Excuse Me Odisha

ଯାହା କହିବୁ ସତ କହିବୁ

ଜାଣତରେ ହେଉ ବା ଅଜାଣତରେ ଏହିସବୁ କାର୍ଯ୍ୟ କରୁଥିଲେ ହୋଇ ଯାଆନ୍ତୁ ସାବଧାନ ! ନହେଲେ କମିଯିବ ଆୟୁଷ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ପ୍ରାୟତଃ ପ୍ରତ୍ୟେକ ମଣିଷ ଅଧିକ ଦିନ ପର୍ଯ୍ୟନ୍ତ ବଞ୍ଚି ରହିବାକୁ ଚାହିଁଥାନ୍ତି। କିନ୍ତୁ ଅନେକ ଲୋକଙ୍କର ଏହି ସ୍ଵପ୍ନ ଅସମ୍ପୂର୍ଣ୍ଣ ରହିଯାଏ। କାରଣ ସେମାନେ ଅନେକ ପ୍ରକାରର ରୋଗରେ ଆକ୍ରାନ୍ତ ହୋଇ ଯାଇଥାନ୍ତି, ଯାହାଦ୍ଵାରା ତାଙ୍କର ଆୟୁଷ କମି ଯାଇ ଖୁବ୍ ଶୀଘ୍ର ମୃତ୍ୟୁ ହୋଇଯାଏ। ଆଜିକାଲି ଲୋକେ ପ୍ରାକୃତିକ ପ୍ରକ୍ରିୟାରେ ମୃତ୍ୟୁବରଣ କରୁ ନାହାନ୍ତି।ଅର୍ଥାତ ଅଳ୍ପ ବୟସରୁ ଲୋକେ ମୃତ୍ୟୁବରଣ କରୁଛନ୍ତି। ଏହାର ମୁଖ୍ୟ କାରଣ ହେଉଛି ଲୋକମାନଙ୍କର ବିଗିଡ଼ି ଯାଇଥିବା ଜୀବନଶୈଳୀ ଏବଂ ବିଷଯୁକ୍ତ ଖାଦ୍ୟର ସେବନ। ଶାସ୍ତ୍ର ଅନୁସାରେ କିଛି ଏଭଳି କର୍ମ ରହିଛି, ଯାହା କରିବା ଦ୍ଵାରା ମଣିଷର ଆୟୁଷ କମି ଯାଇଥାଏ। ଆଜି ଆମେ ଆପଣଙ୍କୁ ସେହିପରି କିଛି କର୍ମ ବିଷୟରେ କହିବାକୁ ଯାଉଛୁ, ଯାହାଦ୍ଵାରା ମନୁଷ୍ୟର ଆୟୁ କମ୍ ହୋଇଯାଏ।

ମହାଭାରତ ଗ୍ରନ୍ଥ ଅନୁସାରେ ଯେଉଁ ବ୍ୟକ୍ତି ଧର୍ମକୁ ନିନ୍ଦା କରିଥାନ୍ତି ବା ଧାର୍ମିକ ଗ୍ରନ୍ଥକୁ ନିନ୍ଦା କରିଥାନ୍ତି, ତାଙ୍କର ଆୟୁ ଖୁବ୍ ଶୀଘ୍ର କମିଯାଏ। ଧର୍ମ ଅନୁସରଣ କରି ସତ୍ୟ ମାର୍ଗରେ ଚାଲୁଥିବା ଲୋକେ ଅଧିକ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିଥାନ୍ତି। ଆଉ ଏକ କଥା ହେଉଛି ଆପଣଙ୍କ ବ୍ୟବହାର ହିଁ ଆପଣଙ୍କ ପରିଚୟ ସୃଷ୍ଟି କରିଥାଏ। ଯେଉଁ ଲୋକ ସର୍ବଦା ସଚ୍ଚୋଟ ଥାଆନ୍ତି ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି, ଏଭଳି ଲୋକଙ୍କ ଆୟୁଷ ବୃଦ୍ଧି ହୋଇଥାଏ। ଏହାସହିତ ଯେଉଁମାନେ ଗୁରୁଜନ ମାନଙ୍କୁ ସମ୍ମାନ ଦେଇଥାନ୍ତି, ସେମାନଙ୍କର ଆୟୁଷ ମଧ୍ୟ ବଢ଼ି ଯାଇଥାଏ। ଗରିବ ଲୋକଙ୍କ ଉପରେ ଅନ୍ୟାୟ ଓ ଅତ୍ୟାଚାର କରୁଥିବା ଲୋକଙ୍କର ଆୟୁଷ ହାନୀ ହୋଇଥାଏ।

ହିନ୍ଦୁଧର୍ମରେ ଅନ୍ନକୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। କିନ୍ତୁ କିଛି ଲୋକଙ୍କର ଖାଦ୍ୟ ଖାଇବା ସମୟରେ ଖୁଣ ବାହାର କରିବାର ଅଭ୍ୟାସ ରହିଥାଏ। କିନ୍ତୁ ଏଭଳି କରିବା କଦାପି ଉଚିତ ନୁହେଁ। ଭୋଜନକୁ ଈଶ୍ବରଙ୍କ ପ୍ରସାଦ ଭାବି ଗ୍ରହଣ କରିବା ଉଚିତ ଓ ଏହାର ନିନ୍ଦା କରିବା ଉଚିତ ନୁହେଁ। ଏହାସହିତ ସକାଳୁ ଶୀଘ୍ର ଉଠୁଥିବା ଲୋକଙ୍କର ସର୍ବଦା ସୁନ୍ଦରତା, ଆୟୁଷ ଓ ସ୍ୱାସ୍ଥ୍ୟରେ ବୃଦ୍ଧି ହୋଇଥାଏ। ଅଧିକ ବିଳମ୍ବ ପର୍ଯ୍ୟନ୍ତ ଶୋଉଥିବା ଲୋକେ ଶାରୀରିକ ଓ ମାନସିକ ସମସ୍ୟାର ସମୁଖୀନ ହୋଇଥାନ୍ତି। ଏହିଲୋକମାନଙ୍କର ଖୁବ୍ ଶୀଘ୍ର ଆୟୁଷ ହାନୀ ହୋଇଥାଏ।

ଅଧିକାଂଶ ଲୋକଙ୍କର ଦାନ୍ତରେ ନଖ ଛିଣ୍ଡାଇବାର ଅଭ୍ଯାସ ରହିଥାଏ। ଏଭଳି କରିବା ଆମ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ। କାରଣ ଏଭଳି କରିବା ଦ୍ୱାରା ଶରୀରରେ ଜୀବାଣୁ ଏବଂ ଖରାପ ବ୍ୟାକ୍ଟେରିଆ ପ୍ରବେଶ କରିଥାନ୍ତି। ପ୍ରତ୍ୟେକଦିନ ସ୍ନାନ କରୁ ନଥିବା ବା ସଫାସୁତୁରା ରହୁ ନଥିବା ଲୋକଙ୍କର ଆୟୁଷ ହାନୀ ହୋଇଥାଏ। ସର୍ବଦା ରୋଷେଇ ଘରକୁ ସଫାସୁତୁରା ରଖିବା ଉଚିତ। ଖୋଲା ସ୍ଥାନରେ ପରିଶ୍ରା କରୁଥିବା ଲୋକଙ୍କର ଆୟୁଷ ଖୁବ ଶୀଘ୍ର କମିଯାଏ। କାରଣ ଏଭଳି କରିବା ଦ୍ୱାରା ବାତାବରଣ ଦୂଷିତ ହେବା ସହିତ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ତେଣୁ ଆପଣ ସର୍ବଦା ଶୌଚାଳୟ ବ୍ୟବହାର କରିବା ଉଚିତ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *