Excuse Me Odisha

ଯାହା କହିବୁ ସତ କହିବୁ

କାହାର ପାଦ ଧୂଳି ଘରେ ପଡ଼ିଲେ,ଦରିଦ୍ର ହୋଇଯାଏ ଧନୀ, ଜାଣନ୍ତୁ ସେହି ବିଷୟରେ।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ଆମ ଜୀବନରେ ଜ୍ୟୋତିଷ ଶାସ୍ତ୍ରର ବହୁତ ମହତ୍ତ୍ୱ ରହିଥାଏ। କହିବାକୁ ଗଲେ ଶାସ୍ତ୍ରରେ ଅନେକ ଗୁଡ଼ିଏ ଅନୁଚିନ୍ତା ବିଷୟରେ ମଧ୍ୟ କୁହାଯାଇଛି, ଯାହାକୁ ମାନିବା ଦ୍ଵାରା ଆପଣଙ୍କ ଜୀବନ ସର୍ବଦା ସୁଖମୟ ରହିବ ଏବଂ ସବୁ କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବ।ଏହାସହିତ ଆପଣଙ୍କ ଜୀବନରେ ସମସ୍ତ ବାଧାବିଘ୍ନ ଦୂର ହୋଇଯିବ।ତେବେ ଆସନ୍ତୁ ସେହି ଅନୁଚିନ୍ତା ଗୁଡିକ ବିଷୟରେ ବିସ୍ତାର ରୂପରେ ଜାଣିବା।

– ଘର ଭିତରକୁ ମାଙ୍କଡ ପଶି ଗଲେ, ଘରର ଆର୍ଥିକ ସ୍ଥିତି ଶୋଚନୀୟ ହୋଇ ଯାଇଥାଏ।ଏଭଳି ପରିସ୍ଥିତିରେ କୌଣସି ବ୍ରାହ୍ମଣଙ୍କୁ ହନୁମାନ ଚାଳିଶା ବହି ଏବଂ ଦକ୍ଷିଣା ଦାନ କରନ୍ତୁ, ଦେଖିବେ ସଙ୍କଟ ଦୂର ହୋଇଯିବ।

– ଘରେ ରଖିଥିବା ଖାଇବା ଲୁଣକୁ ସର୍ବଦା କାଚ ପାତ୍ରରେ ରଖନ୍ତୁ। ଏହାସହିତ ସେଥିରେ ୪ଟି ଲବଙ୍ଗ ମଧ୍ୟ ପକାଇ ଦିଅନ୍ତୁ।ଏଭଳି କରିବା ଦ୍ୱାରା ଆପଣଙ୍କୁ କରଜରୁ ମୁକ୍ତି ମିଳିଯିବ।

– ଘର ଭିତରେ କେବେ ମଧ୍ୟ କୁଲା କିମ୍ବା ଛାଞ୍ଚୁଣି ରଖନ୍ତୁ ନାହିଁ, ଏହା ଅଶୁଭ ହୋଇଥାଏ। ଛାଞ୍ଚୁଣିକୁ ସର୍ବଦା ଶୁଆଇ ରଖନ୍ତୁ।

– ଠାକୁର ଘରେ ସର୍ବଦା ଭାଗବତ ବହି, ହନୁମାନ ଚାଳିଶା ରଖନ୍ତୁ। କିନ୍ତୁ ଏଗୁଡ଼ିକୁ ଘରର ଅନ୍ୟ କୌଣସି ସ୍ଥାନରେ ରଖନ୍ତୁ ନାହିଁ।

– ସୋରିଷ ତେଲ ଓ ସିନ୍ଦୂରକୁ ମିଶାଇ ଘରର ମୁଖ୍ୟ ଦୁଆରରେ ଟୀକା ଲଗାନ୍ତୁ। ଏଭଳି କରିବା ପରିବାର ଲୋକଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଥାଏ ଏବଂ ଘରୁ ନକରାତ୍ମକ ପ୍ରଭାବ ଦୂର ହୋଇ ଯାଇଥାଏ।

– ସର୍ବଦା ଠାକୁର ପୂଜା କରିବା ସମୟରେ ତମ୍ବା ବାସନର ବ୍ୟବହାର କରନ୍ତୁ। ତମ୍ବା ମୁଦି ପିନ୍ଧି ଭଗବାନ ସୂର୍ଯ୍ୟନାରାୟଣଙ୍କୁ ଜଳ ଅର୍ପଣ କରନ୍ତୁ।ଏଭଳି କରିବା ଦ୍ୱାରା ମଙ୍ଗଳ ହୋଇଥାଏ।

– ଧାରୁଆ ଜିନିଷ କାହାକୁ ଉପହାର ଦେବା ଉଚିତ ନୁହେଁ। ଏହାଦ୍ବାରା ଭୟଙ୍କର କ୍ଷତି ହେବାର ସମ୍ଭାବନା ରହିଥାଏ।

– ରାତିରେ ଶୋଇବା ପରେ ଯଦି କିଛି ଖରାପ ସ୍ବପ୍ନ ଦେଖୁଛନ୍ତି, ତାହେଲେ ସକାଳେ ଉଠିବା ପରେ ଗୋଟିଏ ଘାସ ନେଇ ତାକୁ ମୁଣ୍ଡରେ ଲଗାଇ ଫୋପାଡି ଦିଅନ୍ତୁ। ଏଭଳି କରିବା ଦ୍ଵାରା ଅଶୁଭ ଦୂର ହୋଇ ଯାଇଥାଏ।

– ଯଦି ଆପଣଙ୍କର ଅର୍ଶ ରୋଗ ସମସ୍ୟା ରହିଛି, ତାହେଲେ ଆପଣ ନିଜ ପରିସ୍ରାକୁ ମଳଦ୍ଵାର ଚାରିପାଖରେ ଲଗାଇ ଦଶ ମିନିଟ ପରେ ଧୋଇ ଦିଅନ୍ତୁ। ଦେଖିବେ, ନିଶ୍ଚିତ ଭାବରେ ଏହି ସମସ୍ୟା ଦୂର ହୋଇଯିବ।

– ସୂର୍ଯ୍ୟ ଅସ୍ତ ହେବା ପରେ କାହାକୁ କ୍ଷୀର, ହଳଦୀ ଓ ଝାଡୁ ଦେବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ।

– ଦୁଇଟି ଗୋମତୀ ଚକ୍ରକୁ ନାଲି କପଡାରେ ବାନ୍ଧି ଦୋକାନରେ ଟଙ୍କା ରଖୁଥିବା ସ୍ଥାନରେ ରଖି ଦିଅନ୍ତୁ।ଏଭଳି କରିବା ଶୁଭ ସାବ୍ୟସ୍ତ ହୋଇଥାଏ ।

– ନିମ୍ବଗଛ କାଟିବା ଏବଂ ଜଳାଇବା ସମ୍ପୂର୍ଣ୍ଣ ଅନୁଚିତ ଅଟେ। କାରଣ ଏହାର ଧୁଆଁ ନାକରେ ନପୁଂସକତା ଦେଖା ଦେଇଥାଏ।

– ବାଥରୁମରେ କେବେ ମଧ୍ୟ ନଖ କିମ୍ବା ଦାଢି କାଟିବା ଉଚିତ ନୁହେଁ, ଏହାଦ୍ଵାରା ଅଶୁଭ ହୋଇଥାଏ।

– ଶନିବାର ଦିନ ଲୁହା, ଚମଡାରେ ପ୍ରସ୍ତୁତ ହୋଇଥିବା ଜିନିଷ, ତେଲ, କୋଇଲା ଆଦି କେବେ ମଧ୍ୟ କିଣିବା ଉଚିତ ନୁହେଁ।ଏଭଳି କରିବା ଅଶୁଭ ମାନା ଯାଇଥାଏ।

– ଛେଳି କିମ୍ବା ଘୁଷୁରୀ ଖୁରାର ଧୂଳି ଘରେ ପଡ଼ିବା ଦ୍ଵାରା ଧନହାନୀ ହୋଇଥାଏ ଏବଂ ଅଭାବ ଅନଟନ ଭୋଗିବାକୁ ପଡେ। ସେଥିପ୍ରତି ଧ୍ୟାନ ଦିଅନ୍ତୁ।

– ଘରେ ଗାଈ ଖୁରାର ଧୂଳି, ଧାନର ଧୂଳି, ଭଣଜାର ପାଦଧୂଳି ଏବଂ ବ୍ରାହ୍ମଣର ପାଦ ଧୂଳି ଆଦି ପଡିଲେ, ଘରର ଦାରିଦ୍ର୍ୟତା ଦୂର ହୋଇଯାଇଥାଏ।ଏହାସହିତ ଧନସମ୍ପତ୍ତିରେ ବୃଦ୍ଧି ହୁଏ।

– ଯଦି କୌଣସି ଲୋକର ଜାତକରେ କାଳସର୍ପ ଦୋଷ ରହିଛି କିମ୍ବା ବିବାହରେ ବାଧାବିଘ୍ନ ଆସୁଛି, ତାହେଲେ ବାଥରୁମରେ ଆଳତି ହେଉଥିବା କର୍ପୂର ରଖି ଦିଅନ୍ତୁ, ଦେଖିବେ ସବୁ ବାଧାବିଘ୍ନ ଦୂର ହୋଇଯିବ।

– ଘର ସାମ୍ନାରେ କେବେ ମଧ୍ୟ ପଥର ଗଦା କରି ରଖନ୍ତୁ ନାହିଁ। କଣ୍ଟା ଗଛ କିମ୍ବା କ୍ଷୀର ବାହାରୁଥିବା କୌଣସି ଗଛ ଘର ସାମ୍ନାରେ ରହିବା ଅଶୁଭ ମାନା ଯାଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *