Excuse Me Odisha

ଯାହା କହିବୁ ସତ କହିବୁ

ସ୍ବାମୀର ଏହି ପାର୍ଶ୍ଵରେ ସ୍ତ୍ରୀ ଭୁଲରେ ବି ଶୋଇବା କଥା ନୁହେଁ, ବିବାହିତ ଲୋକମାନେ ନିଶ୍ଚୟ ଏହାକୁ ଥରେ ପଢନ୍ତୁ

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ମଣିଷ ଜୀବନରେ ଅନେକ ନିୟମ ଗୁଡିକ ରହିଛି।ଏହି ନିୟମ ଗୁଡ଼ିକୁ ପାଳନ କରି ମଣିଷ ନିଜ ଜୀବନ ଅତିବାହିତ କରିଥାଏ।ପ୍ରକୃତି ମାଆ ସଦୃଶ ହୋଇଥାଏ। ଏହି ପ୍ରକୃତି ରହିଥିବା ଯୋଗୁଁ ପ୍ରାଣୀ ଜଗତ ଜୀବିତ ରହିଛି। ମଣିଷକୁ ସର୍ବଦା ନିଜ ଜୀବନଶୈଳୀକୁ ସଠିକ ଢଙ୍ଗରେ ଅତିବାହିତ କରିବା ଉଚିତ। ଆଜି ଆମେ ଆପଣ ମାନଙ୍କୁ କେଉଁ ଦିଗ ଆଡକୁ ମୁହଁ କରି ଖାଇବା ଉଚିତ, କେଉଁ ଦିଗ ଆଡକୁ ମୁଣ୍ଡ କରି ଶୋଇବା ଉଚିତ, ସେହି ବିଷୟରେ ବିସ୍ତାର ରୂପରେ କହିବା ପାଇଁ ଯାଉଛୁ।

ଯଦି ଆମେ ନିଜ ଜୀବନଶୈଳୀକୁ ପରିବର୍ତ୍ତନ କରିବା ନାହିଁ, ତାହେଲେ ଏହାର ସିଧାସଳଖ ପ୍ରଭାବ ଆମ ଉପରେ ପଡିଥାଏ। ଏହାସହିତ ଆର୍ଥିକ ସମସ୍ଯା ମଧ୍ୟ ସୃଷ୍ଟି ହୋଇଥାଏ।ପୁରୁଷ ଲୋକମାନେ ସର୍ବଦା ଶୋଇବା ସମୟରେ ଦକ୍ଷିଣ – ପଶ୍ଚିମ ଦିଗ ଆଡ଼କୁ ମୁହଁ କରି ଶୋଇବା ଶୁଭ ହୋଇଥାଏ। ଏଭଳି କରୁଥିବା ଲୋକଙ୍କୁ ବ୍ୟବସାୟରେ ଅନେକ ଲାଭ ପ୍ରାପ୍ତ ହୋଇଥାଏ। କିନ୍ତୁ ଶୋଇବା ସମୟରେ ଦକ୍ଷିଣ ଦିଗ ଆଡକୁ ମୁଣ୍ଡ କରି ଶୋଇବା ଉଚିତ ନୁହେଁ, କାରଣ ଏହା ମୃତ୍ୟୁର ଦେବତା ଯମଙ୍କ ଦୁଆର ଅଟେ। ଏହାସହିତ ପୂର୍ବ ଦିଗ ଆଡକୁ ପାଦ କରି ଶୋଇବା ଉଚିତ ନୁହେଁ। ଏହା ଅଶୁଭ ହୋଇଥାଏ।

ମହିଳା ମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇବା ଉଚିତ ନୁହେଁ। ଆପଣ ମାନେ ସକାଳୁ ଶୀଘ୍ର ଉଠି ପରିବାର ଲୋକଙ୍କୁ ଉଠାଇବା ଭଲ ହୋଇଥାଏ। ସନ୍ଧ୍ୟା ସମୟରେ କେବେବି ଶୋଇବା ଉଚିତ ନୁହେଁ। ଏହାଦ୍ଵାରା ଶରୀର ଖୁବ୍ ଶୀଘ୍ର ଅସୁସ୍ଥ ହୋଇଥାଏ।ପରିବାରରେ ମୂରବୀ ଥିବା ମହିଳା ମାନଙ୍କୁ ଦକ୍ଷିଣ ଦିଗ ଆଡକୁ ମୁଣ୍ଡ କରି ଶୋଇବା ଶୁଭ ହୋଇଥାଏ। ଆପଣ ଶୋଇବା ପୂର୍ବରୁ କାହା ସହିତ ବିବାଦ କରନ୍ତୁ ନାହିଁ। ଏହା ଆପଣଙ୍କ ଶରୀର ଉପରେ ଖରାପ ପ୍ରଭାବ ପକାଇ ପାରେ।

ଶାସ୍ତ୍ରରେ କୁହାଯାଇଛି ଯେ ମହିଳା ମାନେ ନିଜ ସ୍ଵାମୀଙ୍କର ଡାହାଣ ପାର୍ଶ୍ଵରେ ଶୋଇବା ଉଚିତ। ଏହାସହିତ ମହିଳାମାନେ ଶୋଇବା ପୁର୍ବରୁ ନିଜ ମୁଣ୍ଡରେ ତେଲ କିମ୍ବା ଗଜରା ଲଗେଇ ଶୋଇବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ନକାରାତ୍ମକ ଶକ୍ତି ଆକର୍ଷିତ ହୋଇଥାଏ।ପୁରୁଷ ଓ ସ୍ତ୍ରୀ ଉଭୟ ଶୋଇବା ପୁର୍ବରୁ ପାଦ ସଫା କରିକି ଶୁଅନ୍ତୁ, ଦେଖିବେ ଭଲ ନିଦ ହେବ ଏବଂ ଆରାମ ମିଳିବ। ମନରେ ଏକ ସକାରାତ୍ମକ ଭାବନା ସୃଷ୍ଟି ହେବ।

ତେବେ, ସାଙ୍ଗମାନେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *