Excuse Me Odisha

ଯାହା କହିବୁ ସତ କହିବୁ

ଆଜି ଠାରୁ ବଦଳିଯିବ ଏହି ରାଶିର ଭାଗ୍ୟ | ଯାହା ଚାହିଁବେ ତାହା ପାଇବେ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଜିଠାରୁ ବଦଳିବାକୁ ଯାଉଛି ଏହି ରାଶିର ଭାଗ୍ୟ। ଯାହା ଚାହିଁବେ ତାହା ପାଇବେ

ବନ୍ଧୁଗଣ ୨୦୨୨ ର ଫେବୃଆରୀ ମାସର ଏହି ୬ ଟି ରାଶିର ଜାତକଙ୍କ ପାଇଁ ଅପାର ଧନର ସୁଖ ନେଇ ଆସୁଛି। ଧନରେ ପୁରା ମାଲାମାଲ ହେବେ। ଆମର ହେବାକୁ ଥିବା ଆର୍ଥିକ ଲାଭ ବା ହାନି ବା ବହୁତ କିଛି କଥା ଗ୍ରହ ନକ୍ଷତ୍ର ମାନଙ୍କ ଗ୍ରହ ଉପରେ ନିର୍ଭର କରିଥାଏ। ଗ୍ରହ ନକ୍ଷତ୍ର ହିସାବରେ କିଛି ଲୋକ ନିଜର ଦିନ ଚର୍ଯ୍ୟ ବା ଭବିଷ୍ୟତର କାମ ତିଆରି କରିଥାନ୍ତି। ଏମିତିରେ ମଧ୍ୟ ନୂଆବର୍ଷରେ ଆପଣ ନିଜର ପରିବାରର ଭବିଷ୍ୟତକୁ ନେଇ ଜାଣିବା ପାଇଁ ଚାହୁଁଥିବେ। ମନରେ କେତେ ସାରା ପ୍ରଶ୍ନ ଉଠୁଥିବ।

ଆପଣଙ୍କୁ ଆପଣଙ୍କ ଆମଦାନୀ ଶିକ୍ଷା ଚାକିରୀ ପରିବାର ପ୍ରେମ ସ୍ୱାସ୍ଥ୍ୟ ଆଦିର ଚିନ୍ତା ହେଉଥିବ। ଫେବୃଆରୀ ୨୦୨୨ ଗ୍ରହ ନକ୍ଷତ୍ରର ଚଳନ ହିସାବରେ ଖାସ ରହିବ। ଗ୍ରହ ନକ୍ଷତ୍ରଙ୍କ ଚଳନ ବଦଳିବା କାରଣରୁ ୬ ଟି ରାଶିର ଭାଗ୍ୟ ଚମକିବ। ଏମାନେ ଅନେକ ସମ୍ପତିର ମାଲିକ ବନି ପାରନ୍ତି। ଜ୍ୟୋତିଷଙ୍କ ଅନୁସାରେ କୌଣସି ବି ଗ୍ରହର ରାଶି ପରିବର୍ତ୍ତନ ଏବଂ ଉଦୟ ଓ ଅସ୍ତ ହେବାର ପ୍ରଭାବ ସିଧା ୧୨ ଟି ରାଶି ଉପରେ ପଡିଥାଏ। ୨୦୨୨ ଫେବୃଆରୀ ମାସରେ କିଛି ବଡ଼ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ ହେବାକୁ ଯାଉଛି। ସେହି ଗ୍ରହ ଗୁଡିକ ହେଲେ ସୁର୍ଯ୍ୟ ମଙ୍ଗଳ ଓ ଶୁକ୍ର।

ବୃହସ୍ପତି ୨୨ ଫେବୃଆରୀକୁ କୁମ୍ଭ ରାଶିରେ ଅସ୍ତ ହେବାକୁ ଯାଉଛନ୍ତି ଏବଂ ୨୩ ମାର୍ଚ୍ଚ ପର୍ଯ୍ୟନ୍ତ ଏହି ଅବସ୍ଥାରେ ରହିବେ। ବୃହସ୍ପତି ଅସ୍ତରୁ ୫ ଟି ରାଶିକୁ ବିଶେଷ ଲାଭ ମିଳିବ। ୧୩ ଫେବୃଆରୀ ପର୍ଯ୍ୟ ସୂର୍ଯ୍ୟ ମକର ରାଶିରେ ହିଁ ବିରାଜମାନ ରହିବେ। ମକର ରାଶିରେ ରହି ସୂର୍ଯ୍ୟ ଦେବ କିଛି ରାଶି ମାନଙ୍କ ଉପରେ ବିଶେଷ କୃପା ବର୍ଷା କରିବେ। ୧୩ ଫେବୃଆରୀକୁ ସୂର୍ଯ୍ୟ ଏବଂ ୨୮ ଫେବୃଆରୀକୁ ମଙ୍ଗଳ ରାଶି ପରିବର୍ତ୍ତନ କରିବେ। ଶୁକ୍ରର ରାଶି ପରିବର୍ତ୍ତନ ବି ଏହି ମାସରେ ହେବ। ଶୁକ୍ର ନିଜର ରାସ ୨୭ ଫେବୃଆରୀକୁ ବଦଳାଇ। ଏହା ଛଡା ଶନି ଏବଂ ବୁଧ ଫେବୃଆରୀରେ ମକର ରାଶିରେ ରହିବେ।

ବୁଧ ୪ ଫେବୃଆରୀରୁ ମାର୍ଗୀ ହୋଇଯିବ। ଗ୍ରହ ମାନଙ୍କର ସ୍ଥିତି ଏହି ମାସ ଏହି କିଛି ରାଶି ମାନଙ୍କ ପାଇଁ ସୁନ୍ଦର ରହିବ। କିଛି ରାଶିର ଲୋକ ଏହି ମାସରେ ଧନର ମାଲାମାଲ ହୋଇଯିବେ। ୨୦୨୨ ରେ କିଛି ଶୁଭ ସଂଯୋଗ ବନୁଛି। ୨୦୨୨ ରେ ସର୍ବ ସିଦ୍ଧି ଯୋଗ ଏବଂ ୨୩ ଦିନ ଅମୃତ ସିଦ୍ଧି ଯୋଗ ରହିବ। ତେବେ ପ୍ରତ୍ୟକ ମାସରେ ୮ ରୁ ୧୦ ଦିନ ଯାଏଁ ବିଶେଷ ଦିନ ରହିବ। କିନ୍ତୁ ଫେବୃଆରୀ ମାସଟି ୧୧ ଦିନ ପର୍ଯ୍ୟନ୍ତ ବହୁତ ଭଲ ରହିବ। ଏହି ଶୁଭ ଯୋଗ କାରଣରୁ ଏହି ୬ଟି ରାଶିର ଜାତକଙ୍କ ଭାଗ୍ୟ ବଦଳିଯିବ। ତେବେ ଆସନ୍ତୁ ସେହି ୬ ଟି ରାଶି ବିଷୟରେ ଜାଣିବା।

ମେଷ ରାଶି। ଏହି ରାଶିର ଜାତକଙ୍କ ଭାଗ୍ୟ ପୁରା ବଦଳିଯିବ। ଅନେକ ଜାଗାରେ ଦଜ୍ଞ ଲାଭ ହେବ। ଏହି ମାସରେ ଏହି ରାଶିର ଜାତକ ପାଇଁ ବହୁତ ଭଲ ରହିବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ବହୁତ ଅନୁକୂଳ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଏହି ରାଶିର ଜାତକଙ୍କୁ ପଦନ୍ନତି ମିଳିପାରେ। ପରିଶ୍ରମର ପୁରା ଫଳ ମିଳିବ।

ବୃହସ୍ପତିର ସ୍ଥିତି ମେଷ ରାଶିର ଜାତକଙ୍କ ପାଇଁ ଶୁଭ ରହିବ। ମଙ୍ଗଳ ଗ୍ରହ ୧୬ ଜାନୁଆରୀରେ ମିଥୁନ ରାଶିରେ ପ୍ରବେଶ କରିସାରିଛି। ମଙ୍ଗଳର ପ୍ରଭାବ ଆପଣଙ୍କ ଆର୍ଥିକ ଦିଗକୁ ଉନ୍ନତ କର8ବସହିତ ଏହି ଗୋଚରର ପ୍ରଭାବ ଏହି ରାଶିର ଜାତକଙ୍କ ପାଇଁ ସକରାତ୍ମକ ରହିବ। ଅଟକି ରହିଥିବା ଧନ ଆପଣଙ୍କୁ ପ୍ରାପ୍ତ ହେବ। ଘରେ ମାଙ୍ଗଳିକ କାର୍ଯ୍ୟ ଶେଷ ହେବ। କେବଳ ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ।

କନ୍ୟା ରାଶି। ଏହି ରାଶିର ଜାତକଙ୍କୁ କାରବାରରେ ସଫଳତା ମିଳିବ। ଭାଇ ବନ୍ଧୁଙ୍କର ସହଯୋଗ ମିଳିବ କିନ୍ତୁ ପରିଶ୍ରମ ଅଧିକ ରହିବ। ଘର ପରିବାରରେ ମାଙ୍ଗଳିକ କାର୍ଯ୍ୟ ହେବ। ବସ୍ତ୍ର ଆଦି ଉପହାରରେ ମିଳିବ। ଚାକିରୀରେ ପରିବର୍ତ୍ତନ ସହିତ ଅନ୍ୟ ସ୍ଥାନକୁ ଯିବାକୁ ପଡିବ। ଅନେକ କ୍ଷେତ୍ରରେ ଲାଭ ମିଳିବ। ମାତୃ ସୁଖ ବାହାନ ସୁଖ ଏବଂ ସନ୍ତାନ ସୁଖର ଵୃଦ୍ଧି ହେବ। ଚାକିରୀରେ ସିନିୟର ମାନଙ୍କର ସହଯୋଗ ପ୍ରାପ୍ତ ହେବ।

ଧନ ନିବେଶ କରିବା ପାଇଁ ଚାହୁଁଛନ୍ତି ତେବେ ବିଜନେସ ବ୍ୟାପାର ଏବଂ ଜମି ବାଡ଼ିରେ କରି ପାରିବେ ଭଲ ଲାଭ ମିଳିବ। ଏହି ମାସରେ ଆପଣ କୌଣସି ମହତ୍ୱପୂର୍ଣ୍ଣ ନିର୍ଣ୍ଣୟ ନେବେ। ବିବାହ ଯୋଗ୍ୟ ଜାତକଙ୍କ ପାଇଁ ବିବାହର ଯୋଗ ରହିଛି। ଘର ପରିବାରରେ ମଙ୍ଗଳମୟ ବାତାବରଣ ରହିବ। ସନ୍ତାନ ସୁଖ ମିଳିବ। ଶୁଭ କାର୍ଯ୍ୟରେ ଖର୍ଚ୍ଚ ହେବ କିନ୍ତୁ ସେତିକି ସୁଖ ମଧ୍ୟ ମିଳିବ।

ତୁଳା ରାଶି। ଏହି ରାଶିର ଜାତକଙ୍କ ପାଇଁ ଫେବୃଆରୀ୨୦୨୨ ସଫଳତା ନେଇକି ଆସିବ। କିଛି ମହତ୍ୱପୂର୍ଣ୍ଣ ଲାଭ ମିଳିବ। କାରବାରରେ ସଫଳତା ମିଳିବ। ଗୁରୁ ପ୍ରଭାବରୁ ଏହି ରାଶିର ଜାତକଙ୍କୁ ବ୍ୟାପାରରେ କ୍ୟାରୀୟରେ ଆମଦାନୀରେ ବୃଦ୍ଧିର ଯୋଗ ବନୁଛି। ଅଲଗା ଅଲଗା ଜାଗାରେ ଆପଣଙ୍କୁ କାମ ମିଳିପାରେ। ଏହି ସମୟରେ ନୂତନ କାର୍ଯ୍ୟ ମଧ୍ୟ ଆପଣ ଗ୍ରହଣ କରିପାରନ୍ତି। ଏହି ରାଶିର ଲୋକେ ଅଧିକ ପରିଶ୍ରମ କରିବେ। ସବୁ କାମକୁ ନେଇ ଆଗ୍ରହ ଆସିବ।

ସୁର୍ଯ୍ୟ ପଞ୍ଚମ ଭାଗରେ ରହିବ କାରଣରୁ ସରକାରୀ କ୍ଷେତ୍ରରେ ଲାଭ ହେବ। ୨୨ ଫେବୃଆରୀ ପର୍ଯ୍ୟନ୍ତ ଶନିଙ୍କର ପୀଡା ହଇରାଣ କରିପାରିବ ନାହିଁ କିନ୍ତୁ ଗାଡି ଚଲାଇବା ସମୟରେ ସାବଧାନ ରୁହନ୍ତୁ। ଆପଣଙ୍କର ମନ ଇଛା ଯାହା ଦବି ଯାଇଥିଲା ତାହା ପୁଣି ଜୀବିତ ହୋଇ ଉଠିବ। ଶିକ୍ଷା କ୍ଷେତ୍ରରେ ଆପଣ ସଫଳତା ହାସଲ କରିବେ। ସ୍ୱାସ୍ଥ୍ୟ ପ୍ରତି ସାବଧାନତା ରୁହନ୍ତୁ। ସୁର୍ଯ୍ୟ ଏବଂ ଶନି ଚତୁର୍ଥ ଭାଗରେ ଏବଂ ରାହୁଅଷ୍ଟମ ଭାଗରେ ରହି କାରଣରୁ ଆପଣ ଛୋଟ ମୋଟ ବିମାରରେ ପଡିପାରନ୍ତି। ତେଣୁ ଆପଣ ମା ଦୁର୍ଗାଙ୍କ ଚାଳିସା ପାଠ କରନ୍ତୁ। ଆଉ ମା ଲକ୍ଷ୍ମୀଙ୍କୁ ଲାଲ ଫୁଲ ଅର୍ପଣ କରନ୍ତୁ

ମକର ରାଶି। ଏହି ରାଶିର ଜାତକଙ୍କ ପାଇଁ ଏବେ ଅପାର ଧନ ପ୍ରାପ୍ତ ହେବ। ଏ ପର୍ଯ୍ୟନ୍ତ ଆପଣଙ୍କର ଯାହା ସବୁ ଅସୁବିଧା ରହୁଥିଲା ସେଥିରେ ସୁଧାର ଦେଖିବାକୁ ମିଳିବ। କାର୍ଯ୍ୟରେ ସଫଳତା ମିଳିବ କିନ୍ତୁ କାର୍ଯ୍ୟକୁ ପ୍ରାଥମିକତା ଦେଇ ତାକୁ ସମ୍ପୂର୍ଣ୍ଣ କରନ୍ତୁ। ଶନିମହାରାଜ ଏବଂ ଭଗବାନ ହନୁମାନଙ୍କ ଭକ୍ତିରେ ଲିନ ରୁହନ୍ତୁ। ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ।

ଘରେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗ ଦାନ କରିବେ। ଏହି ମାସରେ ଏହି ରାଶିର ଲୋକଙ୍କୁ ଶନିଙ୍କ ପୀଡ଼ାରୁ ମୁକ୍ତି ମିଳିବ। କାର୍ଯ୍ୟରେ ଆସୁଥିବା ବାଧା ବିଘ୍ନ ଦୂର ହେବ। କାର୍ଯ୍ୟ କ୍ଷେତ୍ରରେ ମାନ ସମ୍ମାନ ମିଳିବ। ସାମାଜିକ ରାଜନୈତିକ କ୍ଷେତ୍ରରେ ଜଡିତ ରହୁଥିଲେ ଭଲ ଲାଭ ମିଳିବ। ଅଧୁରା କାର୍ଯ୍ୟକୁ ପୁରା କରିବେ।

କୁମ୍ଭ ରାଶି। ଏହି ରାଶିର ଜାତକଙ୍କ ଭାଗ୍ୟ ଏହି ୨୦୨୨ ଫେବୃଆରୀ ମାସରେ ବଦଳିବାକୁ ଯାଉଛି। ଲାଭର ଅନେକ ଯୋଗ ବନୁଛି। ଏହି ମାସରେ ଚାକିରୀ ଏବଂ ବ୍ୟାପାର ଦୁଇଟି ଯାକ ଦୃଷ୍ଟିକୋଣରୁ ଭଲ ରହିବ। ଆପଣଙ୍କ କାର୍ଯ୍ୟରେ ପ୍ରଶଂସା ଦେଖିବାକୁ ମିଳିବ। ବ୍ୟାପାରରେ ଅପାର ସଫଳତା ମିଳିବ। ନୂତନ କାର୍ଯ୍ୟର ଆରମ୍ଭ କରିପାରିବେ। ଶନି ଅସ୍ତ ହେବା କାରଣରୁ ଶନିଙ୍କ ପୀଡ଼ାରୁ ମୁକ୍ତି ମିଳିବ।

ଅଟକି ରହିଥିବା କାର୍ଯ୍ୟ ପୂର୍ଣ୍ଣ ହେବ। ହଠାତ ଧନ ପ୍ରାପ୍ତିର ଯୋଗ ବନୁଛି କିନ୍ତୁ ଆପଣ କେବଳ ଭାଗ୍ୟ ଉପରେ ନିର୍ଭର କରନ୍ତୁ ନାହିଁ ନିଜେ ପରିଶ୍ରମ କରନ୍ତୁ। ଏହି ମାସରେ ଆପଣଙ୍କୁ ବନ୍ଧୁ ବର୍ଗଙ୍କର ସହଯୋଗ ମିଳିବ। ଆପଣଙ୍କୁ ପ୍ରତ୍ୟକ କାର୍ଯ୍ୟରେ ସଫଳତା ମିଳିବ। ଆପଣ ଧନରେ ମାଲାମାଲ ହେବେ। କେବଳ ଦାମ୍ପତ୍ୟ ଜୀବନରେ ଟିକେ ସାଵଧାନତା ରଖିବାକୁ ପଡିବ।

ମିଥୁନ ରାଶି। ଏହି ରାଶିର ଜାତକଙ୍କ ପାଇଁ ଏହି ୨୦୨୨ର ଫେବୃଆରୀ ମାସ ବହୁତ ହିଁ ଶୁଭ ରହିବ। ଏହି ମାସରେ ଆପଣଙ୍କର ଭାଗ୍ୟ ଉଦୟ ହେବ। ଧନବାନ ବନିବାର ଆପଣଙ୍କୁ କେହି ଅଟକାଇ ପାରିବେ ନାହିଁ। ଏହି ମାସରେ ଗୁରୁଙ୍କର ସ୍ଥିତି ଆପଣଙ୍କ ପାଇଁ ଶୁଭ ରହିବ। ତାଙ୍କର ଶୁଭ ସ୍ଥିତି ଯୋଗୁ ବ୍ୟାପାରରେ ଲାଭ ମିଳିବ। ବିଦ୍ୟାର୍ଥୀଙ୍କୁ ପ୍ରତିଯୋଗୀ ସଫଳତା ମିଳିବ। ବ୍ୟାପାରରେ ମିତ୍ରଙ୍କର ସହଯୋଗ ମିଳିବ। ୨୨ ଫେବୃଆରୀ ପର୍ଯ୍ୟନ୍ତ ଆପଣଙ୍କୁ ଶନିଙ୍କର ପୀଡା ଦେଖିବାକୁ ମିଳିବ ନାହିଁ। ଅଟକି ରହିଥିବା ଧନ ପ୍ରାପ୍ତ ହେବ। ଆପଣ ଏହି ମାସରେ ଧନରେ ମାଲାମାଲ ହେବାକୁ ଯାଉଛନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *