Excuse Me Odisha

ଯାହା କହିବୁ ସତ କହିବୁ

ଏହି ମନ୍ଦିରକୁ କୁହାଯାଏ ନର୍କ ଦ୍ଵାର, ଥରେ ଯିଏ ଭିତରକୁ ଯାଏ ସେ ଆଉ ଫେରେନା,ଜାଣନ୍ତୁ ଏହି ମନ୍ଦିର ବିଷୟରେ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ବିଶ୍ବରେ ଅନେକ ରହସ୍ୟମୟ ସ୍ଥାନ ଗୁଡ଼ିକ ରହିଛି। ସେଗୁଡିକ ବିଷୟରେ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।ସମସ୍ତେ ନିଜ ମନର ଶାନ୍ତି ପାଇଁ ଏବଂ ନିଜର ମନସ୍କାମନା ପୂରଣ କରିବା ପାଇଁ ମନ୍ଦିର ଯାଇଥାନ୍ତି। କିନ୍ତୁ କଣ ଆପଣ କେବେ ମନ୍ଦିର ଯାଇ କାହାର ମୃତ୍ୟୁ ହୋଇଥିବାର ଶୁଣିଛନ୍ତି କି? କିନ୍ତୁ ଏହା ସତ୍ୟ ଅଟେ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ବିଶ୍ବରେ ଏପରି ଏକ ମନ୍ଦିର ରହିଛି, ଯେଉଁ ସ୍ଥାନକୁ ଯିବା ଦ୍ବାରା ନିଶ୍ଚିତ ଭାବରେ ମୃତ୍ୟୁ ହୋଇଥାଏ। ଏହି ମନ୍ଦିର ତୁର୍କୀର ଏକ ପ୍ରାଚୀନ ସହର ହିରାପୋଲିସରେ ରହିଛି। ଯଦି କୌଣସି ବ୍ୟକ୍ତି ଏହି ମନ୍ଦିର ଭିତରକୁ ଯାଇଥାନ୍ତି, ତାହେଲେ ସେ କେବେବି ଜୀବିତ ଫେରି ନଥାନ୍ତି। ସେଥିପାଇଁ ସେହି ମନ୍ଦିରକୁ “ଗେଟୱେ ଟୁ ହେଲ୍” ବା ନର୍କର ଦ୍ଵାର ବୋଲି କୁହାଯାଇଥାଏ।

ତେଣୁ ଏହି ମନ୍ଦିରକୁ ଲୋକମାନେ ଯିବାକୁ ସାହାସ କରନ୍ତି ନାହିଁ। ତେବେ ଏହି ମନ୍ଦିରରେ ଏପରି କଣ ରହିଛି, ଯାହାଦ୍ଵାରା ଲୋକେ ଏହା ଭିତରକୁ ଯିବା ଦ୍ଵାରା ଜୀବିତ ଫେରୁ ନାହାଁନ୍ତି।ଆସନ୍ତୁ ଏହି ରହସ୍ୟମୟ ମନ୍ଦିର ବିଷୟରେ ଜାଣିବା।

ରିପୋର୍ଟ ଅନୁସାରେ, ଗତ କିଛି ବର୍ଷ ମଧ୍ୟରେ ଏହି ମନ୍ଦିର ଭିତରକୁ ଯାଉଥିବା ସମସ୍ତ ଲୋକଙ୍କର ରହସ୍ୟମୟ ଭାବରେ ମୃତ୍ୟୁ ଘଟିଥିଲା। ତେଣୁ ଏହି ସ୍ଥାନକୁ “ନର୍କର ଦ୍ଵାର” ବୋଲି କୁହାଗଲା।ସ୍ଥାନୀୟ ଲୋକ ମାନଙ୍କ ମତରେ ଗ୍ରୀକୋ-ରୋମାନ୍ ସମୟରେ ମନ୍ଦିର ପରିଦର୍ଶନ କରୁଥିବା ଲୋକ ମାନଙ୍କର ମୁଣ୍ଡ କାଟି ଦିଆଯାଇଥିଲା।ଏହି ଘଟଣାର ରହସ୍ୟ ଜଣା ପଡିଲା ନାହିଁ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗ୍ରୀକ୍ ଇଶ୍ୱରଙ୍କ ଅଭିଶାପ ପଡ଼ିଥିବାରୁ ଏଭଳି ରହସ୍ୟମୟ ଘଟଣା ଘଟୁଛି।

କିନ୍ତୁ ବର୍ତ୍ତମାନ ବୈଜ୍ଞାନିକ ମାନଙ୍କର ଗବେଷଣା ଅନୁସାରେ ସେହି ମନ୍ଦିରରୁ କାର୍ବନ ଡାଇଅକ୍ସାଇଡ୍ ଭଳି ବିଷାକ୍ତ ଗ୍ୟାସ୍ ବାହାରିଥାଏ ବୋଲି ଜଣା ପଡିଛି। ଯାହାଦ୍ଵାରା ମଣିଷ,ପଶୁ ଏବଂ ପକ୍ଷୀମାନେ ମନ୍ଦିର ଭିତରକୁ ପ୍ରବେଶ କରିବା ପରେ, ସେମାନଙ୍କର ମୃତ୍ୟୁ ହୋଇ ଯାଇଥାଏ।ମନ୍ଦିର ତଳେ ଥିବା ଗୁମ୍ଫାରେ ପ୍ରଚୁର ପରିମାଣରେ କାର୍ବନ ଡାଇଅକ୍ସାଇଡ୍ ଗ୍ୟାସ ଭରି ରହିଛି।

ବିଷାକ୍ତ ଗ୍ୟାସ କାର୍ବନ ଡାଇଅକ୍ସାଇଡର ୧୦ ପ୍ରତିଶତ ଏକ୍ସପୋଜରରୁ ଜଣେ ବ୍ୟକ୍ତି ୩୦ ମିନିଟ ମଧ୍ୟରେ ମରିପାରେ। ପୁଣି ଏହି ମନ୍ଦିରର ଗୁମ୍ଫା ଭିତରେ କାର୍ବନ ଡାଇଅକ୍ସାଇଡର ପରିମାଣ ୯୧ ପ୍ରତିଶତ ରହିଛି।ତେଣୁ ଏଠାକୁ ଆସୁଥିବା ପ୍ରତ୍ୟେକ ଜୀବଜନ୍ତୁ ମରି ଯାଇଥାନ୍ତି ଏବଂ ଏହି ସ୍ଥାନକୁ “ନର୍କର ଦ୍ୱାର” ବୋଲି କୁହାଯାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *