Excuse Me Odisha

ଯାହା କହିବୁ ସତ କହିବୁ

ସକାଳୁ ଉଠି ଏହି କାମ କଲେ ସର୍ବନାଶ | ଏହି କାମ କଲେ ଅତ୍ୟନ୍ତ ଶୁଭ |

ସେୟାର୍ କରନ୍ତୁ

ବନ୍ଧୁଗଣ ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ସକାକୁ ଉଠି ଏହି କାମ କଲେ ବିପଦ।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ମଣିଷକୁ ସକାଳୁ ଉଠିବା ପରେ ଏହି ଜିନିଷ ଗୁଡିକର ଦର୍ଶନ କରିବା ଉଚିତ ହୋଇଥାଏ। ଏହି ଜିନିଷ ଗୁଡିକର ଦର୍ଶନ କରିବା ଦ୍ୱାରା ଜୀବନରେ ସୁଖ ସମୃଦ୍ଧି ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ। ଯେଉଁ ମନୁଷ୍ୟ ସବୁଦିନେ ଏହି ଜିନିଷ ଗୁଡିକର ଦର୍ଶନ କରିଥାଏ ତା ଜୀବନରେ ନକରାତ୍ମକତା ସମାପ୍ତ ହୋଇଥାଏ ଏବଂ ତା ଜୀବନ ସକାରାତ୍ମକତାରେ ଭରି ଯାଇଥାଏ।

କାରଣ ବନ୍ଧୁଗଣ ଆମର ଘରେ କିମ୍ବା ଆମର ଘରର ଆଖପାଖରେ କିଛି ଏମିତି ଜିନିଷ ଥାଏ ଯାହା ନକରାତ୍ମକ ଶକ୍ତି ଛାଡ଼ିଥାଏ ଏବଂ କିଛି ଏମିତି ଜିନିଷ ଥାଏ ଯାହା ସକାରାତ୍ମକ ଶକ୍ତି ଛାଡିଥାଏ କିନ୍ତୁ ଆମେ ସକାଳୁ ଉଠି ନକରାତ୍ମକ ଶକ୍ତି ଛାଡୁ ଥିବା ବସ୍ତୁକୁ ଦର୍ଶନ କରନ୍ତି ତାହା ଆମ ଜୀବବ ଉପରେ ନକରାତ୍ମକ ପ୍ରଭାବ ପଡିଥାଏ। ଯଦି ସକାରାତ୍ମକ ଶକ୍ତିର ଦର୍ଶନ କରିବା ତାହେଲେ ଆମର ଜୀବନରେ ସକରାତ୍ମକ ଶକ୍ତିର ପ୍ରଭାବ ପଡିବ। ଏଥିପାଇଁ ଆମର ଶାସ୍ତ୍ରରେ କିଛି ଏପରି ବସ୍ତୁ ବିଷୟରେ କୁହାଯାଇଛି ଯାହାକୁ ସକାଳୁ ଉଠିବା ମାତ୍ରେ ମନୁଷ୍ୟକୁ ଦର୍ଶନ କରିବା ଉଚିତ।

ନୀତିଦିନ ଏହି ଜିନିଷକୁ ଦର୍ଶନ କରିବା ବହୁତ ଶୁଭ ମାନାଯାଇଅଛି ଏବଂ ମନୁଷ୍ୟ ଜୀବନରେ ସକାରାତ୍ମକ ଦେଖିବାକୁ ମିଳିଥାଏ। ଆପଣ ଗରିବର ସାମ୍ନା କରୁଛନ୍ତି ଆପଣଙ୍କର କାମରେ ବାଧା ଆସୁଅଛି କିମ୍ବା ଆପଣଙ୍କର ଶତ୍ରୁଙ୍କର ସଂଖ୍ୟା ବଢୁଛି ତ ଆପଣ ଏହି ଜିନିଷ ଗୁଡିକର ଦର୍ଶନ କରନ୍ତୁ। ଏହି ଜିନିଷ ଗୁଡିକର ଦର୍ଶନ କରିବା ଦ୍ୱାରା ଆପଣଙ୍କର ଜୀବନରୁ ସବୁ ସମସ୍ୟା ଦୂର ହୋଇଯିବ। ତ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଜିନିଷ ଗୁଡିକ କଣ। ଯାହାକୁ ସକାଳୁ ଉଠୁ ଉଠୁ ଦେଖିବା ଉଚିତ ହୋଇଥାଏ। ଆଉ ଏମିତି କଣ ଜିନିଷ ଅଛି ଯାହାକୁ ଦର୍ଶନ କରିବା ଅନୁଚିତ।

ଆଇନା। ବାସ୍ତୁଶାସ୍ତ୍ର ଅନୁସାରେ ମନୁଷ୍ୟକୁ ସକାଳୁ ଉଠିବା ପରେ ଆଇନା କେବେ ମଧ୍ୟ ଦେଖିବା ଉଚିତ ନୁହେଁ। ଏହିପରି କରିବା ଅତ୍ୟନ୍ତ ଅଶୁଭ ମାନାଯାଇଥାଏ। ବାସ୍ତୁଶାସ୍ତ୍ରରେ କୁହାଯାଇଅଛି ସକାଳୁ ଉଠିବା ପରେ ଆଇନା ଦେଖିବା ଦ୍ୱାରା ଏହାର ଅଶୁଭ ପ୍ରଭାବ ଭାଗ୍ୟ ଉପରେ ପଡିଥାଏ। ଏବଂ ଜୀବନରେ ଉନ୍ନତି ଆସିବା ବଦଳରେ ଅବନତି ହୋଇଥାଏ। ଏଥିପାଇଁ ସକାଳୁ ଉଠିବା ମାତ୍ରେ ଆଇନାରେ ନିଜର ଚେହେରାକୁ ଦେଖନ୍ତୁ ନାହିଁ। କାରଣ ସକାଳୁ ଉଠିବା ବେଳେ ଆମର ଚେହେରା ଖରାପ ଦେଖା ଯାଉଥାଏ। ଆଉ ସକାଳୁ ଉଠି ଏପରି ଛବି ଦେଖିବା ଦ୍ୱାରା ଏହାର ନକରାତ୍ମକ ପ୍ରଭାବ ଆମର ମନ ଉପରେ ପଡିଥାଏ।

ସକାଳୁ ଉଠିବା ମାତ୍ରେ ଛାଇ ଦେଖନ୍ତୁ ନାହିଁ ଶାସ୍ତ୍ର ଅନୁସାରେ ସକାକୁ ଉଠିବା ମାତ୍ରେ ଛାଇ ଦେଖିବା ଦ୍ୱାରା ମନୁଷ୍ୟର ଜୀବନରେ ଦୁର୍ଭାଗ୍ୟ ଆସିଥାଏ। କାରଣ ଛାଇ ମନୁଷ୍ୟ ଜୀବନରେ ଭ୍ରମ ଏବଂ ଭୟ ନିର୍ମାଣ କରିଥାଏ। ସକାଳୁ ଉଠି ଆପଣ ଆପଣଙ୍କର ଛାଇ ଦେଖୁଛନ୍ତି ତ ଏହା ଆପଣଙ୍କର ଜୀବନରେ ଆର୍ଥିକ ପରିସ୍ଥିତି ନିର୍ମାଣ କରିଥାଏ। ଆପଣଙ୍କର କାର୍ଯ୍ୟ ଅଟକି ରହିଯାଏ। ଏଥିପାଇଁ ସକାଳୁ ଉଠି ଆପଣ ଛାଇ ଦେଖନ୍ତୁ ନାହିଁ।

ସକାଳୁ ଉଠି ଆପଣ ନିଜର ହାତ ପାପୁଲି ଦେଖନ୍ତୁ। ଶାସ୍ତ୍ର ଅନୁସାରେ ସକାଳୁ ଉଠି ମନୁଷ୍ୟକୁ ନିଜ ହାତ ପାପୁଲି ଦର୍ଶନ କରିବା ଉଚିତ। କାରଣ ହାତର ଅଗ୍ରଭାଗରେ ମା ଲକ୍ଷ୍ମୀ ନିବାସ କରିଥାନ୍ତି,ମଧ୍ୟ ଭାଗରେ ମା ସ୍ୱରସ୍ୱତୀ ଏବଂ ସମ୍ପୂର୍ଣ୍ଣ ହାତରେ ଭଗବାନ ଶ୍ରୀକୃଷ୍ଣ ଗୋବିନ୍ଦଙ୍କ ନିବାସ ହୋଇଥାଏ। ଏଥିପାଇଁ ଆପଣ ସକାଳୁ ଉଠି ନିଜର ହାତ ପାପୁଲିର ଦର୍ଶନ କରନ୍ତୁ। ଏଥିଦ୍ୱାରା ଆପଣଙ୍କୁ ଧନ ସମ୍ପତ୍ତି ବିଦ୍ୟା ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ। କାରଣ ହାତର ଦର୍ଶନ କରିବା ଦ୍ୱାରା ମା ଲକ୍ଷ୍ମୀ, ମା ସ୍ୱରସ୍ୱତୀ ଏବଂ ଭଗବାନ ଶ୍ରୀକୃଷ୍ଣଙ୍କର କୃପା ପ୍ରାପ୍ତି ହୋଇଥାଏ। ପ୍ରତ୍ୟକ ବିଦ୍ୟାର୍ଥୀଙ୍କୁ ପରୀକ୍ଷାରେ ସଫଳତା ପାଇବା ପାଇଁ ସକାଳୁ ଉଠି ନିଜର ହାତ ପାପୁଲିର ଦର୍ଶନ କରି ପାଠ ପଢା ଆରମ୍ଭ କରିବା ଉଚିତ।

ଗୋମାତାଙ୍କର ଦର୍ଶନ। ସକାଳୁ ଉଠିବା ପରେ ହଠାତ ଆପଣଙ୍କୁ ଗୋମାତାଙ୍କର ଦର୍ଶନ ହେଉଛି ତ ଏହାକୁ ବହୁତ ଶୁଭ ମାନାଯାଇଛି। ଏଥିପାଇଁ ସକାଳୁ ଉଠିବା ପରେ ଯଦି ଆପଣଙ୍କର ଦ୍ୱାର ପାଖକୁ ଗାଈ ଆସେ ତ ତାକୁ ମାଡ଼ ମାରି ଓଡାନ୍ତୁ ନାହିଁ ତାକୁ ରୁଟି ଖାଇବାକୁ ଦେଇ କାନରେ ମନସ୍କାମନା କୁହନ୍ତୁ ଗୋମାତାଙ୍କର କାନରେ ଆପଣ ମନସ୍କାମନା କହିବା ଦ୍ୱାରା ଗୋମାତା କାମଧେନୁ ଆପଣଙ୍କର ମନସ୍କାମନା ପୂରଣ କରନ୍ତି। ଆପଣଙ୍କର ଅଟକି ରହିଥିବା କାମ ମଧ୍ୟ ପୂରଣ ହୋଇଥାଏ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିଥାଏ।

ସକାଳୁ ଉଠି ତୁଳସୀ ଗଛର ଦର୍ଶନ କରିବା ଉଚିତ। କାରଣ ତୁଳସୀ ମା ସବୁ ପ୍ରକାରର ରୋଗକୁ ଭଲ କରିଥାନ୍ତି। ମନୁଷ୍ୟ ଜୀବନରେ ଆସିବାକୁ ଥିବା ଅଘଟଣକୁ ଆଗୁଆ ଜଣାଇ ଦେଇଥାନ୍ତି। ଯଦି ଘରର ତୁଳସୀ ଗଛ ଶୁଖି ଯାଏ ତ ଜାଣନ୍ତୁ କି ଘରର କୌଣସି ଦୁର୍ଘଟଣା ଆସିବାକୁ ଯାଉଅଛି। କିମ୍ବା ଘରର ପୁରୁଷ କୌଣସି ବିପଦରେ ପଡ଼ିବାକୁ ଯାଉଛନ୍ତି। ଏଥିପାଇଁ ନୀତି ତୁଳସୀ ମାଙ୍କର ଦର୍ଶନ କରି ଘରୁ ବାହାରକୁ ଯିବା ଉଚିତ।

ମାତା ପିତାଙ୍କର ପାଦ ଛୁଇଁବା ଶାସ୍ତ୍ର ଅନୁସାରେ ଏହା କୁହାଯାଇଛି କି ମଣିଷକୁ ସକାଳୁ ଉଠିବା ପରେ କିମ୍ବା କୌଣସି କାମରେ ଯିବା ପୂର୍ବରୁ ମାତା ପିତାଙ୍କର ଚରଣ ଅବଶ୍ୟ ସ୍ପର୍ଶ କରିବା ଉଚିତ। କାରଣ ମାତା ପିତାଙ୍କର ଚରଣରେ ହିଁ ସ୍ୱର୍ଗ ଲୋକ ବିରାଜମାନ ଅଟେ। ଏଥିପାଇଁ ଯେଉଁ ବ୍ୟକ୍ତି ମାତା ପିତାଙ୍କର ଚରଣ ଛୁଇଁ ଘରୁ ବାହାରି ଥାଏ ତାକୁ ତାର କାର୍ଯ୍ୟରେ ସଫଳତା ଅବଶ୍ୟ ପ୍ରାପ୍ତି ହୋଇଥାଏ। ଏଥିପାଇଁ ମାତା ପିତାଙ୍କର ସେବା ଅବଶ୍ୟ କରନ୍ତୁ ଏବଂ ନୀତି ତାଙ୍କର ଚରଣ ଛୁଇଁ ବାହାରକୁ ଯାଆନ୍ତୁ

ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସବୁଠୁ ମହତ୍ୱପୂର୍ଣ୍ଣ ଏବଂ ଧାର୍ମିକ କାମ ଅଟେ। ମଣିଷକୁ ସକାଳୁ ଉଠିବା ପରେ ନୀତି ସ୍ଵର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରିବା ଉଚିତ। ସୁର୍ଯ୍ୟ ଦେବଙ୍କୁ ଜଳ ଚଢେଇବା ଦ୍ୱାରା ମଣିଷକୁ ତାର ପର ଜନ୍ମର ଫଳ ପ୍ରାପ୍ତି ହୋଇଥାଏ। ଏଥ ସକାଳୁ ଉଠିବା ପରେ ସ୍ନାନ କରି ସୁର୍ଯ୍ୟ ଦେବଙ୍କୁ ତମ୍ବା ଢାଳରେ ଜଳ ଅର୍ପଣ କରନ୍ତୁ। ଏବଂ ଏହି ମନ୍ତ୍ରକୁ ଅବଶ୍ୟ ଜପ କରନ୍ତୁ। ଓଃ ସୂର୍ଯ୍ୟାୟ ନମଃ। ଏହା କରିବା ଦ୍ୱାରା ଆପଣଙ୍କର ଜୀବନର ନକରାତ୍ମକତା ସମାପ୍ତ ହୋଇଥାଏ। ଆପଣଙ୍କର ଜୀବନରେ ସୁଖ ସମୃଦ୍ଧି ଆସିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *