Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନଙ୍କର ଏହି ୧୦ ଗୋଟି ସଂକେତ,ଯାହା ମଣିଷକୁ ମୃତ୍ୟୁପଥ ଆଡକୁ କରିଥାଏ ଅଗ୍ରସର। ଜାଣନ୍ତୁ କଣ ସେହି ସବୁ ସଂକେତ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଜନ୍ମ ଏବଂ ମୃତ୍ୟୁ ଦୁନିଆର ସବୁଠୁ ବଡ ସତ୍ୟ ଅଟେ। ଏହାକୁ କେହି ମଧ୍ୟ ଅଣଦେଖା କରି ପାରିବେ ନାହିଁ।କେତେବେଳେ କାହାର ମୃତ୍ୟୁ ଆସିଥାଏ, କେହି ମଧ୍ୟ ଜାଣି ନଥାନ୍ତି। କିନ୍ତୁ ସମସ୍ତଙ୍କର ଇଛା ରହିଥାଏ କି ସେମାନେ ମୃତ୍ୟୁ ପୂର୍ବରୁ ମୃତ୍ୟୁର ସଂକେତ ଜାଣିବାକୁ ଚାହିଁଥାନ୍ତି। ଶିବ ପୁରାଣରେ ମୃତ୍ୟୁକୁ ନେଇ ଅନେକ ସଂକେତ ବିଷୟରେ ବର୍ଣ୍ଣନା କରାଯାଇଛି। ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ ବିସ୍ତାର ରୂପରେ କହିବାକୁ ଯାଉଛୁ।

ଶିବ ପୁରାଣ ଅନୁସାରେ ପ୍ରତ୍ୟେକ ପ୍ରାଣୀ ପ୍ରାକୃତିକ ଅନୁସାରେ ମୃତ୍ୟୁବରଣ କରିଥାନ୍ତି। ମୃତ୍ୟୁ ହେବାର କିଛି ସମୟ ପୂର୍ବରୁ ଶରୀରରେ ଅନେକ ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଯାଏ। ଯେପରି ଶରୀର ଧଳା କିମ୍ବା ହଳଦିଆ ରଙ୍ଗ ପଡ଼ିଯିବା। ଏହାସହିତ ଆଖି ଲାଲ ରଙ୍ଗ ପଡ଼ିଯିବାର ସଂକେତ ମଧ୍ୟ ଦେଖା ଯାଇଥାଏ। ଏଭଳି ସଂକେତ ଦେଖା ଯିବା ପରେ ବ୍ୟକ୍ତିର ଶରୀରରୁ ଆତ୍ମା ବାହାରି ଯାଇଥାଏ।

ଶାସ୍ତ୍ରରେ କୁହାଯାଇଛି ପ୍ରତ୍ୟେକ ପ୍ରାଣୀ ଏକ ଛାୟା ସହିତ ଜନ୍ମ ହୋଇଥାଏ ଏବଂ ତାର ମୃତ୍ୟୁ ସମୟରେ ସେହି ଛାୟା ମୃତକର ଆତ୍ମା ସହିତ ଶରୀରରୁ ବାହାରି ଯାଇଥାଏ।ଯେତେବେଳେ ଜଣେ ବ୍ୟକ୍ତି ତାର ଛାଇକୁ ପାଣିରେ, ଦର୍ପଣରେ ଏବଂ ତେଲରେ ଦେଖିପାରେ ନାହିଁ, ତାହେଲେ ବିଶ୍ୱାସ କରାଯାଏ ଯେ ସେ ମୃତ୍ୟୁର ନିକଟତର ହେବାକୁ ଯାଉଛନ୍ତି।

କୌଣସି ବ୍ୟକ୍ତିର ପ୍ରାକୃତିକ ଅବସ୍ଥାରେ ମୃତ୍ୟୁ ହେବାର କିଛି ସମୟ ପୂର୍ବରୁ ତାକୁ ସୂର୍ଯ୍ୟ ଏବଂ ଚନ୍ଦ୍ରର କଳା ରେଖା ଦେଖା ଯାଇଥାଏ। ଏହାସହିତ ଯଦି ଜଣେ ବ୍ୟକ୍ତି ସ୍ଵପ୍ନରେ ନିଆଁକୁ କଳା ରଙ୍ଗର ଦେଖନ୍ତି, ତାହେଲେ ଏହା ମୃତ୍ୟୁର ସଂକେତ ବୋଲି ଜାଣି ରଖନ୍ତୁ।ଏଭଳି ସଂକେତ ଦେଖା ଗଲେ ସେହି ବ୍ୟକ୍ତିକୁ ସାଂସାରିକ ମୋହକୁ ତ୍ୟାଗ କରିବା ଉଚିତ।ଏହାସହିତ ନିଜ ସନ୍ତାନମାନଙ୍କୁ ଉତ୍ତରାଧିକାରୀ କରି ନିଜକୁ ଈଶ୍ବରଙ୍କ ନିକଟରେ ସମର୍ପଣ କରିବା ଉଚିତ। ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ମୁକ୍ତିର ମାର୍ଗ ପ୍ରାପ୍ତ ହେବ।

ଯେତେବେଳେ ମୃତ୍ୟୁ ଅତି ନିକଟତର ହୁଏ, ସେତେବେଳେ ଶରୀରରେ ଅନେକ ପ୍ରକାରର ପରିବର୍ତ୍ତନ ହେବାକୁ ଲାଗେ।କୁହାଯାଏ କି ମୃତ୍ୟୁ ନିକଟତର ହେଲେ ଶରୀରକୁ ଆଘାତ କରିଥାଏ। ଯେପରି ଶରୀରର ବାମ ଅଙ୍ଗ ଫାଟିଯିବା ଆରମ୍ଭ କରେ।ଏହିସବୁ ସୂଚନା ଦେଇଥାଏ କି ଏବେ ଆତ୍ମା ଶରୀର ଛାଡିବାକୁ ଚାହୁଁଛି। ତେଣୁ, ଯେତେବେଳେ ଆତ୍ମା ନାଭିଚକ୍ରକୁ ଭାଙ୍ଗି ଶରୀରରୁ ବାହାରିବା ଆରମ୍ଭ କରେ, ସେତେବେଳେ ଏହା ଆଖି, ନାକ ଏବଂ କାନର ଶକ୍ତି ମଧ୍ୟ ହ୍ରାସ କରି ଦେଇଥାଏ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *