Excuse Me Odisha

ଯାହା କହିବୁ ସତ କହିବୁ

ଲକ୍ଷ୍ମୀଛଡ଼ା ହୋଇଯିବେ ଆପଣ, ଯଦି କରୁଛନ୍ତି ଏହି ସବୁ କାମ ! ଦାରିଦ୍ର୍ୟ ମାଡ଼ି ଆସିବା ପୂର୍ବରୁ ନିଜକୁ ସୁଧାରି ନିଅନ୍ତୁ,ନହେଲେ….

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ଦେବୀ ଲକ୍ଷ୍ମୀ ଚଞ୍ଚଳ ସ୍ୱଭାବର ହୋଇ ଥାଆନ୍ତି, ତେଣୁ ଲକ୍ଷ୍ମୀ କାହା ପାଖରେ ସର୍ବଦା ରହି ନ ଥାଆନ୍ତି। ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ବିନା ଜୀବନରେ ଆର୍ଥିକ ଉନ୍ନତି ସମ୍ଭବ ନୁହେଁ।ଯେଉଁ ଲୋକଙ୍କ ଉପରେ ଦେବୀ ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି, ସେମାନଙ୍କ ପାଖରେ କେବେବି ଧନର ଅଭାବ ହୋଇ ନଥାଏ। କିନ୍ତୁ ଯେତେବେଳେ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଆନ୍ତି

ସେତେବେଳେ ଧନୀ ବ୍ୟକ୍ତି ମଧ୍ୟ କାଙ୍ଗାଳ ହେବା ପାଇଁ ବେଶୀ ସମୟ ଲାଗି ନ ଥାଏ। ଶାସ୍ତ୍ରରେ କିଛି ଏଭଳି କାର୍ଯ୍ୟ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ କରିବା ଦ୍ୱାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି ଓ ଘରୁ ଚାଲି ଯାଇଥାନ୍ତି। କେଉଁ ଭୁଲ କାର୍ଯ୍ୟ କରିବା ଉଚିତ ନୁହେଁ, ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଅନେକ ଲୋକଙ୍କ ଘରେ ଅଇଁଠା ବାସନଗୁଡ଼ିକ ଗଦା ହୋଇ ରହିଥାଏ। ଶାସ୍ତ୍ର ଅନୁସାରେ ଖାଇ ସାରି ଅଇଁଠା ବାସନ ପକାଇ ରଖିଲେ, ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇ ଥାଆନ୍ତି।ଏହାର ପରିଣାମ ସ୍ବରୂପ ଆର୍ଥିକ କ୍ଷତି ସହିବାକୁ ପଡ଼ିଥାଏ।ତେଣୁ ସର୍ବଦା ଚେଷ୍ଟା କରନ୍ତୁ କି, ଘରେ କେବେବି ଅଇଁଠା ବାସନ ପକାଇ ରଖନ୍ତୁ ନାହିଁ

ଘରର ଉତ୍ତର ଦିଗରେ ଧନର ଦେବତା କୁବେର ବିରାଜମାନ କରିଥାନ୍ତି। ଏହି ସ୍ଥାନକୁ ମାତୃ ସ୍ଥାନ ବୋଲି ମଧ୍ୟ ବିବେଚନା କରାଯାଏ। ତେଣୁ ଏହି ସ୍ଥାନରେ ଆବର୍ଜନା ଜିନିଷ ଆଦି ପକାଇବା ଉଚିତ ନୁହେଁ। ଏହି ସ୍ଥାନକୁ ସର୍ବଦା ସଫାସୁତୁରା, ପରିଷ୍କାର ପରିଚ୍ଛନ୍ନ ରଖିବା ଉଚିତ। ଯଦି ଏହି ସ୍ଥାନରେ ଅପରିଷ୍କାର ପରିବେଶ ରହେ, ତାହେଲେ ଦେବୀ ଲକ୍ଷ୍ମୀ ଓ କୁବେର ମହାରାଜ କ୍ରୋଧିତ ହୋଇ ଯାଇଥାନ୍ତି ଏବଂ ଘରେ ଅଭାବ ଅନଟନ ଲାଗି ରହେ।

ଘରର ରୋଷେଇ ଘରେ ଦେବୀ ଲକ୍ଷ୍ମୀ ବାସ କରନ୍ତି। ଏମିତିରେ ରୋଷେଇ ଗ୍ୟାସ ଉପରେ ଅଇଁଠା ବାସନ ରଖିବା ଉଚିତ ନୁହେଁ। ରୋଷେଇ ଘର ଚୁଲିକୁ ସର୍ବଦା ସଫା ରଖିବା ଉଚିତ। ଏହାଦ୍ୱାରା ଘରେ ସୁଖ, ଶାନ୍ତି ଏବଂ ସମୃଦ୍ଧି ଆସିଥାଏ। ଶାସ୍ତ୍ର ଅନୁସାରେ ଚୁଲି ଉପରେ ଅଇଁଠା ବାସନ ରଖିବା ଦ୍ଵାରା ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ ଘରକୁ ଦାରିଦ୍ର୍ୟତା ଗ୍ରାସ କରିଥାଏ।

ସୂର୍ଯ୍ୟାପ୍ତ ସମୟରେ ଘରେ ଝାଡୁ କରିବା ଉଚିତ ନୁହେଁ। ଏହି ସମୟରେ ଘର ଝାଡୁ କରିବା ଦ୍ୱାରା ନକାରାତ୍ମକ ଶକ୍ତି ବୃଦ୍ଧି ହୋଇଥାଏ ଏବଂ ଦୁର୍ଭାଗ୍ୟ ମାଡ଼ି ଆସିଥାଏ।ଏହାସହିତ ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଘରୁ ପଳାଇ ଯାଇଥାନ୍ତି।

ଠାକୁର ପୂଜା କରିବା ସମୟରେ ଚନ୍ଦନ କାଠକୁ କେବେବି ଗୋଟିଏ ହାତରେ ଘଷିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ।ଦେବୀ ଲକ୍ଷ୍ମୀ କ୍ରୋଧିତ ହୋଇ ଯାଇଥାନ୍ତି। ଜୀବନରେ ସର୍ବଦା ଧନର ଅଭାବ ଲାଗି ରହିଥାଏ। ଦୁଇ ହାତରେ ଚନ୍ଦନ ଘଷିବା ପରେ ଏହାକୁ ଗୋଟେ ପାତ୍ରରେ ରଖି ଦିଅନ୍ତୁ ଏବଂ ଠାକୁରଙ୍କୁ ଲଗାନ୍ତୁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *