Excuse Me Odisha

ଯାହା କହିବୁ ସତ କହିବୁ

ଏହି ୪ ଟି ଜିନିଷ ଉପହାରରେ କେବେବି କାହାରିକୁ ଦିଅନ୍ତୁ ନାହିଁ। ଘରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଏହି ୪ ଟି ଜିନିଷ ଉପହାରରେ କେବେବି କାହାରିକୁ ଦିଅନ୍ତୁ ନାହିଁ। ଘରୁ ମା ଲକ୍ଷ୍ମୀ ଚାଲି ଯାଇଥାନ୍ତି

ବନ୍ଧୁଗଣ କୌଣସି ବି ପର୍ବ ହେଉ କୌଣସି ବି ଉତ୍ସବ ହେଉ କିମ୍ବା କୌଣସି ଶୁଭ କାର୍ଯ୍ୟ ହେଉ ଆମେ ସର୍ବଦା କୌଣସି ନାଁ କୌଣସି ଜିନିଷ ଉପହାର ଦେବା ନେବା କରିଥାଉ। ଏଥିରେ ବି ଗୋଟେ ଅନ୍ୟ ପ୍ରକାରର ଆନନ୍ଦ ଥାଏ। ପ୍ରତ୍ୟକ ଲୋକଙ୍କୁ ଉପହାର ପସନ୍ଦ ଅଟେ। ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତଙ୍କୁ ଉପହାର ପସନ୍ଦ ହୋଇଥାଏ। ସ୍ତ୍ରୀ ପୁରୁଷ ସମସ୍ତଙ୍କୁ ଉପହାର ପସନ୍ଦ ହୋଇଥାଏ। ଏମିତିରେ କୌଣସି ଖାସ ବ୍ୟକ୍ତିଙ୍କୁ ଉପହାର ଦେବା ସମୟରେ ପସନ୍ଦ ନାପସନ୍ଦ ବିଷୟରେ ଭାବି ଉପହାର ଦେଇଥାଉ।

ଆଉ କାହାକୁ ଯଦି ଆମେ ଉପହାର ଦେଇଥାଉ ତ ମାତ୍ର ଉପହାରର ମୂଲ୍ୟର ବିଚାର କରିଥାଉ। ଆମେ ସର୍ବଦା ଆମ ମନରେ କିଛି କଥା ପ୍ରଥମରୁ ହିଁ ନିର୍ଣ୍ଣୟ କରି ରଖିଥାଉ ଆଉ ଉପହାରର ମାପ ଦଣ୍ଡ କରି ଦେଇଥାଉ। ଯେମିତି ମହିଳାଙ୍କୁ ଏହି ଉପହାର ଦେବା ଉଚିତ ଏବଂ ପୁରୁଷଙ୍କୁ ଏହା ଦେବା ଉଚିତ। ପିଲାଙ୍କୁ ବୟସ୍କ ମାନଙ୍କୁ ସାଙ୍ଗ ସାଥି ମାନଙ୍କୁ ବନ୍ଧୁଙ୍କୁ ସମସ୍ତଙ୍କୁ କେମିତି ଏବଂ କେଉଁ ପ୍ରକାରର ଉପହାର ଦେବା ଉଚିତ। କିନ୍ତୁ କେବେ କେବେ ଆମେ ଉପହାର ଦେବା ସମୟରେ କିଛି ଭୁଲ ମଧ୍ୟ କରି ଦେଇଥାଉ।

ଯେମିତିକି ଆମର ପାଖରେ ଏମିତି କିଛି ବସ୍ତୁକୁ ବିନା ବୁଝି ବିଚାରି ଉପହାର ଦେଇଦେଇଥାଉ। ଯାହାକୁ ଦେବା ଦ୍ୱାରା ଆମକୁ କ୍ଷତି ପହଁଚି ପାରେ। ଜ୍ୟୋତିଷ ଶାସ୍ତ୍ରରେ ଏମିତି କୁହାଯାଇଛି କି ପ୍ରତ୍ୟକ ବସ୍ତୁର ନିଜର ଏକ ଉର୍ଜା ରହିଛି ଏବଂ ନିଜର କୌଣସି ଏକ ପ୍ରଭାବ ରହିଛି। ଯାହା ଆମ ଜୀବନ ଉପରେ ସକରାତ୍ମକ ଏବଂ ନକରାତ୍ମକ ପ୍ରଭାବ ପକାଇଥାଏ। ଏଥିପାଇଁ ଆମର ପାଖରେ କୌଣସି ବି ବସ୍ତୁକୁ ଉପହାରରେ ଦେବା ସମୟରେ ସେହି ବସ୍ତୁର ପ୍ରଭାବକୁ ବୁଝିବାବି ଜାଣିବା ଦରକାର।

କିଛି ବସ୍ତୁ ଆପଣ କେବେବି କାହାରିକୁ ଦେଇପାରିବେ ଆଉ କିଛି ବସ୍ତୁକୁ ଭୁଲରେ ବି କାହାରିକୁ ଉପହାରରେ ଦେବେ ନାହିଁ। ଏହା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କ ଘରକୁ ପ୍ରବେଶ କରିବେ ନାହିଁ କିମ୍ବା ଆପଣଙ୍କ ଘରୁ ବାହାରକୁ ଚାଲିଯାଇଥାନ୍ତି। ଆମେ କାହାକୁ କେଉଁ ଉପହାର ଦେଉଛୁ ଏହା ଆମ ଗ୍ରହ ଉପରେ ବି ନିର୍ଭର କରିଥାଏ। ତେବେ ଆସନ୍ତୁ ଜାଣିବା ବାସ୍ତୁଶାସ୍ତ୍ର ଅନୁସାରେ ଏମିତି କେଉଁ ଜିନିଷ ଅଛି ଯାହାକୁ କେବେବି କାହାରିକୁ ଦେବା ଉଚିତ ନୁହେଁ।

ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଏହି ଉପହାର କେବେବି କାହାରିକୁ ଦେବା ଉଚିତ ନୁହେଁ। ତେବେ ଆସନ୍ତୁ ଜାଣିବା କଣ ସେହି ଵସ୍ତୁ

ମା ଲକ୍ଷ୍ମୀଙ୍କ ଫୋଟ। ବନ୍ଧୁଗଣ ଆମେ ସର୍ବଦା ଦୀପାବଳିରେ କିମ୍ବା ଅନ୍ୟ କୌଣସି ଶୁଭ ସମାରହରେ ଆପଣ ସମ୍ପର୍କୀୟଙ୍କୁ କିମ୍ବା ସାଙ୍ଗ ମ ମାନଙ୍କୁ ମା ଲକ୍ଷ୍ମୀଙ୍କର ଫୋଟ ଉପହାର ସ୍ୱରୂପ ଦେଇଥାଉ କିନ୍ତୁ ଏହି ଫୋଟକୁ ଦେବା ନେବାରେ ବହୁତ ଭଲ ଲାଗିଥାଏ। ଏହାର ପଛରେ ଏହି ଉଦେଶ୍ୟ ହୋଇଥାଏ କି ଆମ ପ୍ରିୟ ଲୋକଙ୍କ ଘରେ ମା ଲକ୍ଷ୍ମୀଙ୍କୀବାସ ହେଉ ବୋଲି କିନ୍ତୁ ଜାଣିଛନ୍ତି ଦେବା ଲୋକ କେବଳ ନୁହେଁ ବରଂ ନେବା ବ୍ୟକ୍ତି ଉପରେ ବି ଏହାର ଭୁଲ ପ୍ରଭାବ ପଡିଥାଏ।

ମା ଲକ୍ଷ୍ମୀଙ୍କର ଫୋଟ କୌଣସି ବି ବ୍ୟକ୍ତିଙ୍କୁ ଉପହାରରେ ଦେବାର ଅର୍ଥାତ ନିଜ ଘରୁ ମା ଲକ୍ଷ୍ମୀଙ୍କୁ ଦେଇଦେଉଛନ୍ତି। ଏଥିପାଇଁ କୁହାଯାଏ କି ଦେବୀ ଦେବତା ମାନଙ୍କର ଫୋଟ କିମ୍ବା ତାଙ୍କର ସମ୍ବଦ୍ଧିୟ ଫୋଟ କିମ୍ବା ପୂଜାର କୌଣସି ବି ଜିନିଷ ନିଜ ପଇସାରେ କିଣିବା ଉଚିତ। ନଚେତ ଏହା ଆମ ଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଇବା ପରିବର୍ତେ ନକରାତ୍ମକ ପ୍ରଭାବ ପକାଇଥାଏ।

ଭଗବାନ ଗଣେଶଙ୍କର ଫୋଟ। ଏହି ଭଗବାନଙ୍କର ଫୋଟ ବି କାହାରିକୁ ଉପହାରରେ ଦେବା ଉଚିତ ନୁହେଁ। ଆମେ କୌଣସି ମାଙ୍ଗଳିକ କାର୍ଯ୍ୟରେ ଅଫିସରରେ ଦୁକାନରେ ଉଦଘାଟନରେ ଗଣେଶଙ୍କର ଫୋଟ ଉପହାରରେ ଦେବା ସବୁଠାରୁ ଅଧିକ ପସନ୍ଦ କରିଥାଉ କିନ୍ତୁ ଆପଣ ବି ଯଦି ଏମିତି କରୁଛନ୍ତି ତେବେ ସାବଧାନ ହୋଇଯାନ୍ତୁ। ଘରେ ଭଗବାନ ଗଣେଶଙ୍କୁ ରଖିବାର ନିୟମ ଅଛି। ବହୁତ ଲୋକ ଗଣେଶଙ୍କର ଫୋଟ ଉପହାରରେ ଦେଇଥାନ୍ତି କିନ୍ତୁ ଏମିତି କରିବା ଭୁଲ ଅଟେ।

ଏହା ବ୍ୟତୀତ ଭଗବାନ ଗଣେଶଙ୍କର ଶୁଣ୍ଢ କେଉଁ ଆଡ଼କୁ ଅଛି ତା ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ। ସିଧା ଶୁଣ୍ଢ ଥିବା ଭଗବାନ ଗବେଶଙ୍କର ଫୋଟର ପୂଜା ବିଧି ବିଧାନର ସହିତ କରିବା ଉଚିତ। ନଚେତ ଏହାର ଖରାପ ପରିଣାମ ଭୋଗିବାକୁ ପଡିପାରେ। ଏହାର ଖରାପ ପ୍ରଭାବ ଉପହାର ଦେଉଥିବା ଲୋକଙ୍କ ସହିତ ଉପହାରରେ ନେଉଥିବା ଲୋକଙ୍କ ଉପରେ ବି ପଡିଥାଏ। ଏଥିପାଇଁ ଆପଣ କେବେବି ଭଗବାନ ଗଣେଶଙ୍କର ମୂର୍ତି ବି କାହାରିକୁ ଉପହାରରେ ଦିଅନ୍ତୁ ନାହିଁ।

ଘଡି। ବନ୍ଧୁଗଣ ଏହାକୁ ବି ମଧ୍ୟ ଉପହାରରେ କାହାରିକୁ ଦିଅନ୍ତୁ ନାହିଁ। ଏହାକୁ ପ୍ରାୟ ଲୋକ ବାହାଘରରେ ଉପହାରରେ ଦେଇଥାନ୍ତି। ଏହା ଛୋଟ ହେଉ କିମ୍ବା ବଡ଼ ଯଦି ଆପଣ କାହାରିକୁ ଘଡି ଉପହାରରେ ଦେଉଛନ୍ତି ତ ଆପଣ ତାଙ୍କୁ ଭଲ ଏବଂ ଖରାପ ସମୟ ବି ସାଥିରେ ଦେଉଛନ୍ତି। ଏଥିପାଇଁ କୌଣସି ବି ଅବସରରେ ଉପହାରରେ ଘଡି ଦେବା ଉଚିତ ନୁହେଁ।

ତେଜ ଧାର ଥିବା ବସ୍ତୁ। ଏମିତିରେ କାହାରିକୁ ଏମିତି ଜିନିଷ ଦେବା ଉଚିତ ନୁହେଁ। ଏମିତିରେ କିଛି ଲୋକ ଅଜ୍ଞାତରେ ଏମିତି ଭୁଲ କରି ବସନ୍ତି ଏବଂ ଉପହାରରେ ଚାକୁ ଛୁରୀ କିମ୍ବା ବାସନର ଷ୍ଟାଣ୍ଡ ଉପହାରରେ ଦେଇଥାଉ। ଏହି ଜିନିଷ ସର୍ବଦା ସମ୍ପର୍କରେ ଦୁଃଖ ଏବଂ ମତଭେଦ ସୃଷ୍ଟି କରିଥାଏ। ଏଥିପାଇଁ ବାସ୍ତୁଶାସ୍ତ୍ର ଅନୁସାରେ କେବେବି ଉପହାରର ଧାରୁଆ ଜିନିଷ ଦେବା ଉଚିତ ନୁହେଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *