Excuse Me Odisha

ଯାହା କହିବୁ ସତ କହିବୁ

ଅନ୍ତିମ ସଂସ୍କାର ସମୟରେ ଶବର ମୁଣ୍ଡରେ ଠେଙ୍ଗା ଦ୍ଵାରା ତିନିଥର ପିଟାଯାଏ କାହିଁକି ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଭଗବାନଙ୍କ ସୃଷ୍ଟିରେ ଯେଉଁ ପ୍ରାଣୀ ଜନ୍ମ ହୋଇଥାଏ, ତାକୁ ଦିନେ ନା ଦିନେ ଏହି ଦୁନିଆକୁ ଛାଡି ଯିବାକୁ ପଡ଼ିଥାଏ। ଅଧିକାଂଶ ଲୋକମାନେ ମୃତ୍ୟୁ ପରେ ମୋକ୍ଷ ପାଇବା ପାଇଁ ବା ସ୍ବର୍ଗଲୋକକୁ ଯିବା ପାଇଁ ବଞ୍ଚିଥିବା ଅବସ୍ଥାରେ ଅନେକ ପୂଣ୍ୟ କର୍ମ କରିଥାନ୍ତି। ମୃତ୍ୟୁ ପରେ ମୃତକ ବ୍ୟକ୍ତିର କିଛି କର୍ମ ତାର ପରିବାର ଲୋକଙ୍କ ଦ୍ଵାରା ବିଧି ପୂର୍ବକ ସମ୍ପନ୍ନ କରାଯାଏ, ତାପରେ ହିଁ ମୃତକ ବ୍ୟକ୍ତିର ଆତ୍ମାକୁ ମୁକ୍ତି ମିଳିଥାଏ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

କୌଣସି ବ୍ୟକ୍ତିର ମୃତ୍ୟୁ ପରେ ତାର ଅନ୍ତିମ ସଂସ୍କାର କରାଯାଇଥାଏ। ଏହା ମଧ୍ୟ ଏକ କର୍ମ ମଧ୍ୟରେ ଅନ୍ତର୍ଭୁକ୍ତ। ଏହି ଅନ୍ତିମ ସଂସ୍କାର ସମୟରେ କପାଳ କ୍ରିୟା କରାଯାଇଥାଏ।ଏଥିରେ ଚିତାରେ ଜଳୁଥିବା ଶବର ମୁଣ୍ଡ ଉପରେ ତିନି ଥର ବାଡିରେ ପିଟା ଯାଇଥାଏ। କିନ୍ତୁ କଣ ଆପଣମାନେ ଜାଣିଛନ୍ତି ଏପରି କାହିଁକି କରାଯାଇଥାଏ? ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପରେ ଶବର ଅନ୍ତିମ ସଂସ୍କାର ସମୟରେ ଶବକୁ ମୁଖାଗ୍ନି ଦିଆଯାଇଥାଏ।ଏହାପରେ ବାଉଁଶରେ ମାଟି ଦେଇ ଶବର ମୁଣ୍ଡ ଉପରେ ଘିଅ ଦିଆଯାଏ। ଏଭଳି କରିବା ଦ୍ୱାରା ନିଆଁରେ ଶବ ଜଳୁଥିବା ସମୟରେ ଶବର ଶରୀର ଭଲ ଭାବରେ ଜଳି ପାଉଁଶ ହୋଇଯିବ

କହିବାକୁ ଗଲେ ମଣିଷର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ଗୁଡ଼ିକ ମଧ୍ୟରେ ମସ୍ତିଷ୍କ ରହିଛି। ଶରୀରର ଅନ୍ୟ ଅଙ୍ଗ ଗୁଡ଼ିକ ଠାରୁ ଏହା ଅଧିକ ସୁଦୃଢ ହୋଇଥାଏ। ମସ୍ତିଷ୍କ ଯୋଗୁଁ ଶରୀରର ପ୍ରତ୍ୟେକ କାର୍ଯ୍ୟ ଜଣାପଡ଼ିଥାଏ। ଏଥିପାଇଁ ମୃତକ ବ୍ୟକ୍ତିକୁ ଜଳାଇବା ସମୟରେ ଅଗ୍ନିରେ ଭଲ ଭାବରେ ଜଳିବା ପାଇଁ ମୁଣ୍ଡ ଉପରେ ଘିଅ ଢଳା ଯାଏ। ଏହାସହିତ ଶବର ମୁଣ୍ଡକୁ ବାଡିରେ ପିଟା ଯାଇଥାଏ।

କାରଣ ଶବର ମୁଣ୍ଡ ଜଳିବା ସମୟରେ ଯଦି ସଠିକ ଭାବରେ ଜଳିବ ନାହିଁ, ତାହେଲେ ଆଗାମୀ ଜନ୍ମରେ ତାର ସମ୍ପୂର୍ଣ ରୂପରେ ବିକାଶ ହୋଇ ନଥାଏ।ଆହୁରି ମଧ୍ୟ ମାନ୍ୟତା ରହିଛି ଯେ ଯଦି ଶବର ମୁଣ୍ଡରେ ତିନିଥର ବାଡିରେ ପିଟା ଯିବ ନାହିଁ, ତାହେଲେ ମୃତକର ପ୍ରାଣ ସମ୍ପୂର୍ଣ ଭାବରେ ମୁକ୍ତି ପାଇ ନଥାଏ ଏବଂ ନୂଆ ଜନ୍ମରେ ତାକୁ ଅନେକ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଥାଏ।

ସେଥିପାଇଁ ମୃତକର ଅନ୍ତିମ ସଂସ୍କାର ସମୟରେ ସମସ୍ତ ନିୟମର ପାଳନ କରାଯାଏ।ପୁରାଣ ଶାସ୍ତ୍ର ଓ ଗ୍ରନ୍ଥ ଅନୁସାରେ ମଣିଷର ମୁଣ୍ଡରେ ବ୍ରହ୍ମାଙ୍କର ବାସ ହୋଇଥାଏ। ସେଥିପାଇଁ ଶରୀରରକୁ ପୂର୍ଣ ରୂପରେ ମୁକ୍ତି ଦେବାପାଇଁ ଏଭଳି କାର୍ଯ୍ୟ କରାଯାଏ। ଆପଣ ମାନେ ଜାଣିଥିବେ କି କିଛି ତନ୍ତ୍ର ସାଧକ ମାନେ ସେମାନଙ୍କର ସିଦ୍ଧି ସମ୍ପନ୍ନ କରିବା ପାଇଁ ମଣିଷ ଶବର ମୁଣ୍ଡ ଏବଂ ହାଡକୁ ବ୍ୟବହାର କରିଥାନ୍ତି।

ଏଭଳି କରିବା ଦ୍ୱାରା ସେହି ମୃତକ ବ୍ୟକ୍ତିର ଆତ୍ମାକୁ ମୁକ୍ତି ପାଇବା ପାଇଁ ବହୁତ କଷ୍ଟକର ହୋଇଯାଏ। ସେଥିପାଇଁ ଶବକୁ ଜଳାଇବା ପୂର୍ବରୁ ମୁଣ୍ଡରେ ବାଡି ମରାଯାଏ। ଆହୁରି ମଧ୍ୟ ଶାସ୍ତ୍ର ଅନୁସାରେ କୁହାଯାଇଛି ମନୁଷ୍ୟ ଶରୀରରୁ ଯେବେ ଆତ୍ମା ବାହାରିଥାଏ, ସେତେବେଳେ ଶରୀରର ମସ୍ତିଷ୍କକୁ ଭାଙ୍ଗି ବାହାରି ଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *