Excuse Me Odisha

ଯାହା କହିବୁ ସତ କହିବୁ

ନୂଆ ବ୍ୟବସାୟ ଆରମ୍ଭ କରୁଛନ୍ତି କି ? ତା ହେଲେ ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ୬ ଗୋଟି ଉପଦେଶ ପାଳନ କରନ୍ତୁ, ନିଶ୍ଚିତ ପାଇବେ ସୁଫଳ।

ସେୟାର୍ କରନ୍ତୁ

ଆଜିର ଦୁନିଆରେ ଯୁବପିଢି ଅନ୍ୟର ଦାସ ହୋଇ ଚାକିରି କରିବାକୁ ପସନ୍ଦ କରୁ ନାହାନ୍ତି। ସେମାନେ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ଅଧିକ ପସନ୍ଦ କରୁଛନ୍ତି। ଏହି ବ୍ୟବସାୟକୁ ଆରମ୍ଭ କରିବା ପାଇଁ ଆପଣଙ୍କୁ କିଛି ଖାସ୍ କଥା ଉପରେ ଧ୍ୟାନ ରଖିବାକୁ ପଡ଼ିବ। ଯଦି ଆପଣ ଠିକ୍ ଭାବରେ ପ୍ରସ୍ତୁତ ନଥିବେ, ତାହେଲେ ଆପଣଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡିପାରେ ଏବଂ ନିବେଶ କରିଥିବା ସମସ୍ତ ଟଙ୍କା ବୁଡି ଯାଇପାରେ।

ଆପଣ ମାନଙ୍କୁ ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ଆଚାର୍ଯ୍ୟ ଚାଣକ୍ୟଙ୍କର କିଛି ଖାସ୍ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ। ପୁରାତନ ଯୁଗରେ ଆଚାର୍ଯ୍ୟ ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ। ଅର୍ଥଶାସ୍ତ୍ରରେ ତାଙ୍କର ଅଗାଧ୍ୟ ପାଣ୍ଡିତ୍ୟ ଥିଲା। ସେ ତାଙ୍କ ଜୀବନର ଅନୁଭବରୁ ନୀତି ଗ୍ରନ୍ଥ ଲେଖିଥିଲେ। ତାଙ୍କ ନୀତି ଗ୍ରନ୍ଥରେ ମଣିଷ ନିଜ ଜୀବନକୁ କିପରି ଭାବରେ ସରଳ ଏବଂ ସୁଖମୟ କରି ପାରିବ, ସେହି ବିଷୟରେ ବର୍ଣ୍ଣନା କରାଯାଇଛି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା

ସକାରାତ୍ମକ ଚିନ୍ତାଧାରା ରଖନ୍ତୁ –

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ମନୁଷ୍ୟକୁ ସର୍ବଦା ସକାରାତ୍ମକ ଚିନ୍ତାଧାରା ରଖିବା ଉଚିତ। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବା ପୂର୍ବରୁ ସକାରାତ୍ମକ ବିଚାର କରନ୍ତୁ। ଏହାଦ୍ଵାରା ଆପଣଙ୍କ ମନ ସ୍ଥିର ରହିବ ଏବଂ କୌଣସି କାର୍ଯ୍ୟ କରିବା ପାଇଁ ଧର୍ଯ୍ୟ ଓ କ୍ଷମତା ପ୍ରଦାନ କରିବ।

ନିଜକୁ ଭଲଭାବରେ ପରଖି ନିଅନ୍ତୁ –

ସ୍ବପ୍ନ ଦେଖିବା ଏବଂ ତାହାକୁ ପୂରଣ କରିବା ମଧ୍ୟରେ ବହୁତ ପାର୍ଥକ୍ୟ ରହିଥାଏ। କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ନିଜକୁ ଭଲଭାବରେ ପରଖି ନିଅନ୍ତୁ ଯେ ଆପଣ ସେହି କାର୍ଯ୍ୟ କରିବାକୁ ସକ୍ଷମ କି ନୁହେଁ। ଏହାଦ୍ଵାରା ଆପଣଙ୍କୁ ଅନେକ କିଛି ଶିଖିବାକୁ ମିଳିବ ଏବଂ ପରେ ଆପଣ ନୂଆ ବ୍ୟବସାୟ ଆରମ୍ଭ କରି ପାରିବେ।

ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ –

ବ୍ୟବସାୟିକ ସ୍ଥଳରେ ସମ୍ପର୍କ ଓ ବ୍ୟବହାର ସବୁକିଛି ହୋଇଥାଏ। ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହେଲେ ପ୍ରଥମେ ଆପଣଙ୍କୁ ସମସ୍ତଙ୍କ ସହିତ ଉତ୍ତମ ବ୍ୟବହାର କରିବା ଆବଶ୍ୟକ। ଆପଣ ସର୍ବଦା ନିଜ କ୍ରୋଧ ଏବଂ ବାଣୀକୁ ନିୟନ୍ତ୍ରଣ କରିବା ଉଚିତ। ସମସ୍ତଙ୍କ ସହିତ ସ୍ନେହ ଓ ସମ୍ମାନର ସହିତ ବାର୍ତ୍ତାଳାପ କରନ୍ତୁ। ଅନ୍ୟମାନଙ୍କ ସହିତ ଶତ୍ରୁତା ଭାବ ରଖନ୍ତୁ ନାହିଁ।

କିଛି କଥା ଗୁପ୍ତ ରଖନ୍ତୁ –

ଯଦି ଆପଣ କୌଣସି ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି ଏବଂ ଆପଣଙ୍କ ପାଖରେ କିଛି ଉତ୍ତମ ଯୋଜନା ରହିଛି, ତାହେଲେ ଏହାକୁ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ।ନିଜର ବିଚାର ନିଜ ମଧ୍ୟରେ ସୀମିତ ରଖନ୍ତୁ, ନଚେତ ହୁଏତ ଅନ୍ୟମାନେ ଆପଣଙ୍କ ଯୋଜନାର ଫାଇଦା ଉଠାଇ ନେଇ ପାରନ୍ତି।

କଠିନ ପରିସ୍ଥିତିକୁ ସାମ୍ନା କରନ୍ତୁ –

ବ୍ୟବସାୟରେ ସଫଳତା ହାସଲ କରିବା ପାଇଁ ଆପଣଙ୍କୁ ଅନେକ କଠିନ ପରିସ୍ଥିତି ସହିତ ସାମ୍ନା କରିବାକୁ ପଡ଼ିବ। ଏଥିପାଇଁ ଭୟଭୀତ ନହୋଇ ଆଗକୁ ବଢନ୍ତୁ। କୌଣସି ବଡ଼ ନିଷ୍ପତ୍ତି ନେବା ପାଇଁ ମାନସିକ ରୂପରେ ସର୍ବଦା ପ୍ରସ୍ତୁତ ରୁହନ୍ତୁ।

ଯାଞ୍ଚ କରନ୍ତୁ –

ଆପଣ ଯେଉଁ ବ୍ୟବସାୟ ଆରମ୍ଭ କରିବାକୁ ଯାଉଛନ୍ତି, ପ୍ରଥମେ ସେହି ବିଷୟକୁ ନେଇ ଭଲଭାବରେ ଯାଞ୍ଚ କରି ନିଅନ୍ତୁ। ମାର୍କେଟରେ ପ୍ରତିଦ୍ବନ୍ଦିତା, କାର୍ଯ୍ୟ ପ୍ରଣାଳୀ, ମାର୍କେଟିଂ ଯୋଜନା ବିଷୟରେ ଅବଗତ ହୋଇ ଭଲଭାବରେ ବୁଝି ନିଅନ୍ତୁ।ତାପରେ ବ୍ୟବସାୟ କରିବା ପାଇଁ ନିଷ୍ପତ୍ତି ନେଇ ପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *