Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ପୁର୍ବରୁ କରନ୍ତୁ ଏହି ୩ ଗୋଟି ଜରୁରୀ କାର୍ଯ୍ୟ, ଜୀବନରେ କେବେବି ଖାଇବେ ନାହିଁ ଧୋକା।

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ। ସମସ୍ତଙ୍କ ମନରେ ବିବାହକୁ ନେଇ ଅନେକ ସ୍ବପ୍ନ ରହିଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ବିବାହକୁ ନେଇ ଅନେକ ଉତ୍ସାହିତ ରହିଥାନ୍ତି। ବିବାହ ଏକ ଏପରି ବନ୍ଧନ ଅଟେ, ଯାହା ଦୁଇଜଣ ଲୋକଙ୍କୁ ଗୋଟିଏ ସମ୍ପର୍କରେ ବାନ୍ଧି ରଖେ ଓ ଦୁଇଟି ପରିବାରକୁ ଗୋଟେ ପରିବାର କରିଦେଇଥାଏ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଜଣେ ସଚ୍ଚୋଟ ଓ ଉତ୍ତମ ବ୍ୟକ୍ତିଙ୍କ ସହିତ ବିବାହ କଲେ ଜୀବନ ସୁଖମୟ ହୋଇ ଯାଇଥାଏ। କିନ୍ତୁ ଜଣେ ଖରାପ ବ୍ୟକ୍ତି ସହିତ ବିବାହ କଲେ ଜୀବନ ଦୁଃଖକଷ୍ଟରେ ଭରି ଯାଇଥାଏ। ତେବେ ବିବାହ କରିବା ଏବଂ ଏହାକୁ ବଜାୟ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ।

ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ପ୍ରତି ଓ ପରିବାର ଲୋକଙ୍କ ପ୍ରତି ଅନେକ ତ୍ୟାଗ କରିଥାନ୍ତି। କାରଣ ବେଳେବେଳେ ସମ୍ପର୍କରେ ଛୋଟ ଭୁଲ ମଧ୍ୟ ଏକ ଭୟଙ୍କର ରୂପ ନେଇଥାଏ ଏବଂ ଏହି ପବିତ୍ର ସଂପର୍କରେ ବିଚ୍ଛିନ୍ନତା ସୃଷ୍ଟି ହୋଇଯାଏ। ଆଜିକାଲି କିଛି ଝିଅମାନେ ବିବାହ ପରେ ନିଜ ସ୍ୱାମୀଙ୍କ ସହିତ ସଂସାର କରିବାକୁ ଅସମର୍ଥ ହୋଇଥାନ୍ତି ଏବଂ ସେମାନଙ୍କୁ ଅଣଦେଖା କରିଥାନ୍ତି। ଏଥିରେ ଉଭୟ ସ୍ବାମୀ ଓ ସ୍ତ୍ରୀଙ୍କର ଦୋଷ ଅଟେ। ତେବେ ଆସନ୍ତୁ ଜାଣିବା ସ୍ୱାମୀଙ୍କୁ ଶୋଇବା ପୂର୍ବରୁ କଣ କରିବା ଉଚିତ, ଯାହାଦ୍ଵାରା ସେମାନଙ୍କର ବୈବାହିକ ଜୀବନ ସୁଖମୟ ରହିବ।

ପ୍ରଥମରେ ହେଉଛି, ଆପଣ ସାରା ଦିନ କାର୍ଯ୍ୟରେ ଅଧିକ ଚାପଗ୍ରସ୍ତ ରହିଲେ ମଧ୍ୟ ରାତିରେ ଶୋଇବା ପୂର୍ବରୁ ଆପଣ ନିଜ ସ୍ତ୍ରୀଙ୍କ ସହିତ ପ୍ରେମ ଭରା ବାର୍ତ୍ତାଳାପ କରନ୍ତୁ। ଆଜିକାଲି ବ୍ୟସ୍ତବହୁଳ ଜୀବନରେ ସ୍ଵାମୀ ମାନେ ସାରା ଦିନ କାର୍ଯ୍ୟରତ ରହିଥାନ୍ତି ଏବଂ ରାତିରେ ଶୋଇବା ପୁର୍ବରୁ ସ୍ତ୍ରୀଙ୍କ ଉପରେ ବିରକ୍ତ ହୋଇଥାନ୍ତି।ଏମିତିରେ ସ୍ବାମୀଙ୍କୁ ସ୍ତ୍ରୀଙ୍କ ସହିତ କିଛି ରୋମାଣ୍ଟିକ ସମୟ ଅତିବାହିତ କରିବା ଉଚିତ।

ଦ୍ଵିତୀୟରେ ହେଉଛି, ସ୍ତ୍ରୀଲୋକ ମାନଙ୍କୁ ସେମାନଙ୍କର ପ୍ରଶଂସା ଶୁଣିବା ବହୁତ ପସନ୍ଦ ହୋଇଥାଏ। ସ୍ତ୍ରୀଲୋକ ମାନେ ସାରା ଦିନ ପିଲା ସମ୍ଭାଳିବା, ଘର କାମ କରିବା, ଖାଇବା ପରଷିବା ଏପରି ଘରର ଅନେକ ଦାୟିତ୍ୱ ସମ୍ଭାଳି ଥାଆନ୍ତି। ସେମାନଙ୍କୁ କେହି ମଧ୍ୟ ସ୍ନେହରେ ପଚାରି ନଥାନ୍ତି ଏବଂ ସେମାନେ ନିଜ ସ୍ଵାମୀଙ୍କ ଠାରୁ ଆଶା ରଖିଥାନ୍ତି। ତେଣୁ ଆପଣ ନିଜ ସ୍ତ୍ରୀଙ୍କୁ ସବୁ କ୍ଷେତ୍ରରେ ସହଯୋଗ କରନ୍ତୁ ଏବଂ ତାଙ୍କର କାର୍ଯ୍ୟରେ ତାଙ୍କୁ ପ୍ରଶଂସା କରନ୍ତୁ।ଏହାଦ୍ଵାରା ସେମାନେ ବହୁତ ଖୁସି ହୋଇଥାନ୍ତି।

ତୃତୀୟରେ ଆପଣ ନିଜ ବୈବାହିକ ଜୀବନକୁ ସୁଖମୟ କରିବା ପାଇଁ ରାତିରେ ଶୋଇବା ସମୟରେ ନିଜ ସ୍ତ୍ରୀଙ୍କୁ କୁଣ୍ଢେଇ ଶୁଅନ୍ତୁ। ଆପଣ ପରସ୍ପରକୁ ସ୍ନେହ ଆଦର ଓ ସମ୍ମାନ ଦିଅନ୍ତୁ। ନିଜ ମଧ୍ୟରେ ଦୃଢ଼ ବିଶ୍ବାସ ରଖନ୍ତୁ। ଦେଖିବେ ଆପଣ ଉଭୟଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ ରହିବ।

ତେବେ, ବନ୍ଧୁଗଣ ଏହି ଉପାୟ କରିବା ଦ୍ଵାରା ଆପଣ ସୁଖରେ ରହି ପାରିବେ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *