Excuse Me Odisha

ଯାହା କହିବୁ ସତ କହିବୁ

ଘର ହୋଇଯିବ ବର୍ବାଦ ଯଦି ତୁଳସୀ ଗଛ ପାଖରେ ରଖିବେ ଏହି ୫ଟି ଜିନିଷ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘର ହୋଇଯିବ ବର୍ବାଦ ଯଦି ତୁଳସୀ ଗଛ ପାଖରେ ରଖିବେ ଏହି ୫ଟି ଜିନିଷ।

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ ତୁଳସୀ ଗଛ ପାଖରେ କେଉଁ ୫ ଟି ଜିନିଷ ରଖିଲେ ଘର ବର୍ବାଦ ହୋଇଯିବ। ଭୁଲରେ ବି ଏହି ଜିନିଷ ତୁଳସୀ ଗଛ ପାଖରେ ରଖିବେ ନାହିଁ। ଯାହା ଦ୍ୱାରା ମା ତୁଳସୀ ଆପଣଙ୍କ ଉପରେ ରୁଷ୍ଠ ହୋଇଯିବେ। ସମସ୍ତେ ନିଜ ଘରେ ତୁଳସୀ ଗଛ ରଖିଥାନ୍ତି। ମା ତୁଳସୀଙ୍କ ପୂଜା କଲେ ବହୁତ ଭଲ। ସକାଳେ ତୁଳସୀ ଗଛରେ ମହିଳାମାନେ ପାଣି ଦେଇଥାନ୍ତି ଏବଂ ସନ୍ଧ୍ୟାରେ ଦୀପ ଦେଇ ମା ତୁଳସୀଙ୍କୁ ପୂଜା କରିଥାନ୍ତି।

କିନ୍ତୁ ଏମିତି କରିବା ପରେ ବି କୌଣସି ଫାଇଦା ମିଳିନଥାଏ। ଏହା କଣ ପାଇଁ ହୋଇଥାଏ। ତୁଳସୀ କେବଳ ଗୋଟେ ଗଛ ନୁହେଁ ଏହା ଆମ ବାସ୍ତୁ ଅନୁସାରେ ଘରେ ଲଗାଇଲେ ଘରର ଥିବା ନକରାତ୍ମକ ଶକ୍ତି ଦୂର ହୋଇ ସବୁବେଳେ ସକାରାତ୍ମକ ଉର୍ଜା ମିଳିଥାଏ ଯାହା ଦ୍ୱାରା ଘରେ ସୁଖ ଶାନ୍ତି ଏବଂ ସମୃଦ୍ଧି ରହିଥାଏ। ଯଦି ଭୁଲରେ ତୁଳସୀ ଗଛ ପାଖରେ ଏହି ଜିନିଷ ରଖିବେ ତେବେ ଆପଣଙ୍କ ପାଇଁ ସମସ୍ୟା ଆସିବ। ତେବେ ଆସନ୍ତୁ ଜାଣିବା ତୁଳସୀ ଗଛ ପାଖରେ କେଉଁ ଜିନିଷ ଭୁଲରେ ରଖିବା ନାହିଁ।

ଯଦି ଆପଣ ନିଜ ଅଗଣାରେ ବା ବାଳକୁନିରେ ତୁଳସୀ ଗଛ ଲଗାଇଛନ୍ତି ତେବେ ଭୁଲରେ ବି ସେହି ଜାଗାରେ ଓଦା କପଡା ରଖନ୍ତୁ ନାହିଁ କିମ୍ବା ଶୁଖାନ୍ତୁ ନାହିଁ। କାରଣ ଓଦା କପଡ଼ାରୁ ପଡୁଥିବା ପାଣି ତୁଳସୀ ଗଛ ଉପରେ ପଡିଲେ ଏହା ବହୁତ ଖରାପ ହୋଇଥାଏ। ଏବଂ ଓଦା କପଦାର ଛାଇ ମଧ୍ୟ ତୁଳସୀ ଗଛ ଉପରେ ପଡିଲେ ଏହା ଆପଣଙ୍କ ପାଇଁ ବହୁତ ଖରାପ ହୋଇଥାଏ। ଯଦି ଆପଣ ତୁଳସୀ ଗଛ ପାଖରେ ଓଦା କପଡା ରଖିବେ ତେବେ ଘରେ ସକରାତ୍ମକ ଉର୍ଜା କମ ହୋଇଯାଏ ଏବଂ ତୁଳସୀ ମା ରାଗ ଯାଆନ୍ତି। ଏଥିପାଇଁ ଓଦା କପଡା ତୁଳସୀ ଗଛ ପାଖରୁ ଦୂରେଇ ରଖନ୍ତୁ।

ତୁଳସୀ ଗଛ ରଖୁଥିବା ଜାଗାକୁ ସବୁବେଳେ ସଫା ସୁତରା ରଖନ୍ତୁ। କାରଣ ଯଦି ଆପଣ ସଫା ସୁତରା ରଖିବେନି ତେବେ ଆପଣଙ୍କ ଘରେ ସବୁବେଳେ ଅଶାନ୍ତି ଲାଗିରହିବ ଏବଂ ଆର୍ଥିକ ସମସ୍ୟା ଉତ୍ପନ ହେବ। ଏଥିପାଇଁ ତୁଳସୀ ଗଛ ଏବଂ ତା ଆଖପାଖ ଜାଗା ପରିଷ୍କାର ରଖନ୍ତୁ।

ତୁଳସୀ ଗଛ ପାଖରେ କେବେବି ଭଗବାନ ଗଣେଶଙ୍କର ମୂର୍ତି ରଖନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଏମିତି କଲେ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ।

ତୁଳସୀ ପୂଜା ପ୍ରତିଦିନ କରନ୍ତୁ କାରଣ ତୁଳସୀ ପୂଜା କରିବାକୁ ଶୁଭ ମାନାଯାଇଥାଏ। ତୁଳସୀ ଗଛ ପାଖରେ ଜୋତା ଚପଲ ରଖନ୍ତୁ ନାହିଁ। କୁହାଯାଏ କି ତୁଳସୀ ଗଛ ପାଖରେ ଭୁଲରେ ବି ଜୋତା ଚପଲ ରଖିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଏହା ସହିତ ଭଗବାନ ବିଷ୍ଣୁଙ୍କର ବି ମଧ୍ୟ ଅପମାନ ହୋଇଥାଏ। ତେଣୁ ଭୁଲରେ ବି ତୁଳସୀ ଗଛ ପାଖରେ ଭୁଲରେ ବି ଜୋତା ଚପଲ ରଖିବା ଉଚିତ ନୁହେଁ।

ତୁଳସୀ ଗଛରେ ସନ୍ଧ୍ୟା ସମୟରେ ଭୁଲରେ ବି ପାଣି ଦେବେ ନାହିଁ। ତୁଳସୀ ଗଛରେ କେବଳ ସକାଳେ ପାଣି ଦିଆଯାଏ। ଏମିତିକି ଜଳ ଦେଉଥିବା ପାତ୍ର କିମ୍ବା ଜଳ ଭରା ପାତ୍ର ରଖନ୍ତୁ ନାହିଁ।

ଯଦି ଆପଣ ଚୁଟି କୁଣ୍ଡାଉ ଛନ୍ତି ତ ବେଳେ ବେଳେ ଉଡି ଯାଇ ଗଛରେ ଲାଗିଯାଏ। ଏହା ବହୁତ ଖରାପ ଅଟେ। ତୁଳସୀ ମାଙ୍କ ଚୁନିକୁ ପରିବର୍ତ୍ତନ କରିବା ଉଚିତ। ବେଳେ ବେଳେ ଏହା ଫାଟି ଯାଇଥାଏ ବା ଅପରିଷ୍କାର ହୋଇଯାଇଥାଏ। ଭଗବାନଙ୍କୁ ଚିରା ବା ଅପରିଷ୍କାର କପଡା ଦେବା ଅନୁଚିତ। ଏଣୁ ଏହାକୁ ସମୟ ସମୟରେ ପରିବର୍ତ୍ତନ କରିଦେବା ଉଚିତ। ଏହାକୁ ଏକାଦଶୀ ପୂର୍ଣ୍ଣିମା ପଞ୍ଚମୀ ତିଥିରେ ବଦଳାଇବେ

ଯଦି ଆପଣଙ୍କ ଘରେ କଣ୍ଟା ଜାତୀୟ ଗଛ ଅଛି ତେବେ ତାହାକୁ ତୁଳସୀ ଗଛ ପାଖରେ ରଖିବେ ନାହିଁ। ଏହା ଦ୍ବାରା ନକରାତ୍ମକ ପ୍ରଭାବ ପଡିଥାଏ। କଳା ଡାଲି ଲୁହା ଜିନିଷ କଳା କପଡା ତୁଳସୀ ଗଛ ପାଖରେ ରଖନ୍ତୁ ନାହିଁ। ଏହା ଦ୍ବାରା ନକରାତ୍ମକ ପ୍ରଭାବ ପଡିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *