Excuse Me Odisha

ଯାହା କହିବୁ ସତ କହିବୁ

ଭଗବାନ ଶିବଙ୍କ ନଜରରେ ଏହି ୫ ଟି କାମ ସବୁଠାରୁ ବଡ଼ ପାପ ଅଟେ ! ତେଣୁ କେବେ ବି ଏହି ୫ଟି କାମ କରନ୍ତୁ ନାହିଁ

ସେୟାର୍ କରନ୍ତୁ

ଭଗବାନ ଶିବ ସଂସାରରେ ବ୍ୟାପ୍ତ ଅଟନ୍ତି। ଶିବ ହିଁ ଆଦି ଅଟନ୍ତି ଶିବ ହିଁ ଅନନ୍ତ ଅଟନ୍ତି। ଭଗବାନ ମହାଦେବ ହିଁ ସୃଷ୍ଟିର କଲ୍ୟାଣ ହେତୁ ସମୁଦ୍ର ମନ୍ଥନ ବେଳେ ବିଷଦ ପାନ କରିଥିଲେ ଏବଂ ଏହି ସଂସାରକୁ ପରମାତ୍ମାଙ୍କର ମନ୍ତ୍ର କହିଥିଲେ। ଭଗବାନ ଶିବ କହିଥିଲେ ବିଷ ପିଇ ଅମୃତ ପାନ କରିବା ହିଁ ମୁକ୍ତିର ମନ୍ତ୍ର ଅଟେ। ଭଗବାନ ଶିବ ଏହି ଶଂସାରକୁ ଜ୍ଞାନ ଦେଇଥିଲେ ମା ପବତୀଙ୍କ ମାଧ୍ୟମରେ। ସମୟ ସମୟରେ ମନୁଷ୍ୟର କଲ୍ୟାଣ ହେତୁ ଅନେକ ମହତ୍ୱପୂର୍ଣ୍ଣ ଉପଦେଶ ଦେଇଛନ୍ତି। ଥରେ ମା ପାର୍ବତୀ ପଚାରିବାରୁ ଭଗବାନ ଶିବ ମା ପାର୍ବତୀଙ୍କୁ ମନୁଷ୍ୟ ଦ୍ୱାରା କରାଯାଉଥିବା ଘୋର ପାପ ବିଷୟରେ କହିଥିଲେ।

ଭଗବାନ ଶିବ କୁହନ୍ତି ନାସ୍ତି ସତ୍ୟ କହିବା ଏବଂ ସମ୍ମାନ ଦେବା ସବୁଠାରୁ ବଡ଼ ପୁଣ୍ୟ ଅଟେ ଏବଂ ପ୍ରତ୍ୟକ ଜନ୍ମରେ ଏହି ପୁଣ୍ୟର ପ୍ରିମଣାମ ଆଗାମୀ ଜନ୍ମରେ ମିଳିଥାଏ। ଭଗବାନ ଶିବ କୁହନ୍ତି ମନୁଷ୍ୟ ନିଜର ସ୍ୱାର୍ଥ ପାଇଁ କେତେକ ପ୍ରକାରର ପାପ ମଧ୍ୟ କରିଥାଏ। ପ୍ରତ୍ୟକ ପାପର ଦଣ୍ଡବି ଅଲଗା ଅଲଗା ହୋଇଥାଏ କିନ୍ତୁ ଯଦି କୌଣସି ମନୁଷ୍ୟ ଏହି ୭ ଟି ପାପ କରିଥାଏ ତ ସେ ଭଗବାନ ଶିବଙ୍କର କୃପା କେବେବି ପ୍ରାପ୍ତ କରିପାରିବ ନାହିଁ। ତେବେ ଆସନ୍ତୁ ଜାଣିନେବା ସେହି ୭ ଟି ପାପ ବିଷୟରେ ଯାହା ମନୁଷ୍ୟ ଜଣା ଅଜଣାତରେ କିମ୍ବା ଜାଣି ଶୁଣି କରିଥାଏ। ଯାହା ତାହାକୁ କେବେବି କରିବା ଉଚିତ ନୁହେଁ।

ପ୍ରଥମ ପାପ। ଅନ୍ୟକୁ ଭୁକରେ ରଖିବା। ଭଗବାନ ଶିବ କୁହନ୍ତି ଯେ ଯେଉଁ ମନୁଷ୍ୟ ନିଜ ଘରକୁ ଆସିଥିବା ଅତିଥିଙ୍କୁ କିମ୍ବା ନିଜର ଘରେ ଆଶ୍ରିତ ବ୍ୟକ୍ତିକୁ ଜାଣି ଶୁଣି ଭୁକରେ ରଖିଥାଏ ଅନ୍ନ ବେସି ହେବା ପରେ ବି ଅନ୍ୟ କୁ ଦିଏନାହିଁ ଆଉ ନିଜର ପ୍ରିୟଜନଙ୍କ ସହିତ ମିଶି ତାହାର ଆନନ୍ଦ ଉଠାଇଥାଏ ଏମିତି ମନୁଷ୍ୟ ପାପୀ ଅଟେ। ମନୁଷ୍ୟକୁ କେବେବି କୌଣସି ଭୁକରେ ଥିବା ବ୍ୟକ୍ତିକୁ ଅନ୍ନ ଦେବାକୁ ମନା କରିବା ଉଚିତ ନୁହେଁ। ଭୁକିଲାକୁ ଅନ୍ନ ଦାନ କରିଲେ ଅକ୍ଷୟ ପୁଣ୍ୟ ପ୍ରାପ୍ତ ହୋଇଥାଏ। ଆଉ ଯେଉଁ ମନୁଷ୍ୟ ନିଜେ ଭୁକରେ ରହି ଅନ୍ୟଙ୍କୁ ଅନ୍ନ ଖୁଆଇଥାଏ ତାକୁ ତୁରନ୍ତ ମା ଲକ୍ଷ୍ମୀଙ୍କୁ ପ୍ରାପ୍ତ ହୋଇଥାଏ।

ଦ୍ୱିତୀୟ ପାପ। ନିଷ୍ପାପ ପଶୁଙ୍କୁ ପିଟିବା। ଭଗବାନ ଶିବ କୁହନ୍ତି ନିଷ୍ପାପ ପଶୁଙ୍କ ସହିତ ମାର ପିଟ କରିବା ତାଙ୍କର ହତ୍ୟା କରିବା ପାପ ହୋଇଥାଏ। ବ୍ୟର୍ଥରେ ପଶୁଙ୍କ ଉପରେ କ୍ରୋଧ କରିବା ମନୁଷ୍ୟଙ୍କର ଦୁର୍ଗୁଣ ଅଟେ। ଗୋଟେ ପଶୁର ବୁଦ୍ଧି କୌଣସି ଛୋଟ ପିଲାର ବୁଦ୍ଧି ଠାରୁ ବି କମ ହୋଇଥାଏ ଏବଂ ଏମିତି ନିଷ୍ପାପ ପଶୁଙ୍କ ଦ୍ବାରା କ୍ଷତି ହୋଇଗଲେ ତାଙ୍କୁ ଦଣ୍ଡ ଦେବା ଉଚିତ ନୁହେଁ। ଯେଉଁ ବି ମନୁଷ୍ୟ ପଶୁଙ୍କ ପ୍ରାଣ ନେଇଥାଏ ଅଥବା ତାଙ୍କୁ ବାଡ଼ିରେ ପିଟିଥାଏ ସେ ମହାପାପୀ ଅଟେ। ସେମିତି ବ୍ୟକ୍ତିଙ୍କ ଉପରେ ଭଗବାନ ଶିବ କେବେବି ନିଜର କୃପା ବର୍ଷା କରନ୍ତି ନାହିଁ।

ତୃତୀୟ ପାପ। ଫାଇଦା ଉଠାଇବା। ଭଗବାନ ଶିବ କୁହନ୍ତି ଯେଉଁ ମନୁଷ୍ୟ ନିଜର ସ୍ୱାର୍ଥ ପାଇଁ ଅନ୍ୟର ଦୁର୍ବଳତାର ଫାଇଦା ଉଠାଇଥାଏ ଅର୍ଥାତ କୌଣସି ଭଲ ଲୋକକୁ ଫସେଇ ତାର ଧନକୁ ଲୁଟି ଥାଏ ସେ ପାପୀ ହୋଇଥାଏ। ମନୁଷ୍ୟକୁ ସର୍ବଦା ସତ୍ୟ ମାର୍ଗରେ ଚାଲି ଧନ ଅର୍ଜନ କରିବା ଉଚିତ ଆଉ ତାର ଉପଭୋଗ କରିବ କିନ୍ତୁ ଅନ୍ୟର ଧନ ଛଡେଇ ଆଣି ଯିଏ ସୁଖ ପ୍ରାପ୍ତ କରିବାକୁ ଚାହିଁଥାଏ ସେ ଭଗବାନ ଶିବଙ୍କର ଦଣ୍ଡର ପାତ୍ର ହୋଇଥାଏ।

ଚତୁର୍ଥ ପାପ। ମିଛ କହିବା। ଯଦି କୌଣସି ମହାନ କାର୍ଯ୍ୟ ସିଦ୍ଧ କରିବାର ଅଛି ଅଥବା ନିଜର ଜୀବନ ଉପରେ ସଙ୍କଟ ଆସିଯାଏ ତ ମନୁଷ୍ୟ ଅନ୍ୟକୁ କ୍ଷତି ପହଞ୍ଚାଇବା ପରିବର୍ତେ ମିଛ କହିପାରେ କିନ୍ତୁ ନିଜର ସ୍ୱାର୍ଥ ପାଇଁ କିମ୍ବା ଅନ୍ୟଙ୍କୁ ଜାଣି ଶୁଣି କଷ୍ଟ ଦେବା ପାଇଁ କୁହାଯାଉଥିବା ମିଛ ଆଖୁଣ୍ଣ ଅଟେ। ଏହାକୁ ପାପ ମାନାଯାଇଛି।

ପଞ୍ଚମ ପାପ। କୌଣସି ଗର୍ଭବତୀ ମହିଳା କିମ୍ବା ମାସିକ ଧର୍ମ ସମୟରେ କୌଣସି ମହିଳାଙ୍କୁ କଟୁ ଵଚନ କହିଥାଏ କିମ୍ବା ନିଜର କଥାରେ ତାଙ୍କ ମନ ଦୁଃଖ କରିଥାଏ ଭଗବାନ ଶିବଙ୍କ ନଜରରେ ବଡ଼ ଅପରାଧ ଅଟେ ଏବଂ ପାପ ଅଟେ। ଏଥିପାଇଁ ଏହା କରିବା ଉଚିତ ନୁହେଁ।

ଷଷ୍ଠ ପାପ। ପର ସ୍ତ୍ରୀଙ୍କ ପାଖକୁ ଯିବା। ଭଗବାନ ଶିବ ଏବଂ ପାର୍ବତୀଙ୍କ ମିଳିତ ସ୍ୱରୂପକୁ ଅର୍ଦ୍ଧନାରୀଶ୍ୱର କୁହାଯାଏ। ଏଥିପାଇଁ ସ୍ତ୍ରୀ ଏବଂ ପୁରୁଷ ପରସ୍ପର ପ୍ରତି ବିଶ୍ୱାସୀ ହେବା ଦରକାର। ଯିଏ ସ୍ତ୍ରୀ ଥିଲେବି ଅନ୍ୟ ସ୍ତ୍ରୀ ସହିତ ସମ୍ବଦ୍ଧ ରଖିଥାଏ ଅଥବା ଯେଉଁ ସ୍ତ୍ରୀ ସ୍ୱାମୀ ଥିଲେ ବି ପର ପୁରୁଷ ସହିତ ସମ୍ବଦ୍ଧ ରଖିଥାଏ ସେ ବଡ଼ ପାପ କରିଥାଏ। ଏମିତି ଲୋକଙ୍କ ଉପରେ ଭଗବାନ ମହାଦେବଙ୍କ କେବେବି କୃପା ରହିନଥାଏ। ଏଥିପାଇଁ ଏହା ଭଗବାନ ଶିବ ଙ୍କ ନଜରରେ ଏହା ଘୋର ପାପ ଅଟେ।

ସପ୍ତମ ପାପ। ଧର୍ମ ବିରୋଧୀ ଖାଦ୍ୟ ଖାଇବା କିମ୍ବା ଧର୍ମର ବିପରୀତ କାର୍ଯ୍ୟ କରିବା କୌଣସି ବି ପରିସ୍ଥିତି ପାଇଁ ବ୍ୟକ୍ତିଙ୍କ ପାଇଁ ସ୍ୟୁକାର ହୋଇନଥାଏ। ନଚେତ ଭଗବାନ ଶିବଙ୍କ ନଜରରେ ସବୁବେଳେ ଅପରାଧୀ ରହିବେ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *