Excuse Me Odisha

ଯାହା କହିବୁ ସତ କହିବୁ

ଥଣ୍ଡା, କାଶ, କଫ ଆଦି ସମସ୍ୟାରୁ ମୁକ୍ତି ପାଇବା ପାଇଁ କରନ୍ତୁ ଏହି ଚମତ୍କାର ଉପାୟ।

ସେୟାର୍ କରନ୍ତୁ

ବନ୍ଧୁଗଣ, ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଆଜିକାଲି ଜଳବାୟୁରେ ପରିବର୍ତ୍ତନ ହେବା ଯୋଗୁଁ ଥଣ୍ଡା, କାଶ ଓ କଫ ଭଳି ସମସ୍ଯା ଦେଖା ଯାଉଛି। ବେଳେବେଳେ ଥଣ୍ଡା ଓ କାଶ ଏଭଳି ମାତ୍ରାରେ ବଢିଯାଏ କି, ସେଥିପାଇଁ ଶେଷରେ ମେଡ଼ିସିନ ସେବନ କରିବାକୁ ପଡିଥାଏ। କିନ୍ତୁ ଏଥିରେ କିଛି ମାତ୍ରାରେ ସୁଫଳ ମିଳିଥାଏ।

ଏପରି କିଛି ପ୍ରାକୃତିକ ଘରୋଇ ଉପଚାର ମଧ୍ୟ ରହିଛି, ଯାହାକୁ ପ୍ରୟୋଗ କରିବା ଦ୍ଵାରା ଏହି ସମସ୍ୟାରୁ ମୁକ୍ତି ମିଳି ପାରିବ। ଆଜି ଆମେ ଆପଣ ମାନଙ୍କୁ ଥଣ୍ଡା, କାଶ ଓ ଜ୍ଵର ଭଳି ସମସ୍ୟା ଦୂର କରିବା ପାଇଁ କିଛି ଉପକାରୀ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବାକୁ ଯାଉଛୁ। ଆସନ୍ତୁ ସେହି ବିଷୟରେ ଜାଣିବା।

ଏହି ପ୍ରାକୃତିକ ଘରୋଇ ଉପଚାର ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କିଛି ସାମଗ୍ରୀ ଆବଶ୍ୟକ। ଏଗୁଡ଼ିକ ହେଉଛି – ଗୋଟେ ଗ୍ଳାସ ପାଣି, ଦୁଇ ଇଞ୍ଚ ଲମ୍ବର ଅଦା, ପାନପତ୍ର, ତୁଳସୀ ପତ୍ର ଏବଂ ଗୁଡ଼ ଆବଶ୍ୟକ ଅଟେ।ଥଣ୍ଡା, କାଶ ଓ କଫ ଭଳି ସମସ୍ୟା ଦୂର କରିବା ପାଇଁ ଅଦା ଅମୃତ ସମାନ ଅଟେ।ଏହି ଅଦାର ବ୍ୟବହାର ବହୁ ପୁରାତନ କାଳରୁ କରା ଯାଉଛି। ପାନପତ୍ର ମଧ୍ୟ ଜ୍ଵର, ଥଣ୍ଡା ଭଳି ସମସ୍ୟାକୁ ଦୂର କରିଥାଏ।

ଗୋଲମରିଚ ଆଖିରୁ ପାଣି ବାହାରିବା, ଛାତିରେ ଜମା ହୋଇଥିବା କଫକୁ ବାହାର କରିବାରେ ସହାୟକ ହୋଇଥାଏ। ପୁରାତନ କାଳରୁ ତୁଳସୀ ପତ୍ରକୁ ଆୟୁର୍ବେଦ ଔଷଧ ମଧ୍ୟ ଗଣା ଯାଇଥାଏ। ତୁଳସୀ ପତ୍ର ସେବନ କରିବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୋଇଥାଏ।

ତେଣୁ ପ୍ରଥମେ ଅଦାକୁ ଛେଚି ପାଣିରେ ପକାନ୍ତୁ। ଏହାପରେ ପାନ ପତ୍ର ଛିଣ୍ଡାଇ ସେଥିରେ ପକାନ୍ତୁ। ୭ରୁ ୮ଟି ଗୋଲମରିଚକୁ ଗୁଣ୍ଡ କରି ଏବଂ ୫ରୁ ୬ଟି ତୁଳସୀ ପତ୍ର ମଧ୍ୟ ପକାନ୍ତୁ। ତାପରେ ସେଥିରେ କିଛି ଗୁଡ଼ ମିଶାଇ ଏହାକୁ ଭଲ ଭାବରେ ଫୁଟାନ୍ତୁ।ଏହାପରେ ଆପଣ ଏହି ପାଣିକୁ ଛାଣି, ସେଥିରେ ଗୋଟେ ଚାମୋଚ ମହୁ ମିଶାଇ ଦିଅନ୍ତୁ। କାଶ ବା କଫ ସମସ୍ୟାରୁ ମୁକ୍ତି ପାଇବା ପାଇଁ ମହୁ ନିହାତି ଜରୁରୀ ଅଟେ। ଏହି ପ୍ରାକୃତିକ ଘରୋଇ ଉପଚାରକୁ ଆପଣ ପ୍ରତ୍ୟେକ ସପ୍ତାହରେ ଦୁଇ ନ ତିନିଦିନ ପ୍ରୟୋଗ କରନ୍ତୁ।

ଏହା ବହୁତ ପୁରାତନ ଓ ପ୍ରାକୃତିକ ଘରୋଇ ଉପଚାର ଅଟେ। ଏଥିରେ ବ୍ୟବହାର କରାଯାଇଥିବା ସମସ୍ତ ସାମଗ୍ରୀ ଆମ ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରକ ହୋଇଥାଏ। ଦଖିବେ ଏହି ଉପଚାରକୁ କରିବା ଦ୍ୱାରା ଆପଣଙ୍କର ସମସ୍ତ ପ୍ରକାରର ଥଣ୍ଡା, କାଶ ଓ କଫ ଭଳି ସମସ୍ୟାରୁ ଦୂର ହୋଇଯିବ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *