Excuse Me Odisha

ଯାହା କହିବୁ ସତ କହିବୁ

ବାଛନ୍ତୁ ଗୋଟିଏ ରଙ୍ଗର ପାନପତ୍ର,ଆଉ ଜାଣନ୍ତୁ ନିଜର ଭବିଷ୍ୟତ !

ସେୟାର୍ କରନ୍ତୁ

ବନ୍ଧୁଗଣ ବାଛନ୍ତୁ ଏଥିମଧ୍ୟରୁ ଗୋଟିଏ ରଙ୍ଗର ପାନପତ୍ର। ଏବଂ ଜାଣନ୍ତୁ ନିଜର ଭବିଷ୍ୟତ ସହିତ ଜଡିତ କିଛି ଗୁପ୍ତ ରହସ୍ୟ ଏବଂ ଆପଣଙ୍କର ଭବିଷ୍ୟତ। ଆଗକୁ ସମୟ ଆପଣଙ୍କୁ କେଉଁ ଆଡ଼କୁ ନେଇଯିବ ତାହା ମଧ୍ୟ ଆପଣ ରଙ୍ଗର ଆଧାରରେ ଜାଣିପାରିବେ। ଦେଖନ୍ତୁ ଭାରତରେ ରହୁଥିବା ଅଧିକାଂଶ ବ୍ୟକ୍ତି ବହୁତ ଅଧିକ ବିଶ୍ୱାସ ରଖିଥାନ୍ତି ଜ୍ୟୋତିଷ ଶାସ୍ତ୍ର ଉପରେ। ଅଧିକ ବିଶ୍ୱାସ ରଖିବା କାରଣରୁ ବ୍ୟକ୍ତି ନିଜ ଜୀବନରେ ହେବାକୁ ଥିବା ସମସ୍ୟା ମାନଙ୍କୁ ଦୂର କରିବା ପାଇଁ ପ୍ରାୟତଃ ଜ୍ୟୋତିଷ ଶାସ୍ତ୍ରର ଉପଯୋଗ କରିଥାନ୍ତି।

ଏହା ସହିତ ଲୋକମାନେ ନିଜର ଭବିଷ୍ୟତ ସହିତ ଜଡ଼ିତ ଘଟଣାମାନଙ୍କ ସହିତ ଜଡ଼ିତ କଥା ମାନଙ୍କୁ ଜାଣିବା ପାଇଁ ମଧ୍ୟ ଜ୍ୟୋତିଷ ଶାସ୍ତ୍ରର ସାହାରା ନେଇଥାନ୍ତି। ଏଥିପାଇଁ ଆଜିର ଏହି ପୋଷ୍ଟରେ ଆମେ ଜଣେଇବାକୁ ଯାଉଛୁ କି ଆପଣ କିପରି ଆମ ଦ୍ୱାରା ଦିଆଯାଇଥିବା ୩ ଟି ରଙ୍ଗର ପାନପତ୍ରର ବିକଳ୍ପକୁ ବାଛି କରି ଆପଣ ମାନେ ନିଜର ଭବିଷ୍ୟତ ସହିତ ଜଡ଼ିତ କିଛି ଘଟଣା ଜାଣିପାରିବେ ଏବଂ ଏପରି କିଛି କଥା ମାନ ଜାଣିବେ ଯାହାକି ଆପଣଙ୍କର ଭବିଷ୍ୟତକୁ ସୁଦୃଢ଼ କରିବ।

ତ ଆପଣଙ୍କୁ କେବଳ ଏତିକି କରିବାର ଅଛି କି ଆମ ଦ୍ୱାରା ଦିଆଯାଇଥିବା ୩ ଟି ପାନପତ୍ରର ରଙ୍ଗ ମଧ୍ୟରୁ ଗୋଟିଏ ରଙ୍ଗକୁ ବାଛିବାକୁ ପଡିବ। ଏଥିରେ ରହିଛି କି ନୀଳ ରଙ୍ଗର ପାନପତ୍ର ସବୁଜ ରଙ୍ଗର ପାନପତ୍ର ଏବଂ ନାଲି ରଙ୍ଗର ପାନପତ୍ର। ଯାହାର ନିର୍ଣ୍ଣୟ ହିଁ ଆପଣଙ୍କୁ ନିଜର ଭବିଷ୍ୟତ ବିଷୟରେ କିଛି କହିବ। ତ ଆପଣଙ୍କର ଯେଉଁ ରଙ୍ଗ ଅଧିକ ପ୍ରିୟ ଆପଣ ସେହି ରଙ୍ଗର ପାନପତ୍ର ବାଛନ୍ତୁ।

ନୀଳ ରଙ୍ଗର ପାନପତ୍ର। ଯଦି ଆପଣ ନୀଳ ରଙ୍ଗର ପାନପତ୍ର ବାଛିଛନ୍ତି ତେବେ ଜାଣିନିଅନ୍ତୁ ଆପଣଙ୍କ ଜୀବନରେ ବହୁତ ଲମ୍ବା ସମୟ ଧରି ବିଭିନ୍ନ ପ୍ରକାରର ସମସ୍ୟା ଲାଗିରହିଛି। ଜୀବନରେ ଚାଲୁଥିବା ଉଚ୍ଚା ନିଚା ଅବସ୍ଥା କାରଣରୁ ପ୍ରାୟତଃ ଆପଣଙ୍କ ଭାଗ୍ୟ ଆପଣଙ୍କର ସାଥ ନଦେବାର ଆପଣ ଅନୁଭବ କରୁଛନ୍ତି। ଏହି କାରଣରୁ ହିଁ ଆପଣଙ୍କ ଚିନ୍ତାରେ ଓ ମାନସିକ ସ୍ତରରେ କିଛି ପରିବର୍ତ୍ତନ ଆସିବାକୁ ଲାଗୁଛି କିନ୍ତୁ ଏହା ଜାଣିନିଅନ୍ତୁ କି ଏହା ଆପଣଙ୍କୁ ଆହୁରି ଶକ୍ତିଶାଳୀ ମଧ୍ୟ କରି ଦେଉଛି।

ଆପଣ ବହୁତ ହିଁ ଗମ୍ଭୀର ବ୍ୟକ୍ତି ଅଟନ୍ତି। ଯିଏକି କେବେବି ଅଯଥା ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତି ନାହିଁ ଏବଂ ନିଜର ଭବିଷ୍ୟତ ଓ କ୍ୟାରୀୟରକୁ ନେଇ ସର୍ବଦା ଅଗ୍ରସର ହୋଇଥାନ୍ତି। ଏହି କାରଣରୁ ହିଁ ଆପଣ ଆପଣଙ୍କର ଭବିଷ୍ୟତରେ ନିଶ୍ଚୟ ବିଜୟ ଲାଭ କରିବେ ଓ ନିଜର ଅଭିଜ୍ଞତା କାରଣରୁ ସବୁ କ୍ଷେତ୍ରରେ ସଫଳତା ଲାଭ କରିବେ କିନ୍ତୁ ଆପଣ କିଛି ବି ନିର୍ଣ୍ଣୟ ନେବା ସମୟରେ ଦ୍ଵନ୍ଦରେ ରହିଥାନ୍ତି।

କୌଣସି ବି କାର୍ଯ୍ୟ କରିବା ଆଗରୁ ସେହି କାର୍ଯ୍ୟ ବିଷୟକୁ ନେଇ ଅନେକ କଥା ଚିନ୍ତା କରିଥାନ୍ତି ଏହା ଭଲ କିନ୍ତୁ ଏହି ସ୍ଵଭାବ କାରଣରୁ ଆପଣ ଅନେକ ସମୟରେ ଅନେକ ସୁନ୍ଦର ସୁନ୍ଦର ସୁଯୋଗକୁ ହାତ ଛଡା କରିଦେଇଥାନ୍ତି। ତେବେ ଆପଣଙ୍କୁ ଏହି ସ୍ୱଭାବକୁ ବଦଳାଇର ଅଛି ଏବଂ ଭଲ ସୁଯୋଗକୁ କେବେବି ହାତ ଛଡ଼ା କରନ୍ତୁ ନାହିଁ। ଯଦି ଆପଣ ବିବାହିତ ତେବେ ସର୍ବଦା ଆପଣଙ୍କ ଜୀବନସାଥୀଙ୍କ କଥାକୁ ଅବଶ୍ୟ ଶୁଣନ୍ତୁ। ଏହା ଦ୍ବାରା ଆପଣଙ୍କ ଜୀବନରେ ନିଶ୍ଚୟ ସଫଳ ହେବେ।

ସବୁଜ ରଙ୍ଗର ପାନପତ୍ର । ଯଦି ଆପଣ ସବୁଜ ରଙ୍ଗର ପାନପତ୍ର ଟିକୁ ବାଛିଛନ୍ତି ତେବେ ଜାଣିନିଅନ୍ତୁ କି ଆପଣ ଧର୍ଯ୍ୟବାନ ବିବେକବାନ ଏବଂ ଜ୍ଞାନୀ ବ୍ୟକ୍ତି ଅଟନ୍ତି। ଯେଉଁ କ୍ଷେତ୍ରରେ ରହିଥାନ୍ତି ସର୍ବଦା ଉଚ୍ଚ ସ୍ଥିତିରେ ହିଁ ରହିଥାନ୍ତି। ପବିତ୍ର ସ୍ୱଭାବ ସମ୍ପୁର୍ଣ୍ଣ ବ୍ୟକ୍ତି ହୋଇଥିବା କାରଣରୁ ଆପଣ ସମସ୍ତଙ୍କର ପ୍ରିୟ ହୋଇଥାନ୍ତି କିନ୍ତୁ ଆପଣଙ୍କ କ୍ରୋଧ ଓ ଚିଡିଚିଡା ପଣ ମଧ୍ୟ ଅଧିକ ରହିଥାଏ।

ଟିକିଏ ଟିକିଏ କଥାରେ ରାଗିଯିବା ଭଳି କିଛି ଗୁଣ ଆପଣଙ୍କ ଠାରେ ରହିଥାଏ। ଏଥିପାଇଁ ପ୍ରାୟତଃ ଲୋକମାନେ ଆପଣଙ୍କୁ ଭୁଲ ବୁଝିଥାନ୍ତି କିନ୍ତୁ ଯେଉଁମାନେ ଆପଣଙ୍କୁ ସଠିକ ଭାବରେ ଜାଣିଥାନ୍ତି ସେମାନେ ଆପଣଙ୍କୁ କେବେବି ତ୍ୟାଗ କରନ୍ତି ନାହିଁ ଏବଂ ସର୍ବଦା ଆପଣଙ୍କ ସହିତ ହିଁ ରହିଥାନ୍ତି। ଏହା ସହିତ ଆପଣ ଅଧିକ ଖର୍ଚ୍ଚି ସ୍ୱାଭାବର ହୋଇଥାନ୍ତି।

ଏହି କାରଣରୁ ଆପଣଙ୍କ ଜୀବନରେ ବହୁତ ପ୍ରକାରର ସମସ୍ୟା ମାନ ଆସିଥାଏ। ଏହା ସହିତ ଆପଣ ଆପଣଙ୍କର ଭବିଷ୍ୟତରେ ଧନ ସଞ୍ଚୟ କରିବାରେ ପ୍ରାୟତଃ ଅସମର୍ଥ ହୋଇଥାନ୍ତି କିନ୍ତୁ ଆପଣ ଏହା ଜାଣିନିଅନ୍ତୁ କି ଗୋଟିଏ ନିଶ୍ଚିତ ସମୟରେ ଆପଣଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିପାରେ। ତାହା ହେଉଛି ୨୧ ବର୍ଷ, ୩୭ ବର୍ଷ କିମ୍ବା ୪୭ ବର୍ଷ ହୋଇପାରେ। ଗୋଟିଏ ନିଶ୍ଚିୟ ବୟସ ଯିବା ପରେ ଆପଣଙ୍କ ପାଖକୁ ଏତେ ଧନ ଆସିବ କି ଆପଣ ତାହା ସ୍ୱପ୍ନରେ କେବେବି ଭାବି ନଥିବେ।

ନାଲି ରଙ୍ଗର ପାନପତ୍ର । ଯଦି ଆପଣ ନାଲି ରଙ୍ଗର ପାନପତ୍ରକୁ ବାଛିଛନ୍ତି ତେବେ ଜାଣିନିଅନ୍ତୁ କି ଆପଣ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି। ଆକର୍ଷଣୀୟ ଓ ମନମୋହକ ବ୍ୟକ୍ତି ଅଟନ୍ତି। ଜିଏବି ଆପଣଙ୍କ ସହିତ ଥରୁଟିଏ ମିଶି ଥାନ୍ତି ସେ ଜୀବନରେ କେବେବି ଆପଣଙ୍କୁ ଭୁଲ ବୁଝି ପାରନ୍ତି ନାହିଁ। ଆପଣ ପ୍ରାୟତଃ ଅଧିକ ଗୋପୀବାକୁ ପସନ୍ଦ କରିଥାନ୍ତି ଏବଂ ସର୍ବଦା ହିଁ କାହା ସହିତ ରହିବାକୁ ଏବଂ ଖୁସିରେ ରହିବାକୁ ପସନ୍ଦ କରିଥାନ୍ତି।

ଆପଣଙ୍କ ହୃଦୟ ପୂର୍ଣ୍ଣ ନିର୍ମଳ ହୋଇଥାଏ। ଏହି କାରଣରୁ କେବେ କେବେ ଠକାମୀର ଶିକାର ମଧ୍ୟ ହୋଇଥାନ୍ତି। ଆପଣଙ୍କର ସବୁଠାରୁ ଅଧିକ ରୁଚି ଭାନାତ୍ମକ କାର୍ଯ୍ୟରେ ରହିଥାଏ। ଏହା ସହିତ ଆପଣଙ୍କ ସହିତ କଠିନରୁ କଠିନ ସ୍ଥିତିକୁ ସହଜରେ ହିଁ ସମୁଖୀନ ହେବାର କଳା ଆପଣଙ୍କୁ ଖୁବ ଜଣାଥାଏ।

ଆପଣଙ୍କର ଏହି ବିଶେଷ ଗୁଣ କାରଣରୁ ଆପଣ ନିଜର ଭବିଷ୍ୟତ ନିଜେ ହିଁ ଦେଖିଥାନ୍ତି। କଳା ଏବଂ ସଂଗୀତରେ ରୁଚି ରଖୁଥିବା ବ୍ୟକ୍ତି ଅଟନ୍ତି। ସର୍ବଦା ହସ ହସ ମୁହଁ ଆପଣଙ୍କୁ ସମସ୍ତଙ୍କର ପ୍ରିୟ ପାତ୍ର କରିଥାଏ। ଆପଣ ଏକ ଭଲ କଳାକାର ମୋଟୀଭେଟର ଶିକ୍ଷକ ଏବଂ ଭଲ ବ୍ୟବସାୟୀ ହୋଇପାରନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *