Excuse Me Odisha

ଯାହା କହିବୁ ସତ କହିବୁ

ମୃତ୍ୟୁର ୧ଘଣ୍ଟା ପୂର୍ବରୁ ମିଳିଥାଏ ଏହି ୫ଟି ସଂକେତ ! ଗରୁଡକୁ ନିଜେ ଶ୍ରୀ କୃଷ୍ଣ ଏହି ମୃତ୍ୟୁର ରହସ୍ୟ କହିଥିଲେ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ମୃତ୍ୟୁର ୧ଘଣ୍ଟା ପୂର୍ବରୁ ମିଳିଥାଏ ଏହି ୫ ଟି ସଂକେତ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯାହାର ଜନ୍ମ ହୋଇଛି ତାର ମୃତ୍ୟୁବି ନିଶ୍ଚିତ ଅଟେ। କିନ୍ତୁ ମଣିଷ ନିଜର ମୃତ୍ୟୁକୁ ସବୁବେଳେ ନମାନିବାକୁ ଚେଷ୍ଟା କରିଥାଏ କିନ୍ତୁ ସେ ଏହା ଜାଣିନାହିଁ କି ତାର ମୃତ୍ୟୁ ନିଶ୍ଚିତ ଅଟେ ଏବଂ ଯେତେବେଳେ ତାର ମୃତ୍ୟୁ ହେବାକୁ ଥିବ ସ୍ୱୟଂ ତାକୁ ଜଣା ପଡିଯିବ କି ତାର ମୃତ୍ୟୁର ସମୟ ଏବେ ପାଖେଇ ଆସିଛି। ମୃତ୍ୟୁର କିଛି ସମୟ ପୂର୍ବରୁ ମଣିଷକୁ ଏହା ଅନୁଭବ ହୋଇଯାଏ କି ତାର ମୃତ୍ୟୁ ଆଉ କିଛି ସମୟରେ ହେବାକୁ ଯାଉଛି।

ମୃତ୍ୟୁ ଆସିବା ପୂର୍ବରୁ କିଛି ଏମିତି ସଂକେତ ଦେଇଥାଏ କି ଏହା ଦ୍ବାରା ମନୁଷ୍ୟକୁ ଜଣା ପଡିଯିବ କି ତାର ମୃତ୍ୟୁ ମାତ୍ର ୧ ଘଣ୍ଟାରେ ହେବାକୁ ଯାଉଛି। ଭଗବାନ ଶ୍ରୀକୃଷ୍ଣ ଏମିତି ୫ ଟି ସଂକେତ ଦେଇଛନ୍ତି। ଯେଉଁଥିରେ ମନୁଷ୍ୟ ଜିନର ମୃତ୍ୟୁ ବିଷୟରେ ଜାଣିପାରିବ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଏହି ସଂକେତ ମାଧ୍ୟମରେ ମନୁଷ୍ୟକୁ ନିଜର ମୃତ୍ୟର ସମୟ ଜାଣି ନିଜର ପରିବାର ଲୋକ ଏବଂ ପ୍ରିୟ ଲୋକଙ୍କ ସହିତ ଶେଷ କଥା ହୋଇପାରିବ। ଯାହା କେବଳ ମୃତ୍ୟର କିଛି ସମୟ ପୂର୍ବରୁ କରାଯାଇପାରିବ। ତେବେ ଆସନ୍ତୁ ଜାଣିନେବା ସେହି ୫ ଟି ସଂକେତ ବିଷୟରେ।

ପ୍ରଥମ କଥା। ଜୀବନସାରାର କର୍ମ ଦେଖାଦେବା। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେଉଁ ମନୁଷ୍ୟର ମୃତ୍ୟୁ ହେବାକୁ ଥାଏ ସେହି ମନୁଷ୍ୟକୁ ୧ ଘଣ୍ଟା ପୂର୍ବରୁ ନିଜ ଜୀବନରେ କରିଥିବା ସବୁ ଛୋଟ ବଡ଼ କର୍ମ ଦେଖାଦେବାକୁ ଲାଗିଥାଏ। ତାକୁ ତାର ନିଜ ଜୀବନରେ କରିଥିବା ପାପ ଏବଂ ପୁଣ୍ୟର ପରିବାର ଏବଂ ବନ୍ଧୁଙ୍କ ସହିତ ବିତାଇଥିବା ସମୟ ଦେଖାଦେବାକୁ ଲାଗିଥାଏ ଏବଂ ମନୁଷ୍ୟ ଧ୍ୟାନ ଯଜ୍ଞ ଆଡ଼କୁ ପହଁଚି ଯାଇଥାଏ। ଯେଉଁଠି ତାକୁ ମାତ୍ର କର୍ମ ହିଁ ଦେଖା ଦେଇଥାଏ। ତାକୁ ଅନୁଭବ ହୋଇନଥାଏ କି ସେ କେଉଁଠି ବସିଛି ଆଉ ତାର ଆଖପାଖରେ କିଏ ବସିଛି। ଏହି ସଂକେତ କିଛି ସମୟ ପାଇଁ ହୋଇଥାଏ ଯାହା ପରେ ସେ ମନୁଷ୍ୟ ପୁଣି ଚେତନାରେ ଆସିଯାଏ।।

ଦ୍ୱିତୀୟ ସଂକେତ। ସ୍ୱପ୍ନରେ ସ୍ୱର୍ଗ ଏବଂ ନର୍କର ଦ୍ୱାର ଦେଖାଦେବା। ମନୁଷ୍ୟର ଦ୍ୱିତୀୟ ସଂକେତ ଅଟେ କି ତାକୁ ତାର ସ୍ୱପ୍ନରେ ସ୍ୱର୍ଗ କିମ୍ବା ନର୍କର ଦ୍ୱାର ଦେଖାଦେଇଥାଏ। ଏହି ପ୍ରକାରର ସ୍ୱପ୍ନ ମନୁଷ୍ୟକୁ ତାର ମୃତ୍ୟୁର ଗୋଟେ ଦିନ ପୂର୍ବରୁ ଆସିଥାଏ। ତାକୁ ତାର ସ୍ବପ୍ନରେ ସ୍ୱର୍ଗର ଦ୍ୱାର ଏବଂ ନର୍କର ଦ୍ୱାର ବାରମ୍ବାର ଦେଖାଦେବାକୁ ଲାଗିଥାଏ। ଆଉ ସେ ମନୁଷ୍ୟ ଦ୍ୱାର ବାହାରେ ଅପେକ୍ଷା କରି ଛିଡା ହୋଇଥାଏ। ସ୍ୱପ୍ନରେ ମନୁଷ୍ୟକୁ ନାଁ କେବଳ ନର୍କରେ ସଜା ଦେବା ଦେଖାଯାଏ ନାଁ ସ୍ଵର୍ଗରେ ମିଳିବାକୁ ଥିବା ସୁଖ। ତାକୁ ମାତ୍ର ସ୍ଵର୍ଗରେ ଏବଂ ନର୍କରେ ପ୍ରବେଶ କରୁଥିବା ବିଶାଳକାୟ ଦ୍ୱାର ଦେଖାଯାଏ।

ତୃତୀୟ ସଂକେତ। ଯମରାଜଙ୍କ ଦୂତ ରହିବାର ଅନୁଭବ। ଭଗବାନ ଶ୍ରୀକୃଷ୍ଣଙ୍କ ଅନୁସାରେ ଯେଉଁ ମନୁଷ୍ୟର ମୃତ୍ୟୁ ହେବାର ଥିବ ତାକୁ ୧ ଘଂଟା ପୂର୍ବରୁ ତାର ଆଖପାଖରେ ଯମରାଜଙ୍କ ଦୂତ ରହୁଥିବାର ଅନୁଭବ ହୋଇଥାଏ। ସେ ବ୍ୟକ୍ତି ଚିନ୍ତିତ ଅନୁଭବ କରିବାକୁ ଲାଗିଥାଏ। ତାକୁ ଲାଗେ କି ତାର ପରିଜନଙ୍କ ବ୍ୟତୀତ ଆଉ କିଏ ବି ଅଛି କିନ୍ତୁ ସେ ବ୍ୟକ୍ତିକୁ ମାତ୍ର ୨୧ ସେକେଣ୍ଡ ରହିଥାଏ ତ ସେତେବେଳେ ତାକୁ ଯମରାଜଙ୍କ ଦୂତ ଦେଖାଯିବାକୁ ଲାଗିଥାନ୍ତି। ସେଥିପାଇଁ ଅନେକ ଲୋକ ଏହି ଦୂତ ମାନଙ୍କୁ ଦେଖି କାନ୍ଦିବାକୁ ଲାଗିଥାନ୍ତି। କିନ୍ତୁ ତାଙ୍କର ପରିଜନ ବୁଝିପାରନ୍ତି ନାହିଁ କି ବ୍ୟକ୍ତି କାହିଁକି କାନ୍ଦୁଛି ଆଉ ସେ ବ୍ୟକ୍ତିର କିଛି ସମୟ ଭିତରେ ମୃତ୍ୟୁ ହୋଇଯାଏ।

ଚତୁର୍ଥ ସଂକେତ। ନିଜର ପୁର୍ବଜଙ୍କୁ ସ୍ୱପ୍ନରେ ଦେଖିବା। ଗରୁଡ଼ ପୁରାଣ ଅନୁସାରେ ମୃତ୍ୟ ହେବାର ଏ ସବୁଠାରୁ ବଡ଼ ସଂକେତ ଅଟେ। ତାକୁ ତାର ମୃତ୍ୟୁର କିଛି ଦିନ ପୂର୍ବରୁ ହିଁ ତାକୁ ତାର ପୁର୍ବଜ ସ୍ୱପ୍ନରେ ଦେଖାଦେବାକୁ ଲାଗିଥାନ୍ତି। ଯେଉଁ ବ୍ୟକ୍ତିର ମୃତ୍ୟୁ ହେବାକୁ ଥାଏ ସେହି ବ୍ୟକ୍ତିର ପରିବାର ସଦସ୍ୟ ଯେଉଁ ମାନଙ୍କର ମୃତ୍ୟୁ ହୋଇସାରିଛି ସେମାନେ ସେହି ବ୍ୟକ୍ତିକୁ ବାରମ୍ବାର ଦେଖା ଦେଇଥାନ୍ତି କିଛି ଲୋକ ଏହାକୁ ପିତୃଦୋଷ ଲାଗିବାର ଅନୁମାନ କରିଥାନ୍ତି କିନ୍ତୁ ପୁର୍ବଜଙ୍କ ବାରମ୍ବାର ସ୍ୱପ୍ନରେ ଆସିବା ମୃତ୍ୟର ସଂକେତ ହୋଇଥାଏ।

ପଞ୍ଚମ ସଂକେତ। ସ୍ୱପ୍ନରେ ପେଚା ଏବଂ ଜଳୁଥିବା କାଠ ଦେଖାଯିବା। ଭଗବାନ ଶ୍ରୀକୃଷ୍ଣ କୁହନ୍ତି ଯେଉଁ ବ୍ୟକ୍ତିଙ୍କ ସ୍ୱପ୍ନରେ ପେଚା ଏବଂ ଜଳୁଥିବା କାଠ ଦେଖାଯାଏ ସେହି ବ୍ୟକ୍ତିର ମୃତ୍ୟୁ ବହୁତ ନିକଟତର ହୋଇଥାଏ। ଏମିତି ବ୍ୟକ୍ତିର ମୃତ୍ୟୁ ୨୧ ରୁ ୯୧ ଦିନ ମଧ୍ୟରେ ହୋଇଯାଇଥାଏ। ଏମିତି ବ୍ୟକ୍ତିଙ୍କୁ ତାଙ୍କର ବାକି ସମୟ ପରିବାର ପରିଜନଙ୍କ ସହିତ ବସି ପ୍ରେମରେ ବ୍ୟତୀତ କରିବା ଦରକାର ଏବଂ ତାର ଜୀବନରେ କରିଥିବା ଭୁଲକୁ ସୁଧାରି ନେବା ଉଚିତ। ସ୍ୱପ୍ନରେ ଜଳୁଥିବା କାଠ ନିଜର ଅର୍ଥିର ସଂକେତ ହୋଇଥାଏ। ସ୍ୱପ୍ନରେ ପେଚା ତାକୁ ତାର କାଳ କୁ ଦେଖା ଦେଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *