Excuse Me Odisha

ଯାହା କହିବୁ ସତ କହିବୁ

କେଉଁ ଗଛରେ କେଉଁ ଦେବତା ମାନେ ବାସ କରିଥାନ୍ତି? କେଉଁ ସମୟରେ ପୂଜା କଲେ ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୋଇଥାଏ, ଚାଲନ୍ତୁ ଜାଣିବା।

ସେୟାର୍ କରନ୍ତୁ

– ଭଗବାନ ଶ୍ରୀଗଣେଶଙ୍କୁ ଦୁବ ବହୁତ ପସନ୍ଦ ଅଟେ।

– ଲାଜକୁଳୀ ଲତା ଗଛରେ ଭଗବାନ ଶନିଙ୍କର ବାସ ହୋଇଥାଏ।

– ଅଁଳା ଗଛରେ ଭଗବାନ ବିଷ୍ଣୁ ବାସ କରିଥାନ୍ତି।

ବନ୍ଧୁଗଣ ହିନ୍ଦୁଧର୍ମରେ ପ୍ରକୃତିକୁ ଦେବତା ସମାନ ମାନା ଯାଇଛି। ଏହି ପ୍ରକୃତି ଯୋଗୁଁ ପ୍ରାଣୀ ଜଗତ ଆଜି ପର୍ଯ୍ୟନ୍ତ ଜୀବିତ ରହିଛି। ଅନେକ ଗଛଲତା ମଧ୍ୟରେ ଦେବୀଦେବତା ମାନେ ବାସ କରିଥାନ୍ତି। ଆସନ୍ତୁ ଜାଣିବା କେଉଁ ସବୁ ଗଛଲତା ଗୁଡ଼ିକରେ କେଉଁ ଦେବୀ ଦେବତା ମାନେ ବାସ କରିଥାନ୍ତି।

ତୁଳସୀ, କଦଳୀ ଓ ଅଁଳା ଗଛ :-

ତୁଳସୀ, କଦଳୀ ଓ ଅଁଳା ଗଛରେ ଦେବୀ ଲକ୍ଷ୍ମୀ ଓ ଭଗବାନ ବିଷ୍ଣୁ ବାସ କରିଥାନ୍ତି। ପ୍ରତ୍ୟେକ ହିନ୍ଦୁ ଲୋକଙ୍କ ଘରେ ତୁଳସୀ ଗଛକୁ ଦେବୀ ସ୍ୱରୂପ ପୂଜାର୍ଚ୍ଚନା କରାଯାଇଥାଏ। ଏକାଦଶୀ ଦିନ ଅଁଳା ଗଛକୁ ପୂଜା କରିବା ଦ୍ୱାରା ଭଗବାନ ବିଷ୍ଣୁ ପ୍ରସନ୍ନ ହୋଇଥାନ୍ତି। ଏହାସହିତ ଗୁରୁବାର ଦିନ କଦଳୀ ଗଛ ମୂଳରେ ହଳଦୀ ମିଶା ପାଣିକୁ ଢାଳିବା ଦ୍ଵାରା ଘରର ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ବରଗଛ ଓ ବେଲ ଗଛ :-

ଭଗବାନ ଶିବଙ୍କୁ ବେଲପତ୍ର ଅର୍ପଣ କରିବା ଦ୍ୱାରା ଭଗବାନ ଶିବ ପ୍ରସନ୍ନ ହୋଇଥାନ୍ତି। ବରଗଛ ଓ ବେଲ ଗଛରେ ଭଗବାନ ଶିବଙ୍କର ବାସ ହୋଇଥାଏ। କୌଣସି ମାସର ତ୍ରୟୋଦଶୀ ଦିନ ବରଗଛ ପୂଜା କରିବା ଦ୍ୱାରା ଭଗବାନ ଶିବଙ୍କର କୃପା ଲାଭ ହୋଇଥାଏ।

ଲାଜକୁଳୀ ଗଛ :-

ଏହି ଗଛରେ ଭଗବାନ ଶନିଙ୍କ ବାସ ହୋଇଥାଏ। ଶନିବାର ଦିନ ଏହି ଗଛ ମୂଳରେ ସୋରିଷ ତେଲ ପ୍ରଜ୍ବଳନ କଲେ, ଭଗବାନ ଶନି ସବୁ ବିପଦରୁ ରକ୍ଷା କରିଥାନ୍ତି।

କଦମ୍ବ ଗଛ :-

ଏହି ଗଛ ମୂଳରେ ଦେବୀ ଲକ୍ଷ୍ମୀ ବାସ କରିଥାନ୍ତି। କୁହାଯାଏ କି କଦମ୍ବ ଗଛ ମୂଳରେ ଯଜ୍ଞ କଲେ, ଦେବୀ ଲକ୍ଷ୍ମୀଙ୍କର କୃପା ଲାଭ ହୋଇଥାଏ। ପରିବାରରେ ସୁଖଶାନ୍ତି ବିଦ୍ୟମାନ ହୁଏ। ଧନସମ୍ପତ୍ତିରେ ବୃଦ୍ଧି ହୋଇଥାଏ।

ଦୁବ ଘାସ :-

ଭଗବାନ ଶ୍ରୀଗଣେଶଙ୍କୁ ଦୁବ ଘାସ ବହୁତ ପ୍ରିୟ ଅଟେ। ବୁଧବାର ଦିନ ଭଗବାନ ଶ୍ରୀଗଣେଶଙ୍କୁ ଦୁବ ଅର୍ପଣ କରିବା ଦ୍ୱାରା ସବୁ ସଙ୍କଟ ଦୂର ହୋଇଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *