Excuse Me Odisha

ଯାହା କହିବୁ ସତ କହିବୁ

ଡାକି ଡାକି ମରିଗଲେ ବି ଭଗବାନ ଏହି ଲୋକଙ୍କ ଡାକ କେବେବି ଶୁଣନ୍ତି ନାହିଁ | ଜୀବନସାରା ଦରିଦ୍ର ହୋଇ ରହିଥାନ୍ତି।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଏହି ୩ ଜଣ ଖରାପ ଲୋକଙ୍କ ଡାକ କେବେବି ଶୁଣନ୍ତି ନାହିଁ। ଜୀବନସାରା ଦରିଦ୍ର ହୋଇ ରହିଥାନ୍ତି।

ବନ୍ଧୁଗଣ ଭଗବାନ ନିଜେ କୁହନ୍ତି କି ଏପରି୫ ଜଣ ଲୋକଙ୍କ ଘରକୁ ମୁଁ କେବେବି ଯାଏନାହିଁ। ତେବେ ଆସନ୍ତୁ ଜାଣିବା ସେହି ୫ ଜଣ କିଏ।

ଘରର ଧ୍ୟାନ ରଖୁନଥିବା ଲୋକ। ଭଗବାନ ଏହା କୁହନ୍ତି କି ଯେଉଁ ମହିଳା ବା ପୁରୁଷ ନିଜ ଘରର ଧ୍ୟାନ ରଖନ୍ତି ନାହିଁ ତାକୁ ଧନର କୌଣସି ଆବଶ୍ୟକତା ହୁଏନାହିଁ। କାରଣ ଶାସ୍ତ୍ର ଏହା କହିଥାଏ କି ଯେଉଁ ବ୍ୟକ୍ତିକୁ ନିଜ ଘରର ଚିନ୍ତା ହୋଇନଥାଏ ବା ଘରେ କଣ ହେଲେ ତାକୁ ଫରକ ପଡେନାହିଁ ତ ଭଗବାନ ସେଠାରେ କେବେବି ନିବାସ କରନ୍ତି ନାହିଁ ବା ସେଠାରେ ସେ ପାଦ ମଧ୍ୟ କେବେବି ପକାନ୍ତି ନାହିଁ। ଯାହା ଦ୍ୱାରା ସେ ବ୍ୟକ୍ତି ଗରିବ ହେବାର ବଡ଼ କାରଣ ହୋଇଥାଏ। ଏଥିପାଇଁ ଘରର ଚିନ୍ତା କରୁଥିବା ବ୍ୟକ୍ତି ହିଁ ବିଜୟ ପ୍ରାପ୍ତ କରିଥାଏ।

ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ। ଯେଉଁ ଘରେ ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ମାରପିଟ ବା ଖରାପ ଗାଳିରୁ ଆରମ୍ଭ ହୋଇଥାଏ ସେଠାକୁ ତ ଭୁଲରେ ବି ଭଗବାନ ଯାଆନ୍ତି ନାହିଁ। ମା ଲକ୍ଷ୍ମୀ ନିଜେ କହିଛନ୍ତି କି ଯେଉଁ ଘର ପରିବାରରେ ଲଢେଇ ଝଗଡା ହୋଇଥାଏ ସେଠାରେ ମୁଁ ଭୁଲରେ ବି ନିଜର ପାଦ କେବେବି ମଧ୍ୟ ପକାଏ ନାହିଁ। ଏବଂ ଏପରି ଘରେ ସୁଖ ସମୃଦ୍ଧିର ନାଶ ହୋଇଥାଏ ଏବଂ ଏମାନଙ୍କର ଆଗାମୀ ପିଢ଼ି ବି ଖରାପ କର୍ମ କାରଣରୁ ପୁରା ଜୀବନ ସମସ୍ୟାର ସାମ୍ନା କରିଥାନ୍ତି।

କର୍ମହୀନ ବ୍ୟକ୍ତି। ଭଗବାନ ସଫା ଗୀତାରେ ଲେଖିଛନ୍ତି ଯେଉଁ ବ୍ୟକ୍ତି କର୍ମହୀନ ହୋଇଥାଏ ତ ତାକୁ ନିଜର ଆଗାମୀ ଜନ୍ମରେ କିଛି ଏପରି ଘରେ ଜନ୍ମ ନେବାକୁ ପଡିଥାଏ ଯିଏ ନିଜର ପାପକୁ ଭୋଗୁ ଥାଏ। ଆପଣଙ୍କୁ କହି ଦେଉଛୁ କି କର୍ମହୀନ ବ୍ୟକ୍ତି ତାକୁ କୁହାଯାଏ ଯିଏ ଭଲ କାର୍ଯ୍ୟ କରିପାରେ ନାହିଁ। ଯାହାର କର୍ମ ଭଲ ହୁଏନାହିଁ। ଯିଏ ଅନ୍ୟକୁ ଖୁସିରେ ଦେଖିପାରେ ନାହିଁ। ତ ତାକୁ କର୍ମହୀନ ବ୍ୟକ୍ତି କୁହାଯାଏ। ଯେଉଁ ବ୍ୟକ୍ତି ଭଲ କର୍ମ କରେ ତ ତାକୁ ଆର ଜନ୍ମରେ ତାହାରଫଳ ଅବଶ୍ୟ ମିଳିଥାଏ। ଏପରି ବ୍ୟକ୍ତି କିଛି ଏପରି ଘରେ ଜନ୍ମ ନିଏ ଯିଏ ବହୁତ ଧନୀ ହୋଇଥାଏ। ସେଠାରେ ତାକୁ ସୁଖ ସମୃଦ୍ଧି ହାସଲ ହୋଇଥାଏ। ଏମିତିରେ ଏହି ଲୋକଙ୍କୁ ଇଶ୍ଵରଙ୍କ ଭାଷାରେ କର୍ମର ପୂଜାରୀ ବୋଲି କୁହାଯାଏ।

ମା ବାପାଙ୍କୁ ସାମାନ୍ୟ ବୋଲି ଭାବିବା। ଯେଉଁ ବ୍ୟକ୍ତି ନିଜର ମା ବାପାଙ୍କୁ ସାମାନ୍ୟ ବୋଲି ଭାବିଥାଏ ତ ତାକୁ ଆରଜନ୍ମରେ ଏପରି ଦଣ୍ଡ ମିଳିଥାଏ ଯାହାର କାରଣରୁ ତାର ଜୀବନରେ କେବେ ନାଁ କେବେ ଏ ସତ ନିଶ୍ଚୟ ଆସିଥାଏ କି କଣ ମୁଁ ଆର ଜନ୍ମରେ କିଛି ପାପ କରିଥିଲି ଯାହାକୁ ଆଜି ଭୋଗିବାକୁ ପଡୁଛି। ଏଥିପାଇଁ କୁହାଯାଏ କି ଯେଉଁ ବ୍ୟକ୍ତି ମା ବାପା ଉପରେ ଅତ୍ୟାଚାର କରେ ତ ତାକୁ ଆରଜନ୍ମରେ ବା ତାକୁ ତାର ସେହି ଜନ୍ମରେ ହିଁ ଠିକ ସେମିତି କଟାଇବାକୁ ପଡେ। ଯେମିତି ସେ ତା ମା ବାପାଙ୍କ ସହ ଅତ୍ୟାଚାର କରିଥିଲା। ଶାସ୍ତ୍ର ଅନୁସାରେ ତାର ଆସିବାକୁ ଥିବା ସନ୍ତାନ ମଧ୍ୟ ଠିକ ସେମିତି ହିଁ କରେ ଯାହା ସେ ତା ବାପା ମାଙ୍କ ସହିତ କରିଥିଲା। ଏଥିପାଇଁ କେବେବି ଅତ୍ୟାଚାର କରନ୍ତୁ ନାହିଁ। କାରଣ ଭଗବାନଙ୍କର ଅନ୍ୟ ରୂପ ହେଉଛନ୍ତି ମା ବାପା। ଯିଏ ଏହି କଥାକୁ ମାନିନିଏ ତ ସିଏ ଇଶ୍ୱରଙ୍କ ପ୍ରିୟ ହୋଇଯାଏ।

ମହିଳାଙ୍କ ଉପରେ ଅତ୍ୟାଚାର। ଧର୍ମ ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ମହିଳାଙ୍କ ଉପରେ ଅତ୍ୟାଚାର କରୁଥାଏ ତ ତାକୁ ଏପରି ପାପ ଲାଗିଥାଏ ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ସ୍ତ୍ରୀଙ୍କର ଅପମାନ ପୁରା ସୃଷ୍ଟିର ଅପମାନ ବୋଲି ମାନାଯାଏ। ଯେଉଁଠି ଏମାନଙ୍କର ସମ୍ମାନ ନହୁଏ ତ ସେଠାରେ ଇଶ୍ଵର କେବେବି ନିବାସ କରନ୍ତି ନାହିଁ। ଶାସ୍ତ୍ର ଅନୁସାରେ ଯେଉଁଠି ନାରୀ ଜାତିର ସମ୍ମାନ ହୋଇଥାଏ ସେଠାରେ ଇଶ୍ଵର ନିବାସ କରନ୍ତି। ତ ବନ୍ଧୁଗଣ ଭଗବାନ ଏହି ଲୋକଙ୍କର ଡାକ କେବେବି ଶୁଣନ୍ତି ନାହିଁ।

ଏବେ ଆସନ୍ତୁ ଜାଣିବା ଭଲ ସମୟ ଆସିବା ପୂର୍ବରୁ ଭଗବାନ ଆମକୁ କେଉଁ ସଂକେତ ଦେଇଥାନ୍ତି।

କେବେ କେବେ ମଣିଷ ଜୀବନରେ ଭଲ ସମୟ ଆସିଥାଏ ତ କେବେ କେବେ ଖରାପ ସମୟ ଆସିଥାଏ। କୁହନ୍ତି କି ଯେମିତି ଭଲ ସମୟ ଅଧିକ ସମୟ ଧରି ରହିନଥାଏ ଠିକ ସେହିପରି ଖରାପ ସମୟ ମଧ୍ୟ ଅଧିକ ସମୟ ପର୍ଯ୍ୟନ୍ତ ରୁହେନାହିଁ। ସମୟ ଚକ୍ର ସବୁବେଳେ ଘୁରିଥାଏ। ଯଦି କାହାର ଭଲ ସମୟ ହେବ ତ ତାକୁ ସବୁ ପ୍ରକାରର ସୁଖ ଶାନ୍ତି ପ୍ରାପ୍ତ ହେବ। ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ କେଉଁ କେଉଁ ସଂକେତକୁ ଦେଖି ଆପଣ ମାନେ ଜାଣିପାରିବେ ଆପଣ ମାନଙ୍କ ସହିତ କିଛି ଭଲ ହେବାକୁ ଯାଉଛି କିମ୍ବା କିଛି ଶୁଭ ଖବର ଶୁଣିବାକୁ ମିଳିବ ବା ଆପଣଙ୍କ ସହ କିଛି ଖରାପ ହେବାର ମଧ୍ୟ ଅଛି

ସକାଳୁ ଉଠିବା ପରେ ଯଦି ଆପଣଙ୍କୁ ଆପଣଙ୍କ ମନ ଭିତରୁ ଗୋଟେ ଅଲଗା ପ୍ରକାରର ଅନୁଭବ ହେବାକୁ ଲାଗେ ଆଉ ନିଜ ଚେହେରା ମିରରେ ଦେଖିବେ ଆଉ ଯଦି ଆପଣଙ୍କ ମୁହଁରେ ଅଲଗା ପ୍ରକାରର ଚମମ ଦେଖାଯିବ ତ ବୁଝିଯାଆନ୍ତୁ କି ସେହିଦିନ ଆପଣଙ୍କ ସହ କିଛି ଭଲ ହେବାର ଅଛି ବା ଆପଣଙ୍କ ଜୀବନରେ ଥିବା ଅସୁବିଧାର ସମାଧାନ ହୋଇଯିବାର ଅଛି।

ଯଦି ବିନା କାରଣରେ ଆପଣଙ୍କୁ ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କ ଠାରୁ ଯଦି କିଛି ଟଙ୍କା ମିଳୁଛି ତ ଏହାର ମାନେ ଏହା ହେବ କି ଆପଣଙ୍କୁ କୌଣସି କାମରେ ସଫଳତା ମିଳିବାକୁ ଅଛି ବା ଆପଣଙ୍କ ଜୀବନରେ ବର୍ଷ ବର୍ଷରୁ ପଡି ରହିଥିବା କିଛି ଚିନ୍ତା ବା ଟେନସନର କଥା ତାହା ସବୁ ବହୁତ ଶୀଘ୍ର ଠିକ ହୋଇଯିବ। ଏହା ସହିତ ଧନର କିଛି ବୃଦ୍ଧି ହେବାର ଅଛି।

ଯଦି ଆପଣ ଘରୁ ବାହାରିବା ପାଇଁ ଯାଉଛନ୍ତି ଆଉ ଆପଣଙ୍କୁ ରାସ୍ତାରେ ପାଣି ଭରା ହୋଇଥିବା ଜଳ ପାତ୍ର ଦେଖନ୍ତି ତ ଏହା ବହୁତ ଶୁଭ ସଂକେତ ବୋଲି ମାନି ନିଅନ୍ତୁ। କାହିଁକିନା ଏହାର ଅର୍ଥ ଏହା ହୋଇଥାଏ କି ଆପଣ ଯେଉଁ କାରଣରୁ ବାହାରକୁ ଯାଉଛନ୍ତି ତାହା ନିଶ୍ଚୟ ସଫଳ ହେବ ବା ଆଗରୁ ପଡିରହିଥିବା କୌଣସି କାର୍ଯ୍ୟ ବି ନିଶ୍ଚୟ ସଫଳ ହେବ। କାହିଁକିନା ଏହାକୁ ଦେଖିଲେ ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ।

ଏହି କଥାତ ସମସ୍ତେ ଜାଣନ୍ତି ପଶୁପକ୍ଷୀ ମାନେ ମଧ୍ୟ ଆମକୁ ଆଗକୁ ଆସୁଥିବା ସମୟର ଭଲ ସଂକେତ କିମ୍ବା ଖରାପ ସଂକେତ ଦେଇଥାନ୍ତି। ବନ୍ଧୁଗଣ ଯଦି ଆପଣଙ୍କ ଘରେ ବା ଆପଣଙ୍କ ଘରର ଆଖପାଖରେ ଯଦି ଗୋଟିଏ ବିଲେଇ ତାର ଛୁଆକୁ ଜନ୍ମ ଦେଇଥାଏ ତ ଏହା ବହୁତ ଶୁଭ ସଂକେତ ଦେଇଥାଏ। ସେହିଦିନ ଆପଣଙ୍କ ଘରେ ଗୋଟିଏ ଖୁସିର ମହଲ ବନିଯାଇଥାଏ। ସମସ୍ତେ ଖୁସିରେ ରହିଥାନ୍ତି।

ଯଦି ଆପଣ ବାହାରକୁ ଯିବା ବେଳେ ଗୋଟେ ହସୁଥିବା ଛୁଆର ଚେହେରା ଦେଖନ୍ତି ତ ବୁଝିଯିବେ କି ଆପଣଙ୍କର କାର୍ଯ୍ୟରେ ବା ଜୀବନରେ ଭଲ ସମୟ ଆସିବାର ଅଛି ଓ ଏହା ସହିତ ଆପଣଙ୍କର ପୁରା ଦିନଟି ବହୁତ ଭଲରେ ମଧ୍ୟ କଟିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *