Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଯଦି ମିଳୁଛି ଏହି ୯ଟି ସଂକେତ,ତା ହେଲେ ଜାଣନ୍ତୁ ଯେ ହେବ ଧାନ ପ୍ରାପ୍ତିର ଯୋଗ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଘରେ ଯଦି ମିଳେ ଏହି ୯ ଟି ସଂକେତ ତ ହେବ ଧନର ପ୍ରାପ୍ତି।

ଭାରତୀୟ ସଭ୍ୟତାର ଆରମ୍ଭ କାଳରୁ ହିଁ ଶୁଭ ଏବଂ ଅଶୁଭର ଧାରଣା କୌଣସି ନାଁ କୌଣସି ରୂପରେ ବିଦ୍ୟମାନ ଅଛି। ପଢ଼ାଲିଖା ହୁଅନ୍ତୁ କିମ୍ବା ପଢ଼ିନଥାନ୍ତୁ ସମସ୍ତେ କୌଣସି ନାଁ କୌଣସି ରୂପରେ ଶୁଭ ଅଶୁଭକୁ ମାନି ହିଁ ଥାଆନ୍ତି। ଶୁଭ ସମାଜରେ ପ୍ରଚଳିତ ଏକ ଅବଧାରଣା ଅଟେ। ଯେଉଁଥିରେ ଏହା ମାନାଯାଏ କି କୌଣସି ବିଶେଷ ପ୍ରକାରର ପରିଘଟଣା ଆମକୁ ବିଶେଷ ସଂକେତ ଦେଇଥାଏ। ପୁରା ବିଶ୍ୱରେ ଏହି ସଙ୍କୁନୀ ଶାସ୍ତ୍ର ପ୍ରଚଳିତ ଅଛି।

ରାସ୍ତାରେ ଯିବା ସମୟରେ ଯଦି ବିଲେଇ ରାସ୍ତା କାଟି ଚାଲିଯାଏ ତ ଏମିତି ମାନ୍ୟତା ଅଛି କି କାମ ଖରାପ ହୋଇଯାଏ। ଏଥିପାଇଁ ଲୋକ କିଛି ସମୟ ପାଇଁ ଯିବା ବନ୍ଦ କରିଦିଅନ୍ତି।

ରାସ୍ତାରେ ଯାଉଥିବା ସମୟରେ ଗାଈ ବାଛୁରୀକୁ କ୍ଷୀର ପିଆଉଥିବାର ଦେଖିବାର ଅର୍ଥ ଆପଣ ଯେଉଁ କାମ ପାଇଁ ବାହାରକୁ ଯାଉଥଲେ ସେହି କାମ ଭଲରେ ହୋଇଯାଇଥାଏ।

ବାସ୍ତୁଶାସ୍ତ୍ର ଅନୁସାରେ କିଛି ପଶୁ ମାନଙ୍କୁ ନେଇ ଶୁଭ ଏବଂ ଅଶୁଭର ବିଚାର କରାଯାଇଛି ତେବେ ଆସନ୍ତୁ ଜାଣିବା।

ଘରେ ଗାଈର ପ୍ରସବ ହେବା ଶୁଭ ସଂକେତ ଦେଇଥାଏ ଏବଂ ଏହା ଵଂଶ ବୃଦ୍ଧିର ସୂଚକ ଅଟେ।

ଘରେ ଚୁଚୁନ୍ଦ୍ରା ବିଚରଣ କରିବା ଶୁଭ ତଥା ସମୃଦ୍ଧିଦାୟକ ହୋଇଥାଏ।।

ଘରେ ଚମଚଟା ଆସିବା ଅଶୁଭ ସଂକେତ ହୋଇଥାଏ।

ମହୁ ମାଛି ତଥା ବିରାଡ଼ି ବସା ଘରେ ରହିବା ସଦସ୍ୟଙ୍କୁ ରୋଗୀ ବନାଇଥାଏ।

ଯେଉଁ ଘରର ମୁଖ୍ୟ ଦ୍ୱାରରେ ଗାଈ ଵୋବାଏ ସେହି ଘରେ ସୁଖ ସମୃଦ୍ଧିର ବୃଦ୍ଧି ହୋଇଥାଏ।

ଯେଉଁ ଘରେ ବିଲେଇ ଆସି ପରସ୍ପର ସହିତ ଲଢେଇ କରିଥାନ୍ତି ତ ସେହି ଘରେ ଅଘଟଣ ହୋଇଯାଏ।

ଅଧ ରାତିରେ ଘରର ମୁଖ୍ୟ ଦ୍ୱାର ଆଡ଼କୁ ଚାହିଁ କୌଣସି କୁକୁର କାନ୍ଦେ ତ ଘରେ ରହୁଥିବା ସଦସ୍ୟଙ୍କୁ ଘୋର ସଂକଟର ସାମ୍ନା କରିବାକୁ ପଡିଥାଏ ଏବଂ ପରିବାରରେ କୌଣସି ସଦସ୍ୟଙ୍କର ମୃତ୍ୟୁ ହେବାର ସଂକେତ ଦେଇଥାଏ।

ସିଆଳ ବୋବାଇଲେ ପୋଡ଼ସିରେ ତଥା ମହଲରେ ମୃତ୍ୟୁ ହେବାର ସଂକେତ ଦେଇଥାଏ।

ଯଦି ଗଧ ଘର ଆଡ଼କୁ ମୁହଁ କରି ଜୋର ଜୋର କରି କୁଦେ ତ ଏହା ସଙ୍କଟ ଆସିବାର ସଂକେତ ଦେଇଥାଏ।

ଘରେ ଯଦି ଜଙ୍ଗଲୀ ପାରା ଆସି ବସା ବନାଏ ତ ଗୃହ ସ୍ୱାମୀଙ୍କୁ ସେହି ଘର ଛାଡିବାର ପରିସ୍ଥିତି ଆସିଯାଏ।

ଯଦି ବାଇ ଚଢେଇ ବସା ବନାଏ ତ ଘରର ସ୍ୱାମୀଙ୍କୁ ଉନ୍ନତି ହୋଇଥାଏ ଆଉ ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଯଦି କେହି ବାଇ ଚଢେଇର ବସା ଭାଙ୍ଗି ଦିଏ ତ ଘରର ସ୍ୱାମୀଙ୍କୁ ଆର୍ଥିକ ସ୍ଥିତିର ସାମ୍ନା କରିବାକୁ ପଡିଥାଏ।

ଘରର ଛାତରେ କିମ୍ବା ଘରର କୌଣସି ଜାଗାରେ କୋଇଲି ଚୋବାଏ ତ ଘରର ସମୃଦ୍ଧିର ବୃଦ୍ଧି ହୋଇଥାଏ।

ଘରର ମୁଖ୍ୟ ଦ୍ୱାର ଉପରେ କିମ୍ବା ଉଚ୍ଚ ସ୍ଥାନରେ ପେଚା କୁଆ ବସିବାର ଅର୍ଥ ଘରର ସ୍ୱାମୀ ଉପରେ ବିପଦ ଆସିବାର ସଂକେତ ଦେଇଥାଏ।

କୌଣସି ପକ୍ଷୀ ଯଦି ଘରର ସୀମା ଭିତରେ ହାଡ଼ କିମ୍ବା ମାଂସ ଖଣ୍ଡ ଆଣି ପକାଇଦିଏ ତ ଏହା ବିପଦ ଆସିବାର ସଂକେତ ଦେଇଥାଏ।

ଘରେ ପେଚା କିମ୍ବା ଚିଲ ବଗାଇବା ଅଶୁଭ ସଂକେତ ଦେଇଥାଏ।

ନେଉଳ ମାଛ ନୀଳକଣ୍ଠ ହଂସ ଯେଉଁଠି ବି ଦେଖିବେ ଏହାକୁ ଶୁଭ ସଂକେତ ମାନାଯାଏ। ଏମାନଙ୍କୁ ଦେଖିବା ଦ୍ୱାରା ଆପଣଙ୍କ କାମରେ ଆସୁଥିବା ବାଧା ନଷ୍ଟ ହୋଇଯାଏ।

ପାରା ଘରେ ବସିବା ତଥା ଆସନ ଖଟ ପଲଙ୍କ ଆଦି ଉପରେ ବସିବା ଅଥବା ଘରେ ପ୍ରବେଶ କରିବା ଘର ଲୋକଙ୍କ ପାଇଁ ଶୁଭ ମାନାଯାଏ।

ଯଦି ପାରା ଧଳା ରଙ୍ଗର ହୋଇଥିବ ତ ୧ ବର୍ଷ ପାଇଁ ଶୁଭ ଦାୟକ ହୋଇଥାଏ। ଯଦି କଳା ଧଳା ମିଶା ପାରା ହୋଇଥାଏ ତ ୬ ମାସ ପର୍ଯ୍ୟନ୍ତ ଶୁଭ ଫଳ ପ୍ରାପ୍ତ ହୋଇଥାଏ।

ଯଦି କୁଆ ନିଜର ପାଟିରେ କୌଣସି ବସ୍ତୁ ଆଣି ଘରେ ପକାଏ ତ ଦ୍ରବ୍ୟ ଲାଭ ହୋଇଥାଏ। ଯଦି ହଳଦିଆ ବସ୍ତୁ ଆଣି ପକାଏ ତ ସ୍ଵର୍ଣ୍ଣ ଲାଭ ହୋଇଥାଏ। ଯଦି ଧଳା ରଙ୍ଗର ଵସ୍ତୁ କିମ୍ବା ଧଳା କପଡା ଆଣେ ତ ଚାନ୍ଦିର ଲାଭ ହୋଇଥାଏ। ଯଦି କୌଣସି ଘରର ଛାତ ଉପରେ ଦୁଇଟି କୁଆ ବସିଥାନ୍ତି ଆଉ ଅନ୍ୟ କୁଆ ଗୋଟେ ଆସି ବସିଯାଏ ତ ପରିବାର ବୃଦ୍ଧି ହୋଇଥାଏ ଏବଂ ସୁଖ ଶାନ୍ତି ବନି ରହିଥାଏ।

ଯଦି କୌଣସି କୁଆ ଉଡୁଥିବା ସମୟରେ ଘର ଉପରେ ପଡ଼ିଯାଏ ତ ସେହି ଘରେ ରହିଥିବା ସଦସ୍ୟଙ୍କ ଭାଗ୍ୟ ଚମକି ଉଠିଥାଏ। ଯଦି କାହା ଘରେ କୁଆ ମରି ଯାଇଥିବା ଚୁଚୁନ୍ଦ୍ରା ପକାଇ ଦିଏ ତ ସେହି ଘରେ ଝଗଡା କ୍ଳେଶତଥା ଅଶାନ୍ତି ରହିଥାଏ। ଯଦି କୌଣସି ଘରେ କୁଆମାନେ ଲଢେଇ କରିଥାନ୍ତ କିମ୍ବା ରାବି ଥାନ୍ତି ତ ସେହି ଘରେ ବିପଦ ଆସିଥାଏ।

ଯେଉଁ ଘରେ କଳା ରଙ୍ଗର ପିମ୍ପୁଡି ଆସନ୍ତି ସେହି ଘରେ ଧନର ବୃଦ୍ଧି ହୋଇଥାଏ। ଯଦି ନାଲି ପିମ୍ପୁଡି ଥାନ୍ତି ତେବେ ଧନର ନାଶ ହୋଇଥାଏ।

ଯଦି ଘରେ ବିଲେଇ ଛୁଆ ଜନ୍ମ କରେ ତ ଘରେ କଷ୍ଟ ହୋଇଥାଏ କିନ୍ତୁ ବିଲେଇର ଛୁଆ ଘରେ ରହିଯାଏ ତ ବହୁତ ଲାଭ ହୋଇଥାଏ। ବିଲେଇ ଅନ୍ୟ ଜାଗାରେ ଜନ୍ମ ଦେଇଥିବା ଛୁଆକୁ ଘରକୁ ଆଣେ ତ ଶୁଭ କାର୍ଯ୍ୟ ହୋଇଥାଏ।

ପାରା ସୁଆ ଛେଳି ଆଦି ଘରେ ପାଳିବା ଦ୍ୱାରା ଉଚିତ ନୁହେଁ। ଘରେ ଚୁଚୁନ୍ଦ୍ରା ଅଧିକ ହେଲେ ଘରେ ରୋଗ ଆସିବାର ସମ୍ଭାବନା ବଢିଯାଏ

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *