Excuse Me Odisha

ଯାହା କହିବୁ ସତ କହିବୁ

ଅକାଳ ମୃତ୍ୟୁ ଆଉ ଗରିବି ଆସିବାର ୧୦ ଟି ମୁଖ୍ୟ କାରଣ,ସବୁ କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅକାଳ ମୃତ୍ୟୁ ଆଉ ଗରିବ ଆସିବାର ୧୦ଟି ମୁଖ୍ୟ କାରଣ।

ବନ୍ଧୁଗଣ ଆପଣ ଘରେ ଯଦି କାହାର ଅକାଳ ମୃତ୍ୟୁ ହୋଇଯାଏ କିମ୍ବା ସକାଳୁ ସନ୍ଧ୍ୟା ଯାଏଁ ଝଗଡା ହେଉଥାଏ କିମ୍ବା ପଇସା ରୋଜଗାର କଲେ ମଧ୍ୟ ଧନ ରହୁନଥା ଭୁତ ପ୍ରେତର ଆଭାସ ହେଉଥାଏ ତ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।
ଘରେ ଏହି ୫ଟି ଭୁଲ କେବେବି କରନ୍ତୁ ନାହିଁ। ନଚେତ ପୁରା ଘର କାଙ୍ଗାଳ ହୋଇଯିବ। ଘରକୁ ଅସୁବିଧା ଆସିବାର ୫ ଟି ବଡ଼ ଭୁଲ କୁହାଯାଇଛି।

ବନ୍ଧୁଗଣ ଆମର ଜୀବନରେ ଛୋଟ ଛୋଟ କଥା ବହୁତ ମହତ୍ୱ ରଖିଥାଏ। ଅଧିକାଂଶ ସମୟରେ ଆମେ ଜଣା ଅଜଣାତରେ କିଛି ଏପରି ଭୁଲ କରିଦେଇଥାଉ ଯାହା ଦ୍ୱାରା ଆସୁଥିବା ଦିନରେ ସମସ୍ୟା ଦେଖାଦିଏ। କଥା କଥାରେ ଘରେ ଝଗଡା ହେଉଥାଏ। ଘରେ ଅକାଳ ମୃତ୍ୟୁ ମଧ୍ୟ ଦେଖାଦିଏ କିମ୍ବା ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଦେଖାଦିଏ ଧନ କମେଇବା ପରେ ବି ଗରିବର ସାମ୍ନା କରିବାକୁ ପଡିଥାଏ। ଯଦି ଆପଣଙ୍କ ସହ ବି କିଛି ଏପରି ହେଉଥାଏ ତେବେ ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ। ଘରେ ଏହି ୫ ଟି ଭୁଲକୁ କେବେବି ହେବାକୁ ଦିଅନ୍ତୁ ନାହିଁ। ଯାହାକି ବର୍ବାଦିର ମୁଖ୍ୟ କାରଣ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ଗୋଟିଏ ବା ଦୁଇଟି ରୁ ଅଧିକ ଚାକୁ ଛୁରୀ ରଖନ୍ତୁ ନାହିଁ। ଏହା ନକରାତ୍ମକତା ବଢାଇଥାଏ। ଘରେ ଝଗଡା ମଧ୍ୟ ହୋଇଥାଏ। ରୋଷେଇ ଘରେ ଅଧିକ ଚାକୁ ଛୁରୀ ରଖନ୍ତୁ ନାହିଁ। ଚାକୁ ଛୁରୀ ନକରାତ୍ମକ ବଢାଇଥାଏ। ସକାଳେ ସମୟରେ ଜମାରୁ ବି ଚାକୁ ଛୁରୀକୁ ଦେଖନ୍ତୁ ନାହିଁ ଏହା ଦ୍ୱାରା ଦିନ ସାରା ଖରାପର ସାମ୍ନା କରିବାକୁ ପଡିଥାଏ। ଧନର ହାନି ମଧ୍ୟ ଘଟେ।

ଘରେ ଯଦି କଣ୍ଟା ଜାତୀୟ ଗଛ ଅଛି ଯେପରି ନାଗଫେଣି ତ ବହୁତ ବଡ଼ ଅଶୁଭ ଅଟେ। ଏହା ଘରେ ଅକାଳ ମୃତ୍ୟୁ ହେବାର କଥାକୁ ବଢାଇଥାଏ। ଖାସ କରି ଆପଣ କଣ୍ଟା ଭିତରେ ନାଗଫେଣି ଗଛକୁ ଘରେ ରଖନ୍ତୁ ନାହିଁ। ଏହା ଦ୍ବାରା ଘରେ ଅଶାନ୍ତି ମଧ୍ୟ ହୋଇଥାଏ। ପରିବାର ଭାଙ୍ଗି ରୁଜି ଚୁରମାର ହୋଇଯାଇଥାଏ। ଭୁତ ପ୍ରେତ ନିଜର ଘରେ ବାସ ବନେଇ ନିଅନ୍ତି। ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗିରହିଥାଏ କାରଣ କଣ୍ଟା ପ୍ରେମର ପ୍ରତୀକ ନୁହଁ। ନକରାତ୍ମକ ବଢେଇବାର ମୁଖ୍ୟ କାରଣ ହୋଇଥାଏ। ଯେଉଁ ଗଛରେ ପତ୍ର ନଥାଏ କେବଳ କଣ୍ଟା ହିଁ ଥାଏ ସେହି ଗଛକୁ ଘରେ ଲଗାନ୍ତୁ ନାହିଁ। ଏହି ଗଛକୁ ବହୁତ ଅଶୁଭ ବୋଲି ମାନାଯାଏ। ତୁଳସୀ ଗଛ ପାଖରେ କୌଣସି କଣ୍ଟା ଜାତୀୟ ଗଛ ଲଗାନ୍ତୁ ନାହିଁ।

ମାସିକ ଧର୍ମ ସମୟରେ ଯଦି ଆପଣ ଗଛରେ ପାଣି ଦିଅନ୍ତି ତେବେ ଏହା ଗରିବ ବାସ କରିବାର କାମ କରିଥାଏ। ଆପଣ ତୁଳସୀରେ ତ ଭୁଲରେ ବି ମଧ୍ୟ ପାଣି ଦେବେନାହିଁ। ଏହି ସମୟରେ ଆପଣ ଆରାମ କରନ୍ତୁ।

ଘରେ ଯଦି ଭଙ୍ଗା ରୁଜା ଇଟା ପଥର ପଡିଛି କିମ୍ବା ଭଙ୍ଗା ଖଟ ପଡିଛି ତେବେ ଏହାକୁ ବହୁତ ଅଶୁଭ ବୋଲି ମାନାଯାଏ। ବାସ୍ତୁଶାସ୍ତ୍ର ଅନୁସାରେ ଏହା ଘରକୁ ଝଗଡା ଆଣିଥାଏ। ଘରେ ପୁରୁଣା ଭଙ୍ଗା ରୁଜା ବାସନ କିମ୍ବା କାଚର ଭଙ୍ଗା ବାସନକୁ ରଖିବା ଉଚିତ ନୁହେଁ। ଭଙ୍ଗା ଆଇନା ବନ୍ଦ ହୋଇ ପଡ଼ିଥିବା ଘଣ୍ଟାକୁ ମଧ୍ୟ ବାହାର କରି ଫୋପାଡ଼ି ଦିଅନ୍ତୁ। ଏହି ଛୋଟ ଛୋଟ କଥା ଉପରେ ଯଦି ଆପଣ ଧ୍ୟାନ ଦେବେ ତ ଘରେ କେବେବି ଗରିବ ଆସିବ ନାହିଁ। ତା ସହିତ ଘରେ ବୁଢିଆଣି ଜାଲ ଥିଲେ ମା ଲକ୍ଷ୍ମୀ ଘରେ ବାସ କରନ୍ତି ନାହିଁ। ଜାଲ ନକରାତ୍ମକତାକୁ ଦର୍ଶାଇ ଥାଏ।

ଘରେ ଯଦି ମେହେନ୍ଦୀ ଗଛ ଅଛି ତେବେ ତୁରନ୍ତ ତାହାକୁ ବାହାରେ ନେଇ ଲଗାନ୍ତୁ। ତଥା ଅମୃତଭଣ୍ଡା ଗଛ ମଧ୍ୟ ଘର ଭିତରେ ଲଗାନ୍ତୁ ନାହିଁ। ଏହା ଦ୍ବାରା ଖରାପ ଶକ୍ତିର ବାସ ଘର ମଧ୍ୟକୁ ହୋଇଥାଏ। ଯଦି ଆପଣଙ୍କ ଘରେ ସବୁଠାରୁ ଅଧିକ ବାସ୍ନା ଯୁକ୍ତ ଗଛ ଅଛି ତେବେ ତାକୁ ମଧ୍ୟ ତୁରନ୍ତ ବାହାରେ ନେଇକି ଲଗାନ୍ତୁ। ଏହାକୁ ମଧ୍ୟ ଶୁଭ ବୋଲି ମାନାଯାଏ ନାହିଁ। ଯେଉଁଠି ନକରାତ୍ମକ ଥାଏ ସେଠାରେ ଅକାଳ ମୃତ୍ୟୁ ହେବାର ସମ୍ଭାବନା ଥାଏ। ବର ଗଛ ଅସ୍ତ ଗଛକୁ ମଧ୍ୟ ଘରେ ଲଗାନ୍ତୁ ନାହିଁ। ଏହାକୁ ଶୁଭ ମାନାଯାଏ ନାହିଁ।

ଯଦି ଘରେ ଜାଗା ଜାଗାରେ ଅସ୍ତ ଗଛ ଉଠି ଯାଏ ତ ଏହାକୁ ତୁରନ୍ତ ବାହାର କରି କୌଣସି ଏକ ଜମିରେ ଗାତ କରି ପୋତି ଦିଅନ୍ତୁ କିମ୍ବା ପାଣିରେ ଭସାଇ ଦିଅନ୍ତୁ। ଘରେ ଶୁଖିଲା ତୁଳସୀ ଗଛକୁ ମଧ୍ୟ ରଖନ୍ତୁ ନାହିଁ। ତାକୁ ମଧ୍ୟ ପାଣିରେ ନେଇ ଭସାଇ ଦିଅନ୍ତୁ। ଘରେ କଦଳୀ ଗଛ ଅଧିକ ବଡ଼ ହେବା ଯାଏଁ ରଖନ୍ତୁ ନାହିଁ। ଏହା ଦ୍ବାରା ଦୈବିକ ଶକ୍ତି କ୍ରୋଧିତ ହୋଇଯାନ୍ତି।

ଘରେ ରାତିରେ ଅଇଁଠା ବାସନକୁ ରଖନ୍ତୁ ନାହିଁ। ଏହା ଅଭିଶାପ ଦେଇଥାଏ। ଏହି କାରଣରୁ ପୁରା ଘର କାଙ୍ଗାଳ ହୋଇଯାଇଥାଏ। ଅକାଳ ମୃତ୍ୟୁର ବିପଦ ବଢିଯାଏ। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୁଏ। ପରିବାରକୁ ସଙ୍କଟ ଆସେ। ତେଣୁ କେବେବି ରାତିରେ ଅଇଁଠା ବାସନ ରଖିବା ଉଚିତ ନୁହେଁ। ରୋଷେଇ ଘରକୁ ସବୁବେଳେ ସଫା ରଖିବା ଉଚିତ। କାରଣ ଏଠାରେ ମା ଅନ୍ନପୂର୍ଣ୍ଣାଙ୍କର ବାସ ହୋଇଥାଏ।

ବାସ୍ତୁଶାସ୍ତ୍ର କହିଥାଏ କି ସ୍ୱାମୀ ସ୍ତ୍ରୀଙ୍କ ରୁମକୁ କେବେବି ପର ପୁରୁଷଙ୍କୁ କିମ୍ବା ପରିବାରରେ କୌଣସି ସଦସ୍ୟଙ୍କୁ ବାରମ୍ବାର ଯିବା ଉଚିତ ନୁହେଁ କିମ୍ବା ତାଙ୍କ ରୁମରେ ବି ଶୋଇବା ଉଚିତ ନୁହେଁ। ଏହା ଦ୍ବାରା ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଦୂରତା ଆସିଥାଏ।

ଯଦି ଆପଣଙ୍କର ଲାତ ମାରିକି କିମ୍ବା ଗୋଡ଼ରେ କବାଟ ଖୋଲିବାର ବା ବନ୍ଦ କରିବାର ଅଭ୍ୟାସ ଅଛି ତ ତୁରନ୍ତ ଏହାକୁ ବନ୍ଦ କରି ଦିଅନ୍ତୁ। କାରଣ ଏଥିରେ ମା ଲକ୍ଷ୍ମୀ ଘରକୁ ଆସିବା ବନ୍ଦ କରିଦିଅନ୍ତି। ଘରର ମୁଖ୍ୟ ଦ୍ୱାର ସାମ୍ନାରେ ଜୋତା ଚପଲ ରଖନ୍ତୁ ନାହିଁ। ଏହା ଦ୍ବାରା ମଧ୍ୟ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ଯାହା ଦ୍ୱାରା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ।

ଗୁରୁବାର ଦିନ ପୋଛା ଲଗାନ୍ତୁ ନାହିଁ। ଏହା ଦ୍ବାରା ଗୁରୁ ଗ୍ରହ କୋମଜର ହୋଇଯାଏ। ଗୁରୁ କମଜୋର ହେଲେ ଘରେ ଦରିଦ୍ରତା ବୃଦ୍ଧି ହୋଇଥାଏ। ଭଗବାନ ଲକ୍ଷ୍ମୀନାରାୟଣଙ୍କର କୃପା ମଧ୍ୟ ବ୍ୟକ୍ତିଙ୍କୁ ପ୍ରାପ୍ତ ହୋଇନଥାଏ। ଗୁରୁବାର ଦିନ ଚୁଟି ଏବଂ କପଡା ମଧ୍ୟ ଧୁଅନ୍ତୁ ନାହିଁ। ଏହା ଦ୍ବାରା ସନ୍ତାନ ଏବଂ ସ୍ୱାମୀଙ୍କର ମୃତ୍ୟୁ ଶୀଘ୍ର ହୋଇଯାଏ। ଉନ୍ନତି ମଧ୍ୟ ହୋଇନଥାଏ। ଆପଣ ଖାଲି ପାଣିରେ ଧୋଇ ପାରିବେ କିନ୍ତୁ ସେମ୍ପ ସାବୁନ ଦେଇ ସଫା କରିବେ ନାହିଁ।

ରାତି ୧୨ ଟା ପାଖାପାଖିରେ ଆଇନା ଦେଖିବା ଉଚିତ ନୁହେଁ କି ମେକପ ଆଦି ମଧ୍ୟ ହେବା ଉଚିତ ନୁହେଁ। ଏହା ଆପଣଙ୍କୁ ଭୁତ ପ୍ରେତ ଭଳି ନକରାତ୍ମକ ଶକ୍ତି ଲାଗିପାରେ। ଆପଣଙ୍କୁ ରାତିରେ ଅତର ଲଗେଇବା ମଧ୍ୟ ଉଚିତ ନୁହେଁ।ବ

ରବିବାର ମଙ୍ଗଳବାର ଗୁରୁବାର ଶନିବାର ଦିନ ସମ୍ଭୋଗ କରିବା ଉଚିତ ନୁହେଁ। ଏହା ଦ୍ବାରା ଜୀବନରେ ସମସ୍ୟା ଆସିଥାଏ।

ରୁଟି ବନେଇବା ପରେ ଗରମ ତାବାରେ ପାଣି ଢାଳିବା ଉଚିତ ନୁହେଁ। ଏହା ଦ୍ବାରା ରାହୁଦୋଷ ଉତ୍ପନ ହୋଇଥାଏ। ଝଗଡା ବଢିଯାଇଥାଏ ଧନର ହାନି ହୋଇଥାଏ।

ତୁଳସୀ ଗଛ ଆଖପାଖରେ କେନେବି କପଡା ଶୁଖାଇବା ଉଚିତ ନୁହେଁ। ଏହା ଦ୍ବାରା ମା ଲକ୍ଷ୍ମୀ କ୍ରୋଧିତ ହୁଅନ୍ତି ଏବଂ ଘରେ ଭୟଙ୍କର ଧନର ହାନି ଘଟେ। ଘରର ମନ୍ଦିର ସବୁବେଳେ ସଫା ରଖିବା ଉଚିତ। ବାସୀ ଫୁଲକୁ ବାହାର କରିନେବା ଉଚିତ। ମନ୍ଦିରରେ ଗୋଟିଏରୁ ଅଧିକ ଭଗବାନଙ୍କ ଫୋଟ ରଖିବା ଉଚିତ ନୁହେଁ। ଖଣ୍ଡିତ ମୂର୍ତ୍ତିକୁ ମଧ୍ୟ ରଖନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ସମୟରେ ଶୋଇବା କି ଖାଇବା ଉଚିତ ନୁହେଁ। ସୂର୍ଯ୍ୟାସ୍ତ ସମୟରେ ଘରର କୌଣସି ଧଳା ଜିନିଷ କେବେବି କାହାରିକୁ ଦେବା ଉଚିତ ନୁହେଁ। ଏହି ସମୟରେ ଲଢେ଼ଇ ଝଗଡା କରିବା ଉଚିତ ନୁହେଁ।ସୂର୍ଯ୍ୟାସ୍ତ ପରେ ପଲଙ୍କ ଉପରେ ପଡି ରହିବା ବି ଉଚିତ ନୁହେଁ। ଏହି ସମୟରେ କାନ୍ଦିବା ମଧ୍ୟ ଉଚିତ ନୁହେଁ।

ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ଯେଉଁ ଘରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ଥାଏ ସେହି ଘରେ ସବୁବେଳେ ମୋର ବାସ ହୋଇଥାଏ। ଏବଂ ଯେଉଁଠି ସ୍ତ୍ରୀ କାନ୍ଦି ଥାଏ ସେଠାରେ ଭଗବାନଙ୍କର ବାସ କେବେବି ହୋଇନଥାଏ।

ଆଲମାରୀରେ ଚିରା ଫୋଟା ନୋଟ ରଖିବା ଉଚିତ ନୁହେଁ। ପର୍ସରେ ମଧ୍ୟ ଏହାକୁ ରଖିଲେ ମା ଲକ୍ଷ୍ମୀ କ୍ରୋଧିତ ହୋଇଯାନ୍ତି। ସବୁବେଳେ ଟଙ୍କାକୁ ଭଲରେ ରଖିବା ଉଚିତ।

ଯେଉଁ ଘରେ ସ୍ୱାମୀ ସ୍ତ୍ରୀ ଏକାଠି ଭୋଜନ କରନ୍ତି କିମ୍ବା ଭାଇ ଭଉଣୀ ଏକାଠି ବସି ଭୋଜନ କରନ୍ତି ସେହି ଘରେ ଦୈବିକ ଶକ୍ତି ତଥା ଇଶ୍ୱରଙ୍କ ବାସ ସେହି ଘରେ ହୋଇଥାଏ। ସେଠାରେ ଗରିବ କେବେବି ପ୍ରବେଶ କରିନଥାଏ।

ଯଦି ଘରେ ବାରମ୍ବାର କ୍ଷୀର ଉତୁରୀ ଥାଏ କିମ୍ବା ତେଲ ତଳେ ପଡୁଥାଏ ତ ଏହା ଆଗକୁ ଆସୁଥିବା ସମୟ ଗରିବର ସାମ୍ନା କରିବାକୁ ପଡିଥାଏ। ବାସ୍ତୁଶାସ୍ତ୍ରରେ ଏହାକୁ ଭଲ ମାନାଯାଏ ନାହିଁ। ରାତି ସମୟରେ ଯଦି ଘରେ ବିଲେଇ ରୋଡି କରିଥାଏ କିମ୍ବା କୁକୁର ଭୋକିଥାଏ ତେବେ ଏହା ଅକାଳ ମୃତ୍ୟୁର ସଂକେତ ଦେଇଥାଏ। ଘରେ ବାଦୁଡି ଆସି ରହିବା ବିପଦର ସଂକେତ ଦେଇଥାଏ। ଏହା ଘରେ ଅଶାନ୍ତି ମଧ୍ୟ ବଢାଇଥାଏ। ଘରକୁ କାଉ ବାରମ୍ବାର ଆସିବା କିମ୍ବା ରାବିବାକୁ ଶୁଭ ମାନାଯାଏ ନାହିଁ।

ବେଦରେ ଲେଖା ଅଛିକି ଜଣେ ସ୍ତ୍ରୀର ଜୀବନକୁ ସେତେବେଳେ ପୂର୍ଣ୍ଣ ମାନାଯାଏ ଯେତେବେଳେ ସେ ପୂଜା ପାଠ ବ୍ରତ ରଖେ। ସବୁବେଳେ ସ୍ତ୍ରୀକୁ ଏକାଦଶୀର ବ୍ରତ ତଥା ସୋମବାର ବ୍ରତ ଶୁକ୍ରବାର ବ୍ରତକୁ ଅବଶ୍ୟ ରଖିବା ଉଚିତ। ସକାଳ ସମୟରେ ସ୍ନାନ କରିବା ଉଚିତ। ଏହା ଦ୍ବାରା ତାଙ୍କୁ ପୁଣ୍ୟ ଲାଭ ମିଳିଥାଏ। ପରିବାରରେ କେବେବି କଷ୍ଟ ଆସେନାହିଁ। ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ସର୍ବଦା ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *