିରାସିନି ଗ୍ୟାସ ଇତ୍ୟାଦି ଅଟେ। କାରଣ ମଙ୍ଗଳ ଉଗ୍ର ଗ୍ରହ ଅଟେ ଅର୍ଥାତ ମଙ୍ଗଳ ଉଗ୍ର ପ୍ରଭାବ ବୃଦ୍ଧି କରିଥାଏ ଆଉ ଏହି କାରଣରୁ ପୂଜା କରିବା ସମୟରେ ଆମର ଧ୍ୟାନ ଅଧିକ ବିଚଳିତ ହୋଇଥାଏ ଆଉ ଆମକୁ ମାମସିକ ଶାନ୍ତି ମିଳିନଥାଏ।

ଦଶମ କଥା। ଖାଦ୍ୟ ପ୍ରସ୍ତୁତ କରିବା ସମୟରେ ଗୃହିଣୀଙ୍କ ପିଠି ପଛରେ ଦ୍ୱାର ରଖିବା ଉଚିତ ନୁହେଁ। ଅନ୍ୟଥା ଅଣ୍ଟା ବ୍ୟଥା ବେକ ବ୍ୟଥା ଭଳି ରୋଗର ସାମ୍ନା କରିବାକୁ ପଡିଥାଏ। ଅନେକ ଥର ଏମିତି ହୋଇଥାଏ ପୂର୍ବରୁ ବନା ଯାଇଥିବା ଘରେ ଅଗ୍ନି କୋଣରେ ବନା ଯାଇଥିବା ରୋଷେଇ ଘର ପାଇଁ ଲାଇକ ଜାଗା ମିଳି ନଥାଏ କିନ୍ତୁ ରୋଷେଇ ଘର କୌଣସି ଦିଗରେ ବି ଥାଉ କିନ୍ତୁ ଚୁଲା ଏବଂ ଗ୍ୟାସର ଟାଙ୍କି ରୋଷେଇ ଘରର ଅଗ୍ନି କୋଣରେ ହିଁ ରଖିବା ଉଚିତ। ଏହା ବାସ୍ତୁଦୋଷକୁ ଅଧିକରୁ ଅଧିକ କମ କରାଯାଇ ପାରିବ।

ରୋଷେଇ ଘରେ ଆଲମାରୀ ରେକ ଇତ୍ୟାଦିକୁ ଦକ୍ଷିଣ ପଶ୍ଚିମ ଦିଗରେ ବନେଇବା ଉଚିତ। ରୋଷେଇ ଘରେ ଡ଼ବା ସବୁ ଐଶ୍ଵଣ୍ୟ ଏବଂ ଅଗ୍ନି କୋଣ ମଧ୍ୟ ପୂର୍ବ ଦିଗରେ ରଖିବା ଉଚିତ। ଏହା ଦ୍ବାରା ଅନ୍ନର ବୃଦ୍ଧି ହୋଇଥାଏ। ରୋଷେଇ ଘରର ପ୍ରବେଶ ଦ୍ୱାରା କୌଣସି ବି କୋଣରେ ନୁହେଁ ବରଂ ପୂର୍ବ ଉତ୍ତର କିମ୍ବା ପଶ୍ଚିମ ଦିଗକୁ ହେବା ଉଚିତ। ପବନ ଯିବା ଆସିବା ପାଇଁ ଝରକା ୧ ରୁ ୨ ଟି ରହିବା ଉଚିତ। ରୋଷେଇ ଘର ଯେତେ ବଡ଼ ହୋଇଥାଏ ସେତେ ଭଲ ହୋଇଥାଏ। ରୋଷେଇ ଘର ଖୋଲା ଖୋଲା ହେବା ଉଚିତ। ରୋଷେଇ ଘରେ ବସି ଖାଦ୍ୟ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ। ଏହା ଦ୍ବାରା ଅଗ୍ନିର ଦର୍ଶନ ହୋଇଥାଏ।

ଭୋଜନ ପ୍ରସ୍ତୁତ କରିବା ପରେ ପ୍ରସ୍ତୁତ ଭୋଜନକୁ ସବୁଠାରୁ ପ୍ରଥମେ ଅଗ୍ନି ଦେବତାଙ୍କୁ ଅର୍ପଣ କରିବା ଉଚିତ। ଏହା ସହିତ ରାତିରେ ଶୋଇବା ସମୟରେ ରୋଷେଇ ଘରୁ ଅଇଁଠା ବାସନକୁ ଭଲ ଭାବରେ ସଫା କରିନେବା ଉଚିତ। ଏହା ଦ୍ବାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ବୃଦ୍ଧି ହୋଇଥାଏ। ରୋଷେଇ ଘରେ ଫ୍ରିଜ ରଖିବାର ଉଚିତ ସ୍ଥାନ ପଶ୍ଚିମ କିମ୍ବା ବାୟୁରେ ଅଟେ ଫ୍ରିଜକୁ କେବେବି ଐଶ୍ଵଣ୍ୟ କୋଣରେ ରଖିବେ ନାହିଁ। ଏହି କୋଣରେ ରଖିବା ଦ୍ୱାରା ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହିଥାଏ।

ଯଦି କୌଣସି କାରଣରୁ ଫ୍ରିଜ ଐଶ୍ଵଣ୍ୟ କଣ ସ୍ଥାନରେ ରଖିବାକୁ ପଡେ ତେବେ କବାଟ ପାଖରୁ ଏହାର ଦୂରତା ୨ ରୁ ୫ ଫୁଟ ବ୍ୟବଧାନରେ ରଖିବା ଉଚିତ। ପାଣି ପିଆଯାଉଥିବା ପାତ୍ର ଆଦି ରୋଷେଇ ଘରର ଐଶ୍ଵଣ୍ୟ କୋଣରେ ରଖିବା ଉଚିତ। ଅନ୍ୟ ଦିଗରେ ପାଣିର ପାତ୍ର ରଖିବା ଦ୍ୱାରା ଏହା ଅଶୁଭ ହୋଇଥାଏ। ରୋଷେଇ ଘରର ପୂର୍ବ ସାଇଟ କାନ୍ଥରେ ମା ଅନ୍ନପୂର୍ଣ୍ଣାଙ୍କ ଫୋଟ ଲଗେଇବା ଉଚିତ କିନ୍ତୁ ଯଦି ରୋଷେଇ ଘରେ ମାଂସ ପ୍ରସ୍ତୁତ କରୁଛନ୍ତି ତେବେ ମା ଅନ୍ନପୂର୍ଣ୍ଣାଙ୍କ ଫୋଟ ଭୁଲରେ ବି ଲଗେଇବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *