Excuse Me Odisha

ଯାହା କହିବୁ ସତ କହିବୁ

ଲାଫିଙ୍ଗ ବୁଦ୍ଧ ଘରେ କେଉଁଠି ରଖିଲେ ଧନର ବର୍ଷା ହୋଇଥାଏ। ଶୀଘ୍ର ଭାଗ୍ୟ ବଦଳିଥାଏ।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଲାଫିଙ୍ଗ ବୁଦ୍ଧ ଘରେ କେଉଁଠି ରଖିଲେ ଧନର ବର୍ଷା ହୋଇଥାଏ। ଶୀଘ୍ର ଭାଗ୍ୟ ବଦଳିଥାଏ।

ଆପଣ ବଜାରରେ ଅନେକ ପ୍ରକାରର ଲାଫିଙ୍ଗ ବୁଦ୍ଧ ଦେଖିଥିବେ। କେଉଁଥିରେ ଲାଫିଙ୍ଗ ବୁଦ୍ଧ ହାତରେ ମିଠା ଧରିଥିବେ ତ ଆଉ କେଉଁଥିରେ ଥଳି ଥିବ ଆଉ କେଉଁଥିରେ ଲାଫିଙ୍ଗ ବୁଦ୍ଧ ଯୋଗ କରୁଥିବେ ତ ଆଉ କେଉଁଥିରେ ଟ୍ରାଗନ ଉପରେ ବସିଥିବେ। ଏଣୁ ଆପଣଙ୍କ ପାଇଁ କେଉଁ ଲାଫିଙ୍ଗ ବୁଦ୍ଧ ଲାଭଦାୟକ ଅଟେ ଏବଂ କେଉଁ ଲାଫିଙ୍ଗ ବୁଦ୍ଧ ଘରେ କିମ୍ବା ଅଫିସରେ ରଖିବେ କେଉଁଠି ରଖିବେ ଏବଂ କେଉଁଠି ରଖିବେ ନାହିଁ ଏହି ଚିନ୍ତାରେ ନିଶ୍ଚୟ ଥିବେ ଆପଣଙ୍କର ଏହି ସମସ୍ତ ପ୍ରକାରର ଚିନ୍ତା ଏହି ପୋଷ୍ଟ ମାଧ୍ୟମରେ ଦୂର ହୋଇଯିବ।

ପ୍ରଥମେ। ଲାଫିଙ୍ଗ ବୁଦ୍ଧ ବସିଛନ୍ତି ଏବଂ ତାଙ୍କର ହାତରେ ମୋତିରେ ହାର ଧରିଛନ୍ତି ଏହିପରି ଲାଫିଙ୍ଗ ବୁଦ୍ଧଙ୍କୁ ଘରର ମୁଖ୍ୟ ଦ୍ୱାରରେ ୨ ରୁ ୩ ଫୁଟ ଉଚ୍ଚତାରେ କୌଣସି ଷ୍ଟଲ କିମ୍ବା ବେଞ୍ଚ ଉପରେ ରଖିଦିଅନ୍ତୁ। ଧ୍ୟାନ ଦେବେକି ଏହି ଲାଫିଙ୍ଗ ବୁଦ୍ଧ ଏପରି ରଖିବେ ଯେପରିକି ତାଙ୍କର ମୁଖ ବାହାରକୁ ରହିବ ଏବଂ ବାହାରୁ କୌଣସି ବ୍ୟକ୍ତି ଘରକୁ ପ୍ରବେଶ କରିବା ସମୟରେ ତାଙ୍କର ନଜର ଯେପରି ସର୍ବପ୍ରଥମେ ଲାଫିଙ୍ଗ ବୁଦ୍ଧ ଉପରେ ପଡୁଥିବ। ଏହିପରି ଲାଫିଙ୍ଗ ବୁଦ୍ଧ ଘରର ସକରାତ୍ମକତା ବଢାଇଥାଏ ଏବଂ ଧନ ସୁଖ ସମୃଦ୍ଧି ମଧ୍ୟବୃଦ୍ଧି କରାଇଥାଏ।

ଦ୍ଵିତୀୟରେ। ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧ। ଏପରି ଲାଫିଙ୍ଗ ବୁଦ୍ଧ ଦୁକାନ ବ୍ୟବସାୟ ପାଇଁ ଲାଭଦାୟକ ଅଟେ। କିନ୍ତୁ ଏହାକୁ ମୁଖ୍ୟ ଦରଜା ପାଖରେ ନିଶ୍ଚୟ ରଖିବେ। ଏହାର ଫାଇଦା ଏହା ହୋଇଥାଏ କି ଆପଣଙ୍କର ରୋଜଗାର ବଢାଇଥାଏ। ଦୁକାନ ବ୍ୟବସାୟରେ ଉନ୍ନତି ଦେଇଥାଏ। କାରଣ ପେଙ୍ଗସୁଇଙ୍ଗ ଅନୁସାରେ ଥଳି ଧରିଥିବା ଲାଫିଙ୍ଗ ବୁଦ୍ଧ ଘରକୁ ଧନ ଚୁମ୍ବକ ପରି ଆକର୍ଷିତ କରିଥାଏ। ଧ୍ୟାନ ଦେବେ କି ଲାଫିଙ୍ଗ ବୁଦ୍ଧ ଧରିଥିବା ଥଳିଟି ଯେପରି ଖାଲି ନଥାଏ ପୂର୍ଣ୍ଣ ହେବା ଆବଶ୍ୟକ।

ତୃତୀୟରେ। ଧାତୁ ନିର୍ମିତ ଲାଫିଙ୍ଗ ବୁଦ୍ଧ। ପ୍ରାୟତଃ ସମସ୍ତ ଲାଫିଙ୍ଗ ବୁଦ୍ଧ ମାଟିରେ ତିଆରି ହୋଇଥାଏ କିନ୍ତୁ ଯେଉଁ ମାନେ କୌଣସି କାର୍ଯ୍ୟରେ ସଫଳତା ପାଇବା ପାଇଁ କୌଣସି ନିର୍ଣ୍ଣୟ ସଠିକ ଭାବରେ ନେଇ ପାରନ୍ତି ନାହିଁ ସେମାନେ କିପରି ସଠିକ ନିର୍ଣ୍ଣୟ ନେଇପାରିବେ ବା ତାଙ୍କର ନିର୍ଣ୍ଣୟ ନେବାର କ୍ଷମତା ବୃଦ୍ଧି କରିବା ପାଇଁ ଧାତୁ ନିର୍ମିତ ଲାଫିଙ୍ଗ ବୁଦ୍ଧ ଘରେ କିମ୍ବା ଅଫିସରେ ନିଶ୍ଚୟ ରଖନ୍ତୁ। ଏହା ଦ୍ବାରା ଆପଣଙ୍କର ନିର୍ଣ୍ଣୟ ନେବାର କ୍ଷମତା ବଢିଥାଏ। ଧ୍ୟାନ ଦେବେକି ଏହି ଲାଫିଙ୍ଗ ବୁଦ୍ଧର ମୂର୍ତ୍ତିଟି ଭଙ୍ଗା ଫଟା ଯେମିତି ହୋଇନଥିବ ଏବଂ ସେଥିରେ ଧୂଳି ବାଲୀ ଜମିବାକୁ ଦେବେ ନାହିଁ। ଏହାକୁ ସର୍ବଦା ଉଚ୍ଚ ସ୍ଥାନରେ ରଖିବାକୁ ଚେଷ୍ଟା କରିବେ।

ଚତୁର୍ଥରେ। ଧ୍ୟାନ ମୁଦ୍ରାରେ ବସିଥିବା ଲାଫିଙ୍ଗ ବୁଦ୍ଧ। ଯଦି ଘରେ ସର୍ବଦା କଳହ ଝଗଡା ଅଶାନ୍ତି ଲାଗିରହୁଥାଏ ଚିନ୍ତା ବା ବ୍ୟସ୍ତତା ଭିତରେ ସମୟ ବିତୁଥାଏ ଏପରି କ୍ଷେତ୍ରରେ ଆପଣଙ୍କର ଘରେ ଧ୍ୟାନ କରୁଥିବା ଲାଫିଙ୍ଗ ବୁଦ୍ଧ ମୂର୍ତି ଅବଶ୍ୟ ରଖନ୍ତୁ। ଏହା ଦ୍ବାରା ଘରେ ଶାନ୍ତି ପୂର୍ଣ୍ଣ ବାତାବରଣ ସୃଷ୍ଟି ହୋଇଥାଏ

ପଞ୍ଚମରେ। ହାତରେ ପୁଟୁଳି ଧରିଥିବା ଏବଂ ତାଙ୍କ ଉପରେ ପିଲାମାନେ ଖେଳୁଥିବେ। ଏହିପରି ଲାଫିଙ୍ଗ ବୁଦ୍ଧଙ୍କୁ ନିଜର ଶୟନ କକ୍ଷରେ ରଖିଲେ ଯେଉଁମାନଙ୍କର ସନ୍ତାନ ହେଉନଥାଏ ସେମାନଙ୍କର ସନ୍ତାନ ହେବାର କ୍ଷମତା ଖୁବଶୀଘ୍ର ବଢିଥାଏ ଏବଂ ଖୁବଶୀଘ୍ର ସନ୍ତାନ ପ୍ରାପ୍ତ କରିଥାନ୍ତି। ପେଙ୍ଗ ସୁଇଙ୍ଗ ବାସ୍ତୁ ଅନୁସାରେ ସନ୍ତାନ କାମନା କରୁଥିବା ଦମ୍ଫତ୍ତି ଏହିପରି ଲାଫିଙ୍ଗ ବୁଦ୍ଧ ଅବଶ୍ୟ ରଖନ୍ତୁ। ଏହା ଅତ୍ୟନ୍ତ ଶୁଭ ଫଳ ଦାୟକ ଅଟେ।

ଷଷ୍ଠରେ। ନାବ ଉପରେ ବସିଥିବା ଲାଫିଙ୍ଗ ବୁଦ୍ଧ। ଯେଉଁ ଲାଫିଙ୍ଗ ବୁଦ୍ଧ ନୌକା ଉପରେ ବସିଥିବେ ଏବଂ ତାଙ୍କର ହାତରେ ସ୍ୱର୍ଣ୍ଣ ମୁଦ୍ରା ଏବଂ ମୋତିର ମାଳା ଧରିଥିବେ ଏହିପରି ଲାଫିଙ୍ଗ ବୁଦ୍ଧଙ୍କୁ ନିଜର ଅଫିସ ଟେବୁଲ ଉପରେ ଅବଶ୍ୟ ରଖିଦିଅନ୍ତୁ। ଏହା ଦ୍ବାରା ସଫଳତା ଏବଂ ଧନ ବୈଭବର ଅଭାବ ଦେଖା ଦେଇନଥାଏ। ଧନ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ।

ସପ୍ତମରେ। ହାତରେ ଫଳ ଧରିଥିବା ଲାଫିଙ୍ଗ ବୁଦ୍ଧ। ଘରେ ଯଦି କୌଣସି ବ୍ୟକ୍ତି ରୋଗରେ ପଡ଼ି ରହିଛନ୍ତି ତାଙ୍କର ରୋଗ ଜଣା ପଡୁନାହିଁ ଅବା ଠିକ ହେଉନଥାଏ ଏହିପରି କ୍ଷେତ୍ରରେ ଏହିପରି ଲାଫିଙ୍ଗ ବୁଦ୍ଧକୁ ସେହି ରୋଗୀ ଲୋକର ତକିଆ ପାଖରେ ରଖିଲେ ତାଙ୍କର ରୋଗଟି ଜଣା ପଡି ଯାଇଥାଏ ଏବଂ ସେ ଖୁବଶୀଘ୍ର ଠିକ ହୋଇଯାଇଥାନ୍ତି।

ଅଷ୍ଟମରେ। ଟ୍ରାଗନ ଉପରେ ବସିଥିବା ଲାଫିଙ୍ଗ ବୁଦ୍ଧ। ଘରେ ହେଉଥିବା ତନ୍ତ୍ର ମନ୍ତ୍ର ଗୁଣି ଗାରେଡି ଅବା ନଜର ଦୋଷରୁ ରକ୍ଷା କରିଥାଏ। ଯଦି ଆପଣ ଅନୁମାନ କରୁଛନ୍ତି କି ଆପଣଙ୍କର ଘରେ କିମ୍ବା ଅଫିସରେ ଅବା ଦୁକାନରେ କାହାର ନଜର ଲାଗିଯାଇଛି ଅବା ଗୁଣି ଗାରେଡି ତନ୍ତ୍ର ମନ୍ତ୍ର ହୋଇଛି ତ ଏହିପରି ଲାଫିଙ୍ଗ ବୁଦ୍ଧ ଆଣି ଅବଶ୍ୟ ରଖନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *