Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି ୧୨ ଟି ଗଛକୁ ଥରେ ନମସ୍କାର କଲେ ସାତ ଜନ୍ମ ପାଇଁ ଗରିବି ଦୂର ହୋଇଯିବ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଏହି ୧୨ ଟି ଗଛକୁ ଥରେ ନମସ୍କାର କଲେ ସାତ ଜନ୍ମ ପାଇଁ ଗରିବି ଦୂର ହୋଇଯିବ।

ଭଗବାନ ଶ୍ରୀକୃଷ୍ଣ ଏମିତି ୬ ଟି ବୃକ୍ଷ ବିଷୟରେ କୁହାଯାଇଛି ଯାହାର ପୂଜା କରିବା ଦ୍ୱାରା ବ୍ୟକ୍ତିର ଜୀବନରେ ଦୁଃଖ ଦାରିଦ୍ର୍ୟତା ଏବଂ କ୍ଳେଶ ଦୂର ହୋଇଥାଏ। ଆମର ହିନ୍ଦୁ ଧର୍ମରେ ବୃକ୍ଷକୁ ଅତ୍ୟନ୍ତ ପୂଜନୀୟ ମାନାଯାଇଛି। ଶାସ୍ତ୍ର ଅନୁସାରେ ବୃକ୍ଷରେ ବି ପ୍ରାଣ ଥାଏ। ଏହି ସୃଷ୍ଟି ଉପରେ ସର୍ବପ୍ରଥମ ସ୍ଥାନ ବୃକ୍ଷକୁ ହିଁ ଦିଆଯାଇଛି ଏହାପରେ ହିଁ ଜୀବ ଜନ୍ତୁଙ୍କର ଉତ୍ପତ୍ତି ହୋଇଛି। ବୃକ୍ଷ କିମ୍ବା ଗଛଲତା ଆମର ସବୁଠାରୁ ବଡ଼ ମହତ୍ୱପୂର୍ଣ୍ଣ ସାଥି ଅଟେ। ବୃକ୍ଷ ନାହିଁ ତ କିଛି ବି ନାହିଁ। ଏମିତିକି ଆମର ଜୀବନ ବି ନାହିଁ। ପ୍ରାଚୀନରୁ ପ୍ରାଚୀନ ବେଦ ପୁରାଣ ଗ୍ରନ୍ଥରେ ବୃକ୍ଷଲତାର ଉଲ୍ଲେଖ ଅଛି। ଏହା ସହିତ ଏହି ବୃକ୍ଷକୁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ଏବଂ ସମ୍ମାନ ଜନକ ସ୍ଥାନ ଦିଆଯାଇଛି।

ଏମିତିରେ ପ୍ରତ୍ୟକ ଗଛ ଲତା ନିଜର ମହତ୍ୱପୂର୍ଣ୍ଣ ଗୁଣ ଯୋଗୁ ଆମର ପୂଜନୀୟ ଏବଂ ସମ୍ମାନନୀୟ ଅଟେ କିନ୍ତୁ ଏହା ଭିତରୁ ବି କିଛି ଗଛ ବିଶେଷ ମହତ୍ୱପୂର୍ଣ୍ଣ ରଖିଥାନ୍ତି ଏବଂ ଲୋକ ଭଗବାନଙ୍କ ଭଳି ହିଁ ତାଙ୍କର ପୂଜା କରିଥାନ୍ତି। ଏହି ଗଛ ବିନା ଆମର ଧାର୍ମିକ କାର୍ଯ୍ୟ ଏବଂ ପୂଜାପାଠ ଅସମାପ୍ତ ହୋଇଥାଏ। ଆଜି ଆମେ ସେହି ଗଛ ବିଷୟରେ ଜଣେଇବୁ ଯାହା ହିନ୍ଦୁ ଧର୍ମ ଅନୁସାରେ ପୂଜନୀୟ ମାନିଥାନ୍ତି ଏବଂ ଶାସ୍ତ୍ରରେ ଏହାର ପୂଜାର ବିଧି ମଧ୍ୟ ଅଛି। ଭଗବାନ ଶ୍ରୀକୃଷ୍ଣ ବି କୁହନ୍ତି କି ଯେଉଁ ମନୁଷ୍ୟ ନିଜର ଜୀବନ କାଳ ଭିତରେ ଏହି ଗଛର ପୂଜା କରିଥାଏ ତ ତାର ଜୀବନରେ ସବୁ ପ୍ରକାରର ଦୁଃଖ ଦରିଦ୍ରତାର ନାଶ ହୋଇଥାଏ ଏବଂ ମୃତ୍ୟୁ ପରେ ମୋକ୍ଷର ପ୍ରାପ୍ତି ହୋଇଥାଏ। ତ ଆସନ୍ତୁ ଜାଣିବା ସେହି ଗଛ ବିଷୟରେ ଯାହାର ପୂଜା ଥରେ ତ ନିଶ୍ଚୟ କରିବା ଉଚିତ।

ତୁଳସୀ ଗଛ। ଅଧିକାଂଶ ହିନ୍ଦୁ ଘରେ ତୁଳସୀ ଗଛ ଅବଶ୍ୟ ଥାଏ। ଏହାକୁ ହିନ୍ଦୁ ଘରେ ସବୁଠୁ ଅଧିକ ପବିତ୍ର ମାନାଯାଏ। ତୁଳସୀ ଗଛକୁ ପ୍ରତିଦିନ ପୂଜା କରିବା ଦ୍ୱାରା ସୁଖ ସମୃଦ୍ଧି ଆସିଥାଏ। ଭଗବାନ ଶ୍ରୀକୃଷ୍ଣଙ୍କୁ ଅତିପ୍ରୟ ତୁଳସୀ ଆୟୁର୍ବେଦରେ ବି ବହୁତ ମହତ୍ୱ ଅଛି। ତୁଳସୀ ପତ୍ରକୁ ଔଷଧ ଗୁଣରେ ବି ପ୍ରୟୋଗ କରାଯାଏ। ଏଥିପାଇଁ ତୁଳସୀ ଗଛର ପୂଜା ଆମକୁ ପ୍ରତିଦିନ କରିବା ଉଚିତ।

ଅସ୍ତ ଗଛ। ହିନ୍ଦୁ ଧର୍ମରେ ଅସ୍ତ ଗଛ ବହୁତ ପୂଜନୀୟ ମାନାଯାଇଛି। ବେଦ ପୁରାଣରେ ଏମିତିକି ଗୀତାରେ ବି ଭଗବାନ ଶ୍ରୀକୃଷ୍ଣବି ଅସ୍ତ ଗଛ ବିଷୟରେ ଉଲ୍ଲେଖ କରିଛନ୍ତି। ଭାରତୀୟ ସଂସ୍କୃତିରେ ଅସ୍ତ ଗଛକୁ ସର୍ବଶ୍ରେଷ୍ଠ ସ୍ଥାନ ଦିଆଯାଇଛି ଏବଂ ଏହାକୁ ବ୍ରହ୍ମ ସ୍ୱରୂପ ମାନାଯାଇଛି। ସଂସ୍କୃତରେ ଏହାକୁ ଅସ୍ତ ଗଛ କୁହାଯାଇଛି। ଏହି ଗଛରେ ସୁତା ବାନ୍ଧି ପରିକ୍ରମା କରି ପୂଜା କରିବାର ବିଧି ଅଛି। ଏମିତି ମାନ୍ୟତା ଅଛି ଯେ ଏହି ଗଛରେ ୩୩ କୋଟି ଦେବତା ବାସ କରିଥାନ୍ତି। ଏଥିପାଇଁ ମନୁଷ୍ୟଙ୍କୁ ନିଜ ଜୀବନ କାଳ ଭିତରେ ଥରେ ଅସ୍ତ ଗଛର ପୂଜା କରିବା ଉଚିତ।

ବର ଗଛ। ଏହି ଗଛକୁ ବି ମଧ୍ୟ ଥରେ ପୂଜା କରିବା ଉଚିତ। ଏହା ଛାୟା ଦେବା ସହିତ ଅନେକ ଗୁଣ ମଧ୍ୟ ଅଛି। ଏହା ପରିବେଶକୁ ଶୁଦ୍ଧ କରିଥାଏ। ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଜ୍ୟୋଷ୍ଠ ମାସ ପୂର୍ଣ୍ଣିମା ଦିନ ଏହି ଗଛକୁ ପୂଜା କରିବା ଦ୍ୱାରା ବା ଏହି ଦିନ ମହିଳାମାନେ ନିଜ ସ୍ୱାମୀର ଆୟୁଷ ପାଇଁ ବ୍ରତ ରଖିଥାଆନ୍ତି।

ନିମ ଗଛ। ଏହି ଗଛର ବି ବହୁତ ଔଷଧିୟ ମହତ୍ୱ ଗୁଣ ଅଛି। ଔଷଧୀୟ ଗୁଣରେ ଭରପୁର ଏବଂ ମହତ୍ୱପୂର୍ଣ୍ଣ ଗୁଣ ବିଶିଷ୍ଟ ଏହି ଗଛ ଯଦି ଆପେ ଆପେ ଉଠିଥାଏ। ଏବଂ ସମ୍ପୂର୍ଣ୍ଣ ଭାରତରେ ବହୁତ ଅଧିକ ଜାଗାରେ ଥାଏ। ଅନେକ ଧାର୍ମିକ କାର୍ଯ୍ୟରେ ନିଜ ଘରେ ନିମ ପତ୍ରର ମାଳ କରି ବାନ୍ଧିଥାନ୍ତି। ଏମିତି ମାନ୍ୟତା ଅଛି ନିମର ମାଳ ନକରାତ୍ମକ ଉର୍ଜାକୁ ଘରୁ ବାହାର କରିଦେଇଥାଏ ଏବଂ ଘରେ ରୋଗ ନଷ୍ଟ କରିଥାଏ। ଏଥିପାଇଁ ମନୁଷ୍ୟଙ୍କୁ ଜୀବନରେ ଥରେ ଏହି ଗଛର ପୂଜା କରିବା ଉଚିତ।

ଆମ୍ବ ଗଛ। ଏହା ଆମର ରାଷ୍ଟ୍ରୀୟ ଫଳ ହୋଇଥାଏ। ଏହି ଗଛର ମହତ୍ୱ ବହୁତ ଅଧିକ ଥାଏ। ହିନ୍ଦୁ ଘରେ କୌଣସି ବି ଶୁଭ କାର୍ଯ୍ୟରେ କିମ୍ବା ପୂଜାପାଠର ଅବସରରେ ଘରର କବାଟ ଉପରେ ଆମ୍ବ ପତ୍ରର ମାଳ ବାନ୍ଧିବାର ପରମ୍ପରା ଅଛି ଏବଂ ଭଗବାନଙ୍କ ଘଟରେ ବି ଆମ୍ବ ଡାଳ ରଖାଯାଇଥାଏ। ବିବାହ ଜନ୍ମ ଦିନରେ ବି ଆମ୍ବ ଗଛର ପୂଜା କରିବା ଶୁଭ ମାନାଯାଏ।

ନଡ଼ିଆ ଗଛ। ଔଷଧୀୟ ଗୁଣରେ ଭରପୁର ଏବଂ ଧାର୍ମିକ ରୂପରେ ଅତ୍ୟନ୍ତ ଶୁଭ ମାନାଯାଏ। ଧାର୍ମିକ କାର୍ଯ୍ୟ ଶୁଭ କାର୍ଯ୍ୟ ପୂଜାପାଠରେ ବିବାହ ଆଦି କାର୍ଯ୍ୟରେ ନଡ଼ିଆର ଏତେ ମହତ୍ୱ ଅଛି କି ଏହା ବ୍ୟତୀତ କୌଣସି ବି ଶୁଭ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ। କୌଣସି କାର୍ଯ୍ୟର ଆରମ୍ଭ ନଡ଼ିଆ ଭାଙ୍ଗି ହିଁ କରାଯାଇଥାଏ। ଏଥିପାଇଁ ମନୁଷ୍ୟଙ୍କୁ ଜୀବନରେ ଥରେ ଏହି ଗଛର ପୂଜା କରିବା ଉଚିତ।

କଦଳୀ ଗଛ। ହିନ୍ଦୁ ଧର୍ମରେ ଏହି ଗଛକୁ ବିଶେଷ ମହତ୍ୱ ଦିଆଯାଇଛି। କଦଳୀକୁ ୫ ଟି ଫଳରେ ଗୋଟିଏ ସ୍ଥାନ ଦିଆଯାଇଛି। ଏହା ସହିତ ଏହାର ପତ୍ରବି ମାଙ୍ଗଳିକ କାର୍ଯ୍ୟରେ ଅଧିକ ଶୁଭ ମାନାଯାଏ। କଦଳୀ ଗଛକ ପୂଜା ପାଠରେ ବ୍ୟବହାର କରାଯାଏ। ଏହାର ପତ୍ରକୁ କୌଣସି ବି ଶୁଭ ଅବସରରେ ଦ୍ୱାର ଉପରେ ଡଙ୍ଗା ଯାଇଥାଏ। ଏହି ପତ୍ରରେ ଅନେକ ଗୁଣକାରୀ ତତ୍ତ୍ୱ ଥାଏ। ଏହି ପତ୍ରରେ ଭୋଜନ ମଧ୍ୟ କରାଯାଏ।

ବେଲ ଗଛ। ଏହି ଗଛ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ ଅଟେ। ଶ୍ରାବଣ ମାସରେ ଭଗବାନ ଶିବଙ୍କ ଉପରେ ବିଶେଷ ରୂପରେ ଏହି ପତ୍ର ଅର୍ପଣ କରାଯାଏ। ଏହି ଗଛର ପତ୍ର ଫଳରେ ବହୁତ ଔଷଧୀୟ ଗୁଣ ଥାଏ।

ଶନି ଗଛ। ଏହି ଗଛକୁ ବି ବହୁତ ମହତ୍ୱପୂର୍ଣ୍ଣ ମାନାଯାଏ। ବେଦ ପୁରାଣ ମହାଭାରତରେ ବି ଏହି ଗଛର ବହୁତ ମହତ୍ୱ ରହିଥାଏ। ଲଙ୍କା ଉପରେ ବିଜୟ ପ୍ରାପ୍ତ ପରେ ଭଗବାନ ଶ୍ରୀରାମ ବି ଏହି ଗଛର ପୂଜା କରିଥିଲେ। ବିଜୟା ଦଶମୀ ଦିନ ଏହି ଗଛକୁ ପୂଜା କରିବା ଉଚିତ। ଶନିଦୋଷକୁ ଦୂର କରିବା ପାଇଁ ପ୍ରତ୍ୟକ ଶନିବାର ଦିନ ଏହି ଗଛର ପତ୍ରକୁ ଶନିଦେବଙ୍କ ଉପରେ ଅର୍ପଣ କରାଯାଏ। ଜୀବନ କାଳ ଭିତରେ ଥରେ ଏହି ଗଛର ପୂଜା କରିବା ଉଚିତ।

ଅଶୋକ ଗଛ। ଏହି ଗଛର ଅର୍ଥ ବିନା ଶୋକ। ଏହା ୨ ପ୍ରକାରର। ଗୋଟେ ଲାଲ ଅଶୋକ ଏବଂ ଆଉ ଗୋଟିଏ ସବୁଜ ଅଶୋକ ଅଛି। ଏହି ଗଛର ଧାର୍ମିକ ଔଷଧୀୟ ଗୁଣ ଥାଏ। ଏଥିପାଇଁ ଘରେ ଏବଂ କାର୍ଯ୍ୟ କ୍ଷେତ୍ର ସାମ୍ନାରେ ଲଗାଇବା ଉଚିତ।

କଦମ୍ବ ଗଛ। ଏହି ଗଛକୁ ବି ପୂଜନୀୟ ମାନାଯାଇଛି। ଏହି ଗଛ ଭଗବାନ ଶ୍ରୀକୃଷ୍ଣଙ୍କର ପ୍ରିୟ ହୋଇଥାଏ। ଏହାର ତଳେ ବସି ଭଗବାନ ଶ୍ରୀକୃଷ୍ଣ ବଂଶୀ ବଜାଉଥିଲେ। ଏହି ଗଛର ଫୁଲକୁ ମନ୍ଦିରରେ ଭଗବାନଙ୍କ ଉପରେ ଅର୍ପଣ କରାଯାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *