Excuse Me Odisha

ଯାହା କହିବୁ ସତ କହିବୁ

ଅର୍ଶ ରୋଗରୁ ମୁକ୍ତି ପାଇବା ପାଇଁ କିଛି ଜରୁରୀ ଉପାୟ କରିବା ଉଚିତ, ଜାଣନ୍ତୁ କଣ ସେହି ଉପାୟ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଆପଣ ମାନେ ଜାଣିଥିବେ କି ଆଜିକାଲି ଲୋକ ମାନଙ୍କର ଖରାପ ଜୀବନଶୈଳୀ ଯୋଗୁଁ ଅଧିକାଂଶ ଲୋକେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି, ସେଥିମଧ୍ୟରୁ ଅର୍ଶ ରୋଗ ଅନ୍ୟତମ। ଅର୍ଶ ରୋଗ ହେବାର ଅନେକ ଅନେକ ଗୁଡ଼ିଏ କାରଣ ରହିଛି। କିନ୍ତୁ ଏହି ସମସ୍ୟା ହେବାର ମୁଖ୍ୟ କାରଣ ହେଉଛି ଶରୀରରେ ଖାଦ୍ୟ ସଠିକ ଭାବରେ ପାଚନ ନହେବା ଏବଂ ଅଧିକାଂଶ ସମୟରେ ଭୋକ ଉପାସରେ ରହିବା।ଯେଉଁ ଲୋକମାନେ ସର୍ବଦା ବସିକରି କାର୍ଯ୍ୟ କରିଥାନ୍ତି, ସେମାନଙ୍କର ଏଭଳି ସମସ୍ୟା ଖୁବ୍ ଶୀଘ୍ର ଉତ୍ପନ୍ନ ହୋଇଥାଏ। ଏହି ଅର୍ଶରୋଗରୁ ମୁକ୍ତି ପାଇବା ପାଇଁ କଣ କରିବା ଉଚିତ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଆଜିକାଲି ସାଧାରଣତଃ ମୋଟା ବ୍ୟକ୍ତି ଓ ଗର୍ଭବତୀ ମହିଳାଙ୍କ ମଧ୍ୟରେ ଏହି ଅର୍ଶ ରୋଗ ସମସ୍ୟା ଦେଖିବାକୁ ମିଳୁଛି।ଏହା ବହୁତ କଷ୍ଟଦାୟକ ହୋଇଥାଏ। ଅର୍ଶ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ ଲୋକେ ବିଭିନ୍ନ ପ୍ରକାର ଔଷଧ ସେବନ କରିଥାନ୍ତି। କିନ୍ତୁ ଏହି ସମସ୍ୟା ମୂଳରୁ ନାଶ ନହୋଇ ଏହାର ସାଇଡ଼ ଇଫେକ୍ଟ ଦେଖିବାକୁ ମିଳେ। କିନ୍ତୁ ଆଜି ଆମେ ଆପଣ ମାନଙ୍କୁ ଏପରି ଏକ ଚମତ୍କାର ଘରୋଇ ଉପଚାର କହିବାକୁ ଯାଉଛୁ, ଯାହା ବହୁତ ପୁରୁଣା ଓ ଲାଭକାରୀ ଅଟେ। ଏହି ଉପଚାରକୁ ପ୍ରୟୋଗ କରିବା ଦ୍ୱାରା କିଛିଦିନ ମଧ୍ୟରେ ଆପଣଙ୍କୁ ଅର୍ଶ ରୋଗରୁ ମୁକ୍ତି ମିଳିଯିବ।

ଡାକ୍ତର ବିଶ୍ୱଜିତ ମହାପାତ୍ର ଆମକୁ ଏହି ଭୟଙ୍କର ଅର୍ଶ ରୋଗରୁ ମୁକ୍ତି ପାଇବା ପାଇଁ ଅନେକ କିଛି ଉପଦେଶ ଦେଇଛନ୍ତି। ଏହାସହିତ ଏହି ରୋଗକୁ ନିୟନ୍ତ୍ରଣ କରିବା ପାଇଁ କିଛି ଘରୋଇ ଉପାୟ ମଧ୍ୟ କହିଛନ୍ତି।ଡାକ୍ତର ବିଶ୍ୱଜିତ ମହାପାତ୍ରଙ୍କ ଅନୁସାରେ ଆମେ ନିଜର ସୁସ୍ଥ ଜୀବନଶୈଳୀ ଦ୍ଵାରା ଏହି ଅର୍ଶ ରୋଗକୁ ନିୟନ୍ତ୍ରଣ କରି ପାରିବା। ଏହି ରୋଗର କୌଣସି ଔଷଧ ନାହିଁ। ଅର୍ଶ ରୋଗ ହୋଇଥିବା ବ୍ୟକ୍ତିର ଅପରେସନ କରାଯାଇଥାଏ।

ଅର୍ଶ ରୋଗକୁ ଦୁଇ ପ୍ରକାର ଶୈଳୀରେ ଅପରେସନ କରାଯାଇଥାଏ। ପ୍ରଥମରେ ହେଉଛି ଅର୍ଶକୁ ଡାଇରେକ୍ଟ କାଟି ଦିଆଯାଇଥାଏ ଏବଂ ଦ୍ଵିତୀୟରେ ହେଉଛି ଲେଜର ଲାଇଟ ସାହାଯ୍ୟରେ ଅର୍ଶର ଚେରକୁ କାଢି ଦିଆ ଯାଇଥାଏ। କିନ୍ତୁ ଅଧିକାଂଶ ଲୋକେ ଅପରେସନ କରିବା ପାଇଁ ଭୟ କରିଥାନ୍ତି।ଅର୍ଶ ରୋଗ ହେଲେ ଝାଡାରେ ବହୁତ ବ୍ଲଡ଼ ପଡ଼ିଥାଏ। ସେତେବେଳେ ଆପଣଙ୍କ ଶରୀରରରେ ରକ୍ତ ହୀନତା ଭଳି ସମସ୍ୟା ମଧ୍ୟ ଉତ୍ପନ୍ନ ହୋଇଥାଏ।

ଯଦି ଆପଣ ମାନେ ନିଜ ଖାଦ୍ୟଶୈଳୀରେ ପରିବର୍ତ୍ତନ କରିବେ, ତାହେଲେ ନିଶ୍ଚିତ ଭାବରେ ଏଭଳି ସମସ୍ୟା ଆସିବ ନାହିଁ। ଏଥିପାଇଁ ଆପଣଙ୍କୁ ସର୍ବଦା ଫାଇବର ଯୁକ୍ତ ଖାଦ୍ୟ ଖାଇବା ଉଚିତ। ଏହି ଖାଦ୍ୟ ଆପଣଙ୍କ ଶରୀରରେ ଖୁବ୍ ଶୀଘ୍ର ହଜମ ହୋଇ ଯାଇଥାଏ।ଖାଦ୍ୟ ସଠିକ ଭାବରେ ହଜମ ହେଲେ, ଶରୀର ସୁସ୍ଥ ରହିଥାଏ।

ଆପଣଙ୍କୁ ସର୍ବଦା ମସଲା ଯୁକ୍ତ ଖାଦ୍ୟ, ଫାଷ୍ଟ ଫୁଡ଼, ଆମିଷ ଆଦିର ସେବନ କରିବା ଉଚିତ ନୁହେଁ।ଏହାସହିତ ଆପଣଙ୍କୁ ପ୍ରଚୁର ପରିମାଣରେ ପାଣି ପିଇବା ଉଚିତ। ପ୍ରତ୍ୟେକଦିନ ଯୋଗ ବ୍ୟାୟାମ ମଧ୍ୟ କରନ୍ତୁ। ଏହାଦ୍ବାରା ଆପଣଙ୍କ ଶରୀର ଖୁବ୍ ଶୀଘ୍ର ସୁସ୍ଥ ହେବାକୁ ଲାଗିବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *