Excuse Me Odisha

ଯାହା କହିବୁ ସତ କହିବୁ

ରାତ୍ରି ୩ ରୁ ୫ ଟା ମଧ୍ୟରେ ନିଦରୁ ଉଠୁଥିବା ମଣିଷ କାହିଁକି ଧନୀ,ସୁଖୀ ବୁଦ୍ଧିମାନ,ସୁନ୍ଦର ଓ ଦୀର୍ଘାୟୁ ହୋଇଥାନ୍ତି ?

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଭଗବାନ ଶ୍ରୀକୃଷ୍ଣ କୁହନ୍ତି କି ରାତ୍ରି ୩ ଟାରୁ ୫ ଟା ମଧ୍ୟରେ ନିଦରୁ ଉଠୁଥିବା ମଣିଷ କାହିଁକି ଧନୀ ସୁଖୀ ସୁନ୍ଦର ଓ ଦୀର୍ଘାୟୁ ହୋଇଥାନ୍ତି।

ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣଙ୍କର ବାଣୀ ଅନୁସାରେ ବ୍ରହ୍ମ ମୁହୂର୍ତ୍ତରେ ନିଦରୁ ଉଠିବା ଦ୍ୱାରା ମଣିଷକୁ ଅନେକ ଅସାଧାରଣ ଜିନିଷ ପ୍ରାପ୍ତ ହୋଇଥାଏ। ଏହି ସମୟରେ ନିଦରୁ ଉଠିବା ମଣିଷକୁ ଐଶ୍ୱରୀୟ କୃପା ଏବଂ ଶୁଭ ସଂକେତ ମାନ ମିଳିଥାଏ। ପ୍ରାତଃ ସମୟ ବା ରାତ୍ରି ୩ ଟା ଠାରୁ ୫ ଟା ଭିତରର ସମୟକୁ ବ୍ରହ୍ମ ମୁହୂର୍ତ୍ତ ବୋଲି କୁହାଯାଇଥାଏ। ବ୍ରହ୍ମ ଅର୍ଥ ପରମ ତତ୍ତ୍ୱ। ମୁହୂର୍ତ୍ତର ଅର୍ଥ ହେଉଛି ଅନୁକୂଳ ସମୟ ବା ଅମୃତ ବେଳା। ଏହି ସମୟଟି ହେଉଛି ପରମ ବ୍ରହ୍ମ ବା ଇଶ୍ୱରଙ୍କ ସହିତ ମିଳନର ଅନୁକୂଳ ସମୟ।

ଯେଉଁ ସମୟରେ ମଣିଷ ଓ ଇଶ୍ୱରଙ୍କ ଭିତରେ ଅଲୌକିକ ସଂକେତ ଆଦାନ ପ୍ରଦାନ ହୋଇଥାଏ। ଐଶ୍ୱରୀୟ ଭକ୍ତିରେ ଲିପ୍ତ ଆଦାନ ପ୍ରଦାନ ସମୟରେ ମଣିଷକୁ ସକାରାତ୍ମକ ଉର୍ଜା ବା ଶକ୍ତିର ଆଭାସ ହୋଇଥାଏ ଏବଂ ଏହିସବୁ ସଂକେତର ଜ୍ଞାନ ଦେବା ଦ୍ୱାରା ଜୀବନରେ ଆନନ୍ଦ ଉଲ୍ଲାସ ଭରି ଯାଇଥାଏ। କରାଗ୍ରେ ବସତି ଲକ୍ଷ୍ମୀ କରା ମଧ୍ଯ ସ୍ୱରସ୍ୱତୀ। କରମୂଳେ ତୁ ଗୋବିନ୍ଦ ପ୍ରାତେ ଦର୍ଶନମ। ଅର୍ଥାତ ହାତ ପାପୁଲିର ଅଗ୍ର ଭାଗରେ ମହା ଲକ୍ଷ୍ମୀ ମଧ୍ୟ ଭାଗରେ ସ୍ୱରସ୍ୱତୀ ଏବଂ ମୂଳ ଭାଗରେ ଭଗବାନ ଶ୍ରୀକୃଷ୍ଣଙ୍କର ବାସ ହୋଇଥାଏ।

ଏଣୁ ବ୍ରହ୍ମ ମୁହୂର୍ତ୍ତରେ ଉଠିବା ମାତ୍ରେ ନିଜ ହାତ ପାପୁଲିର ଦର୍ଶନ କରିବା ଦ୍ୱାରା ଏହି ୩ ଦେବୀ ଓ ଦେବତାଙ୍କର କୃପା ପ୍ରାପ୍ତି ହୋଇଥାଏ। ରାତ୍ରି ୩ ଟା ଠାରୁ ୫ ଟା ମଧ୍ୟରେ ନିଦରୁ ଉଠିବା ଦ୍ୱାରା ଦୈବିକ ଶକ୍ତିର ଲାଭ ମିଳିଥାଏ। ଏବଂ ଜୀବନର କୋଠର ସମୟ ଖୁସିରେ ବିତି ଥାଏ। ପ୍ରାଚୀନ ସମୟରୁ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ବ୍ରହ୍ମ ମୁହୂର୍ତ୍ତକୁ ବା ପ୍ରାତଃ କାଳକୁ ଜୀବନ ନିର୍ଧାରଣ ପାଇଁ ଉପଯୁକ୍ତ ହୋଇଥାଏ। ଶୁଭ ସଂକେତ ମାଧ୍ୟମରେ ଜୀବନରେ ଆସିବାକୁ ଥିବା ଶୁଭ ଅଶୁଭର ପୂର୍ବାଭାସ ହୋଇଥାଏ। ବ୍ରହ୍ମ ମୁହୂର୍ତ୍ତକୁ ଅମୃତ ବେଳା ବୋଲି କହିଥାନ୍ତି। କାହିଁକିନା ଏହି ସମୟରେ ଏହି ଶକ୍ତିମାନେ ଧରା ପୃଷ୍ଠରେ ଅବତାରିତ ହୋଇଥାନ୍ତି ଏବଂ ପୃଥିବୀ ସାରା ବିଚରଣ କରିଥାନ୍ତି।

ଏଣୁ ଏହି ସମୟରେ ଆପଣଙ୍କର ଇଷ୍ଟ ଦେବୀ ଏବଂ ଦେବତାଙ୍କର ପୂଜାର୍ଚ୍ଚନା ଧ୍ୟାନ ଜପ ଏବଂ ଭକ୍ତି କରିବା ଦ୍ୱାରା ଜୀବନରେ ଆସିବାକୁ ଥିବା କଠିନ ସମୟର ସଂକେତ ପୂର୍ବରୁ ମିଳିଯାଇଥାଏ ଏବଂ ସେସବୁର ନିବାରଣ ପାଇଁ ଇଶ୍ଵର ମାର୍ଗ ମଧ୍ୟ ପ୍ରଶସ୍ତ କରିଥାନ୍ତି।ରାତ୍ରି ୩ ଟା ଠାରୁ ୫ ଟା ମଧ୍ୟରେ ନିଦ ଭାଙ୍ଗିବା ଦ୍ୱାରା ମନ ଓ ମସ୍ତିଷ୍କରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ ଏବଂ ଏହି ସମୟରେ ଐଶ୍ୱରୀୟ ଶକ୍ତିର ସଂକେତ ଦ୍ୱାରା ଅବଗତ କରାଇଥାଏ। ପ୍ରାତଃ କାଳରେ ଉଠିବାର ମହତ୍ୱ କେବଳ ଧର୍ମଶାସ୍ତ୍ରରେ ନୁହେଁ ବରଂ ବୈଜ୍ଞାନିକ ମତରେ ମଧ୍ୟ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ। ବୈଜ୍ଞାନିକ ମତରେ ପ୍ରାତଃ କାଳରେ ଅମ୍ଳଜାନର ଶୁଦ୍ଧତା ଅଧିକ ମାତ୍ରାରେ ରହିଥାଏ ଏବଂ ଏହା ମଣିଷଙ୍କ ପାଇଁ ଅମୃତ ତୁଲ୍ୟ ହୋଇଥାଏ।

ଶିକ୍ଷା କ୍ଷେତ୍ରରେ ଦେଖିବାକୁ ଗଲେ ରାତ୍ରି ୩ ଟା ଠାରୁ ୫ ଟା ଭିତରର ସମୟ ଅଧ୍ୟୟନ ପାଇଁ ସର୍ବଶ୍ରେଷ୍ଠ ସମୟ ହୋଇଥାଏ। ଏହି ସମୟରେ ଅଧ୍ୟୟନ କରିବା ଦ୍ୱାରା ସ୍ମୃତି କୋଷରେ ଜ୍ଞାନ ବହୁତ ସହଜରେ ଅଙ୍କିତ ହୋଇଯାଇଥାଏ। ଅର୍ଥାତ ଏହି ସମୟରେ ଯାହା ପାଠ ପଢ଼ିଥାନ୍ତି ତାହା ସବୁ ଅଧିକ ସମୟ ପର୍ଯ୍ୟନ୍ତ ମନେ ରହିଥାଏ। ପୁରାଣ ଶାସ୍ତ୍ର ମତ ଅନୁସାରେ ଏହି ବ୍ରହ୍ମ ମୁହୂର୍ତ୍ତର ବାତାବରଣ ଶାନ୍ତି ମୟ ଏବଂ ନିର୍ମଳ ହୋଇଥାଏ। ଏହି ସମୟରେ ଦେବୀ ଓ ଦେବତା ବିଚରଣ କରିଥାନ୍ତି। ପୁରାଣ ଶାସ୍ତ୍ରରେ ଏହା ମାନ୍ୟତା ଅଛି ବ୍ରହ୍ମ ମୁହୂର୍ତ୍ତରେ ମହା ଲକ୍ଷ୍ମୀ ଧରତ୍ରୀ ଉପରେ ବିଚରଣ କରିଥାନ୍ତି ଏବଂ ଯିଏ ଏହି ସମୟରେ ଜାଗ୍ରତ ରହିଥାନ୍ତି ସେମାନଙ୍କ ଉପରେ ସେ କୃପାଦୃଷ୍ଟି କରିଥାନ୍ତି।

ଏହିପରି ମଣିଷ ଜୀବନରୁ ଦୁଃଖ ଓ ଦାରିଦ୍ର୍ୟତା ଦୂର ହୋଇଯାଏ ଏବଂ ସୁଖ ସମୃଦ୍ଧିର ପ୍ରାପ୍ତି ହୋଇଥାଏ। ଧର୍ମଶାସ୍ତ୍ରରେ ବର୍ଣ୍ଣିତ ଅଛି କି ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ମଣିଷକୁ ସୁନ୍ଦରତା ଲକ୍ଷ୍ମୀ ବୃଦ୍ଧି ଓ ଆଦର ପ୍ରାପ୍ତି ହୋଇଥାଏ। ଏପରି କରିବା ଦ୍ୱାରା କୋମଳ ପୁଷ୍ପ ସଦୃଶ ସୁନ୍ଦର ହୋଇଯାଇଥାଏ। ସକାଳେ ସୁର୍ଯ୍ୟ ଉଦୟ ହେବା ପୂର୍ବରୁ ଉଠୁଥିବା ମଣିଷର ସ୍ୱାସ୍ଥ୍ୟ ଭଲ ରୁହେ। ଏଥିପାଇଁ ବୁଦ୍ଧିମାନ ମଣିଷ ମାନେ ଏହି ସମୟକୁ ହାତ ଛଡା କରନ୍ତି ନାହିଁ। ସକାଳୁ ଶୀଘ୍ର ଉଠୁଥିବା ମଣିଷ ସ୍ୱାସ୍ଥ୍ୟବାନ ସୁଖୀ ଶକ୍ତିଶାଳୀ ଓ ନୋରୋଗୀ ହୋଇଥାନ୍ତି।

ଏହି ସମୟରେ ଐଶ୍ୱରୀୟ ଶକ୍ତିର କୃପା ମଣିଷକୁ ଏକ ନୂତନ ଚେତନା ଏବଂ ଆଶୀର୍ବାଦରେ ଆଲୋକିତ କରିଦେଇଥାଏ। କୁହାଯାଏ କି ଏହି ରାତ୍ରି ୩ ଟା ଠାରୁ ୫ ଟା ମଧ୍ୟରେ ଉଠିବା ଦ୍ୱାରା ଦିବ୍ୟ ସଂକେତ ସ୍ୱରୂପ ପୁଜାର୍ଚ୍ଚନା ଉପାସନା ପ୍ରାର୍ଥନା ଅଧ୍ୟୟନ ଧ୍ୟାନ ଯୋଗ ଦେହ ମନ ଓ ବୁଦ୍ଧିକୁ ଉତ୍କୃଷ୍ଟ କରିଥାଏ। ପ୍ରାତଃ କାଳରେ ଉଠିବା ଏହା ଇଶ୍ୱରଙ୍କ ସହିତ ଲିନ ହେବା ଅଥବା ଇଶ୍ୱରଙ୍କ ସାନିଧ୍ୟ ପାଇବା ହୋଇଥାଏ।

ଭଗବାନ ଶ୍ରୀକୃଷ୍ଣ ଏବଂ ମା ଲକ୍ଷ୍ମୀ ବ୍ରହ୍ମ ମୁହୂର୍ତ୍ତରେ ଉଠୁଥିବା ମଣିଷକୁ ନିଜର ଭକ୍ତ ସ୍ୱରୂପ ବର ପ୍ରଦାନ କରିଥାନ୍ତି। ଏବଂ ଜୀବନରେ କଠିନ ସମସ୍ୟାରେ ଗତି କରୁଥିବା ମଣିଷ ସତ୍ୟର ସାନିଧ୍ୟରେ ଥିବା ମଣିଷ ଭଲ କର୍ମ କରିଥିବା ମଣିଷକୁ ନିଜର କୃପା ବର୍ଷା କରିଥାନ୍ତ। ତାଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦେଇଥାନ୍ତି। ଏଣୁ ଧର୍ମଶାସ୍ତ୍ର ଅନୁସାରେ ଯେଉଁ ମଣିଷ ରାତ୍ରି ୩ ଟା ଠାରୁ ୫ ଟା ମଧ୍ୟରେ ଉଠିଥାନ୍ତି ସେମାନଙ୍କୁ ସର୍ବଶ୍ରେଷ୍ଠ ମଣିଷ କହିଥାନ୍ତି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *