Excuse Me Odisha

ଯାହା କହିବୁ ସତ କହିବୁ

ଅକାଳ ମୃତ୍ୟୁ କାହିଁକି ହୁଏ ? ଭଗବତ ଗୀତାର ଏକ ସତ୍ୟ ବାକ୍ୟ !

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଅକାଳ ମୃତ୍ୟୁ କାହିଁକି ହୁଏ।

ବନ୍ଧୁଗଣ ଯିଏ ବି ଏହି ପୃଥିବୀ ଲୋକକୁ ଆସିଛି ସିଏ ଗୋଟେ ନାଁ ଗୋଟେ ଦିନ ନିଶ୍ଚୟ ରୂପରେ ମୃତ୍ୟୁକୁ ପ୍ରାପ୍ତ ହେବ କିନ୍ତୁ ଆପଣ ମାନେ ଏହା ବି ଦେଖିଥିବେ ଯେ କିଛି ଲୋକଙ୍କ ମୃତ୍ୟୁ ଅଚାନକ ହୋଇଯାଇଥାଏ। କିଛି ଲୋକ ତ ଜନ୍ମ ନେବାର ସଙ୍ଗେ ସଙ୍ଗେ ମରିଯାନ୍ତି ତ ଆଉ କିଛି ଲୋକ ଦୁର୍ଘଟଣାରେ ମରିଯାନ୍ତି ତାହେଲେ ଏଥିରେ ଏମାନଙ୍କର ଭୁଲ ଥାଏ ନାଁ ଏମାନେ ଭଗବାନଙ୍କ ଇଛା ଅନୁସାରେ ମରିଥାନ୍ତି। ତ ଆସନ୍ତୁ ଜାଣିବା ଏହି ପ୍ରଶ୍ନର ଉତ୍ତର।

ବେଳେ ବେଳେ ଆପଣ ଦେଖିଥିବେ ଯେ ପିଲାଟି ଜନ୍ମ ହେବା ସଙ୍ଗେ ସଙ୍ଗେ ମରିଯାଇଥାଏ କିମ୍ବା ୨ ବର୍ଷ ୫ ବର୍ଷ ପର୍ଯ୍ୟନ୍ତ ଜୀବିତ ରହିବା ପରେ ମରିଯାନ୍ତି ତ ଏମାନେ କିଏ ଅଟନ୍ତି। ତ କିଛି ପୌରାଣିକ ଗ୍ରନ୍ଥ ଅନୁସାରେ ଯିଏ କି ଅଳ୍ପ ସମୟରେ ହିଁ ମୃତ୍ୟୁକୁ ପ୍ରାପ୍ତ ହୁଅନ୍ତି ବରଂ ସେମାନେ ଜଣେ ପୁଣ୍ୟ ଆତ୍ମା ଅଟନ୍ତି। ଯିଏକି ଏହି ପୃଥିବୀ ପୃଷ୍ଠରେ ଜନ୍ମ ନିଅନ୍ତି ଏବଂ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରି ପୁଣି ଏହି ସଂସାରରୁ ଚାଲିଯାନ୍ତି।

କାହାର ମୃତ୍ୟୁ ପାଇଁ ଭଗବାନ କେବେ ମଧ୍ୟ ଦାୟୀ ନୁହଁନ୍ତି। ସମସ୍ତେ ନିଜର କର୍ମ ଅନୁସାରେ ମର୍ତ୍ୟରେ ଜନ୍ମ ହୁଅନ୍ତି ଏବଂ ନିଜର କର୍ମ ସରିବା ପରେ ଏହି ମର୍ତ୍ୟ ଲୋକରୁ ଚାଲିଯାନ୍ତି। ମୁଁ କିମ୍ବା ଆପଣ ମାନେ କେତେ ବର୍ଷ ବଞ୍ଚିବା ଏକଥା ତ କେହି ଜାଣିନାହାନ୍ତି କିନ୍ତୁ ମରିବା ପୂର୍ବରୁ ଆମେ ଯେତିକି ବି ପୁଣ୍ୟ କାମ କରିଥିବା ଆଉ ପାପ କାମ କରିଥିବା ତାର ହିସାବ କରିବାକୁ ପଡିବ। ଆଉ ଯେଉଁ ଦିନ ଆମ ପାପ ପୁଣ୍ୟର ହିସାବ ଶୁନ(୦) ହୋଇଯିବ ସେହିଦିନ ଆମ ମୃତ୍ୟୁ ହୋଇଯିବ।

ଭଗବାନ ଶ୍ରୀକୃଷ୍ଣ ଗୀତାରେ ଅର୍ଜୁନଙ୍କୁ କହିଛନ୍ତି ଯେ ତୁମେ ଯାହାବି କର୍ମ କର ସେସବୁକୁ ମତେ ସମର୍ପଣ କରିଦିଅ ଆଉ ଅର୍ଜୁନଙ୍କୁ ଏହି କଥା ମଧ୍ୟ କହିଥିଲେ ଯେ ହେ ଅର୍ଜୁନ ଏହା କହିଦିଅ ଯେ ମୁଁ କିଛି ବି ନୁହେଁ ଏବଂ ଆପଣଙ୍କ ବିନା ମୋର ଅସ୍ତିତ୍ୱ ହିଁ କିଛି ନାହିଁ ଯାହା ତୁମେ କରୁଛ ତାହା ହିଁ ଘଟୁଛି। ଯଦି ମୋର ଆଖିରେ ପଲକ ପଡୁଛି ତ ତୁମ ଇଚ୍ଛାରେ ଯଦି ମୋ ମନରେ ବାଣୀ ଚାଲୁଛି ତ କେବଳ ତୁମରି ଇଚ୍ଛାରେ। ଏଠାରେ ଯାହାବି କିଛି ହେଉଛି ସବୁ ଆପଣଙ୍କ ଇଚ୍ଛାରେ ହେଉଛି।

ଏଥିପାଇଁ ଆମ ସମସ୍ତଙ୍କୁ ଭଗବାନଙ୍କ ନିକଟରେ ସମସ୍ତ ସୁଖ ଦୁଃଖକୁ ସମର୍ପିତ କରି ଦେବା ଉଚିତ ଏବଂ ଭଗବାନଙ୍କୁ କେବେବି ଦୋଷ ଦେବା ଉଚିତ ନୁହେଁ। କିନ୍ତୁ କିଛି ଲୋକ କୁହନ୍ତି ଯେ ତାର ଏକ୍ସିଡେଣ୍ଟରେ ମୃତ୍ୟୁ ହେଲା ତ ଏହା ଭଗବାନଙ୍କ ଇଚ୍ଛାରେ ହୋଇଛି କିନ୍ତୁ ତାହା ନୁହେଁ। ସମସ୍ତେ ନିଜ ନିଜର ନିର୍ଦିଷ୍ଟ ବୟସ ନେଇ ଜନ୍ମ ନେଇଛନ୍ତି। ଆଉ ଭଗବାନ କାହାର ବି ମୃତ୍ୟୁ ପାଇଁ ଦାୟୀ ନୁହଁନ୍ତି। ନା ହିଁ କୌଣସି ମଣିଷର ଭୁଲ ଯୋଗୁ ସେ ମୃତ୍ୟୁ ବରଣ କରିଥାଏ। ଯାହାର ଯେତିକି ବୟସ ସେ ସେତିକି ବୟସ ଯାଏଁ ବଞ୍ଚିଥାଏ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *