Excuse Me Odisha

ଯାହା କହିବୁ ସତ କହିବୁ

ଥଣ୍ଡା-କାଶ ତୁରନ୍ତ ଭଲ କରିବାର ଘରୋଇ ଉପଚାର,ବିନା ଔଷଧରେ ଭଲ ହେବ |

ସେୟାର୍ କରନ୍ତୁ

ବନ୍ଧୁଗଣ କାଶ ଯେମିତି ବି ହେଉଥାଉ ନାଁ କାହିଁକି ତାହା ତୁରନ୍ତ ଭଲ ହୋଇଯିବ। ଆଜି ଆମେ ଆପଣଙ୍କୁ ୨ ଟି ଉପଚାର ବନେଇବା ଜଣେଇବୁ। ଯାହା ବହୁ ପୁରାତନ କାଳରୁ ଥଣ୍ଡା କାଶ କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ପ୍ରୟୋଗ ହୋଇଆସୁଛି। ଯେଉଁ ମାନଙ୍କ ଛାତିରେ କଫ ଜମା ହେଉଛି ସେମାନଙ୍କ ପାଇଁ ମଧ୍ୟ ଏହା ବହୁତ ଲାଭକାରୀ ଅଟେ। ଏହାକୁ ପିଲାଠୁ ବୁଢା ସମସ୍ତେ ସେବନ କରିପାରିବେ। ଏହାକୁ କେମିତି ସେବନ କରିବାକୁ ହେବ ତାହା ଜାଣିବାକୁ ହେବ। ଏହା ଥଣ୍ଡା କାଶ କଫ ଭଳି ସମସ୍ୟାକୁ ଦୂର କରିବା ପାଇଁ ଏକ ରାମବାଣ ଘରୋଇ ଉପଚାର ଅଟେ। ଆସନ୍ତୁ ଜାଣିବା ଏହାକୁ କେମିତି ପ୍ରସ୍ତୁତ କରି ସେବନ କରିବାକୁ ହେବ।

ଏହାକୁ ବନେଇବା ପାଇଁ ପ୍ରଥମ ସାମଗ୍ରୀର ଆବଶ୍ୟକତା ପଡିବ ତାହା ହେଉଛି ପିପଳି। ଏହା ଆପଣଙ୍କୁ କୌଣସି ତେଜରାତି ବା ପୋଟଳି ବଣିଆ ଦୁକାନରୁ ବହୁତ ସହଜରେ ମିଳିଯିବ। ଶୀତ ଦିନେ ଯଦି ଏହାର ସେବନ କରାଯାଏ ତେବେ ଏହା ଶରୀର ପାଇଁ ବହୁତ ଲାଭଦାୟକ ହୋଇଥାଏ। ଭୟଙ୍କର ରୁ ଭୟଙ୍କର କାଶକୁ ଏହା ବନ୍ଦ କରିଦିଏ। ଆୟୁର୍ବେଦରେ ପିପଳିର ବହୁତ ଅଧିକ ମହତ୍ୱ ରହିଛି। କାରଣ ଏହା ବିଭିନ୍ନ ପ୍ରକାରର ମେଡ଼ିସିନ ପ୍ରପୋଟିଜରେ ଭରପୁର ଅଟେ। କେବଳ ଏହାକୁ ସେବନ କରିବାର ଠିକ ଉପାୟ ଜାଣିବା ଆବଶ୍ୟକ। ଆଜି ଆମେ ଆପଣଙ୍କୁ ଏହାର ୨ ଟି ଉପାୟର ସେବନ କରିବା ବିଷୟରେ ଜଣେଇବୁ

ପ୍ରଥମେ ଆପଣ ୧ ଚାମଚ ପିପଳି ନେଇ ତାକୁ ତାୱାରେ ପକାଇ ଧିମା ଆଞ୍ଚରେ ଭଲ ଭାବରେ ସେକି ଦିଅନ୍ତୁ। ବେଶି ସମୟ ସେକିବେ ନାହିଁ ନଚେତ ଏହା ଜଳିଯିବ। ୨ ମିନିଟ ଏହାକୁ ସେକି ଦିଅନ୍ତୁ। ସେକିଲେ ଏହା ବହୁତ ସହଜରେ ଗୁଣ୍ଡ ହୋଇଯାଏ।

ଏବେ ଆସନ୍ତୁ ଜାଣିବା ଏହାର ସେବନ କେମିତି କରିବେ।

ସେକି କରି ରଖିଥିବା ପିପଳିରୁ ୨ ଟି ଛୋଟ ସାଇଜ ଦେଖି ନିଅନ୍ତୁ। ଯଦି ବଡ଼ ସାଇଜର ନେଉଛନ୍ତି ତେବେ ଗୋଟିଏ ନିଅନ୍ତୁ। ଗୋଟିଏ ଦିନରେ ଆପଣଙ୍କୁ ଏତିକି ମାତ୍ରାରେ ପିପଳି ସେବନ କରିବାର ଅଛି ଅଧିକ ସେବନ କରିବେ ନାହିଁ। କାରଣ ଏହାର ପ୍ରକୃତି ଗରମ ହୋଇଥାଏ। ଏବେ ଏହାକୁ ଗୁଣ୍ଡ କରିଦିଅନ୍ତୁ। ଏହା ପରେ ଦ୍ୱିତୀୟ ସାମଗ୍ରୀର ଆବଶ୍ୟକତା ପଡିବ ତାହା ଅଟେ ଅଦା। ଏକ ଇଞ୍ଚ ମାପର ଅଦା ଆପଣଙ୍କୁ ନେବା ପାଇଁ ପଡିବ ଏବଂ ଏହାର ରସ ବାହାର କରିବାକୁ ପଡିବ। ଏହାର ରସ କାଢି ଏହାକୁ ଷ୍ଟୋର କରି ରଖିପାରିବେ। ଥରକ ପାଇଁ ଏକ ଚାମଚ ଅଦା ରସର ଆବଶ୍ୟକତା ପଡିବ।

ଏହା ପାଇଁ ତୃତୀୟ ଜିନିଷର ଆବଶ୍ୟକତା ପଡିବ ତାହା ହେଉଛି ମହୁ। ଏକ ଚାମଚ ମହୁ ନିହାତି ନେବା ଆବଶ୍ୟକ। ଏହି ଏକ ଚାମଚ ମହୁ ଏକ ଚାମଚ ଅଦା ରସ ଏହି ପିପଳିରେ ମିଶାନ୍ତୁ। ଏହି ମିଶ୍ରଣକୁ ଆପଣ ବନେଇ ସକାଳ ସନ୍ଧ୍ୟାରେ ସେବନ କରିପାରିବେ। ଆପଣ ଏହାକୁ ୩ ଥର ମଧ୍ୟ ସେବନ କରିପାରିବେ। ଏହିସବୁ କୁ ଭଲ ଭାବରେ ମିଶେଇ ସକାଳ ଦିପ୍ରହର ଏବଂ ସନ୍ଧ୍ୟା ବେଳେ ୧ ଚାମଚ ଲେଖାଏଁ ସେବନ କରିବେ। ୩ ବର୍ଷରୁ ଅଧିକ ପିଲାଙ୍କୁ ଅଧ ଚାମଚ ଲେଖାଏଁ ଦେବେ।

ଯେବେବି ଆପଣଙ୍କୁ ଅଧିକ କାଶ ହେଉଛି ତ ଏହାର ୧ ଚାମଚ ଲେଖାଏଁ ସେବନ କରନ୍ତୁ। ଏହା ସହିତ ଯଦି ଆପଣଙ୍କ ଗଳା ଫୁଲି ଯାଇଛି ତେବେ ଆପଣ ନିହାତି ଲୁଣ ପାଣି ଗ୍ଲାଗରିଂ କରନ୍ତୁ ଦିନକୁ ଯେତେ ଥର ପାରିବେ ସେତେଥର ଗ୍ଲାଗରିଂ କରନ୍ତୁ। ଆପଣଙ୍କୁ ବହୁତ ଆରାମ ମିଳିବ। ସଂକ୍ରମଣ କାରଣରୁ ଆପଣଙ୍କୁ କାଶ ହେଉଛି ଯେତେବି ମେଡ଼ିସିନ ଖାଆନ୍ତୁ ଏତେ ଶୀଘ୍ର ଭଲ ହୋଇନଥାଏ ସେଥିପାଇଁ ଏହାର ସେବନ କରିବା ସହ ଲୁଣ ପାଣି ଗ୍ଲାଗରିଂ ବେଷ୍ଟ ଅଟେ ଆପଣଙ୍କ ଥଣ୍ଡା କାଶ ଭଲ କରିବା ପାଇଁ।

ଏବେ ଆସନ୍ତୁ ଜାଣିବା ଦ୍ୱିତୀୟ ଉପଚାର ବିଷୟରେ

ଯଦି ଆପଣଙ୍କୁ ଅଧିକ କାଶ ହେଉଛି ଏବଂ ଯଦି ଆପଣଙ୍କ ଛାତିରେ କଫ ଜମି ଅଛି ତେବେ ତାହା ପାଇଁ ପିପଳି ବହୁତ ଅଧିକ ଚମତ୍କାରୀ ଅଟେ। ସେଥିପାଇଁ ଆପଣ ସେକି ରଖିଥିବା ୨ ଟି ପିପଳି ନିଅନ୍ତୁ ଏବଂ ତାହାର ଗୁଣ୍ଡ ବନେଇ ଦିଅନ୍ତୁ। ୨ ଟି ପିପଳି ନିଅନ୍ତୁ ଅଧିକ ନେବେ ନାହିଁ। ଏବେ ଗୋଟେ ପାତ୍ରରେ ଅତି କମରେ ୨୦୦ ml ପାଣି ନିଅନ୍ତୁ। ଏହା ଆପଣଙ୍କୁ କେବଳ ୧ କପ ବନେଇବାକୁ ହେବ। ଗୁଣ୍ଡ କରି ରଖିଥିବା ପିପଳିକୁ ଏବେ ଏହି ପାଣିରେ ପକାଇ ୫ ମିନିଟ ପର୍ଯ୍ୟନ୍ତ ଫୁଟାନ୍ତୁ। ଏବେ ନେଇ ଥିବା ପାଣି ଅଧା ହେବା ପର୍ଯ୍ୟନ୍ତ ଫୁଟାନ୍ତୁ।

୨ କପ ପାଣି ନେଇଥିଲେ ୧ କପ ହେବା ପର୍ଯ୍ୟନ୍ତ ଫୁଟାନ୍ତୁ। ଆଉ ଏଥିରେ କିଛି ବି ମିଶାନ୍ତୁ ନାହିଁ। ଏବେ ଏହାକୁ ଗରମ ଗରମ ଛାଣି କି ହିଁ ଏହାର ସେବନ କରନ୍ତୁ। ଭୟଙ୍କର ରୁ ଭୟଙ୍କର କଫ ବାହାର କରିବା ଏହା ବହୁତ ଭଲ ରେମିଡ଼ି ଅଟେ। ଚେଷ୍ଟା କରନ୍ତୁ ଏମିତି ହିଁ ଏହାକୁ ସେବନ କରିବା ପାଇଁ ଯଦି ଭଲ ନଲାଗେ ତେବେ ୧ ଚାମଚ ମହୁ ମିଶାଇ ପିଇପାରିବେ। ଏହାକୁ ଗରମ ଗରମ ପିଇଲେ ଭଲ କାମ ଦେଇଥାଏ। ଯଦି ମହୁ ମିଶେଇ ପିଇବେ ତେବେ ଏହା ଅଳ୍ପ ଉଷୁମ ହେବା ପରେ ପିଇବେ। ଚା ପିଇଲା ଭଳି ଏହାକୁ ଧୀରେ ଧୀରେ କରି ସେବନ କରନ୍ତୁ। ଛାତିରେ ସବୁ କଫ ଧୀରେ ଧୀରେ ବାହାରିଯିବ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *