Excuse Me Odisha

ଯାହା କହିବୁ ସତ କହିବୁ

ବୁଧବାର ଦିନ ଭୁଲରେ ବି କରନ୍ତୁ ନାହିଁ ଏହି ୫ କାମ,ନହେଲେ ହୋଇଯିବ କାଙ୍ଗାଳ !

ସେୟାର୍ କରନ୍ତୁ

ବନ୍ଧୁଗଣ ସଂସାରର ଦୁଃଖକୁ ଦୂର କରିବା ପାଇଁ ସବୁ ସମସ୍ୟାର ଅନ୍ତ କରିବା ପାଇଁ ଆର୍ଥିକ ଅବସ୍ଥାରୁ ମୁକ୍ତି ପାଇଁ ଆମେ ଭଗବାନ ଗଣେଶଙ୍କର ପୂଜାକୁ ସର୍ବତମ ମାନିଥାଉ। ଗଣେଶଙ୍କର ମୂର୍ତି ଲୋକେ ହସ୍ପିଟାଲ ଏବଂ ଗାଡ଼ିରେ ଲଗାଇଥାନ୍ତି। କାହିଁକିନା ଭଗବାନ ଗଣେଶ ସମସ୍ତ କଷ୍ଟକୁ ଦୂର କରିଥାନ୍ତି। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା କୁହାଯାଏ। ଯେବେବି ଦୁଃଖରେ ଥିବେ ତ ଭଗବାନ ଗଣେଶଙ୍କର ନାମ ନିଶ୍ଚୟ ନେବେ। ଦେଖିବେ ଆପଣଙ୍କର ସମସ୍ତ ଦୁଃଖ ଦୂର ହୋଇଯିବ।

ଶାସ୍ତ୍ର ଅନୁସାରେ ବୁଧବାର ଦିନ ଭଗବାନ ଗଣେଶଙ୍କର ବ୍ରତ ରଖିବା ଦ୍ୱାରା ସେହି ବ୍ୟକ୍ତି କେବେବି ଦୁଃଖୀ ରହିନଥାଏ। ତାଙ୍କ ପରିବାର ଉପରେ ସର୍ବଦା ଭଗବାନ ଶିବଙ୍କର ଆଶୀର୍ବାଦ ବନି ରହିଥାଏ। ବୁଧ ବାର ଦିନ ବ୍ରତ ଧାରୀଙ୍କୁ ତୁଳସୀଙ୍କର ଦର୍ଶନ କଲେ ପାପ ଲାଗିଥାଏ। ଗଣେଶ ଭଗବାନଙ୍କ ପୂଜାରେ ତୁଳସୀର ପ୍ରୟୋଗ କରାଯାଏ ନାହିଁ। ଏମିତିରେ ତୁଳସୀ ପାଖରେ ଭଗବାନ ଗଣେଶଙ୍କର ଫୋଟ ରଖିବା ପାପ ହୋଇଥାଏ। ବୁଧବାର ଦିନ ବ୍ରତ ଧାରୀଙ୍କୁ ଚନ୍ଦ୍ରମାଙ୍କୁ ଦେଖିବା ବି ମହାପାପ ମାନାଯାଇଥାଏ ଏବଂ ବ୍ରତ ଭାଙ୍ଗି ଯାଇଥାଏ।

ବୁଧବାର ଦିନ ଯଦି ବ୍ରତ ରଖୁଛନ୍ତି ତେବେ ସେହି ଦିନ ମାଂସ ମଦର ପ୍ରୟୋଗ କରିବା ଉଚିତ ନୁହେଁ। ଏହା ଦ୍ବାରା ବୁଧ ଗ୍ରହ ଅଶାନ୍ତ ହୋଇଥାନ୍ତି। ଖାସ କରି ବୁଧବାର ଦିନ ବ୍ରତ ଧାରୀଙ୍କୁ ସ୍ତ୍ରୀ ଠାରୁ ଦୂରତା ରଖିବା ଉଚିତ ନଚେତ ଭଗବାନ ଗଣେଶ କ୍ରୋଧିତ ହୋଇପାରନ୍ତି।

ବୁଧବାର ଦିନ ବ୍ରତଧାରୀଙ୍କୁ ଭଗବାନ ଗଣେଶଙ୍କର ପୂଜାପାଠ କରିବା ଉଚିତ। ଏହି ଦିନ ଏମିତି କୌଣସି ଭୁଲ କାର୍ଯ୍ୟ କରିବେ ନାହିଁ ଯାହା ଦ୍ୱାରା ବ୍ରତ ଭାଙ୍ଗିଯିବ।

ବନ୍ଧୁଗଣ ବୁଧବାର ଦିନ ଭୁଲରେ ମଧ୍ୟ କୌଣସି କିନ୍ନରଙ୍କ ଅପମାନ କରନ୍ତୁ ନାହିଁ। କାରଣ କିନ୍ନରଙ୍କ ସମ୍ବଦ୍ଧ ବୁଧ ଗ୍ରହ ସହିତ ରହିଛି। କିନ୍ନର ମାନଙ୍କର ଅପମାନ କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡିପାରେ।

ବୁଧବାର ଦିନ ପାନ ଖାଇବେ ନାହିଁ।

ବୁଧବାର ଦିନ ବ୍ରତ ଧାରୀଙ୍କୁ ନୂତନ କପଡା ପିନ୍ଧିବା କିମ୍ବା କିଣିବା ଉଚିତ ନୁହେଁ।

ବୁଧବାର ଦିନ ମେକପ ଆଦି ଜିନିଷ କିଣିବା ଉଚିତ ନୁହେଁ।

ବୁଧବାର ଦିନ କୌଣସି ଝିଅର ଅପମାନ କରନ୍ତୁ ନାହିଁ। ତା ସହିତ ଚୁଟି ସହିତ ଜଡିତ କୌଣସି ଜିନିଷ କିଣନ୍ତୁ ନାହିଁ। ଯେମିତି ପାନିଆ ବ୍ରସ ଇତ୍ୟାଦି।

ବ୍ରତଧାରୀଙ୍କୁ ଟୁଥପେଷ୍ଟ କିମ୍ବା କୌଣସି କେମିକାଲ ଜିନିଷରେ ଦାନ୍ତ ଘୋଷିବା ଉଚିତ ନୁହେଁ।

ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ କରନ୍ତୁ ଏହି ଉପାୟ।

ବୁଧବାର ଦିନ ଅଭାବୀ ବ୍ୟକ୍ତିଙ୍କୁ ମୁଗ ପାଳଙ୍ଗ ଶାଗ ତଥା ସବୁଜ ପରିବା ଦାନ କରନ୍ତୁ।

ଛୋଟ ପିଲାଙ୍କୁ ଖଟା ମିଠା ଚକଲେଟ ଖୁଆନ୍ତୁ।

ବୁଧବାର ଦିନ ସବୁଜ ରଙ୍ଗର ଆସନ ଉପରେ ବସି ମନ୍ତ୍ରର ଜପ କରନ୍ତୁ। ବ୍ରତଧାରୀ ହଳଦିଆ ରଙ୍ଗର ବସ୍ତ୍ର ପିନ୍ଧନ୍ତୁ।

ପକ୍ଷୀମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ। ପଶୁ ମାନଙ୍କୁ ମନ ପସନ୍ଦର ଖାଦ୍ୟ ଦିଅନ୍ତୁ।

କନ୍ୟା ମାନଙ୍କର ଚରଣକୁ ଛୁଅନ୍ତୁ।

ଏମିତି ମାନ୍ୟତା ଅଛି ସବୁ ଗ୍ରହ ଶାନ୍ତ ହୋଇଥାନ୍ତି ତ ଆପେ ଆପେ ବ୍ୟକ୍ତି ରାଜା ବନିଯିବେ।

ବନ୍ଧୁଗଣ ଆପଣଙ୍କୁ କିଛି ଉପାୟ ଜଣେଇବୁ ଯାହାକୁ ଆପଣ ବୁଧବାର ଦିନ କରିପାରିବେ।

ସପ୍ତାହର ବୁଧବାର ଦିନକୁ ଭଗବାନ ଗଣେଶଙ୍କର ଦିନ ମାନାଯାଏ। ଭଗବାନ ଗଣେଶଙ୍କୁ ବିଘ୍ନ ହର୍ତା ପାଳନ ହାର ମାନାଯାଏ। ବନ୍ଧୁଗଣ ହିନ୍ଦୁ ଧର୍ମରେ ପ୍ରମୁଖ ଦେବୀ ଦେବତା ମାନଙ୍କ ମଧ୍ୟରୁ ସର୍ବପ୍ରଥମେ ଭଗବାନ ଗଣେଶଙ୍କର ପୂଜା କରାଯାଏ। ଭଗବାନ ଗଣେଶଙ୍କୁ ଆଧ୍ୟାତ୍ମିକ ସିଦ୍ଧି ପାଇଁ ସବୁଠାରୁ ପ୍ରଥମେ ପୂଜା କରାଯାଏ। ବୁଧବାର ଦିନ ଭଗବାନ ଗଣେଶଙ୍କର ପୂଜା ପବିତ୍ର ମନରେ କରିବା ଦ୍ୱାରା ସବୁ ମନସ୍କାମନା ପୁରଣ ହୋଇଥାଏ। ଏହା ସହିତ ଯଦି ଆପଣଙ୍କ କୁଣ୍ଡଳୀରେ ବୁଧ ଗ୍ରହ ଅଶୁଭ ସ୍ଥିତିରେ ଥିବେ ତ ଏହି ଦିନ ପୂଜା କଲେ ବୁଧ ଗ୍ରହବି ଶାନ୍ତ ହୋଇଯାଇଥାନ୍ତି।

ବୁଧବାର ଭଗବାନ ଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ଉପାୟ।

ଯଦି ଆପଣଙ୍କ ଘରେ ନକରାତ୍ମକ ଉର୍ଜାର ଭଣ୍ଡାର ଅଛି ଆଉ ଆପଣ ବହୁତ ଉପାୟ କଲା ପରେ ମଧ୍ୟ କୌଣସି ଲାଭ ମିଳୁନାହିଁ ତ ବୁଧବାର ଦିନ ନିଜ ଘରେ ଭଗବାନ ଗଣେଶଙ୍କର ଧଳା ରଙ୍ଗର ମୂର୍ତିର ସ୍ଥାପନା କରନ୍ତୁ। ଏମିତି କରିଲେ ଆପଣଙ୍କ ଘରର ସବୁ ନକରାତ୍ମକ ଉର୍ଜା ଘରୁ ବାହାରି ଯିବ। ଏହା ସହିତ ଆପଣଙ୍କ ଘରର କେବେବି କୌଣସି ଖରାପ ଶକ୍ତିର ପ୍ରଭାବ ପଡିବ ନାହିଁ।

ଆପଣ ଏହିଦିନ ଭଗବାନ ଗଣେଶଙ୍କର ପୂଜା ନୀତିନିୟମରେ କରିବା ପରେ ଗୁଡ଼ ଏବଂ ଘିଅର ଭୋଗ ଲଗାନ୍ତୁ। ଏହାର କିଛି ସମୟ ପରେ ସବୁ ଭୋଗ ଗାଈକୁ ଖୁଆଇଦିଅନ୍ତୁ। ଏହା ଦ୍ବାରା ଆପଣଙ୍କୁ ବହୁତ ଲାଭ ମିଳିବ।

ଯଦି ଆପଣଙ୍କ ଘରେ ସବୁବେଳେ ଝଗଡା ହେଉଛି ଯେଉଁ କାରଣରୁ ଆପଣଙ୍କ ପରିବାର କେବେବି ସୁଖୀ ରହେନାହିଁ ଏଥିପାଇଁ ଆପଣ ବୁଧବାର ଦିନ ଦୁବ ଭଗବାନ ଗଣେଶଙ୍କୁ ଅର୍ପଣ କରନ୍ତୁ। ଏହା ସହିତ ନୀତିନିୟମର ସହିତ ପୂଜା କରନ୍ତୁ। ଘରେ ସୁଖ ସମୃଦ୍ଧି ଆକର୍ଷିତ ହୋଇଯିବ।

ଯଦି ଆପଣଙ୍କ ଜୀବନରେ ବହୁତ ସମସ୍ୟା ଅଛି ତେବେ ବୁଧବାର ଦିନ ହାତୀକୁ ଘାସ ଖୁଆନ୍ତୁ। ଯଦି ହାତୀ ନମିଳେ ଗାଈକୁ ବି ଖୁଆଇ ପାରିବେ। ଏହା ଦ୍ବାରା ଆପଣଙ୍କ ଜୀବନରେ ସମସ୍ୟା ଦୂର ହୋଇଯିବ।

ବୁଧବାର ଦିନ ସକାଳୁ ଉଠି ସ୍ନାନ କରି ଭଗବାନ ଗଣେଶଙ୍କ ସାମ୍ନାରେ ଗୋଟେ କଂସା ଥାଳି ନେଇ ସେଥିରେ ଚନ୍ଦନ ନେଇ ଓଁ ଗଣପତେୟ ନମଃ ଲେଖନ୍ତୁ। ଏବଂ ୫ ଟି ବୁନ୍ଦିଆ ଲଡୁ ରଖନ୍ତୁ। ଏହା ପରେ ଏହି ଥାଳିକୁ କୌଣସି ଗଣେଶ ମନ୍ଦିରରେ ଦାନ କରିଦିଅନ୍ତୁ। ଏହା ଦ୍ୱାରା ଅଚାନକ ଧନ ଲାଭ ହେବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *