Excuse Me Odisha

ଯାହା କହିବୁ ସତ କହିବୁ

ଅନ୍ୟ ସ୍ତ୍ରୀ ସହିତ ସମ୍ଭୋଗ କଲେ କଣ ଦଣ୍ଡ ମିଳିଥାଏ,ଆସନ୍ତୁ ଜାଣିବା।

ସେୟାର୍ କରନ୍ତୁ

ଆମର ପ୍ରାଚୀନ ଗ୍ରନ୍ଥରେ ଗରୁଡ଼ ପୁରାଣରେ ମନୁଷ୍ୟର ଜନ୍ମ ମୃତ୍ୟୁ ଏବଂ ପାପ ପୁଣ୍ୟ ସମ୍ବଦ୍ଧିତ ସବୁ କଥା ଉଲ୍ଲେଖ କରାଯାଇଛି। ଆପଣ ସ୍ୱର୍ଗ ଏବଂ ନର୍କ ବିଷୟରେ ସବୁବେଳେ ଶୁଣିଥିବେ। ଏହା ବି ଶୁଣିଥିବେ କର୍ମ ବି ଏହା ନିଶ୍ଚିତ କରିଥାଏ କି ମୃତ୍ୟ ପରେ ଆମକୁ ଏହି ଦୁଇ ସ୍ଥାନ ମଧ୍ୟରୁ କେଉଁ ସ୍ଥାନକୁ ଯିବାକୁ ହେବ। ଆମର ଭଲ ଖରାପ କର୍ମର ହିସାବ କିତାବ ଭଗବାନଙ୍କ ଠାରେ ଥାଏ। ଏହି କାରଣରୁ ଆମକୁ ଛୁଆଟି ପାଖରୁ କୁହାଯାଇଥାଏ କି ଭଗବାନଙ୍କର ଆମ ଉପରେ ନଜର ଥାଏ। ଖରାପ କାମ କର ନାହିଁ। ଯିଏ ବିଦ୍ୱାନ ଏବଂ ଜ୍ଞାନୀ ହୋଇଥାନ୍ତି ତାଙ୍କୁ ସୃଷ୍ଟିର କୋଣ ଅନୁକୋଣରେ ଇଶ୍ୱରଙ୍କ ବାସ ନଜର ଆସିଥାଏ।

ଆଉ ଯେଉଁମାନେ ପାପୀ ଏବଂ ଦୁରାଚାରି ହୋଇଥାନ୍ତି ସେମାନେ ଇଶ୍ଵରଙ୍କୁ ମାନିବାକୁ ଅବମାନନା କରିଥାନ୍ତି ଏବଂ ପାପର ଭାଗିଦାର ବନିଯାନ୍ତି। ଖରାପ କର୍ମର ଫଳ ସବୁବେଳେ ଖରାପ ହିଁ ମିଳିଥାଏ ଏବଂ ଏହି କାରଣରୁ ମନୁଷ୍ୟକୁ ନର୍କର ସ୍ଥାନ ମିଳିଥାଏ। ଏହି ପ୍ରକାରରେ ସତ କର୍ମ କରିବା ଦ୍ୱାରା ଆମକୁ ସ୍ୱର୍ଗର ପ୍ରାପ୍ତି ହୋଇଥାଏ। ଗୀତାରେ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଅଜ୍ଞାତ କାମ କ୍ରୋଧ ମୋହ ଏବଂ ଲୋଭ ବ୍ୟକ୍ତିକୁ ପାପ କରିବା ପାଇଁ ପ୍ରେରିତ କରିଥାଏ। ଗରୁଡ଼ ପୁରାଣରେ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ଵାରା କୁହାଯାଇଥିବା ଗରୁଡ଼କୁ ନର୍କର ଭୟାନକ କଷ୍ଟ ବିଷୟରେ କୁହାଯାଇଛି।

ଭଲ କର୍ମ କରୁଥିବା ବ୍ୟକ୍ତି ନିଶ୍ଚିତ ରୂପରେସ୍ଵର୍ଗରେ ସ୍ଥାନ ପାଇଥାଏ ଏବଂ ସର୍ବଦା ପାପ ଏବଂ ଖରାପ କାମ କରୁଥିବା ବ୍ୟକ୍ତିକୁ ନର୍କର ଯନ୍ତ୍ରଣା ଭୋଗିବାକୁ ପଡିଥାଏ। ଏତିକି ନୁହେଁ ନର୍କ ପର୍ଯ୍ୟନ୍ତ ପହଁଚିବା ରାସ୍ତାରେ ଅନେକ ଯନ୍ତ୍ରଣା ଦେଇ ଯିବାକୁ ପଡିଥାଏ। ଠିକ ବିପରୀତ ସ୍ୱର୍ଗର ମାର୍ଗ ଫୁଲ ପରି କୋମଳ ଏବଂ ସୁଖଦାୟକ ହୋଇଥାଏ। ଭଗବାନ ଗରୁଡ଼ଙ୍କୁ ନର୍କକୁ ଯିବାର ରାସ୍ତା ବିଷୟରେ ଭୟାନକ ସ୍ଥିତି ବିଷୟରେ କହିଛନ୍ତି। ନର୍କର ସ୍ଥିତି ଏମିତି ଯନ୍ତ୍ରଣା ଦାୟକ ହୋଇଥାଏ ତାହା କେହିବି କଳ୍ପନା କରି ପାରିବ ନାହିଁ। ଯମ ଲୋକକୁ ଯିବା ରାସ୍ତାରେ ପାପି ମାନଙ୍କୁ ଅନେକ ସଂକଟ ମିଳିଥାଏ।

ନାଁ ଜଳ ମିଳିଥାଏ ନାଁ ଭୋଜନ ମିଳିଥାଏ। କଡା ସୁର୍ଯ୍ୟ କିରଣରେ ଛାଇର କୌଣସି ଜାଗା ନଥାଏ। ଲଗାତାର ପଥର ଉପରେ ତ କେତେବେଳେ ତତଲା ବାଲୀ ଉପରେ ତ ଆଉ କେତେବେଳେ କାଦରେ ଚାଲିବାକୁ ପଡିଥାଏ। ପ୍ରଥମ ମସୁମୀ ଭୟାନକ ରୂପରେ ଥାଏ। ଅତ୍ୟଧିକ ଗରମ ଅତ୍ୟଧିକ ଥଣ୍ଡା ଏବଂ ଅତ୍ୟନ୍ତ ବର୍ଷା ସେ ରାସ୍ତାରେ ଆସିଥାଏ। ଭୟାନକ ଜୀବଜନ୍ତୁଙ୍କର ସାମ୍ନା କରିବାକୁ ପଡିଥାଏ। ମାର୍ଗରେ ପଡୁଥିବା ବୈତରଣୀ ନଦୀ ଯାହା ଭୟାନକ ରୂପରେ ଥିବା ସହିତ ହିଂସ୍ର ଜନ୍ତୁରେ ଭରି ହୋଇ ରହିଥାଏ। ନର୍କରେ ଯାଉଥିବା ପ୍ରାଣୀକୁ ଆର ପଟକୁ ଯିବାକୁ ପଡିଥାଏ।

ବୈତରଣୀ ନଦୀକୁ ଦେଖି ପାପୀ ସମ୍ପୂର୍ଣ୍ଣ ଡରି ଯାଇଥାଏ। ଭଗବାନ ବିଷ୍ଣୁ କୁହନ୍ତି ଅନେକ ପୁଣ୍ୟ କାମ କରିବା ପରେ ୮୪ ଲକ୍ଷ ଜନିରେ ଜନ୍ମ ନେବା ପରେ ହିଁ ମନୁଷ୍ୟ ଜନିରେ ଜନ୍ମ ନେବାକୁ ପଡିଥାଏ। ଏବଂ ଯଦି ମନୁଷ୍ୟ ଜନୀରେ ଜନ୍ମ ନେବା ପରେ ବି ଭଲ କାମ ନକରନ୍ତି ତ ନିଶ୍ଚିତ ହିଁ ସବୁଠାରୁ ବଡ଼ ପାପ କରିଥାଉ ତ ଯେଉଁ ବ୍ୟକ୍ତି କେବେବି ନିଜ ଜୀବନରେ ଦାନ ପୁଣ୍ୟ କରେ ନାହିଁ ଇଶ୍ୱରଙ୍କ ପୂଜା ପାଠ କରେ ନାହିଁ କୌଣସି ପ୍ରକାରର ଧାର୍ମିକ କାର୍ଯ୍ୟ କରେ ନାହିଁ ପଶୁ ପକ୍ଷୀ ନିର୍ବଳ ଏବଂ ଅସହାୟ ଲୋକଙ୍କ ଉପରେ ଦୟା ନକରେ ବିଶ୍ୱାସଘାତକ ବେଇମାନି କରିଥାଏ

ଚୋରି ବଳତ୍କାର ମାନସିକ ଯନ୍ତ୍ରଣା ଏବଂ ହତ୍ୟା ଭଳି ଅତ୍ୟଧିକ ନିକୃଷ୍ଟ ପାପ କରିଥାଏ ନିଜର ବାପ ମା ସବୁ ବଡ଼ ଲୋକଙ୍କର ଅପମାନ କରିଥାଏ ଧର୍ମର ଅପମାନ କରି ଅଧର୍ମର ସାଥ ଦେଇଥାଏ ସ୍ତ୍ରୀଙ୍କୁ ଅତ୍ୟାଚାର ଏବଂ ପିଲାଙ୍କ ଉପରେ ଅତ୍ୟାଚାର କରିଥାନ୍ତି ଲୋଭ କରିଥାଏ କାମୀ ଅଂହକାରୀ ପାପୀ କ୍ରୋଧି ହୋଇଥାଏ ଖରାପ ବିଚାର କରିଥାଏ ପଶୁ ପକ୍ଷୀ ମାନଙ୍କର ହତ୍ୟା କରିଥାଏ ହିଂସ୍ର ହୋଇଥାଏ ଏମିତି ବ୍ୟକ୍ତି ଏବଂ ଏମିତି ବ୍ୟକ୍ତିଙ୍କ ସହିତ ଯିଏ ରହିଥାଏ ସିଏ ସ୍ତ୍ରୀ ହେଉ କିମ୍ବା ପୁରୁଷ ଏମିତି ବ୍ୟକ୍ତିଙ୍କୁ ସ୍ୱର୍ଗର ପ୍ରାପ୍ତି ହୋଇନଥାଏ ଏବଂ ନର୍କ ହିଁ ତାଙ୍କର କର୍ମର ସଜା ହୋଇଥାଏ।

ଭଗବାନ ବିଷ୍ଣୁ କୁହନ୍ତି ଯେ ଯମ ଲୋକରେ ଯିବା ପରେ ଯେଉଁ ପାପ ପୁଣ୍ୟର ହିସାବ ହୋଇଥାଏ ତ ସେହି ଅନୁସାରେ ମନୁଷ୍ୟର ଯନ୍ତ୍ରଣାର ହିସାବ ହୋଇଥାଏ। ଭଗବାନ ବିଷ୍ଣୁ ଗରୁଡ଼କୁ ସମ୍ବଦ୍ଧିତ କରି ଆଗକୁ କହିଛନ୍ତି କି ନର୍କ ମାତ୍ର ଗୋଟିଏ ସ୍ଥାନ ନୁହେଁ ନର୍କର ସ୍ଥାନ ଲକ୍ଷେ ଅଛି। ଯେଉଁଥିରେ ୨୧ ଟି ନର୍କ ଏମିତି ଅଛି ଯାହା ଉପରେ ପାପୀ ମାନଙ୍କୁ ଅନେକ କଷ୍ଟ ଦିଆଯାଏ। ଏଠାରେ ପାପର ଆଧାର ଉପରେ ସଜା ମିଳିଥାଏ। ସେହି ଅନୁସାରେ ନର୍କକୁ ପଠା ଯାଇଥାଏ। ବଡ଼ ବଡ଼ ତେଲ କଢେଇରେ ପକେଇ ଫୁଟାଯାଏ। ଜାଗା ଜାଗାରେ ହିଂସ୍ର ପଶୁ ଦେଖାଯାନ୍ତି।

ଏମିତି ନୁହେଁ କି ଭଗବାନ ନିଷ୍ଠୁର ଅଟନ୍ତି ଆଉ କ୍ଷମା କରିବେନି। ଭୁଲ ଏବଂ ପାପର ବହୁତ ପାର୍ଥକ୍ୟ ଅଛି। ଭୁଲ ତ ସମସ୍ତଙ୍କର ହୋଇଥାଏ ଆଉ ଦେବତା ବି ଏଥିରେ ବାଦ ପଡିନାହାନ୍ତି। ଯଦି ମନୁଷ୍ୟକୁ ନିଜର ଭୁଲର ଅନୁତାପ ସମୟ ଥାଉ ଥାଉ ହୋଇଯାଏ ଆଉ ସେ ସତ ମନରେ ପ୍ରାୟଶ୍ଚିତ କରି ନେବ ତାହେଲେ ଭୁଲ କ୍ଷମା ହୋଇପାରିବ। ପରନ୍ତୁ ପାପ କେବେବି କ୍ଷମାର ଯୋଗ୍ୟ ନୁହେଁ। ଯିଏ କୌଣସି ଲୋଭରେ ଆସି ପୁରା ଚେତନାରେ କରିଥାଏ ତାଙ୍କ ପାଇଁ କୌଣସି କ୍ଷମା ନାହିଁ। ଏଥିପାଇଁ ଚେଷ୍ଟା କରିବେ ଭୁଲ ହେଉ କିନ୍ତୁ ପାପ ନହେଉ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *