Excuse Me Odisha

ଯାହା କହିବୁ ସତ କହିବୁ

ରୋଷେଇ ଘରେ ଏମିତି ରଖନ୍ତୁ ତାୱା,ରାତାରାତି ବଦଳିଯିବ ଭାଗ୍ୟ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।କୁହାଯାଏ କି ରୋଷେଇ ଘରେ ଦେବୀ ଲକ୍ଷ୍ମୀଙ୍କର ବାସ ହୋଇଥାଏ।ତେଣୁ ରୋଷେଇ ଘରକୁ ସର୍ବଦା ସଫାସୁତୁରା ରଖିବା ଆବଶ୍ୟକ। କାରଣ ବାସ୍ତୁ ଅନୁସାରେ ରୋଷେଇ ଘର ତିଆରି ନହେବା ଏବଂ ରୋଷେଇ ଘର ଅଳିଆ ହେବା ପରିବାର ଲୋକଙ୍କ ଉପରେ ପ୍ରଭାବ ପକାଇଥାଏ।

ତେଣୁ ସବୁ ଜିନିଷକୁ ସର୍ବଦା ସଠିକ ସ୍ଥାନରେ ରଖିବା ଉଚିତ।ରାତିରେ ଶୋଇବା ଆଗରୁ ରୋଷେଇ ଘର ସଫାସୁତୁରା କରନ୍ତୁ ଏବଂ ଅଇଁଠା ବାସନ ମାଜି ନିଅନ୍ତୁ, ତାପରେ ଆପଣ ଶୋଇବାକୁ ଯାଆନ୍ତୁ। କାରଣ ରୋଷେଇ ଘର ଅଳିଆ ରଖିବା ଏବଂ ଅଇଁଠା ବାସନ ପକାଇ ରଖିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆପଣମାନେ ସମସ୍ତେ ଜାଣିଛନ୍ତି ଯେ ରୋଷେଇ ଘରେ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ମାଆ ଅନ୍ନପୂର୍ଣ୍ଣାଙ୍କ ବାସ ହୋଇଥାଏ।ଏଥିପାଇଁ ଭଗବାନ ରହୁଥିବା ସ୍ଥାନକୁ ସଫାସୁତୁରା ରଖିବା ଉଚିତ।କେବେବି ଆପଣ ଖରାପ ହୋଇ ଯାଇଥିବା କଢେଇ ଏବଂ ତାବାରେ କିଛି ରୋଷେଇ କରନ୍ତୁ ନାହିଁ। ଏଭଳି କରିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଘରକୁ ଦାରିଦ୍ର୍ୟତା ଗ୍ରାସ କରେ। ଏହାଛଡା ତାବା ଗରମ କରି ସେଥିରେ ପାଣି ଛିଟା ମାରିବା ଉଚିତ ନୁହେଁ। ଏଭଳି କରିବା ଦ୍ଵାରା ଘରକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଏହାସହିତ ସନ୍ତାନଙ୍କ ଉପରେ ରାହୁ ଗ୍ରହର କୋପଦୃଷ୍ଟି ପଡ଼ିଥାଏ।

– ସକାଳେ କିମ୍ବା ସନ୍ଧ୍ୟାରେ ଯେତେବେଳେ ଆପଣ ତାବା ବ୍ୟବହାର କରୁଛନ୍ତି, ସେଥିରେ ଅଳ୍ପ ଟିକେ ଲୁଣ ପକାଇ ସମ୍ପୂର୍ଣ୍ଣ ଜାଗା ସଫା କରି ଦିଅନ୍ତୁ। ଏହାପରେ ପ୍ରଥମେ ଗୋଟେ ଛୋଟ ରୁଟି ବନାନ୍ତୁ। ଏହି ଗୋଟେ ରୁଟିକୁ ପିମ୍ପୁଡ଼ି ଥିବା ସ୍ଥାନରେ ରଖନ୍ତୁ, ନଚେତ ଏହାକୁ ଗାଈକୁ ଖାଇବାକୁ ଦେଇ ଦିଅନ୍ତୁ। ଏହାପରେ ସବୁ ରୁଟି ପ୍ରସ୍ତୁତ କରି ସାରିବା ପରେ ଶେଷ ରୁଟିକୁ କୁକୁର ବା କାଉକୁ ଖାଇବା ପାଇଁ ଦେଇ ଦିଅନ୍ତୁ।

– ତାବା ବା କଢେଇକୁ କେବେ ମଧ୍ୟ ଆଖି ସାମ୍ନାରେ ରଖନ୍ତୁ ନାହିଁ । ନଚେତ ପରିବାର ପାଇଁ ଖରାପ ସାବ୍ୟସ୍ତ ହୋଇପାରେ।ଏହାଛଡା ତାବାକୁ କେବେ ମଧ୍ୟ ଓଲଟା ରଖନ୍ତୁ ନାହିଁ, ଏଭଳି କରିବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ। ତେଣୁ ତାବା ଏବଂ କଢେଇକୁ ଲୁଚେଇକି ରଖନ୍ତୁ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *