Excuse Me Odisha

ଯାହା କହିବୁ ସତ କହିବୁ

ଆପଣଙ୍କ ନାମ S,R,B କିମ୍ବା M ରୁ ଆରମ୍ଭ ହେଉଛି କି? ତାହେଲେ ଜାଣନ୍ତୁ ଏହି ରହସ୍ୟମୟ କଥା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ପ୍ରତ୍ୟେକ ମଣିଷ ନିଜର ଭାଗ୍ୟରେଖା ସହିତ ଜନ୍ମ ନେଇ ଥାଆନ୍ତି। ଜନ୍ମ ସମୟ, ଜନ୍ମସ୍ଥାନ ଏବଂ ଗ୍ରହ ନକ୍ଷତ୍ର ମାନଙ୍କର ଗତିବିଧିକୁ ଦେଖି କୌଣସି ବ୍ୟକ୍ତିର ନାମକରଣ କରାଯାଇଥାଏ। ଜ୍ଯୋତିଷ ଶାସ୍ତ୍ରରେ କୌଣସି ବ୍ୟକ୍ତିର ନାମର ବହୁତ ମହତ୍ଵ ରହିଛି। ନାମର ଅକ୍ଷର ଗୁଡିକୁ ଆଧାର କରି ବ୍ୟକ୍ତିର ଚରିତ୍ର, ସ୍ଵଭାବ, ଚାଲିଚଳନ, ଭବିଷ୍ୟତ ବିଷୟରେ ଜଣା ଯାଇଥାଏ। ତେବେ ଆଜି ଆମେ ଆପଣଙ୍କୁ ଇଂରାଜୀ ଅକ୍ଷର S, R, B ଏବଂ M ଅକ୍ଷର ବିଶିଷ୍ଟ ନାମ ଥିବା ଲୋକଙ୍କ ବିଷୟରେ କିଛି ରହସ୍ୟମୟ କଥା କହିବାକୁ ଯାଉଛୁ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

S ନାମ ଥିବା ଲୋକମାନେ –

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର S ରୁ ଆରମ୍ଭ ହୋଇଥାଏ,ସେମାନେ ବହୁତ ଉତ୍ତମ ସ୍ୱଭାବର ହୋଇଥାନ୍ତି।ଏମାନେ ବହୁତ ପରିଶ୍ରମୀ ମଧ୍ୟ ହୋଇଥାନ୍ତି। ପରିଶ୍ରମ ଦ୍ଵାରା ବହୁତ କଷ୍ଟ କାର୍ଯ୍ୟକୁ ଏମାନେ ଖୁବ୍ ସହଜ କରି ଦେଇଥାନ୍ତି। ପ୍ରେମ ମାମଲାରେ ଏମାନେ ବହୁତ ଲାଜକୁଳା ସ୍ଵଭାବର ହୋଇଥାନ୍ତି। ଏହି ନାମ ବିଶିଷ୍ଟ ଲୋକମାନେ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି।ଏମାନେ କେବେବି କାହା ବିଷୟରେ ଖରାପ ଭାବନ୍ତି ନାହିଁ। ଏମାନେ ସର୍ବଦା ନିଜ ଜୀବନ ଉପରେ ଧ୍ୟାନ ଦେବାକୁ ଅଧିକ ପସନ୍ଦ କରିଥାନ୍ତି।

R ନାମ ଥିବା ଲୋକମାନେ –

ଯେଉଁ ଲୋକମାନଙ୍କର ନାମର ପ୍ରଥମ ଅକ୍ଷର R ରୁ ଆରମ୍ଭ ହୋଇଥାଏ, ସେମାନେ ସର୍ବଦା ଅନ୍ୟମାନଙ୍କ ବିଷୟରେ ବିଚାର କରି ଥାଆନ୍ତି। ଏମାନେ ବହୁତ ମଜାଳିଆ ସ୍ୱଭାବର ହୋଇଥାନ୍ତି। ଏହି ଲୋକ ମାନେ ବହୁତ ଖାଦ୍ୟପ୍ରିୟ ହୋଇଥାନ୍ତି। ଏମାନେ ଜଣେ ଉତ୍ତମ ଜୀବନସାଥୀ ଟିଏ ପାଇବା ପାଇଁ ଆଶା ରଖିଥାନ୍ତି। ଏମାନେ ପରିବାରର ସମସ୍ତ ସଦସ୍ୟଙ୍କ ଯତ୍ନ ନେଇଥାନ୍ତି।

B ନାମ ଥିବା ଲୋକମାନେ –

B ଅକ୍ଷରରୁ ନାମ ଆରମ୍ଭ ହୋଇଥିବା ଲୋକେ ଅନ୍ୟମାନଙ୍କ ସହିତ ନିଜ କଥା ସେୟାର କରିବାକୁ ପସନ୍ଦ କରନ୍ତି ନାହିଁ, ସେଥିପାଇଁ ଅନେକ ସମୟରେ ଏମାନେ ସମସ୍ୟାରେ ପଡିଥାନ୍ତି।ଏମାନେ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି। ଏହି ନାମ ବିଶିଷ୍ଟ ଲୋକମାନେ ବାହାରୁ ବହୁତ ଶକ୍ତ ସ୍ୱଭାବର ଜଣା ପଡିଥାନ୍ତି, ଇନ୍ତୁ ଏମାନେ ହୃଦୟରୁ ବହୁତ କୋମଳ ସ୍ଵଭାବର ହୋଇଥାନ୍ତି। ପ୍ରେମ ମାମଲାରେ ଏମାନେ ବହୁତ ଗମ୍ଭୀର ଥାଆନ୍ତି।

M ନାମ ଥିବା ଲୋକମାନେ –

ଯେଉଁ ଲୋକଙ୍କର ନାମ M ଅକ୍ଷରରୁ ନାମ ଆରମ୍ଭ ହୋଇଥାଏ, ସେମାନେ ବହୁତ ଖେଳପ୍ରେମୀ ହୋଇଥାନ୍ତି।ପାଠପଢ଼ାରେ ମଧ୍ୟ ଏମାନେ ସର୍ବଦା ଆଗୁଆ ରହିଥାନ୍ତି। ଅଧିକାଂଶ ସମୟରେ ଏମାନଙ୍କ ମନ ବିଚଳିତ ରହିଥାଏ। ଏମାନେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ ଭଲଭାବରେ ବିଚାର କରିଥାନ୍ତି।ପ୍ରେମ ମାମଲାରେ ଏମାନେ ସବୁକିଛି କରିବାକୁ ପ୍ରସ୍ତୁତ ରହିଥାନ୍ତି। ଏମାନଙ୍କର ଦୃଢ ମନୋବଳ ଯୋଗୁଁ ଏମାନଙ୍କୁ ଆଶାନୁରୂପ ଚାକିରି ମିଳି ଯାଇଥାଏ। ଏହାସହିତ ଏମାନଙ୍କ ସ୍ଵଭାବ ଯୋଗୁଁ ଏମାନଙ୍କୁ ସମସ୍ତେ ପସନ୍ଦ କରିଥାନ୍ତି।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *