Excuse Me Odisha

ଯାହା କହିବୁ ସତ କହିବୁ

ଯଦି ସ୍ୱାମୀଙ୍କ ଜୀବନରେ ଉନ୍ନତି ଚାହୁଁଛନ୍ତି ତେବେ ଘରର ପ୍ରତ୍ୟକ ମହିଳା କରନ୍ତୁ ଏହି ଗୋଟିଏ କାମ।

ସେୟାର୍ କରନ୍ତୁ

ଆଜିର ଏହି ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଯଦି ସ୍ୱାମୀଙ୍କ ଜୀବନରେ ଉନ୍ନତି ଚାହୁଁଛନ୍ତି ତେବେ ଘରର ପ୍ରତ୍ୟକ ମହିଳା କରନ୍ତୁ ଏହି ଗୋଟିଏ କାମ।

ବନ୍ଧୁଗଣ ସୂର୍ଯ୍ୟବଦେବ ସକଳ ଶକ୍ତିର ଆଧାର ଅଟନ୍ତି ଏବଂ ସୂର୍ଯ୍ୟଦେବଙ୍କୁ ଜଳ ବା ଅର୍ଘ୍ୟ ଚଢାଇବା ଦ୍ୱାରା ଆମର ବହୁତ ଉପକାର ହୋଇଥାଏ। ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ କଣ ସ୍ତ୍ରୀ ଲୋକମାନେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ଘ୍ୟ ଅର୍ପଣ କରିପାରିବେ କିମ୍ବା ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା କଣ କଣ ଧ୍ୟାନ ରଖିବା ଉଚିତ।

ବନ୍ଧୁଗଣ ପୁରାଣ ଶାସ୍ତ୍ର ଅନୁସାରେ କୁହାଯାଇଛି କି ପ୍ରତ୍ୟକ ବ୍ୟକ୍ତି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିପାରିବେ ଏବଂ ସେ ନାରୀ ହେଉ କିମ୍ବା ପୁରୁଷ ହେଉ। ସମସ୍ତେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଆବଶ୍ୟକ ଏବଂ ନାରୀମାନେ ଧର୍ମ କର୍ମ କଲେ ପରିବାରର ବୃଦ୍ଧି ହୋଇଥାଏ ଏବଂ ଲୋକମାନଙ୍କର ଆୟୁ ମଧ୍ୟ ବଢିଥାଏ। କୌଣସି ଛୋଟ ମହିଳାବି ହେଉନା କାହିଁକି ଯଦି ସେମାନେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେଇଦିଅନ୍ତି ତେବେ ସେମାନେ ବିବାହ ପରେ ଶାଶୂଘରେ ପୂଜନୀୟ ହୋଇଯାନ୍ତି ଏବଂ ନାରୀମାନଙ୍କୁ ଧର୍ମର ଧ୍ଵଜା ଏବଂ ପତକା ବୋଲି କୁହାଯାଏ। ଏଥିପାଇଁ ଘରର କୌଣସି ଧର୍ମ କାର୍ଯ୍ୟରୁ ନାରୀମାନେ ବାଦ ପଡିବା ଉଚିତ ନୁହେଁ।

ଏବେ ଆସନ୍ତୁ ଜାଣିବା ନାରୀମାନଙ୍କୁ କେମିତି ଅର୍ଘ୍ୟ ଦେବା ଉଚିତ। ପ୍ରଥମେ ନାରୀମାନେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ପୂର୍ବରୁ ନିଜ କେଶକୁ ବାନ୍ଧି ନିଅନ୍ତୁ। ଶାସ୍ତ୍ର ଅନୁସାରେ କେଶ ଖୋଲା କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଦ୍ୱାରା ଘରକୁ ଦାରିଦ୍ର୍ୟତା ଆସିଥାଏ ଏବଂ ନାରୀମାନେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ଦ୍ୱାରା ସ୍ୱାମୀର ଆୟୁ ବଢିଥାଏ। ସ୍ୱାମୀଙ୍କର ବ୍ୟାପାର ବାଣିଜ୍ୟରେ ବୃଦ୍ଧି ହୋଇଥାଏ। ବିବାହିତ ମହିଳାମାନେ ଯଦି ଗାଧୋଇ ସାରିବା ପରେ ଖାଲି ମଥାରେ କିମ୍ବା ବିନା ସିନ୍ଦୁରରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତି ତେବେ ଆପଣଙ୍କ ଘର ଭିକାରୀଙ୍କ ଘର ଭଳି ପାଲଟି ଯାଇଥାଏ ଏଥିପାଇଁ ବିବାହିତ ନାରୀମାନେ ମଥାରେ ସିନ୍ଦୁର ଲଗେଇ ସାରିବା ପରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ଅବିବାହିତ ନାରୀମାନେ ବିନା ସିନ୍ଦୁରରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିପାରିବେ।

କୌଣସି ପୂଜା ବିଧିରେ ଏବଂ ସୁର୍ଯ୍ୟ ଦେବଙ୍କୁ ଅର୍ଘ୍ୟ ଦେବା ସମୟରେ କଳା ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ଏହା ଦ୍ବାରା ଆମ ମାନଙ୍କ ଉପରେ ଖରାପ ପ୍ରଭାବ ପଡିଥାଏ ଏବଂ ଅଧୁଆ ଲୁଗା ପିନ୍ଧି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ଆପଣଙ୍କର ହିଁ କ୍ଷତି ହୋଇଥାଏ ଏବଂ ଏହା ଦ୍ବାରା ଆପଣଙ୍କ ଘରେ ଦରିଦ୍ରତା ଦେଖାଦିଏ ଏବଂ ବିନା କାରଣରେ ଝଗଡା ସୃଷ୍ଟି ହୁଏ ଏବଂ ଧ୍ୟାନ ଦିଅନ୍ତୁ ଭୁଲରେ ବି ଓଦା କପଡ଼ାରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ ନାହିଁ। ଏହା ଆପଣଙ୍କ ଘର ଉପରେ ଖରାପ ପ୍ରଭାବ ପକାଇଥାଏ।

କୁହାଯାଏ ସ୍ତ୍ରୀ ଲୋକମାନଙ୍କୁ ତମ୍ବା ପାତ୍ରରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରିବା ଅନୁଚିତ ଅଟେ ଏବଂ ଶାସ୍ତ୍ର ଅନୁସାରେ ତମ୍ବାର ପାତ୍ରରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ପାଇଁ ସର୍ବତମ ମାନାଯାଇଥାଏ। ଯଦି ତମ୍ବାର ପାତ୍ର ନାହିଁ ତେବେ କୌଣସି ଧାତୁର ପାତ୍ରରେ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ମଧ୍ୟ ଦେଇପାରିବେ ଏବଂ ଅର୍ଘ୍ୟ ପ୍ରଦାନ କରିବା ସମୟରେ ପାତ୍ରରେ କଣ କଣ ପକାଇବା ଉଚିତ ତାହା ମଧ୍ୟ ଜାଣିନିଅନ୍ତୁ। ଶାସ୍ତ୍ରରେ ଉଲ୍ଲେଖ ଅଛି ସୂର୍ଯ୍ୟଦେବଙ୍କୁ ଯେତେବେଳେ ଅର୍ଘ୍ୟ ଦେଉଛନ୍ତି ଏବଂ କୌଣସି ବି ବ୍ୟକ୍ତି ମଧ୍ୟ ହେଉ କୌଣସି ପ୍ରଥମେ ଏକ ଶୁଦ୍ଧ ପାତ୍ର ନିଅନ୍ତୁ ଏବଂ ସେହି ପାତ୍ରକୁ ଭଲ ଭାବରେ ଧୋଇଦିଅନ୍ତୁ ଏବଂ ସେଥିରେ କିଛି ଗଙ୍ଗାଜଳ ପକାଇ ଦିଅନ୍ତୁ।

ସ୍ୱଚ୍ଛ ଜଳ ଏବଂ ଶୁଦ୍ଧଜଳ ସେଥିରେ ଭରି ନିଅନ୍ତୁ ଏବଂ କିଛି ସୌଭାଗ୍ୟ ପାଇଁ କିଛି ସିନ୍ଦୁର ପକାଇପାରିବେ। ସନ୍ତାନର ବୃଦ୍ଧି ପାଇଁ କିଛି ଦୁବ ପକାଇ ଦିଅନ୍ତୁ ଏବଂ ଅଖଣ୍ଡ ଶାନ୍ତି ସୁଖ ପାଇଁ କିଛି ଅରୁଆ ଚାଉଳ ପକାଇ ପାରିବେ ଏବଂ ମା ଲକ୍ଷ୍ମୀଙ୍କୁ ପାଇବା ପାଇଁ ଲାଲ ରଙ୍ଗର ଫୁଲ ନିଶ୍ଚୟ ଅର୍ଘ୍ୟ ଦେଉଥିବା ଢାଳରେ ପକାଇ ଦେବେ। ଏହା ପରେ ଏହାକୁ ଅଭିମନ୍ତ୍ରିତ କରନ୍ତୁ। ଅଭିମନ୍ତ୍ରିତ ଦୁଇ ପ୍ରକାରର ହୋଇପାରିବ ଗୋଟେ ହେଉଛି ଫୁଲରେ ଅଭିମନ୍ତ୍ରିତ ହୋଇପାରିବ ଏବଂ ଅର୍ଘ୍ୟ ପାତ୍ରକୁ ଦୁଇଟି ହାତରେ ଧରି ଘରର କାମନା ପାଇଁ ସ୍ମରଣ କରିପାରିବେ ଏବଂ ଅର୍ଘ୍ୟ ଦେବା ଲୋଟାରେ ନଖକୁ ବୁଡାନ୍ତୁ ନାହିଁ କିମ୍ବା ନଖ ପାଣି ପଡ଼ିବାକୁ ଦିଅନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କର ସର୍ବନାଶ ଘଟିଥାଏ ଏବଂ ଆପଣଙ୍କୁ କାଙ୍ଗାଳ ବନାଇ ଦେଇଥାଏ। ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସମୟରେ କିଛି କଥାକୁ ଧ୍ୟାନ ଦେବା ଉଚିତ।

ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବା ସମୟରେ ଅଳ୍ପ ଟିକେ ନଇଁକି ଅର୍ଘ୍ୟ ପ୍ରଦାନ କରନ୍ତୁ ଏବଂ ଦ୍ୱିତୀୟରେ ଯଦି ଆପଣ ଖରାବେଳେ ଅର୍ଘ୍ୟ ଦେଉଛନ୍ତି ତେବେ ଠିଆ ହୋଇ ପୂର୍ବ ଦିଗକୁ ମୁହଁ କରି ଜଳ ଅର୍ପଣ କରନ୍ତୁ ଏବଂ ସନ୍ଧ୍ୟା ସମୟରେ ବା ସୂର୍ଯ୍ୟାସ୍ତ ସମୟରେ ଆସନ ଉପରେ ବସି ପଶ୍ଚିମ ଦିଗକୁ ମୁହଁ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ। ତୃତୀୟରେ ଅର୍ଘ୍ୟ ଜଳକୁ ଏକା ଥରେ ସାରନ୍ତୁ ନାହିଁ ୩ ଥର ଦେବା ଉଚିତ ଏବଂ ପ୍ରଥମ ଅର୍ଘ୍ୟ ଦେବା ପରେ ସେହି ଜାଗାରେ କିମ୍ବା ନିଜ ଜାଗାରେ ପରିକ୍ରମା କରନ୍ତୁ ପୁଣି ସେହି ଜାଗାରେ ଜଳ ଚଢାନ୍ତୁ ଏବଂ ଏହିପରି ୩ ଥର କରିବା ଆବଶ୍ୟକ।

ଯଦି ଭଗବାନ ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦେବାକୁ ଡେରି ହେଉଛି ତେବେ ତାହା ସହିତ ପ୍ରାୟଶ୍ଚିତ ଅର୍ଘ୍ୟ ନିଶ୍ଚୟ ଦିଅନ୍ତୁ। ଅର୍ଥାତ ୪ ଥର ଅର୍ଘ୍ୟ ଦେବା ଉଚିତ ଏବଂ ଏହି କଥାର ଧ୍ୟାନ ରଖିବେ ଏହି ୪ ଥର ଅର୍ଘ୍ୟ ସେତେବେଳେ ହିଁ ଦେବେ ଯେତେବେଳେ ଆପଣଙ୍କୁ ଅର୍ଘ୍ୟ ଦେବାକୁ ଡେରି ହୋଇଯାଇଥିବ ଏବଂ ଅର୍ଘ୍ୟ ପ୍ରଦାନ କରିବା ବେଳେ ଗୋଇଁଠିକି ଟିକେ ଉଠେଇକି ଦିଅନ୍ତୁ ଏହା ପରେ ଆପଣଙ୍କ ଘରକୁ ଧନର ଆଗମନ ହୋଇଥାଏ ଏବଂ ଖୁବଶୀଘ୍ର ଆପଣ ଧନୀ ହୋଇଯିବେ। ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରେ ସ୍ଥାୟୀ ଭାବରେ ରହିବେ।

ଅର୍ଘ୍ୟ ଦେବା ସମୟରେ ମନ୍ତ୍ର ଉଚାରଣ କରିବା ଉଚିତ। ପ୍ରଥମେ ତ ସୂର୍ଯ୍ୟଦେବଙ୍କ ୫ ଟି ନାମ ନେଇ ଆପଣ ଅର୍ଘ୍ୟ ଦେଇପାରିବେ ଏବଂ ଏହା ହେଉଛି ଓମ ଆଦିତ୍ୟାୟ ନମଃ ଓମ ଦିବକାରାୟ ନମଃ ଓମ ଭାନବେ ନମଃ ଓମ ମିତ୍ରାୟ ନମଃ ଓମ ଭାସ୍କରାୟ ନମଃ। ଏହି ପରି ଦିଅନ୍ତୁ। ନଚେତ ଦ୍ଵିତୀୟରେ। ଓମ ବ୍ରହ୍ମ ସୃରୂପେଣୟ ସୁରୟା ନାରାୟଣ ନମଃ।ଏହି ଦୁଇଟି ମନ୍ତ୍ର କୁ ଉଚାରଣ କରିବା ଦ୍ୱାରା ସମସ୍ତ ଦୋଷ କଟିଯାଏ ଏବଂ ସୂର୍ଯ୍ୟଦେବଙ୍କୁ ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ।

ଏହା ଦ୍ବାରା ଆପଣଙ୍କର ମନସ୍କାମନା ପୂରଣ ହେବ ଏବଂ ଶାସ୍ତ୍ରରେ କୁହାଯାଇଛି କି ଯଦି ଅର୍ଘ୍ୟ ଦେବା ପରେ ମଥା ନୁଆଁଇ ନମସ୍କାର କରିଥାନ୍ତି ତେବେ ଆପଣଙ୍କର ଅର୍ଘ୍ୟକୁ ସୂର୍ଯ୍ୟଦେଵ ଗ୍ରହଣ କରିଥାନ୍ତି ଏବଂ ଏହା ଦ୍ବାରା ଆପଣଙ୍କ ଜୀବନରୁ ସମସ୍ତ ଦାରିଦ୍ର୍ୟତା କଟିଯାଇଥାଏ। ଧୀରେ ଧୀରେ ଆପଣ ଧନୀ ହେବାକୁ ଲାଗିଥାନ୍ତି। ଅର୍ଘ୍ୟ ଦିବା ପରେ କିଛି ଜଳ ବଞ୍ଚାଇ ରଖନ୍ତୁ ଏବଂ ଏହାକୁ ନିଜ ଉପରେ ଛିଞ୍ଚି ଦିଅନ୍ତୁ ଏବଂ ଏହାକୁ ନିଜ ଆଖିରେ ସ୍ପର୍ଶ କରନ୍ତୁ ଏବଂ କିଛି ଜଳ ଆପଣ ନିଜେ ପାନ କରିନିଅନ୍ତୁ।

ଏହାକୁ ପାନ କରିବା ପରେ ଏହି ମନ୍ତ୍ରକୁ ଜପ କରନ୍ତୁ। ମନ୍ତ୍ର ହେଉଛି ଅକାଳ ମୃତ୍ୟୁ ହରଣ ସର୍ବ ବିଧି ବିନାସନ ସୁରୟା ପାଦପଦକମ ତ୍ରିଥ ଜଟରେ ଧାରୟମ ମେହିମ। ଏହି ମନ୍ତ୍ରକୁ ଜଳ ପାନ କରିବା ପରେ ନିଶ୍ଚୟ ଉଚାରଣ କରନ୍ତୁ। ଦେଖିବେ ଆପଣଙ୍କ ଦିନ ଭଲରେ କଟିବ। ଖାସ କରି ନାରୀ ମାନେ ସୂର୍ଯ୍ୟଙ୍କୁ ନମସ୍କାର କରିବା ଦ୍ୱାରା କିମ୍ବା ଅର୍ଘ୍ୟ ପ୍ରଦାନ କରିବା ଦ୍ବାରା ତାଙ୍କ ପରିବାରରେ ଧନ ଆସିଥାଏ ଏବଂ ଗରିବରୁ ଗରିବ ମଧ୍ୟ ଧନୀ ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *