Excuse Me Odisha

ଯାହା କହିବୁ ସତ କହିବୁ

ପୂଜା ଘରେ ଏମିତି ଘଣ୍ଟି ଭୁଲରେ ବି ରଖନ୍ତୁ ନାହିଁ। ସୃଷ୍ଟି ହୋଇଥାଏ ନକରାତ୍ମକ ଉର୍ଜା !

ସେୟାର୍ କରନ୍ତୁ

ପ୍ରତିଦିନ ପୂଜା କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହୋଇଥାଏ। ସୁଖ ଦୁଃଖ ତ ଆମ ସମସ୍ତଙ୍କ ଜୀବନରେ ଏକ ଭିନ୍ନ ଅଂଶ ଅଟେ। କିନ୍ତୁ ଆମେ ଗୋଟେ ଭଲ ଜୀବନ ବଞ୍ଚୁଛେ ତ ଏହା ଭଗବାନଙ୍କ କୃପା ଭାବି ତାଙ୍କର ଧନ୍ୟବାଦ ଦେବା ଆମର ପରମ କର୍ତ୍ତବ୍ୟ ହୋଇଥାଏ। ଆଉ ଏହି ଧନ୍ୟବାଦ ଦେବା ପାଇଁ ଆମେ ତାଙ୍କର ନୀତିନିୟମ ଏବଂ ପୁରା ଭକ୍ତିରେ ପୂଜା କରିଥାଉ। ଏଥିପାଇଁ ପୂଜାପାଠ ଧାର୍ମିକ କାର୍ଯ୍ୟ ଆମର ଜୀବନରେ ଏକ ଅଭିନ୍ନ ଅଙ୍ଗ ହୋଇଥାଏ।

ନୀତିନିୟମରେ ପୂଜା କରିବା ସମୟରେ ଆମେ ଯାହାବି ପୂଜା ସାମଗ୍ରୀ ବ୍ୟବହାର ପାଇଁ ଆଣିଥାଉ ଏବଂ ପୂଜା କରିବା ସମୟରେ ଯେଉଁ ଜିନିଷର ପ୍ରୟୋଗ କରିଥାଉ ଯେମିତିକି ଭଗବାନଙ୍କୁ ସ୍ନାନ କରାଇବା ତାଙ୍କ ବସ୍ତ୍ର କୁମକୁମ ଅଷ୍ଟଗନ୍ଧ ଏବଂ ଚନ୍ଦନ ଲଗାଇବାର ପାତ୍ର ପୂଜା ଜିନିଷ ରଖିବାର ଥାଳି ପ୍ରସାଦ ଥାଳି ଏହିସବୁ ପ୍ରୟୋଗ କରିବା ପରେ ବି କିଛି ନିୟମ ଥାଏ ଯାହାର ପାଳନ କରିବା ନିହାତି ଆବଶ୍ୟକ ଅଟେ। ତେବେ ଯାଇ ଆମର ପୂଜାର କୌଣସି ମହତ୍ୱ ଏବଂ ଅର୍ଥ ଥାଏ।

ପୂଜାପାଠ କରିବାର ସାମାନ୍ୟ ନିୟମ ଆମେ ସମସ୍ତେ ଜାଣିଛୁ କିନ୍ତୁ ଆଜି ଆମେ ଜାଣିବା ପୂଜା କରିବା ସମୟରେ ଆମକୁ କେଉଁ ବିଶେଷ କଥା ଏବଂ ନିୟମର ପାଳନ କରିବା ଉଚିତ। କେଉଁ ବସ୍ତୁ କେଉଁଠି ରଖିବା ଉଚିତ ଏହା ସହିତ ଏହା ବି ଜାଣିବା ପୂଜା କରିବା ସମୟରେ ବିଶେଷ ରୂପରେ ବ୍ୟବହାର କରୁଥିବା ଘଣ୍ଟିର ମହତ୍ୱ ରହିଥାଏ। ଯଦି ଆପଣଙ୍କ ପାଖରେ ସମୟର ଅଭାବ ଅଛି ତ ଠିକ ଅଛି କିନ୍ତୁ ସପ୍ତାହରେ ଅତି କମରେ ଥରେ ତ ଭଗବାନଙ୍କର ପୂଜା କରିବା ଉଚିତ।

ପୂଜା କରିବା ସମୟରେ ସବୁଠାରୁ ପ୍ରଥମେ ଭଗବାନଙ୍କର ଆବାହନ କରିବା ଉଚିତ। ଏହାପରେ ଆସନ ଏବଂ ଅଦ୍ୟ ଇତ୍ୟାଦି ୧୬ କ୍ରିୟା ଅଛି କ୍ରମଶଃ କରିବା ଉଚିତ।

ସମସ୍ତ କ୍ରିୟା କରିବା ପରେ ଆଳତି ନିଶ୍ଚୟ କରିବା ଉଚିତ ଏବଂ ଏହାପରେ ଭଗବାନଙ୍କୁ ନୈବେଦ୍ୟ ଅର୍ପଣ କରିବା ପରେ ପ୍ରଣାମ କରିବା ଉଚିତ।

ପୂଜା କରିବା ସମୟରେ ସବୁବେଳେ ଆସନ ଉପରେ ବସି ହିଁ ପୂଜା କରିବା ଉଚିତ। କିନ୍ତୁ ଏହା ବି ଧ୍ୟାନ ଦେବେ ଦେବତାଙ୍କ ଆସନ ଆମ ଆସନ ପାଖରୁ ଉଚ୍ଚ ହେବା ଉଚିତ।

ପ୍ରତିଦିନ ସକାଳ ସନ୍ଧ୍ୟାରେ ଭଗବାନଙ୍କ ସାମ୍ନାରେ ଦୀପ ଅବଶ୍ୟ ଜଳେଇବା ଉଚିତ। ଧ୍ୟାନ ରଖନ୍ତୁ ତେଲର ଦୀପ ସବୁବେଳେ ଭଗବାନଙ୍କ ବାମ ସାଇଟରେ ଏବଂ ଘିଅର ଦୀପ ଭଗବାନଙ୍କ ଡାହାଣ ସାଇଟରେ ରଖିବେ।

ପୂଜା ଘରେ ଶଙ୍ଖ ଘଣ୍ଟି ଏବଂ କଳସ ରଖିବା ସମୟରେ ତାଙ୍କର ନିର୍ଧାରିତ ଜାଗାର ସବୁବେଳେ ଧ୍ୟାନ ରଖିବେ। ଯେମିତି ଶଙ୍ଖ ସବୁବେଳେ ଭଗବାନଙ୍କ ବାମ ସାଇଟରେ ରଖିବେ, ଘଣ୍ଟି ଭଗବାନଙ୍କ ଡାହାଣ ସାଇଟରେ ରଖିବେ। ତଥା କଳସ ସବୁବେଳେ ଭଗବାନଙ୍କ ଡାହାଣ ସାଇଟରେ ରଖିବା ଉଚିତ। କଳସରେ ସବୁବେଳେ ପାଣି ଭରି କରି ରଖନ୍ତୁ ଏବଂ ସବୁ ତମ୍ବା ସୁନା କିମ୍ବା ରୂପାର ଏହି ଧାତୁର କଳସ ପ୍ରୟୋଗ କରିବା ଉଚିତ। କେବେବି ଲୁହା ପ୍ଲାଷ୍ଟିକ କିମ୍ବା ଷ୍ଟିଲର କଳସ ପୂଜାପାଠରେ ପ୍ରୟୋଗ କରିବା ଉଚିତ ନୁହେଁ।

ଭଗବାନଙ୍କୁ କୁମକୁମ ଲଗେଇବା ସମୟରେ ସବୁବେଳେ ନିଜର ଅନାମିକା ଆଙ୍ଗୁଳିର ପ୍ରୟୋଗ କରନ୍ତୁ। ଏହାର କାରଣ ଏହା ଅଟେ ଆଙ୍ଗୁଳିର ସମ୍ବଦ୍ଧ ଆମର ଆତ୍ମା ସହିତ ହୋଇଥାଏ। ତର୍ଜନୀ ଆଙ୍ଗୁଳି ଆମର ପିତୃ ସହିତ। ମଧ୍ୟମାର ସମ୍ବଦ୍ଧ ଆମର ନିଜ ସହିତ ଅନାମିକାର ସମ୍ବଦ୍ଧ ଦେବତାଙ୍କ ସହିତ ଆଉ ସବୁଠାରୁ ଛୋଟ ଆଙ୍ଗୁଳିର ସମ୍ବଦ୍ଧ ମୁନି ଋଷି ମାନଙ୍କ ସହିତ ଅଟେ। ଅନାମିକା ଆଙ୍ଗୁଳିର ପ୍ରୟୋଗ କରିବା ଉଚିତ। ଆସନ୍ତୁ ଜାଣିବା ପୂଜା ଘରର ଘଣ୍ଟିର କଣ ମହତ୍ୱ ଅଛି।

ପ୍ରଥମ କଥା। ଘଣ୍ଟିର ଶବ୍ଦରେ ଧ୍ଵନି ବାହାରି ଥାଏ ଆଉ ହିନ୍ଦୁ ଧର୍ମରେ ଧ୍ଵନିର ବହୁତ ମହତ୍ୱ ରହିଥାଏ। ଏମିତି ମାନ୍ୟତା ଅଛି ଯେବେ ସୃଷ୍ଟିର ଆରମ୍ଭ ହୋଇଥିଲା ତ ସେତେବେଳେ ପ୍ରଥମେ ଧ୍ଵନିର ହିଁ ନାମ ହୋଇଥିଲା। ଏହା ସହିତ ଧ୍ୱନୀରେ ଓଁର ଶବ୍ଦ ଶୁଣାଯାଇଥିଲା। ଘଣ୍ଟିର ଶବ୍ଦକୁ ଏହି ଧ୍ୱନିର ପ୍ରତୀକ ମାନାଯାଏ।

ଦ୍ୱିତୀୟ କଥା। ମନ୍ଦିରରେ ସବୁବେଳେ ଘଣ୍ଟିର ପ୍ରୟୋଗ କରାଯାଏ। ଯାହାକୁ ଘଣ୍ଟା କୁହାଯାଏ। ଯେଉଁ ଘଣ୍ଟିର ପ୍ରୟୋଗ କରିଥାଉ ଯାହାକୁ ଗରୁଡ଼ ଘଣ୍ଟି କୁହାଯାଏ। ଗରୁଡ଼ ଭଗବାନ ବିଷ୍ଣୁଙ୍କର ବାହନ ମାନାଯାଏ।

ତୃତୀୟ କଥା। ଘଣ୍ଟି ସବୁବେଳେ ଶକ୍ତ ଧାତୁରେ ତିଆରି ହୋଇଥାଏ। ଘଣ୍ଟି ବଜାଇଲେ ତାର ଯେଉଁ ଶବ୍ଦର ତରଙ୍ଗ ବାହାରିଥାଏ ତାହା ବହୁତ ଶୁଭ ଏବଂ ପବିତ୍ର ଉର୍ଜା ମାନାଯାଏ।ଯାହା ଆମ ଶରୀରରେ ସବୁ ଚକ୍ର ଜାଗ୍ରତ ହୋଇଥାଏ। ଆମର ମସ୍ତିଷ୍କ ସକରାତ୍ମକ ବିଚାର କରିବାକୁ ଲାଗିଥାଏ। ଆଉ ବାତାବରଣର ସବୁ ନକରାତ୍ମକ ଉର୍ଜା ନଷ୍ଟ ହୋଇଯାଇଥାଏ।

ଚତୁର୍ଥରେ। ଆମେ ସବୁବେଳେ ଆଳତୀ କରିବା ସମୟରେ ହିଁ ଘଣ୍ଟି ବଜାଇଥାଉ ଆଉ ଆମେ ଅଧିକାଂଶ ଲୋକଙ୍କୁ ଏହା ଜଣାଅଛି ଯେ ଘଣ୍ଟି କେବଳ ଆଳତୀ କରିବା ସମୟରେ ହିଁ ବଜାଇବା ଉଚିତ। କିନ୍ତୁ ପୁରାଣ ଅନୁସାରେ ବିଭିନ୍ନ ଅବସରରେ ଘଣ୍ଟି ବଜାଇବାକୁ କୁହାଯାଇଛି। ଯେମିତିକି ନୈବେଦ୍ୟ ଅର୍ପଣ କରିବା ସମୟରେ। ଭଗବାନଙ୍କୁ ସ୍ନାନ କରାଇବା ସମୟରେ ଘଣ୍ଟି ଅବଶ୍ୟ ବଜାଇବା ଉଚିତ।

ପଞ୍ଚମ କଥା। ପୂଜା କରିବା ସମୟରେ ସବୁବେଳେ ଘଣ୍ଟିକୁ ଧୋଇ ସବୁଠାରୁ ପ୍ରଥମେ ଘଣ୍ଟିର ପୂଜା କରନ୍ତୁ। ପୂଜାର ଆରମ୍ଭରେ ଘଣ୍ଟି ବଜାଇବା ଉଚିତ। ଏହାର ଅର୍ଥ ଆପଣ ଦେବତା ମାନଙ୍କର ଆବାହନ କରୁଛନ୍ତି ଆଉ ତାଙ୍କୁ ପୂଜା ସ୍ଥଳରେ ସାକ୍ଷତ ଉପସ୍ଥିତ ରହିବାରପ୍ରାର୍ଥନା କରୁଛନ୍ତି।

ଷଷ୍ଠରେ। ଭଗବାନଙ୍କୁ ସ୍ନାନ କରାଇବା ସମୟରେ ଘଣ୍ଟି ବଜାନ୍ତୁ। ଭଗବାନଙ୍କୁ ବସ୍ତ୍ର ପିନ୍ଧାଇ ତାଙ୍କୁ ୧୬ ସିଙ୍ଗାର କରିବା ସମୟରେ ଘଣ୍ଟି ବଜାନ୍ତୁ। ଭଗବାନଙ୍କୁ ଧୂପ ଦୀପ ଦେବା ସମୟରେ ଘଣ୍ଟି ବଜାଇବା ଉଚିତ। ଭଗବାନଙ୍କୁ ଭୋଗ ଲଗେବା ସମୟରେ ଘଣ୍ଟି ବଜାଇବା ଉଚିତ। ଭଗବାନଙ୍କର ଆଳତୀ କରିବା ସମୟରେ ବି ଘଣ୍ଟି ବଜାଇବା ଉଚିତ। ଏମିତି ବିଭିନ୍ନ ଅବସରରେ ଘଣ୍ଟି ବଜାଇବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *