Excuse Me Odisha

ଯାହା କହିବୁ ସତ କହିବୁ

ସ୍ୱାମୀକୁ ଅପମାନ କରୁଥିବା ସ୍ତ୍ରୀ ଲୋକମାନେ ଏହାକୁ ନିଶ୍ଚିତ ଭାବରେ ଥରେ ପଢନ୍ତୁ,ଶ୍ରୀ କୃଷ୍ଣଙ୍କ ଉପଦେଶ

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ପତିକୁ ଅପମାନ କରିବା ଦ୍ୱାରା ସ୍ତ୍ରୀକୁ କେଉଁ ଦଣ୍ଡ ମିଳିବ। ପତି-ପତ୍ନୀଙ୍କ ପାଇଁ ନିୟମ।

ଆମର ଶାସ୍ତ୍ରରେ ଭଲ ସୁଖୀ ଜୀବନ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ନିୟମ କୁହାଯାଇଛି। ଯାହାକୁ ପାଳନ କରିବା ଅନିର୍ବାଯ୍ୟ ଅଟେ ନଚେତ ଜୀବନରେ ଅନେକ ପ୍ରକାରର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ଆଜିର ଏହି ପୋଷ୍ଟରେ ଆମେ ବ୍ରହ୍ମବୈବ୍ରତ ପୁରାଣରେ ଥିବା କିଛି ମହତ୍ୱପୂର୍ଣ୍ଣ ନିୟମ ଜଣେଇବାକୁ ଯାଉଛୁ ଯାହାର ପାଳନ କରିବା ସ୍ତ୍ରୀ ଏବଂ ପୁରୁଷ ଦୁଇ ଜଣଙ୍କୁ ଅବଶ୍ୟ ପାଳନ କରିବା ଉଚିତ। ତ ଆସନ୍ତୁ ଜାଣିନେବା।

ପ୍ରଥମ କଥା। ହିନ୍ଦୁ ଶାସ୍ତ୍ର ଅନୁସାରେ କୌଣସି ବି ମାସର ଅମାବାସ୍ୟା ପୂର୍ଣ୍ଣିମା ଚତୁର୍ଦଶି ଏବଂ ଅଷ୍ଟମୀ ତିଥିରେ ସ୍ତ୍ରୀ ସହିତ ସମ୍ଭୋଗ, ତେଲ ମାଲିସ ମାଂସ ଆହାର ଭୁଲରେ ବି କରିବା ଉଚିତ ନୁହେଁ। ନଚେତ ଜୀବନରେ ଦୁର୍ଭାଗ୍ୟ ଆସିଥାଏ।

ଦ୍ୱିତୀୟ କଥା। ଏହି ଜିନିଷକୁ ଭୂମିରେ ରଖନ୍ତୁ ନାହଁ। ଦୀପ ଶିବଲିଙ୍ଗ ଶାସ୍ତ୍ର ବହି ଟଙ୍କା ଦେବୀ ଦେବତା ମାନଙ୍କର ମୂର୍ତି ଯଜ୍ଞ ପବିତ୍ର ସ୍ୱର୍ଣ୍ଣ ଏବଂ ଶଙ୍ଖ କେବେବି ସିଧା ଭୂମି ଉପରେ ରଖିବେ ନାହିଁ। ଏହାକୁ ରଖିବା ପୂର୍ବରୁ ଜପଡା ରଖନ୍ତୁ କିମ୍ବା କିଛି ଉଚ୍ଚ ସ୍ଥାନ ଉପରେ ରଖନ୍ତୁ।

ତୃତୀୟ କଥା। ଦିନ ସମୟରେ କରନ୍ତୁ ନାହିଁ ଏହି କାମ। ଦିନ ସମୟରେ ଏବଂ ସକାଳୁ ସନ୍ଧ୍ୟାରେ ପୂଜା ସମୟରେ ସ୍ତ୍ରୀ ଏବଂ ପୁରୁଷଙ୍କୁ ସମ୍ଭୋଗ କରିବା ଉଚିତ ନୁହେଁ। ଯେଉଁ ଲୋକ ଏହି କାମ କରନ୍ତି ସେମାନଙ୍କୁ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହୋଇନଥାଏ। ଅନେକ ପ୍ରକାରର ରୋଗର ସାମ୍ନା କରିବାକୁ ପଡିଥାଏ। ଏହାର କାରଣରୁ ସ୍ତ୍ରୀ ଏବଂ ପୁରୁଷ ଦୁଇଜଣଙ୍କୁ ଯୋଡ଼ ଜନିତ ରୋଗ ହୋଇପାରେ।

ଚତୁର୍ଥ କଥା। ପୁରୁଷଙ୍କୁ କେବେବି ପର ସ୍ତ୍ରୀଙ୍କୁ ଖରାପ ନଜରରେ ଦେଖିବା ଉଚିତ ନୁହେଁ। ଏମିତି କରିବା ଦ୍ୱାରା ମନୁଷ୍ୟଙ୍କୁ ବିନାଶ ଆଡ଼କୁ ନେଇଯାଇଥାଏ। ଏହା ଦ୍ୱାରା ଦାରିଦ୍ର୍ୟତା ବଢିଥାଏ।

ପଞ୍ଚମ କଥା। ସ୍ତ୍ରୀ ମାନଙ୍କୁ ଏହି କଥାର ଧ୍ୟାନ ରଖିବାକୁ ହେବ ଯେ ଯେଉଁ ସ୍ତ୍ରୀ ନିଜ ପତିଙ୍କୁ ଗାଳି କରିଥାଏ କଷ୍ଟ ଦେଇଥାଏ ପତିର ଆଜ୍ଞାର ପାଳନ କରିନଥାଏ ତାଙ୍କର ସମ୍ମାନ କରିନଥାଏ ଏହି ଭଳି ସ୍ତ୍ରୀଙ୍କର ପୁଣ୍ୟର କର୍ମ କ୍ଷୟ ହୋଇଥାଏ। ବ୍ରହ୍ମବୈବ୍ରତ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ବାଣୀ ଦ୍ୱାରା ଅନ୍ୟକୁ କଷ୍ଟ ଦେଇଥାନ୍ତି ସେମାନେ ପରବର୍ତୀ ଜନ୍ମରେ କୁଆ ଜନ୍ମ ପାଇଥାନ୍ତି। ପତି ସହିତ ହିଂସା କରୁଥିବା ସ୍ତ୍ରୀର ପରବର୍ତୀ ଜନ୍ମ ସୁଆର ରୂପରେ ହୋଇଥାଏ।

ଷଷ୍ଠ କଥା। ଏମିତି ଲୋକଙ୍କ ଠାରୁ ଦୂରେଇ ରହିବା ଦରକାର କୌଣସି ଖରାପ ଚରିତ୍ରବାନ ମଣିଷ ସହିତ ଗୋଟିଏ ସ୍ଥାନରେ ଶୋଇବା ଭୋଜନ କରିବା ବୁଲାବୁଲି କରିବା ବର୍ଜିତ କରାଯାଇଛି। କାହିଁକିନା କୌଣସି ବ୍ୟକ୍ତି ସହିତ କଥା ହେବା ଦ୍ୱାରା ଶରୀରକୁ ଛୁଇଁବା ଦ୍ୱାରା ଏକା ସହିତ ଶୋଇବା ଦ୍ୱାରା ସାଥିରେ ଭୋଜନ କରିବା ଦ୍ୱାରା ପରସ୍ପରର ଗୁଣ ଏବଂ ଦୋଷ ଆପେ ଆପେ ସଂଚରିତ ଅବସ୍ଥାରେ ହୋଇଥାନ୍ତି। ଯେଉଁ ପ୍ରକାରରେ ପାଣି ଉପରେ ତେଲର ବୁନ୍ଦା ପଡିବା ଦ୍ୱାରା ତାହା ଚାରିଆଡେ ହୋଇଯାଇଥାଏ ଠିକ ସେହିପରି ଖରାପ ଚରିତ୍ରବାନ ବ୍ୟକ୍ତିଙ୍କ ସହିତ ସମ୍ପର୍କରେ ଆସିବା ଦ୍ୱାରା ଖରାପ ଗୁଣ ଆମ ଭିତରେ ପ୍ରବେଶ କରିଯାଇଥାଏ।

ସପ୍ତମ କଥା। ବ୍ରହ୍ମବୈବ୍ରତ ପୁରାଣ ଅନୁସାରେ ସ୍ତ୍ରୀ ଏବଂ ପୁରୁଷ ସୁର୍ଯ୍ୟ ଏବଂ ଚନ୍ଦ୍ର ଅସ୍ତ ହେବା ସମୟରେ କେବେବି ଦେଖିବା ଉଚିତ ନୁହେଁ। ଏହାକୁ ଅଶୁଭ ମାନାଯାଇଛି। ଏମିତି କରିବା ଦ୍ୱାରା ରୋଗ ହେବାର ସମ୍ଭାବନା ରହିଛି। ସୂର୍ଯ୍ୟଙ୍କୁ ଉଦୟ ହେବା ଦେଖିବା ବହୁତ ଶୁଭ ହୋଇଥାଏ। ଏହି କାରଣରୁ ସକାଳୁ ଶୀଘ୍ର ଉଠିବାର ପ୍ରାଚୀନ କାଳରୁ ପରମ୍ପରା ରହିଛି। ସ୍ତ୍ରୀଙ୍କୁ କେବେବି ପୂଜା ପୂର୍ବରୁ ମଳ ମୂତ୍ରର ଦର୍ଶନ କରିବା ଉଚିତ ନୁହେଁ। ଏହା ଦ୍ବାରା ଜୀବନରେ ଦୁର୍ଭାଗ୍ୟ ଆସିଥାଏ।

ଅଷ୍ଟମ କଥା। କୌଣସି ବି ପରିସ୍ଥିତିରେ ପିତା ମାତା ପୁତ୍ର କନ୍ୟା ପତିବ୍ରତା ପତ୍ନୀ ଶ୍ରେଷ୍ଠ ପତି ଗୁରୁ ଅନାଥ ସ୍ତ୍ରୀ ଭଉଣୀ ଭାଇ ଦେବୀ ଦେବତା ଏବଂ ଜ୍ଞାନୀ ଲୋକଙ୍କର ଅପମାନ ବା ଅନାଦର କରିବା ଉଚିତ ନୁହେଁ। ଏମାନଙ୍କର ଅନାଦର କରିବା ଦ୍ୱାରା ବ୍ୟକ୍ତିକୁ ଦରିଦ୍ରତାର ସାମ୍ନା କରିବାକୁ ପଡିଥାଏ।

ନବମ କଥା। ଯଦି ଆମକୁ କାହାକୁ ଦାନର ସଂକଳ୍ପ ନେଇଛେ ତ ଏହି ସଂକଳ୍ପକୁ କୌଣସି ବି ପରିସ୍ଥିତିରେ ପୁରା କରିବା ଉଚିତ। ଦାନ ଦେବାରେ ଯଦି କୌଣସି ଗୋଟିଏ ଦିନ ବିଳମ୍ବ ହୋଇଥାଏ ତ ଦୁଇଗୁଣା ଦାନ ଦେବା ଉଚିତ। ଦାନ ଦେବା ବିଳମ୍ବ ହେଲେ ଦାନ ରାଶି ହଜାର ଗୁଣା ବଢି ଯାଇଥାଏ। ଯେବେବି ଦାନ ପାଇଁ ସଂକଳ୍ପ କରିବେ ତ ବହୁତ ଶୀଘ୍ର ଦାନ କରିଦେବା ଉଚିତ।

ଦଶମ କଥା। ସ୍ତ୍ରୀ ହୁଅନ୍ତୁ କିମ୍ବା ପୁରୁଷ ସକାଳୁ ଉଠିବା ମାତ୍ରେ ଇଷ୍ଟ ଦେବଙ୍କୁ ଧ୍ୟାନ କରିବା ସହିତ ନିଜ ଦୁଇ ହାତକୁ ଦର୍ଶନ କରିବା ଉଚିତ। ଏହା ପରେ ଅଧିକ ସମୟ ପର୍ଯ୍ୟନ୍ତ ବିନା ସ୍ନାନରେ ରହିବା ଉଚିତ ନୁହେଁ। ରାତିରେ ପିନ୍ଧିଥିବା କପଡାକୁ ଶୀଘ୍ର ତ୍ୟାଗ କରିଦେବା ଉଚିତ।

ରବିବାର ଦିନ କଂସା ବାସନରେ ଖାଦ୍ୟ ଖାଆନ୍ତୁ ନାହିଁ। ଏହି ଦିନ ମସୁର ଡାଲି ଅଦା ଲାଲ ରଙ୍ଗର ଖାଦ୍ୟ ଜିନିଷ କେବେବି ଖାଇବା ଉଚିତ ନୁହେଁ।

ଘରକୁ ପ୍ରବେଶ କରିବା ସମୟରେ ଏହି କଥାର ଧ୍ୟାନ ରଖିବେ ଯେବେବି ଘର ବାହାରୁ ଘରକୁ ଫେରିବା ସମୟରେ କେବେବି ସିଧା ଘରକୁ ପ୍ରବେଶ କରିବେ ନାହିଁ ମୁଖ୍ୟ ଦ୍ୱାର ସାମ୍ନାରେ ଗୋଡ଼ ହାତ ସଫା ପାଣିରେ ଧୋଇବା ପରେ ଘରକୁ ପ୍ରବେଶ କରନ୍ତୁ। ଏମିତି କରିବା ଦ୍ୱାରା ଘରର ପବିତ୍ରତା ଏବଂ ସ୍ଵଛତା ବନି ରହିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *