Excuse Me Odisha

ଯାହା କହିବୁ ସତ କହିବୁ

ନଖକୁ କାଟି ଏହି ଗଛ ମୂଳରେ ପକେଇ ଦିଅନ୍ତୁ,ଆଉ ଏହାପରେ ଦେଖନ୍ତୁ ଚମତ୍କାର………..

ସେୟାର୍ କରନ୍ତୁ

ବିବାହିତ ହୁଅନ୍ତୁ କିମ୍ବା ସୁହାଗିନୀ ସ୍ତ୍ରୀ ଯଦି ଆପଣବି ରାତିରେ ଶୋଇବା ସମୟରେ କେଶ ଖୋଲ ଶୋଉଛନ୍ତି ତେବେ ଏହି ପୋଷ୍ଟଟି ଆପଣଙ୍କ ପାଇଁ ଅଟେ। ଏହା ସହିତ ଜାଣିବା ନଖ କାଟି ଆପଣ ଏଠି ସେଠି ପକାଉଛନ୍ତି ତ ଏହାର ପ୍ରଭାବ ଆପଣଙ୍କ ଘର ଉପରେ କେମିତି ପଡିବ।

ନଖ ଶରୀର ଏମିତି ଏକ ଅଂଶ ଯାହା ଶକ୍ତିରେ ପୂର୍ଣ୍ଣ ହୋଇଥାଏ। ଆଉ ଅନେକ ଲୋକ ଏହା ବିଷୟରେ ଜାଣିନାହାନ୍ତି କି ନଖ ମାଧ୍ୟରେ କାହାକୁ ବି ବସିକରଣ କଳା ଯାଦୁ ତନ୍ତ୍ର ମନ୍ତ୍ର ଆଦି କରିହେବ। ପ୍ରାଚୀନ କାଳରୁ ଏହିସବୁ ଜିନିଷର ପ୍ରୟୋଗ ହୋଇ ଆସୁଛି ଆଉ ଅନେକ ଲୋକ ବହୁତ ବଡ଼ ଭୁଲ କରି ଆସୁଛନ୍ତି। ନଖ କାଟି ଏମିତି ହିଁ ପକେଇ ଦିଅନ୍ତି ଯାହା ଦ୍ୱାରା ତାଙ୍କ ଜୀବନରେ ଦୁର୍ଭାଗ୍ୟ ଆସିଥାଏ। ଆଜି ଆମେ ଏହି ବିଷୟରେ କିଛି ଜଣେଇବୁ ଯାହାକୁ ଆପଣ ନିଜର ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିପାରିବେ।

ଯଦି ଧନର ସମସ୍ୟା ଆସୁଛି ତେବେ ନଖ ମାଧ୍ୟମରେ ଧନର ସମସ୍ୟାକୁ ଦୂର କରିହେବ। ଯଦି ଆପଣଙ୍କ ଜୀବନରେ ଶତ୍ରୁ ଅଛନ୍ତି ତେବେ ଶତ୍ରୁଙ୍କୁ ବି ଦୂର କରିହେବ। ଏହିସବୁ ଜିନିଷ ବିଷୟରେ ଆଜି ଆମେ ଜାଣିବା।

ଆପଣଙ୍କୁ ଜଣେଇ ଦେଉଛୁ କି ନଖ ଶରୀରର ଏମିତି ଅଂଶ ଅଟେ ଯାହା କୌଣସି ବ୍ୟକ୍ତିର ଉର୍ଜା କରିଥାଏ। କଳା ଯାଦୁରେ କୌଣସି ବି ବ୍ୟକ୍ତିର ଉର୍ଜାକୁ ଧରି ହୁଏ। ଚୁଟି ନଖ ଏହିସବୁ କାମରେ ବ୍ୟବହାର ହୋଇଥାଏ। ଏମିତିରେ ଲୋକେ ଏହି ଭୁଲ କରିଥାନ୍ତି ନଖ କାଟି ଏଠି ସେଠି ପକେଇ ଦେଇଥାନ୍ତି। ଯାହାକି ଏମିତି ବିଲକୁଲ ବି କରିବା ଉଚିତ ନୁହେଁ। ଯଦି ଆପଣ ନଖକୁ ଡ଼ଷ୍ଟପିନରେ ପକାଉଛନ୍ତି ତ ଏହାର ସିଧା ପ୍ରଭାବ ଆପଣଙ୍କ ଜୀବନ ଉପରେ ଉର୍ଜା ଉପରେ ପଡିଥାଏ।

ଯଦି ଉର୍ଜା କୌଣସି ବ୍ୟକ୍ତିର ଖରାପ ହୋଇଯାଏ ତ ମନରେ ଚିନ୍ତା ଟେନସନ ଡିପ୍ରେସନ ଆଦି ହୋଇଥାଏ। ଆପଣ ବହୁତ ଥର ଦେଖିଥିବେ ସବୁ କିଛି ଠିକ ହେବା ସ୍ୱତେ ମଧ୍ୟ ଆପଣଙ୍କର ମନ କୌଣସି କାମରେ ଲାଗିନଥାଏ ଏମିତି ହୋଇଥାଏ ବିନା କୌଣସି କଥାରେ ଚିନ୍ତା ହୋଇଥାଏ। ସବୁବେଳେ ଆପଣଙ୍କ ମୋଡ଼ ଖରାପ ହୋଇଥାଏ ତ ଏମିତିରେ ଆପଣ ବୁଝିଯିବା ଉଚିତ କି ଆପଣଙ୍କ ଉର୍ଜା ଖରାପ ଅଛି। ବନ୍ଧୁଗଣ ଡ଼ଷ୍ଟପିନରେ ବହୁତ ଅପରିଷ୍କାର ଜିନିଷ ଥାଏ ଯଦି ଆପଣ ସେଠାରେ ନିଜର ନଖ ପକାନ୍ତି ତ ସେହିସବୁ ଜିନିଷର ପ୍ରଭାବ ଆପଣଙ୍କ ଉର୍ଜା ଉପରେ ପଡିଥାଏ ଯେଉଁ କାରଣରେ ମନ ବିଚଳିତ ହେବାକୁ ଲାଗେ। ଏହି କଥାର ଧ୍ୟାନ ଦିଅନ୍ତୁ ଯେ ନଖକୁ କେବେବି ଡ଼ଷ୍ଟପିନରେ ପକାନ୍ତୁ ନାହିଁ।

ଯଦି ଆପଣଙ୍କ ଜୀବନରେ ଧନର ସମସ୍ୟା ଥାଏ ତ ନଖକୁ ମଙ୍ଗଳବାର ଦିନ କାଟିବେ ନାହିଁ। ନଖ କାଟିବା ପାଇଁ ବୁଧବାର ଏବଂ ଶୁକ୍ରବାରକୁ ଉଚିତ ମାନାଯାଇଛି। ଶୁକ୍ରବାର ଦିନ ଏହି ନଖକୁ କାଟି କୌଣସି ବର ଗଛ ମୂଳରେ ପକେଇ ଦିଅନ୍ତୁ। ଯଦି ବର ଗଛ ଆପଣଙ୍କ ଘର ପାଖରେ ନାହିଁ ତେବେ ଆପଣ କୌଣସି ବି ଗଛ ମୂଳରେ ପକେଇ ଦିଅନ୍ତୁ କେବଳ ତୁଳସୀ ଏବଂ ଶନି ଗଛ ଗଛକୁ ଛାଡି ଦେଇ। ତୁଳସୀ ଗଛ ଏବଂ ଶନି ଗଛ ମୂଳରେ କେବେବି ନଖ ପକାନ୍ତୁ ନାହିଁ। ଶୁକ୍ରବାର ଏବଂ ବୁଧବାର ଦିନ ଏହି କାମ କରନ୍ତୁ ଆପଣର ଉର୍ଜା ଠିକ ହୋଇଯିବ।

ଅର୍ଥାତ ଆପଣଙ୍କ ଜୀବନରେ ଯେତେବି ବାଧା ଥିବ କିମ୍ବା ଧନର ସମସ୍ୟା ଥିବ ସବୁ ଠିକ ହୋଇଯିବ। ନଖରେ ଉର୍ଜା ଥାଏ ତ ଯଦି ଆପଣ ଏହି ନଖକୁ କୌଣସି ଗଛ ମୂଳରେ ପକେଇ ଦେଉଛନ୍ତି ତ ଗଛର ପ୍ରଭାବ ଆପଣଙ୍କ ଉପରେ ପଡିଥାଏ। ଯେଉଁଥିରେ ଜୀବନରେ ଆସୁଥିବା ଧନର ସମସ୍ୟା ଦୂର ହୋଇଯାଇଥାଏ। ବର ଗଛ ମୂଳରେ ନଖ କାଟି ପକେଇବା ଅଧିକ ଶୁଭ ମାନାଯାଏ। ଏହାର ପ୍ରଭାବ ଅଧିକ ପଡିଥାଏ ଏବଂ ଅଧିକ ଶୁଭ ଫଳ ମିଳିଥାଏ।

ଆମର ଧର୍ମ ଗ୍ରନ୍ଥରେ କେଶରେ ବି ବହୁତ କଥା କୁହାଯାଇଛି।ମନୁଷ୍ୟକୁ ନିଜ କେଶକୁ କେମିତି ରଖିବା ଉଚିତ। କେବେ ଆଉ କେଉଁ ଦିନ କାଟିବ ଉଚିତ। କେଶକୁ କେଉଁ ଦିନ ଧୋଇବା ଉଚିତ। କେଉଁ ଦିନ ନୁହେଁ। କେଶକୁ କେତେ ଲମ୍ବା ରଖିବା ଦରକାର କେଶ ସହିତ ଜଡ଼ିତ କେତେକ ତାନ୍ତ୍ରିକ ଗୁଣ ଅଛି ଏହିସବୁ ବିଷୟରେ ଆମର ଶାସ୍ତ୍ରରେ ମହତ୍ୱପୂର୍ଣ୍ଣ କଥା କୁହାଯାଇଛି। ତେବେ ଆସନ୍ତୁ ଜାଣିବା ମହିଳାଙ୍କୁ କେଶକୁ ନେଇ କେଉଁ କଥା ଉପରେ ଧ୍ୟାନ ଦେବା ଉଚିତ।

ପ୍ରଥମ କଥା। ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟକ ଦିନ କୌଣସି ନାଁ କୌଣସି ଭଗବାନଙ୍କୁ ଅର୍ପିତ ଅଟେ ଆଉ ପ୍ରତ୍ୟକ ଦିନର କିଛି ନିୟମ ଥାଏ। ଏହିପରି କେଶ ସହିତ ଜଡ଼ିତ କିଛି ନିୟମ ଅଛି। ମଙ୍ଗଳବାର ଗୁରୁବାର ଶନିବାର ଦିନ କେବେବି କେଶ କାଟିବା ଉଚିତ ନୁହେଁ। ମଙ୍ଗଳବାର ମଙ୍ଗଳ ଗ୍ରହଙ୍କ ଦିନ ହୋଇଥାଏ। ଏମିତି ମାନ୍ୟତା ଅଛି ମଙ୍ଗଳବାର ଦିନ କେଶ କାଟିବା ଦ୍ୱାରା ମଙ୍ଗଳଙ୍କ ସ୍ଥିତି ଖରାପ ହୋଇଥାଏ ଏବଂ ଆୟୁ କମ ହୋଇଥାଏ।

ଗୁରୁବାରର ସମ୍ବଦ୍ଧ ଗୁରୁ ଗ୍ରହ ସହିତ ହୋଇଥାଏ। ଏମିତି ମାନା ଯାଏ କି ଏହି ଦିନ କେଶ କାଟିଲେ ଆମକୁ ଅଶୁଭ ଫଳର ପ୍ରାପ୍ତି ହୋଇଥାଏ। ମାନ ସମ୍ମାନ ଏବଂ ଧନର ହାନି ହୋଇଥାଏ। କାହିଁକିନା ଗୁରୁବାର ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କର ଦିନ ବି ହୋଇଥାଏ। ଏଥିପାଇଁ ଏହି ଦିନ କେଶ କାଟିବା ଉଚିତ ନୁହେଁ।

ଶନିବାର ଦିନ ଭୁଲରେ କେଶ କାଟିବେ ନାହିଁ। କାରଣ ଶନିବାର ଦିନର ସମ୍ବଦ୍ଧ ଶନିଦେବଙ୍କ ସହିତ ଅଟେ। ଶନିବାର ଦିନ କେଶ କାଟିଲେ ଜୀବନରେ କିଛି ନାଁ କିଛି ଅଶୁଭ ହୋଇଥାଏ। କେଶ କାଟିବା ପାଇଁ ବୁଧବାର ଶୁକ୍ରବାର ଏବଂ ରବିବାର ଦିନକୁ ସର୍ବତମ ଦିନ ମାନାଯାଇଛି

ଆମର ବାତାବରଣରେ ଏମିତି କିଛି ଥାଏ ଯାହା ଆମକୁ ଦେଖା ଯାଏ ନାହିଁ ଏହା ଅଦୃଶ୍ୟ ହୋଇଥାଏ। ଏହି ଅଦୃଶ୍ୟ ଆମର ସମସ୍ତ କାର୍ଯ୍ୟ ଉପରେ ପ୍ରଭାବ ପକାଇଥାଏ। ଅନେକ କ୍ଷେତ୍ରରେ ଏହି ଅଦୃଶ୍ୟ ସକ୍ରିୟ ଥାଏ। ଆମକୁ ଅମାବାସ୍ୟା ଏବଂ ପୂର୍ଣ୍ଣିମା ଦିନ ସନ୍ଧ୍ୟା ସମୟରେ କିମ୍ବା ରାତିରେ କେବେବି ନିଜର କେଶକୁ କାଟିବା ଉଚିତ ନୁହେଁ।

କାରଣ ଏହି ସମୟରେ ବାତାବରଣରେ ନକରାତ୍ମକ ଉର୍ଜାର ପ୍ରଭାବ ବହୁତ ଅଧିକ ହୋଇଥାଏ ଏହା ବ୍ୟତୀତ କୌଣସି ବି ପର୍ବ ପର୍ବାଣୀରେ ନିଜର କେଶ କାଟିବା ଉଚିତ ନୁହେଁ ନଚେତ ଏହି ଶୁଭ ଏବଂ ପବିତ୍ର ଦିନରେ ଅଶୁଭ କାର୍ଯ୍ୟ କରିବାର ପାପ ଲାଗିଥାଏ। ନିଜର ଜନ୍ମ ବାରରେ କେବେବି କେଶ କାଟିବା ଉଚିତ ନୁହେଁ।

ଆସନ୍ତୁ ଜାଣିବା କେଶକୁ ନେଇ ମହିଳାମାନଙ୍କୁ କଣ ସତର୍କତା ଅବଲମ୍ବନ କରିବାକୁ ହେବ।

ଲମ୍ବା ଗହଳିଆ କଳା କେଶ କୌଣସି ବି ସ୍ତ୍ରୀରର ଆଭୂଷଣ ହୋଇଥାଏ। ପ୍ରାଚୀନ କାଳରୁ ସ୍ତ୍ରୀ ମାନଙ୍କର ଲମ୍ବା କେଶକୁ ତାଙ୍କର ସୌନ୍ଦର୍ଯ୍ୟ ଏବଂ ସୌଭାଗ୍ୟର ପ୍ରତୀକ ମାନାଯାଏ। ଆମ ଶାସ୍ତ୍ରରେ କୁହାଯାଇଛି ଯେ ସ୍ତ୍ରୀ ମାନଙ୍କର କେଶ ତାଙ୍କ ଅଣ୍ଟାର ତଳକୁ ନହେବା ଉଚିତ ଯଦି ଥିବ ତାହେଲେ ବାନ୍ଧି କରି ରଖିବା ଉଚିତ ଯେମିତି ତାହା ଭୂମି ଉପରେ ନବାଜୁ। କେଶ ବହୁତ ସମ୍ବେଦନ ଶୀଳ ହୋଇଥାଏ। ଏଥିପାଇଁ ଭୂମି ଉପରେ ପଡିଲେ ଭୂମିରେ ନକରାତ୍ମକ ଉର୍ଜା ଜଲଦି ହିଁ କେଶକୁ ଆସିଯାଏ। ଯାହାର ନକରାତ୍ମକ ଉର୍ଜା ସେହି ସ୍ତ୍ରୀ ଉପରେ ପଡିଥାଏ।

ସ୍ତ୍ରୀ ମାନଙ୍କୁ ନିଜର କେଶକୁ ସବୁବେଳେ ସ୍ୱଚ୍ଛ ରଖିବା ଉଚିତ। ଏହାର ପଛରେ ଧାର୍ମିକ କାରଣ ଏହା ଅଟେ କି ତାଙ୍କର କେଶ ଅସ୍ୱଛ ରହିଲେ ବାରମ୍ବାର କୁଣ୍ଡେଇ ହୋଇଥାନ୍ତି। ଏହା ଦୁର୍ଭାଗ୍ୟର କାରଣ ହୋଇଥାଏ।

ଶାସ୍ତ୍ରରେ ସ୍ତ୍ରୀ ମାନଙ୍କର ମାସିକ ଧର୍ମରେ ୩ ଦିନ ପର୍ଯ୍ୟନ୍ତ କେଶ ଧୋଇବାକୁ ବର୍ଜିତ କରାଯାଇଛି। ବୈଜ୍ଞାନିକ ଦୃଷ୍ଟିକୋଣରୁ ମାସିକ ଧର୍ମ ସମୟରେ ଆମର ଶରୀର ବହୁତ କମଜୋର ହୋଇଥାଏ ଏବଂ ଏହି ସମୟରେ ଏମିତି କୌଣସି କାମ କରିବା ଉଚିତ ନୁହେଁ ଯେଉଁଥିରେ ଅଧିକ ଉର୍ଜାର ଆବଶ୍ୟକତା ଥିବ।

କେବେବି ସୂର୍ଯ୍ୟାସ୍ତ ପରେ କେଶ ଧୋଇବା ଉଚିତ ନୁହେଁ। ଏମିତି କରିବା ଅଶୁଭ ମାନାଯାଇଛି। ରାତିରେ ଶୋଇବା ସମୟରେ କେବେବି କେଶକୁ ଖୋଲା କରି ଶୋଇବେ ନାହିଁ ସବୁବେଳେ ବାନ୍ଧି କରି ଶୋଇବା ଉଚିତ। କେଶକୁ ଖୋଲା କରି ଶୋଇଲେ ଆମର ଶରୀର ଉପରେ ନକରାତ୍ମକ ଉର୍ଜାର ପ୍ରଭାବ ପଡିଥାଏ। ଯେଉଁଥି ପାଇଁ ସେହି ମହିଳାର ସୌଭାଗ୍ୟ ଦୁର୍ଭାଗ୍ୟରେ ବଦଳି ଯାଇଥାଏ ଏବଂ ଘରକୁ ଦରିଦ୍ରତା ଆସିଥାଏ।

କେଶ କୁଣ୍ଡେଇ ବା ସମୟରେ କେଶ ଯେଉଁ ପଡ଼ିଯାଏ ତାହାକୁ ଭଲ ଭାବରେ ସମ୍ଭାଳି କରି ରଖିବେ। କେଶକୁ ଏଠି ସେଠି ପକେଇବେ ନାହିଁ। ଲମ୍ବା କେଶକୁ ଯାଦୁ ତନ୍ତ୍ରରେ ବ୍ୟହାର ହୋଇଥାଏ। ତ ଯେଉଁ ମହିଳାଙ୍କ କେଶରେ ଯାଦୁ ତନ୍ତ୍ର କରାଯାଇଥାଏ ତ ସେହି ମହିଳାର ଶରୀର ଉପରେ ପଡିଥାଏ।ସେଥିପାଇଁ ମହିଳା ମାନଙ୍କୁ ନିଜ କେଶକୁ ସମ୍ଭାଳି କରି ରଖିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *