Excuse Me Odisha

ଯାହା କହିବୁ ସତ କହିବୁ

ଭଲ ସମୟ ଆସିବା ପୂର୍ବରୁ ପ୍ରଥମେ ମହାଦେବ ଦେଇଥାନ୍ତି ଏହି ୭ ଟି ସଂକେତ । କେବଳ ସୋମବାର ଦିନକୁ ହିଁ ମିଳିଥାଏ ।

ସେୟାର୍ କରନ୍ତୁ

ଯଦି ଆପଣଙ୍କୁ ସୋମବାର ଦିନ ଏହି ୭ ଟି ସଂକେତ ମିଳୁଛି ତେବେ ଦେବା ଦେବ ମହାଦେବ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଆଉ ଆପଣଙ୍କ ଖରାପ ସମୟ ଦୂର ହେବାକୁ ଯାଉଛି ଏବଂ ଆପଣଙ୍କ ଜୀବନରେ ଭଲ ସମୟ ଆସିବାର ସଂକେତ ମିଳିଥାଏ। ଦେବଦେଵ ମହାଦେବ ଏହି ସମସ୍ତ ସଂସାରରେ କୋଣ ଅନୁକୋଣରେ ବାସ କରିଥାନ୍ତି। ଶିବ ହିଁ ଆଦି ଅଟନ୍ତି ଶିବ ହିଁ ଅନନ୍ତ ଅଟନ୍ତି। ଶିବ ହିଁ ପାଳନ କର୍ତା ଶିବ ହିଁ ସଂହାର କର୍ତା ଅଟନ୍ତି।

ଭଗବାନ ଶିବ ନିଜର ଭକ୍ତଙ୍କର ରକ୍ଷା କରିବା ପାଇଁ ରୁଦ୍ର ରୂପ ବି ଧାରଣ କରିଥାନ୍ତି। କେବେ କେବେ ସୃଷ୍ଟିର ରକ୍ଷା ହେତୁ ବିଷର ପାନ ବି କରନ୍ତି। କେବେ ଗୁରୁ ରୂପରେ ସମସ୍ତ ସଂସାରକୁ ଜ୍ଞାନ ଦେଇଥାନ୍ତି ତ ଏକ ବୈରାଗୀ ରୂପରେ ସେ ନିଜର ଭକ୍ତଙ୍କ ମଧ୍ୟରେ ସ୍ଵୟଂ ଆସି ରହିଥାନ୍ତି ଏବଂ ଭଗବାନ ଶିବଙ୍କର ମହିମା ଅପାର ଅଟେ। ଭଗବାନ ଶିବଙ୍କୁ ଭୋଳାନାଥ ବି କୁହନ୍ତି। କାହିଁକିନା ସେ ନିଜର ଭକ୍ତର କୌଣସି ପ୍ରକାରର ଭେଦ ଭାବ ଦେଖିନଥାନ୍ତି। ଯେଉଁ ଭକ୍ତ ସଚା ମନରେ ଭଗବାନ ଶିବଙ୍କର ଆରୋଧନା କରିଥାଏ ସେ ତାଙ୍କର ମନସ୍କାମନା ନିଶ୍ଚୟ ପୂରଣ କରିଥାନ୍ତି ସେ ଭକ୍ତ ଦାନବ ହୁଅନ୍ତୁ କିମ୍ବା ମାନବ।

ଦେବତା ହିଅନ୍ତୁ କି ପଶୁ ସେ ସମସ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି। ସୋମବାର ଭଗବାନ ଶିବଙ୍କର ଆରାଧନାର ଦିନ ହୋଇଥାଏ। ଏହି ଦିନ ଭଗବାନ ଶିବ ଶକ୍ତି ରୂପରେ ସବୁ ଶିବ ମନ୍ଦିରରେ ରହିଥାନ୍ତି ଆଉ ନିଜର ଭକ୍ତ ଉପରେ କୃପା ବର୍ଷା କରିଥାନ୍ତି। ଏଥିପାଇଁ ଶିବ ପୁରାଣରେ ସୋମବାର ଦିନକୁ ଭଗବାନ ଶିଵଙ୍କର ପୂଜା କରିବାର ବିଧାନ କରାଯାଇଛି। ଯିଏ ବି ସଚା ମନରେ ଭଗବାନ ଶିବ ଲିଙ୍ଗଙ୍କୁ ପୂଜା କରିଥାଏ ଶିବଙ୍କୁ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରିଥାଏ କ୍ଷୀର ଏବଂ ଜଳରେ ତାଙ୍କର ଅଭିଷେକ କରିଥାନ୍ତି ଭଗବାନ ଶିବ ଏମିତି ବ୍ୟକ୍ତି ଉପରେ ନିଜର କୃପାଦୃଷ୍ଟି ସର୍ବଦା ବନାଇ ରଖିଥାନ୍ତି। ଆଉ ତାଙ୍କର ଆସୁଥିବା ସଂକଟକୁ ଦୂର କରିଥାନ୍ତି।

ଭଗବାନ ଶିବ ଯେତେବେଳେ ନିଜର ଭକ୍ତ ଉପରେ ପ୍ରସନ୍ନ ହୋଇଥାନ୍ତି ତ ତାକୁ ସୋମବାର ଦିନ ଏହିସବୁ ସଂକେତ ମିଳିଥାଏ ତ ତାକୁ ବୁଝିନେବା ଉଚିତ କି ଭଗବାନ ଶିବ ତାଙ୍କ ଉପରେ ପ୍ରସନ୍ନ ଅଛନ୍ତି। ଆଉ ଶୀଘ୍ର ତାଙ୍କ ଜୀବନରେ ଖରାପ ସମୟ ଦୂର ହେବାକୁ ଯାଉଛି। ଆଉ ତାଙ୍କର ଭଲ ଦିନ ଆସିବାକୁ ଯାଉଛି। ସଂକେତ ପଶୁପକ୍ଷୀ ଦ୍ଵାରା ପ୍ରକୃତି ଦ୍ୱାରା ଆଉ ସଚା ଭକ୍ତ ଦ୍ବାରା ବି ମିଳିଥାଏ। ଏଥିପାଇଁ ଆସନ୍ତୁ ଏହି ସଂକେତ ବିଷୟରେ ଜାଣିନେବା।

ପ୍ରଥମ ସଂକେତ। ବ୍ରହ୍ମ ମୁହୂର୍ତ୍ତରେ ଚନ୍ଦ୍ରମାର ଦର୍ଶନ। ଯଦି ସୋମବାର ଦିନ କୌଣସି ବ୍ୟକ୍ତିର ନିଦ ବ୍ରହ୍ମ ମୁହୂର୍ତ୍ତରେ ଅଚାନକ ଭାଙ୍ଗି ଯାଉଛି ଆଉ ଉଠି ଆସି ଯଦି ଚନ୍ଦ୍ରମାର ଦର୍ଶନ ହୋଇଯାଏ ତ ଏହାକୁ ଶୁଭ ସଂକେତ ମାନାଯାଏ। ସେହି ଭକ୍ତର ଭକ୍ତିରେ ଭଗବାନ ଶିବ ପ୍ରସନ୍ନ ଅଛନ୍ତି। ଆଉ ତାକୁ ଜଲଦି ହିଁ ଶୀଘ୍ର କିଛି ଭଲ ସଂକେତ ମିଳିଥାଏ। ଚନ୍ଦ୍ରମା ଭଗବାନ ଶିବଙ୍କର ମସ୍ତକରେ ଥାନ୍ତି। ଏଥିପାଇଁ ବ୍ରହ୍ମ ମୁହୂର୍ତ୍ତରେ ଚନ୍ଦ୍ରମାର ଦର୍ଶନ ହେବା ଅତ୍ୟଧିକ ଶୁଭ ସଂକେତ ହୋଇଥାଏ।

ଦ୍ୱିତୀୟ ସଂକେତ। ଧଳା ଶଣ୍ଢର ଦର୍ଶନ। ସୋମବାର ଦିନ ଯଦି ଆପଣ କୌଣସି କାର୍ଯ୍ୟ ପାଇଁ ଘରୁ ବାହାରକୁ ବାହାରି ଯାଉଥାନ୍ତି ଆଉ ଆପଣଙ୍କୁ ରାସ୍ତାରେ ଧଳା ରଙ୍ଗର ଶଣ୍ଢର ଦର୍ଶନ ହୋଇଯାଏ ତ ଏହା ଭଗବାନ ଶିବଙ୍କର ସଂକେତ ମାନାଯାଏ। ଭଗବାନ ଶିବ ଆପଣଙ୍କ ଉପରେ ବହୁତ ଅଧିକ ପ୍ରସନ୍ନ ହୋଇଥାନ୍ତି। ନନ୍ଦି ଭଗବାନ ଶିବଙ୍କର ବାହାନ ଅଟେ। ଏଥିପାଇଁ ନନ୍ଦିର ଦର୍ଶନ ହେବା ଆପଣଙ୍କ ଜୀବନରେ ଭଲ ହେବାର ସଂକେତ ଅଟେ। ଭଗବାନ ଶିବଙ୍କ କୃପାରୁ ଆପଣଙ୍କୁ ସେହି କାର୍ଯ୍ୟର ସଫଳ କରିବେ।

ତୃତୀୟ ସଂକେତ। ନାଗ ଦେବତାଙ୍କ ଦର୍ଶନ। ଭଗବାନ ଶିବ ନିଜ ଗଳାରେ ନାଗ ସାପ ଧାରଣ କରିଥାନ୍ତି। ଭଗବାନ ଶିବଙ୍କୁ ନାଗ ବହୁତ ପସନ୍ଦ। ଏଥିପାଇଁ ଯଦି ଆପଣ ସୋମବାର ଦିନ ନାଗ ସାପର ଦର୍ଶନ ହୋଇଯାଏ ତ ଏହାକୁ ଶୁଭ ସଂକେତ ମାନାଯାଏ। ଭଗବାନ ଶିବ ଆପଣଙ୍କ ପୂଜାରେ ପ୍ରସନ୍ନ ଅଟନ୍ତି। ନାଗ ସାପର ଦର୍ଶନ ହେବା ଆପଣଙ୍କ ଆର୍ଥିକ ଉନ୍ନତିର ସଂକେତ ମିଳିଥାଏ। ଜଲଦି ଆପଣଙ୍କର ଦାରିଦ୍ର୍ୟତାର ଅନ୍ତ ହେବାକୁ ଯାଉଛି। ଆଉ ଆପଣ ନିଜ ଜୀବନରେ ବହୁତ ଧନ ପ୍ରାପ୍ତ କରିବେ।

ଚତୁର୍ଥ ସଂକେତ। ଏକାନ୍ତରେ ସ୍ତ୍ରୀ ଏବଂ ପୁରୁଷଙ୍କୁ ଦେଖିବା। ଯଦି ସୋମବାର ଦିନ କୌଣସି ପତି-ପତ୍ନୀ କୌଣସି ଏକାନ୍ତ ସ୍ଥାନ ଉପରେ ବସି କଥା ହେଉଥିବାର ଦେଖନ୍ତି ତ ଏହାକୁ ବି ଶୁଭ ସଂକେତ ମାନାଯାଇଛି। ଏହା ସାକ୍ଷତ ମା ପାର୍ବତୀ ଏବଂ ଭଗବାନ ଶିବଙ୍କର ଦର୍ଶନ ସହିତ ସମାନ ଅଟେ। ଆଉ ଆପଣ ଯେଉଁ କାମରେ ବାହାରି ଥିବେ ସେହି କାମରେ ନିଶ୍ଚୟ ସଫଳତା ପ୍ରାପ୍ତ ହେବ।

ପଞ୍ଚମ ସଂକେତ। କଳା କୁକୁର। ସୋମବାର ଦିନ ଘରକୁ କଳା କୁକୁର ଆସିବା ଅତ୍ୟନ୍ତ ଶୁଭ ସଂକେତ ମଧ୍ୟରୁ ଗୋଟେ ମାନାଯାଇଛି। ସବୁ ପ୍ରକାରର ନକରାତ୍ମକତାର ଅନ୍ତ ହେବ। ଏହି ସଂକେତ ମିଳିଥାଏ କି ଆପଣଙ୍କର ସବୁ ଖରାପ ସମୟ ଏବେ ଅନ୍ତ ହୋଇ ସାରିଛି। ଆଉ ଆପଣଙ୍କର ଭଲ ସମୟ ଆସିବାର ସଂକେତ ମିଳିଥାଏ।

ଷଷ୍ଠ ସଂକେତ। ଭରା ହୋଇଥିବା ପାଣି। ଯଦି ଆପଣ କୌଣସି କାମରେ ବହାରକୁ ଯାଉଛନ୍ତି ଆଉ ଆପଣଙ୍କ ରାସ୍ତାରେ ପାଣିର ଭର୍ତ୍ତି ପାତ୍ର କିମ୍ବା କ୍ଷୀର ଭର୍ତି ପାତ୍ରର ଦର୍ଶନ ହୋଇଯାଏ ତ ଏହା ଅତ୍ୟନ୍ତ ଶୁଭ ମାନାଯାଏ। ଆପଣ ଯେଉଁ କାମରେ ଯାଉଥିବେ ସେହି କାମରେ ଆପଣଙ୍କୁ ସଫଳତା ମିଳିବ।

ସପ୍ତମ ସଂକେତ। ଭସ୍ମ। ଯଦି ସୋମବାର ଦିନ କୌଣସି ଭସ୍ମ ଲଗେଇ ହୋଇଥିବା ସାଧୁ ସନ୍ଥଙ୍କର ଦର୍ଶନ ହୋଇଯାଏ କିମ୍ବା କୌଣସି ସ୍ଥାନରେ ଭସ୍ମର ଦର୍ଶନ ହୋଇଯାଏ ତ ଏହାକୁ ବି ଶୁଭ ସଂକେତ ମାନାଯାଏ। ସୋମବାର ଦିନ ଆପଣ ଭସ୍ମ ଲଗେଇ ଘରୁ ବାହାରିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ସୋମବାର ଦିନ ଭସ୍ମ ଲଗେଇ ଘରୁ ବାହାରିବାର ସଂକେତ ଏହା ଅଟେ କି ଆପଣଙ୍କ ଜୀବନରେ ଆସିବାକୁ ଥିବା କୌଣସି ବଡ଼ ସଂକଟ ଦୂର ହେବାକୁ ଯାଉଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *