Excuse Me Odisha

ଯାହା କହିବୁ ସତ କହିବୁ

ଲିଭର କ୍ୟାନ୍ସର ହୋଇଛି ବୋଲି କେମିତି ଜାଣିବେ ? ଜାଣନ୍ତୁ ଏହାର ଲକ୍ଷଣ କଣ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆଜିକାଲି ଦୁନିଆରେ ଅଧିକାଂଶ ଲୋକଙ୍କର ଜୀବନଶୈଳୀ ବିଗିଡି ଯାଇଥିବାରୁ ସେମାନେ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲିଭରର ଜନିତ ରୋଗ ହେଉଛି ଫେଟି ଲିଭର। ତାହା ହେଉଛି ଲିଭରରେ ଅଧିକ ଅଦରକାରୀ ଚର୍ବି ଲାଗି ରହେ। ଯଦି ଲିଭର ସେଲରେ ଆବଶ୍ୟକତା ଠାରୁ ଅଧିକ ଚର୍ବି ରହିବ, ତାହେଲେ ନିଶ୍ଚିତ ଭାବରେ ଫେଟି ଲିଭର ଭଳି ସମସ୍ୟା ଦେଖା ଦେବ। ଆମ ଭାରତରେ ୩୦ ପ୍ରତିଶତ ଲୋକଙ୍କୁ ଫେଟି ଲିଭର ଭଳି ସମସ୍ୟା ରହିଛି।

ସାଧାରଣତଃ ଫେଟି ଲିଭର ସମସ୍ୟା ଅଧିକ ମଦ୍ୟପାନ କଲେ ମଧ୍ୟ ହୋଇଥାଏ। ଏହାସହିତ ମଧୁମେହ, କୋଲେଷ୍ଟ୍ରୋଲ ଓ ମୋଟାପଣ ପାଇଁ ମଧ୍ୟ ଏହି ଫେଟି ଲିଭର ସମସ୍ୟା ଉତ୍ପନ୍ନ ହୋଇଥାଏ। ଆହୁରି ମଧ୍ୟ ଯେଉଁମାନେ ମଦ୍ୟପାନ କରନ୍ତି ନାହିଁ, ସେମାନଙ୍କର ମଧ୍ୟ ଫେଟି ଲିଭର ଭଳି ସମସ୍ୟା ଦେଖା ଦେଇଥାଏ। ଯେପରି କ୍ୟାନ୍ସର ରୋଗ ହେଲେ ପୂର୍ବରୁ ଖୁବ୍ ଶୀଘ୍ର କିଛି ଲକ୍ଷଣ ଦେଖା ଯାଇ ନଥାଏ, ସେହିପରି ଫେଟି ଲିଭର ଭଳି ସମସ୍ୟା ସୃଷ୍ଟି ହେଲେ ୬ ମାସ ପର୍ଯ୍ୟନ୍ତ କୌଣସି ଲକ୍ଷଣ ଦେଖାଯାଇ ନଥାଏ।

ଯଦି ଆପଣଙ୍କର ଫେଟି ଲିଭର ଭଳି ସମସ୍ୟା ରହିଛି, ତାହେଲେ ଆପଣଙ୍କୁ ଏହାର କିଛି ବିଶେଷ ଲକ୍ଷଣ ଗୁଡ଼ିକ ଉପରେ ଧ୍ୟାନ ଦେବାକୁ ପଡ଼ିବ।ସାଧାରଣ ଲୋକଙ୍କର ଫେଟି ଲିଭର ହେଲେ କିଛି ଲକ୍ଷଣ ଦେଖାଯାଏ – ପ୍ରଥମ ଲକ୍ଷଣ ହେଉଛି ଆପଣଙ୍କୁ ଅଧିକ ଦୁର୍ବଳ ଲାଗିବ। ଦ୍ଵିତୀୟ ଲକ୍ଷଣ ହେଉଛି ଆପଣଙ୍କର ଡାହାଣ ପଟ ପେଟରେ ଅଳ୍ପ ବ୍ୟଥା ହେବା ଆରମ୍ଭ ହୋଇଯିବ। କିନ୍ତୁ ଅଧିକାଂଶ ଲୋକେ ଏହାକୁ ଅଣଦେଖା କରିଥାନ୍ତି। ଏଭଳି ରୋଗକୁ ମୂଳରୁ ନାଶ କରିବା ପାଇଁ ଆପଣଙ୍କୁ ସର୍ବଦା ନିଜ ଖାଦ୍ୟପେୟ ଉପରେ ଧ୍ୟାନ ରଖିବାକୁ ପଡ଼ିବ।

ଏହାଛଡା ମଦ୍ୟପାନ କରୁଥିବା ଲୋକଙ୍କର ଫେଟି ଲିଭର ଭଳି ସମସ୍ୟା ସୃଷ୍ଟି ହେଲେ କିଛି ବିଶେଷ ଲକ୍ଷଣ ଦେଖା ଯାଇଥାଏ।ସେଗୁଡିକ ହେଉଛି ଅନେକ ସମୟରେ ଆପଣଙ୍କୁ ବାନ୍ତି ଲାଗିବ, ଦୁର୍ବଳ ଲାଗିବ, ଭୋକ ନ ଲାଗିବା। ଏହାସହିତ ଆପଣଙ୍କର ହାତ, ଆଖି, ହଳଦିଆ ପଡ଼ିଯିବା ବା ଜଣ୍ଡିସ ହୋଇପାରେ। ରକ୍ତବାନ୍ତି କିମ୍ବା କଳା ଝାଡା ଭଳି ସମସ୍ୟା ସୃଷ୍ଟି ହେବା, ଦେହ ହାତ କୁଣ୍ଡାଇ ହେବା ଆଦି ସମସ୍ୟା ଦେଖା ଦେଲେ, ବୁଝି ନିଅନ୍ତୁ ଯେ ଏହା ମଦ୍ୟପାନ ଜନିତ ଲିଭର କ୍ୟାନ୍ସର ହେବାର ଲକ୍ଷଣ ଅଟେ। ତେଣୁ ଏଥିପାଇଁ ଆପଣଙ୍କୁ କୌଣସି ନିଶା ସେବନ କରିବାରୁ ବଞ୍ଚିତ ହେବାକୁ ପଡ଼ିବ।

ଯଦି ଆପଣଙ୍କର ମଧୁମେହ, କୋଲେଷ୍ଟ୍ରୋଲ ଓ ମୋଟାପଣ ଭଳି ସାମସ୍ୟା ରହିଛି, ତାହେଲେ ଆପଣ ପ୍ରତ୍ୟେକଦିନ ପୋଷକ ଥିବା ଖାଦ୍ୟ ସେବନ କରନ୍ତୁ। ସକାଳୁ ଉଠି ଯୋଗ ଓ ବ୍ୟାୟାମ କରନ୍ତୁ।ଏହାସହିତ ଆପଣଙ୍କୁ ନିଜ ଜୀବନଶୈଳୀକୁ ପରିବର୍ତ୍ତନ କରିବା ଆବଶ୍ୟକ। ଆପଣ ଏଭଳି ଲକ୍ଷଣ ଦେଖିଲେ ପ୍ରଥମେ ଆପଣଙ୍କୁ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଉଚିତ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *