Excuse Me Odisha

ଯାହା କହିବୁ ସତ କହିବୁ

ଶୋଇବା ଘରେ କଣ କଲେ ଘରକୁ ଧନସମ୍ପତ୍ତି ଓ ଶାନ୍ତି ଆସିଥାଏ,ଜାଣନ୍ତୁ ?

ସେୟାର୍ କରନ୍ତୁ

ବନ୍ଧୁଗଣ ଆମେ ଘର ତିଆରି କରିବା ସମୟରେ ବାସ୍ତୁ ଉପରେ ପ୍ରାଧାନ୍ୟ ଦେଇଥାଉ। ଘରେ ଶୋଇବା ଘରର ସ୍ଥାନ ଏକ ବିଶେଷ ମହତ୍ୱ ରଖିଥାଏ। ଯଦି ଘର ସଠିକ ରୂପରେ ଗଢା ଯିବ, ତାହେଲେ ଘରେ ସୁଖଶାନ୍ତି ବଜାୟ ରହିବ। ଘରର ବାତାବରଣ ଉପରେ ମଣିଷର ସୁଖଶାନ୍ତି ଜୀବନ, ସୁସ୍ଥତା ଆଦି ନିର୍ଭର କରିଥାଏ। ନଚେତ ଏହାର ପ୍ରଭାବ ମଣିଷ ଉପରେ ପଡ଼ିଥାଏ।ଆମକୁ ଶୋଇବା ଘର ବିଷୟରେ କିଛି ଜିନିଷ ଜାଣିବା ଉଚିତ। ଆସନ୍ତୁ ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

୧/ ଶୋଇବା ଘର ମୁରବୀଙ୍କ ବଖରା –

ପରିବାରରେ ଯିଏ ମୁଖ୍ୟ ବା ମୂରବୀ, ତାଙ୍କର ଶୋଇବା ଘର ଦକ୍ଷିଣ ଓ ପଶ୍ଚିମ ଦିଗ ବା ନୈରତ କୋଣ ଆଡକୁ ରହିବା ଉଚିତ। ଯଦି ସେହି ରୁମରେ ଛୋଟ ପିଲା ରୁହନ୍ତି ତାହେଲେ ସେହି ପିଲା ଅବାଧ୍ୟ ଓ ବଦମାସ୍ ହୋଇଥାନ୍ତି।

୨/ ଶୋଇବା ଘର –

ଘର ତିଆରି ସମୟରେ ଶୋଇବା ଘର ଉତ୍ତର – ପୂର୍ବ ଦିଗ ବା ଐଶାନ୍ୟ କୋଣରେ କରନ୍ତୁ ନାହିଁ। କାରଣ ଏହି କୋଠରୀରେ ଯେଉଁ ବ୍ୟକ୍ତି ଶୋଇବେ, ସେ ଦୁର୍ବଳ ହେବା ସହିତ ଚଞ୍ଚଳ ସ୍ୱଭାବର ହୋଇ ଯାଇଥାନ୍ତି।

୩/ ଶୋଇବା ଘର ପିଲାଙ୍କ ବଖରା –

ପିଲାଙ୍କ ପାଇଁ ଶୋଇବା ଘର ପୂର୍ବ ଦିଗରେ ରଖନ୍ତୁ। ପିଲାଙ୍କ ପଢା ଘର ଐଶାନ୍ୟ କୋଣ ଆଡକୁ ଲଗାଇ ଉତ୍ତର ଆଡ଼କୁ କରି ପାରିବେ।

୪/ ଶୋଇବା ଘର ଥାକ ଓ ଆଲମିରା –

ଶୋଇବା ଘରର ଥାକ, ଆଲମିରା ଆଦି ଦକ୍ଷିଣ – ପଶ୍ଚିମ ଆଡ଼କୁ ରଖନ୍ତୁ। ଏହା ଶୁଭ ହୋଇଥାଏ।

୫/ ଶୋଇବା ଘରର ଇଲେକ୍ଟ୍ରିକ ଜିନିଷ –

ଶୋଇବା ଘରେ ଯଦି ଟିଭି, ରୁମ ହିଟର ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକ ଜିନିଷ ରଖିବାକୁ ଚାହୁଁଛନ୍ତି, ତାହେଲେ ସେଗୁଡିକୁ ଦକ୍ଷିଣ – ପୂର୍ବ ବା ଆଗ୍ନେୟ କୋଣ ଆଡକୁ ରଖନ୍ତୁ।

୬/ ଶୋଇବା ଘରେ ଖଟର ସ୍ଥାନ –

ଶୋଇବା ଘରର ଖଟ ଓ ଗଦି ଘରର ଦକ୍ଷିଣ – ପଶ୍ଚିମ ଆଡ଼କୁ ରହିବା ଉଚିତ। ଏହାଦ୍ଵାରା ଘରର ପୂର୍ବ ଓ ଉତ୍ତର ଆଡ଼କୁ ରହିଥିବା ସ୍ଥାନ ଖାଲି ରହିବ। ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରର ଖଟ ସର୍ବଦା କାନ୍ଥ ଆଡକୁ ଭିଡି ରହିବା ଉଚିତ।

୭/ ଶୋଇବା ଘରେ କେଉଁ ଦିଗ କରି ଶୋଇବା ଉଚିତ –

ଶୋଇବା ଘରେ ସର୍ବଦା ଦକ୍ଷିଣ ଦିଗ କିମ୍ବା ପୂର୍ବ ଦିଗ ଆଡକୁ ମୁଣ୍ଡ କରି ଶୋଇବା ଉଚିତ। ଏହି ଦିଗକୁ ମୁଣ୍ଡ କରି ଶୋଇଲେ ସୁଖ ନିଦ୍ରା ଓ ମାନସିକ ଶାନ୍ତି ମିଳିଥାଏ। ଠାକୁରଙ୍କ ଭକ୍ତ ଗଣ ସବୁ ଦକ୍ଷିଣ ଦିଗ ଆଡକୁ ମୁଣ୍ଡ କରି ଶୋଇଲେ, ସେମାନଙ୍କୁ ଠାକୁରଙ୍କ କୃପା ଲାଭ ହୋଇଥାଏ।

ତେବେ, ବନ୍ଧୁଗଣ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା, ତାହେଲେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଶ୍ଚିତ ଭାବରେ ସମସ୍ତଙ୍କୁ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମ ଫେସବୁକ ପେଜକୁ ଲାଇକ କରନ୍ତୁ। ଧନ୍ୟବାଦ୍!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *