Excuse Me Odisha

ଯାହା କହିବୁ ସତ କହିବୁ

ପିତାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି ଏହି ୩ ଗୋଟି ରାଶିର ଝିଅମାନେ। ଦେଖନ୍ତୁ ସେଥିରେ ଆପଣଙ୍କ ରାଶି ନାହିଁ ତ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ବହୁତ ସ୍ଵାଗତ ଜଣାଉଛୁ। କିଛି ଲୋକେ ଜନ୍ମରୁ ଭାଗ୍ୟବାନ ହୋଇଥାନ୍ତି। ସେମାନେ ଯେଉଁ କାର୍ଯ୍ୟରେ ହାତ ଦେଇଥାନ୍ତି, ତାହା ନିଶ୍ଚିତ ଭାବରେ ସଫଳ ହୋଇଥାଏ। ଏମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଯାହାଫଳରେ ଏହାର ପ୍ରଭାବ ଆଖପାଖ ଲୋକଙ୍କ ଉପରେ ମଧ୍ୟ ପଡ଼ିଥାଏ। ଆଜି ଆମେ ଆପଣଙ୍କୁ ଏଭଳି କିଛି ରାଶିର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ଜନ୍ମ ହେବା କ୍ଷଣି ଏମାନଙ୍କ ପିତାଙ୍କ ଭାଗ୍ୟ ବଦଳି ଯାଇଥାଏ।

କର୍କଟ ରାଶି –

ଏହି ରାଶିର ଝିଅମାନେ ନିଜ ପିତାଙ୍କ ପାଇଁ ବହୁତ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଥାନ୍ତି।ଏମାନେ ଘରେ ରହିବା ଦ୍ଵାରା ଘରେ ଦେବୀ ଲକ୍ଷ୍ମୀଙ୍କ ବାସ ହୋଇଥାଏ। ସମାଜରେ ଏମାନଙ୍କ ପିତାଙ୍କର ମାନସମ୍ମାନ ବୃଦ୍ଧି ହୋଇଥାଏ। ଘରର ଆର୍ଥିକ ସଙ୍କଟ ଦୂର ହୋଇଥାଏ। ଏହି ଝିଅମାନେ ବହୁତ ଚତୁର ଓ ଗୁଣବତୀ ହୋଇଥାନ୍ତି। ଅଳ୍ପ ବୟସରେ ଏମାନେ ବହୁତ କିଛି ହାସଲ କରିଥାନ୍ତି। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ। ଏମାନଙ୍କ ବ୍ୟବହାରରେ ସମସ୍ତେ ଖୁସି ହୋଇଥାନ୍ତି।

କନ୍ୟା ରାଶି –

ଏହି ରାଶିର ଝିଅମାନେ ନିଜ ପିତାଙ୍କ ସହିତ ପରିବାର ଲୋକଙ୍କ ପାଇଁ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନେ କାହା ଉପରେ ନିର୍ଭରଶୀଳ ହୋଇ ନଥାନ୍ତି। ଏମାନେ ସର୍ବଦା ନିଜ ହିସାବରେ ଜୀବନ ଅତିବାହିତ କରିବା ପାଇଁ ପସନ୍ଦ କରିଥାନ୍ତି। ଏମାନଙ୍କ ବ୍ୟବହାର ଯୋଗୁଁ ସମସ୍ତେ ଏମାନଙ୍କୁ ପସନ୍ଦ କରିଥାନ୍ତି। ଏମାନେ ସର୍ବଦା ନିଜ ପିତାମାତାଙ୍କ ଗୌରବ ବଢ଼ାଇ ଥାଆନ୍ତି। ନିଜ ଭାଗ୍ୟ ବଳରେ ଏହି ଝିଅମାନେ ଅଳ୍ପ ବୟସରେ ଧନୀ ହୋଇଯାଇଛନ୍ତି। ଏମାନେ ନିଜ ପରିବାର ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି।

ମକର ରାଶି –

ଏହି ରାଶିର ଝିଅମାନେ ନିଜ ପିତାଙ୍କର ଜୀବନ ହୋଇଥାନ୍ତି। ଏମାନେ ପରିଶ୍ରମ କରିବା ପାଇଁ କେବେବି ଭୟ କରନ୍ତି ନାହିଁ। ଏମାନେ ବହୁତ ବିଶ୍ବାସୀ ହୋଇଥାନ୍ତି। ପରିବାରର ସମସ୍ତ ସଦସ୍ୟଙ୍କ ଯତ୍ନ ଏମାନେ ନେଇଥାନ୍ତି। ଭାଗ୍ୟ ସର୍ବଦା ଏମାନଙ୍କ ସପକ୍ଷରେ ରହିଥାଏ। ଏହି ରଧୁର ଝିଅମାନେ ବ୍ୟବସାୟ ଓ ଚାକିରି କ୍ଷେତ୍ରରେ ଖୁବ୍ ସଫଳତା ଅର୍ଜନ କରିଥାନ୍ତି। ଏମାନଙ୍କ ଯୋଗୁଁ ସମାଜରେ ଏମାନଙ୍କ ପରିବାରର ମାନସମ୍ମାନ ବୃଦ୍ଧି ହୋଇଥାଏ। ଏମାନେ ନିଜ ଲକ୍ଷ୍ୟ ହାସଲ କରିବା ପାଇଁ ସମସ୍ତ ପ୍ରକାରର ପ୍ରୟାସ କରିଥାନ୍ତି।

ଏହିଭଳି ସମସ୍ତ ଝିଅମାନେ ମଧ୍ୟ ନିଜ ପରିବାର ଲୋକଙ୍କ ପାଇଁ ଭାଗ୍ୟଶାଳୀ ହୋଇଥାନ୍ତି। ହିନ୍ଦୁଧର୍ମରେ ଝିଅମାନଙ୍କୁ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଥାଏ। ଆପଣ ମାନଙ୍କୁ ନିଜ ଝିଅମାନଙ୍କ ସହିତ ଭଲ ବ୍ୟବହାର କରିବା ଉଚିତ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *