Excuse Me Odisha

ଯାହା କହିବୁ ସତ କହିବୁ

ଘରକୁ ଗରିବୀ ଆଣିଥାଏ ଏହି ୫ ଟି ଜିନିଷ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରକୁ ଗରିବୀ ଆଣିଥାଏ ଏହି ୫ ଟି ଜିନିଷ।

ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଆପଣ ଗରିବ ହେବାର କାରଣ ଆପଣଙ୍କ ଭିତରେ ଲୁଚି ରହିଥିବା ଏହି ଅଭ୍ୟାସ ଅଟେ। ଯେଉଁ କାରଣରୁ ଆପଣଙ୍କ ପାଖରେ ଧନ କେବେବି ଲୁଚି ରହେନାହିଁ। ଖାସ କରି ମହିଳା ମାନେ ଏଭଳି ଭୁଲ କରନ୍ତୁ ନାହିଁ।

ବନ୍ଧୁଗଣ ଆମର ଅଭ୍ୟାସ ହିଁ ଆମର ବ୍ୟକ୍ତିତ୍ୱ ଏବଂ ଅନୁଭବର ଆଇନା ହୋଇଥାଏ। କୌଣସି ଘରର ଖୁସି ପାଇଁ ସେହି ଘରର ସଦସ୍ୟଙ୍କର ଅଭ୍ୟାସ ବହୁତ ଅଧିକ ମହତ୍ୱ ରଖିଥାଏ। ଇଶ୍ୱରଙ୍କ ପୂଜାର୍ଚ୍ଚନା କରିବା ଦ୍ୱାରା ଆମର ଅଭ୍ୟାସ ସବୁଠାରୁ ଅଧିକ ସେହି ଅଭ୍ୟାସ ଠାରୁ ଗୋଟେ। ପୂଜାପାଠ ଆମ ଜୀବନର ମହତ୍ୱପୂର୍ଣ୍ଣ ଏବଂ ଅଭିନ୍ନ ଭାଗ ହୋଇଥାଏ। ପ୍ରତ୍ୟକ ଘରେ ପ୍ରତିଦିନ ପୂଜାପାଠ ହେବା ଉଚିତ। ସବୁବେଳେ ନହେଉ କିନ୍ତୁ ଦିନରେ ଥରେ ଭଗବାନଙ୍କର ଆରୋଧନା କରନ୍ତୁ ତାଙ୍କ ପ୍ରତି ଭକ୍ତି ଭାବ ପ୍ରକଟ କରିବା ଆମ ସମସ୍ତଙ୍କର କର୍ତ୍ତବ୍ୟ ହୋଇଥାଏ।

ଭଗବାନଙ୍କ ଆରୋଧନା କଲେ ମାନସିକ ଶାନ୍ତି ତ ଆମକୁ ମିଳିଥାଏ ତା ସହିତ ଆମ ପରିବାରରେ ସୁଖ ଆନନ୍ଦ ମିଳିଥାଏ। ଜୀବନରେ ଟଙ୍କା ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ। ମା ଲକ୍ଷ୍ମୀଙ୍କର କୃପା ଆମ ସମସ୍ତଙ୍କର ଜୀବନ ପାଇଁ ବହୁତ ମହତ୍ୱପୂର୍ଣ୍ଣ ଅଟେ। ମା ଲକ୍ଷ୍ମୀ ଯାହା ଉପରେ ନିଜର କୃପା ବର୍ଷା କରିଥାନ୍ତି ସେହି ଘରେ କେବେବି ଦରିଦ୍ରତା ଆସିନଥାଏ କିନ୍ତୁ ଅନେକ ଥର ଏମିତି ହୋଇଥାଏ ଲୋକେ ବହୁତ ଅଧିକ ପରିଶ୍ରମ କରିଥାନ୍ତି କିନ୍ତୁ ଏହା ପରେ ବି ତାଙ୍କୁ ସଫଳତା ମିଳିନଥାଏ ଲୋକଙ୍କୁ ଏହାର କାରଣ ଜଣା ନଥାଏ। କିନ୍ତୁ ସତ୍ୟ ଏହା ଅଟେ ଆମର କିଛି ଭୁଲ ଅଭ୍ୟାସର ଆମକୁ ଅନୁଭବ ନଥାଏ ଆଉ ମା ଲକ୍ଷ୍ମୀଙ୍କ କୃପା ଠାରୁ ସବୁଦିନ ପାଇଁ ଆମେ ବଞ୍ଚିତ ହୋଇଥାଉ। ଆମ ହାତକୁ ପଇସା ଆସେ ନାହିଁ କିମ୍ବା ଆମର ପଇସା ବିନା କାରଣରେ ପାଣି ଭଳି ଭାସି ଯାଇଥାଏ।

ଯେଉଁ ଘରେ ମା ଲକ୍ଷ୍ମୀଙ୍କର ସମ୍ମାନ ହୋଇଥାଏ ସେହିଠାରେ ସ3 ରହିବାକୁ ପସନ୍ଦ କରିଥାନ୍ତି। ଯେଉଁ ଘରର ସଦସ୍ୟଙ୍କର ଖରାପ ଅଭ୍ୟାସ ଯୋଗୁ ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ ସେହି ଘରକୁ ମା ଲକ୍ଷ୍ମୀ କେବେବି ପ୍ରବେଶ କରନ୍ତି ନାହିଁ ବରଂ ସେହି ଘରକୁ ଦୁଃଖ ଏବଂ ଦାରିଦ୍ର୍ୟତା ଆସିବାକୁ କେହିବି ଅଟକାଇ ପାରିବେ ନାହିଁ। ଆଜି ଆମେ ଜାଣିବା ମନୁଷ୍ୟଙ୍କର ଯେଉଁ ଅଭ୍ୟାସ ଥାଏ ଯେଉଁଥି ପାଇଁ ମା ଲକ୍ଷ୍ମୀଙ୍କର ସମ୍ମାନ ହୋଇଥାଏ ଆଉ କେଉଁ ଖରାପ ଅଭ୍ୟାସ ଅଛି ଯେଉଁଥି ପାଇଁ ମା ଲକ୍ଷ୍ମୀ ଆମ ଉପରେ ରାଗି ଆମର ଘର ଛାଡ଼ି ଚାଲିଯାଇଥାନ୍ତି। ତେବେ ଆସନ୍ତୁ ଜାଣିବା ମା ଲକ୍ଷ୍ମୀ ଆମ ଉପରେ କେମିତି ପ୍ରସନ୍ନ ହେବେ

ପ୍ରଥମ କଥା। ଯେଉଁ ଘରେ ସକାଳେ ସନ୍ଧ୍ୟା ଭଗବାନଙ୍କ ସାମ୍ନାରେ ଦୀପ ଜଳାଯାଏ ପୂଜା କରାଯାଏ ଆଉ ଭଗବାନଙ୍କର ନାମ ସ୍ମରଣ କରାଯାଏ ସେହି ଘର ଉପରେ ଭଗବାନଙ୍କର କୃପା ରହିଥାଏ। ଏହା ସହିତ ମା ଲକ୍ଷ୍ମୀଙ୍କର ପ୍ରତି ତୁଳସୀ ଗଛକୁ ବି ନିଜ ଘରର ଅଗଣାରେ ରଖନ୍ତୁ। ଆଉ ତାର ପ୍ରତିଦିନ ପୂଜା କରନ୍ତୁ ଏବଂ ସନ୍ଧ୍ୟା ସମୟରେ ଦୀପ ଅବଶ୍ୟ ଜଳାନ୍ତୁ।

ଦ୍ୱିତୀୟ କଥା। ଶୁକ୍ରବାରକୁ ବିଶେଷ ରୂପରେ ମା ଲକ୍ଷ୍ମୀଙ୍କର ଦିନ ମାନାଯାଏ। କାହିଁକିନା ଶୁକ୍ରବାର ମା ଲକ୍ଷ୍ମୀଙ୍କରପ୍ରିୟ ଦିନ ଅଟେ। ଏଥିପାଇଁ ଶୁକ୍ରବାର ଦିନ ଲକ୍ଷ୍ମୀଙ୍କୁ ଭକ୍ତିରେ ଏବଂ ବିଧିବିଧାନ ଭାବରେ ପୂଜା କରାଯାଏ। ଏହା ଦ୍ବାରା ମାଲକ୍ଷ୍ମୀ ଆମ ଉପରେ ପ୍ରସନ୍ନ ହୋଇ ଆମର ସମସ୍ତ ମନସ୍କାମନା ପୂରଣ କରିଥାନ୍ତି।

ତୃତୀୟ କଥା। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ତରଣ କିମ୍ବା ରଙ୍ଗୋଲି ସଜେଇ କରି ରଖନ୍ତୁ। ମୁଖ୍ୟ ଦ୍ୱାର ଏବଂ ଆଖପାଖରେ ସର୍ବଦା ପରିଷ୍କାର କରି ରଖନ୍ତୁ। ଘରର ଆଖପାଖରେ ଚପଲ ଜୁତା କିମ୍ବା ଅପରିଷ୍କାର ଜିନିଷ ରଖନ୍ତୁ ନାହିଁ। ମୁଖ୍ୟ ଦ୍ଵାରର ସୁନ୍ଦରତାରେ ହିଁ କୌଣସି ଘର ଭିତରର ପରିସ୍ଥିତି ବିଷୟରେ ଜାଣିହେବ। ମା ଲକ୍ଷ୍ମୀ ଏମିତି ଘରକୁ ପ୍ରବେଶ କରିବାକୁ ଚାହାନ୍ତି ଯେଉଁ ଘର ସ୍ୱଚ୍ଛ ସୁନ୍ଦର ପବିତ୍ର ବାତାବରଣ ଥିବ। ଏଥିପାଇଁ ଆପଣ ଯଦି ଆପଣ ନିଜ ଘରେ ମା ଲକ୍ଷ୍ମୀଙ୍କର ଆଗମନ ଚାହାନ୍ତି ତ ଘରର ମୁଖ୍ୟ ଦ୍ଵାର ସହିତ ନିଜ ଘରର ସଫା ସୁତରା ସ୍ୱଚ୍ଛତା ଉପରେ ବି ଧ୍ୟାନ ଦିଅନ୍ତୁ।

ଚତୁର୍ଥ କଥା। ଘରକୁ ଆସିଥିବା ଅତିଥୀ ଏବଂ ଜ୍ଞାନୀ ଲୋକଙ୍କର ସର୍ବଦା ସମ୍ମାନ କରିବା ଉଚିତ। ବିନା କାରଣରେ ତାଙ୍କ ଉପରେ କ୍ରୋଧିତ ହେବା ପରିବର୍ତ୍ତେ ଖୁସିରେ ଖୁସିରେ ତାଙ୍କର ସ୍ୱାଗତ ଏବଂ ଆଦର ସମ୍ମାନ କରିବା ଉଚିତ। ଧ୍ୟାନ ରଖନ୍ତୁ କେବେ କେବେ ଭଗବାନ ଏମାନଙ୍କ ରୂପରେ ବି ଆପଣଙ୍କ ଘରକୁ ଆସିଯାନ୍ତି। ଏଥିପାଇଁ ଏମାନଙ୍କର ଅପମାନ ଭୁଲରେ ବି କରନ୍ତୁ ନାହିଁ।

ପଞ୍ଚମ କଥା। ଘରର ବଡ଼ ମହିଳା କନ୍ୟା ସନ୍ତାନଙ୍କର ଅପମାନ କରିବେ ନାହିଁ ଏବଂ ସର୍ବଦା ସେମାନଙ୍କୁ ସମ୍ମାନ କରନ୍ତୁ। ନିଜ ଘରେ କୌଣସି ବ୍ୟକ୍ତିଙ୍କର ବିନା କାରଣରେ ଛୋଟ ହେଉନ୍ତି କିମ୍ବା ବଡ଼ କେବେବି କାହାରି ଅପମାନ କରନ୍ତୁ ନାହିଁ। ଏହି କଥାର ବିଶେଷ ଧ୍ୟାନ ରଖିବା ଦରକାର। ଏହା ସହିତ କାହାରି ସହିତ ବିନା କାରଣରେ ବେଇମାନି ବିଶ୍ୱାସଘାତକତା ଦୁର୍ବ୍ୟବହାର କରନ୍ତୁ ନାହିଁ କି କୌଣସି ବ୍ୟକ୍ତିର ଦୁର୍ବତଳତାର ଫାଇଦା ଉଠାନ୍ତୁ ନାହିଁ। ଏହିସବୁ କଥା ମା ଲକ୍ଷ୍ମୀଙ୍କୁ ବହୁତ ଅପ୍ରିୟ ହୋଇଥାଏ। ଅପମାନିତ ଏବଂ ଦୁର୍ବତଳା ବ୍ୟକ୍ତିଙ୍କ ହୃଦୟରୁ ବାହାରି ଥିବା ଅଭିଶାପ ସିଧା ଭଗବାନଙ୍କ ପର୍ଯ୍ୟନ୍ତ ପହଁଚି ଥାଏ ଏବଂ ଏହାର ଖରାପ ପ୍ରଭାବ ଆପଣଙ୍କ ସହିତ ଆପଣଙ୍କ ପରିବାରକୁ ବି ଭୋଗିବାକୁ ପଡିଥାଏ।

ଷଷ୍ଠ କଥା। ଘର ଲୋକଙ୍କୁ ସର୍ବଦା ଆନନ୍ଦରେ ରଖିବାକୁ ଚେଷ୍ଟା କରନ୍ତୁ। ବିନା କାରଣରେ ଝଗଡା ନହେଉ ଏହି କଥାର ଧ୍ୟାନ ରଖନ୍ତୁ। ଯେଉଁ ଘରେ ସର୍ବଦା କଳି ଲଢେଇ ଝଗଡା ହୋଇଥାଏ ସେହି ଘରେ ମା ଲକ୍ଷ୍ମୀ କେବେବି ରୁହନ୍ତି ନାହିଁ।

ସପ୍ତମ କଥା। ଟଙ୍କା ପଇସା ଏବଂ ଧନ ସମ୍ପତ୍ତିର ସବୁବେଳେ ସମ୍ମାନ କରନ୍ତୁ। ଗର୍ବ କରନ୍ତୁ ନାହିଁ। ଅନାବଶ୍ୟକ ଖର୍ଚ୍ଚ କରନ୍ତୁ ନାହିଁ ଏବଂ ଟଙ୍କାର ଦୁରପଯୋଗ ଜମାବି କରନ୍ତୁ ନାହିଁ। ଧନକୁ ମା ଲକ୍ଷ୍ମୀଙ୍କର ବରଦାନ ଭାବି ତାହାର ସୁରକ୍ଷା କରନ୍ତୁ ଏବଂ ସମସ୍ତ ଶୁଭ ଅବସରରେ ନିଜର ଧନ ସମ୍ପତ୍ତିର ପୂଜା ଅବଶ୍ୟ କରନ୍ତୁ।

ଅଷ୍ଟମ କଥା। ନିଜ ଘରର ମୁଖ୍ୟ ଦ୍ୱାର ସାମ୍ନାରେ ପାଣି ଭର୍ତ୍ତି ପାତ୍ର ରଖନ୍ତୁ ନାହିଁ ଏହାକୁ ଅଶୁଭ ମାନାଯାଏ। ପାଣିକୁ ଉତ୍ତର-ପୂର୍ବ କିମ୍ବା ଦକ୍ଷିଣ-ପୂର୍ବ କୋଣରେ ରଖିବା ଶୁଭ ହୋଇଥାଏ। ଘରର ଆଖପାଖରେ ପ୍ରକୃତି ରହିବା ଭଲ କିନ୍ତୁ ଘର ପାଖରେ ବଡ଼ ଏବଂ ମୋଟା ଗଛ ଲଗାନ୍ତୁ ନାହିଁ। ବାସ୍ତୁ ଅନୁସାରେ ବଡ଼ ଏବଂ ମୋଟା ଗଛ ଘରେ ପଜିଟିଭ ଏନର୍ଜୀ ଏବଂ ତାଜା ପବନକୁ ଆସିବାକୁ ଅଟକାଇ ଥାନ୍ତି।

କେବେବି ଗୋଟେ ଲାଇନରେ ୩ ଟି ଦ୍ୱାର ବନେଇବା ଉଚିତ ନୁହେଁ। ଏହା ଦ୍ବାରା ଘରକୁ ନେଗେଟିଭ ଏନର୍ଜୀ ତ ଆସିଥାଏ ଏହା ସହିତ ପରିବାରର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ।

କେବେବି ଗେଟ ପଛରେ କ୍ୟାଲଣ୍ଡେର ରଖିବା ଉଚିତ ନୁହେଁ। ଏହା ଦ୍ୱାରା ବାସ୍ତୁଦୋଷ ବଢିଥାଏ। କ୍ୟାଲଣ୍ଡେର କୌଣସି କାନ୍ଥରେ ଲଗେଇ ପାରିବେ।

ନବମ କଥା। ବାସ୍ତୁ ଅନୁସାରେ ପୂଜା ଘରକୁ ଏମିତି ଜାଗାରେ ନିର୍ମାଣ କରିବା ଉଚିତ ଯାହାର କାନ୍ଥ ବାଥରୁମ କିମ୍ବା ଶୌଚାଳୟକୁ ଛୁଇଁବ ନାହିଁ। ପୂଜା ଘରକୁ ସିଡ଼ି ତଳେ ବନେଇବା ଉଚିତ ନୁହେଁ। ବାସ୍ତୁ ଅନୁସାରେ ଏହାକୁ ଭୁଲ ମାନାଯାଏ।

ବେଡ଼ରୁମରେ ଅଇଁଠା ବାସନ ରଖନ୍ତୁ ନାହିଁ। ଯଦି ବେଡ଼ରୁମରେ ଖାଦ୍ୟ ଖାଉଛନ୍ତି ତେବେ ଖାଇବା ପରେ ବାସନକୁ ତୁରନ୍ତ ବାହାରକୁ ବାହାର କରିଦେବା ଉଚିତ। ଏହି କଥାର ଧ୍ୟାନ ନରଖିଲେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇପାରେ।

ଘରେ ଖରାପ ଏବଂ ବନ୍ଦ ହୋଇ ପଡ଼ିଥିବା ଘଣ୍ଟା ରଖିବା ଉଚିତ ନୁହେଁ। ଏମିତି ଘଣ୍ଟା ଘରେ ରହିଲେ ପରିବାର ସଦସ୍ୟଙ୍କର ଭାଗ୍ୟ ବି ଅଟକି ଯାଇପାରେ।

ତାଜମହଲ ଚିତ୍ର ବୁଡି ଯାଉଥିବା ନୌକା ହିଂସ୍ର ପଶୁଙ୍କର ଫୋଟ ଏବଂ କଣ୍ଟା ଜାତୀୟ ଗଛର ଫୋଟ ଲଗାନ୍ତୁ ନାହିଁ। ଏହା ଦ୍ବାରା ଘର ଉପରେ ଖରାପ ପ୍ରଭାବ ପଡିଥାଏ।

ଯଦି ଆପଣ ନିଜ ବେଡ଼ରୁମରେ ଦ୍ୱାର ଆଡ଼କୁ ଗୋଡ଼ କରି ଶୋଉଛନ୍ତି ତେବେ ଏହା ବାସ୍ତୁ ଅନୁସାରେ ବିଲକୁଲ ବି ଠିକ ନୁହେଁ। ଏମିତି ମାନ୍ୟତା ଅଛି ଏମିତି କଲେ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆସନ୍ତି ନାହିଁ।

ଆପଣଙ୍କୁ ତକିଆ ପାଖରେ କିମ୍ବା ବେଡ଼ ପାଖରେ ଘଡି ରଖି ଶୋଇବା ଉଚିତ ନୁହେଁ। ଏହା ଦ୍ୱାରା ମନୁଷ୍ୟର ଚିନ୍ତାଧାରା ନକରାତ୍ମକ ଚିନ୍ତା କରିଥାଏ ଏବଂ ତା ପାଖରେ ଲକ୍ଷ୍ମୀ କେବେବି ରହେ ନାହିଁ।

ଆପଣଙ୍କ ବେଡ଼ବି ଆପଣଙ୍କ ବାସ୍ତୁ ପାଇଁ ଉଦାହରଣ ହୋଇଥାଏ। ଆପଣ ଯେଉଁ ବିଛଣାରେ ଶୋଉଛନ୍ତି ସେହି ବିଛଣା ଉପରେ ସାଧାରଣ ରଙ୍ଗର ବେଡ଼ସିଟ କିମ୍ବା ତକିଆ ରହିବା ଉଚିତ।

ଯଦି ଆପଣଙ୍କ ବେଡ଼ ଉପରେ ବିଦ୍ୟୁତ ଜିନିଷ ଅଛି ତ ଆପଣଙ୍କ ବାସ୍ତୁ ଅନୁସାରେ ଠିକ ନୁହେଁ। ଆପଣ ଶୋଇବା ସମୟରେ ଆପଣଙ୍କ ପାଖରେ ପଙ୍ଖା କିମ୍ବା ବିଦ୍ୟୁତ ଉପକରଣ ରଖି ଶୁଅନ୍ତୁ ନାହିଁ। ଏମିତି କଲେ ଆପଣଙ୍କ ଘରକୁ ମାଲକ୍ଷ୍ମୀ ଆସନ୍ତି ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *