Excuse Me Odisha

ଯାହା କହିବୁ ସତ କହିବୁ

ଯେଉଁ ଲୋକଙ୍କ ଶରୀରରେ ଏଭଳି ଚିହ୍ନ ରହିଥାଏ, ସେମାନେ ଧନୀ ହେବା ପାଇଁ ହିଁ ଜନ୍ମ ନେଇଥାନ୍ତି !

ସେୟାର୍ କରନ୍ତୁ

ଆଜିକାଲିର ଦୁନିଆରେ ଧନୀ ହେବା ପାଇଁ ସମସ୍ତଙ୍କ ମନରେ ଇଛା ରହିଥାଏ। ସମସ୍ତେ ଏଭଳି ଧନୀ ହେବାକୁ ଚାହିଁଥାନ୍ତି ଯେ, ଜୀବନରେ ସେମାନଙ୍କୁ ଯେପରି କୌଣସି ଜିନିଷର ଅଭାବ ହେବ ନାହିଁ। କିନ୍ତୁ ଏଭଳି କିଛି ହେବା କେବେବି ସମ୍ଭବ ନୁହେଁ। କାରଣ କିଛି କଥା ଭାଗ୍ୟ ଉପରେ ନିର୍ଭର କରିଥାଏ। ଆପଣ ଯେତେ ଅଭିଳାଷା ରଖିଲେ ମଧ୍ୟ, ଏହା ସେତେବେଳେ ସମ୍ଭବ ଯେତେବେଳେ ଆପଣଙ୍କର ଭାଗ୍ୟ ରେଖା ସୁଦୃଢ ହେବ। ଆଜି ଆମେ ଆପଣଙ୍କୁ କିଛି ଏଭଳି କଥା କହିବାକୁ ଯାଉଛୁ କି, କିଛି ଶିଶୁ ଧନୀ ହେବା ପାଇଁ ଜନ୍ମ ହୋଇଥାନ୍ତି।

ସମୁଦ୍ର ଶାସ୍ତ୍ର ଅନୁସାରେ ମଣିଷ ବିଷୟରେ ଅନେକ ବର୍ଣ୍ଣନା କରାଯାଇଛି। ଯେପରି ମଣିଷ ଜୀବନ କିପରି ରହିବା ଉଚିତ, ଏହି ବିଷୟରେ ଅନେକ ଲୋକେ ଜାଣି ନାହାନ୍ତି। ଅଧିକାଂଶ ସମୟରେ ଆପଣ ମାନେ ଅନୁଭବ କରିଥିବେ ଯେ, ଯେଉଁମାନେ ଅଧିକ ଧନୀ ହୋଇଥାନ୍ତି, ସେମାନେ ଟଙ୍କାକୁ ନେଇ ସର୍ବଦା ଚିନ୍ତିତ ରହିଥାନ୍ତି। ସମୁଦ୍ର ଶାସ୍ତ୍ର ଅନୁସାରେ ମଣିଷର ଶରୀର ବିଷୟରେ ଅନେକ କଥା ବର୍ଣ୍ଣନା କରାଯାଇଛି।

ମଣିଷ ଶରୀରରେ କିଛି ଗୁପ୍ତ ଚିହ୍ନ ଗୁଡ଼ିକ ରହିଛି, ଯାହାଦ୍ଵାରା ମଣିଷର ଭାଗ୍ୟ ପରିବର୍ତ୍ତନ ହୋଇଥାଏ। ଆଜ୍ଞା ହଁ ଆପଣ ମାନେ ମଣିଷ ଶରୀରରେ ଥିବା ଏଭଳି ଏହସ୍ୟ ବିଷୟରେ ଜାଣି ଆଚାର୍ଯ୍ୟ ହେବେ। ଯେଉଁ ଶିଶୁ ବା ବ୍ୟକ୍ତିଙ୍କ ଶରୀରରେ ଏଭଳି ଚିହ୍ନ ରହିଥାଏ, ସେମାନେ ରାଜଯୋଗ ସହିତ ଜନ୍ମ ହୋଇଥାନ୍ତି। ଆସନ୍ତୁ ସେହି ଚିହ୍ନ ଗୁଡ଼ିକ ବିଷୟରେ ଜାଣିବା।

୧/ ଯେଉଁ ଲୋକଙ୍କର ପାଦରେ ପଦ୍ମ ବା ଚକ୍ର ଚିହ୍ନ ରହିଥାଏ, ସେମାନେ ବହୁତ ଧନବାନ ହୋଇଥାନ୍ତି। ଏହି ଲୋକଙ୍କର ବହୁତ ଧନସଂପତ୍ତି ରହିଥାଏ।

୨/ ଯେଉଁ ଲୋକ ମାନଙ୍କର ହାତର ମଝାମଝିରେ ରଥ, ଧ୍ଵଜ, ବାଣ, ଚକ୍ର ଚିହ୍ନ ରହିଥାଏ, ସେମାନେ ଭବିଷ୍ୟତରେ ଶାସନ ଓ ପ୍ରଶାସନ କାର୍ଯ୍ୟ କରିଥାନ୍ତି। ଏମାନେ ଜୀବନରେ ବହୁତ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଗଣା ହୋଇଥାନ୍ତି।

୩/ ଯେଉଁ ଲୋକ ମାନଙ୍କର ହାତ ପାପୁଲି ମଝିରେ ତିଳ ରହିଥାଏ, ସେହି ଲୋକମାନେ ଅଧିକ ଧନବାନ ହୋଇଥାନ୍ତି। ସାମାଜିକ ସ୍ତରରେ ଏମାନଙ୍କର ମାନସମ୍ମାନ ବୃଦ୍ଧି ପାଇଥାଏ।

୪/ ଯେଉଁ ଲୋକଙ୍କର ପାଦ ତଳେ ତିଳ ରହିଥାଏ, ସେମାନେ ସୁଖସମୃଦ୍ଧିର ଅଧିକାରୀ ହୋଇ ଥାଆନ୍ତି। ଏଭଳି ଲୋକେ ଉତ୍ତମ ଶାସକ ମଧ୍ୟରେ ଗଣା ଯାଇଥାନ୍ତି।

୫/ ଯେଉଁ ଲୋକମାନଙ୍କର ମଧ୍ୟମା ଆଙ୍ଗୁଳି ପର୍ଯ୍ୟନ୍ତ ହାତର ରେଖା ରହିଥାଏ, ତାହେଲେ ସେମାନେ ସବୁ ସୁଖ, ଯଶ, ସମ୍ମାନ ପ୍ରାପ୍ତି ହୋଇଥାଏ।

୬/ କିଛି ଲୋକଙ୍କର ହାତ ପାପୁଲି ମଝିରେ ମାଟି ହାଣ୍ଡି ଚିହ୍ନ ରହିଥାଏ, ତ ଆଉକିଛି ଲୋକଙ୍କର ମୁଣ୍ଡ ବଡ଼ ହୋଇଥାଏ, ଏଭଳି ଲୋକମାନେ ଜୀବନରେ ଖୁବ୍ ଶୀଘ୍ର ସଫଳତା ଅର୍ଜନ କରିଥାନ୍ତି।ଏମାନଙ୍କ ପାଖରେ କେବେବି ଧନର ଅଭାବ ହୁଏ ନାହିଁ।

୭/ ଯେଉଁ ଲୋକଙ୍କର ହାତରେ ଚକ୍ର, ଫୁଲ, ରଥ, ପଦ୍ମ ଚିହ୍ନ ରହିଥାଏ, ସେମାନଙ୍କ ଉପରେ ସର୍ବଦା ଦେବୀ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଥାଏ। ଏମାନେ ବହୁତ ଧନୀ ହୋଇଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *