Excuse Me Odisha

ଯାହା କହିବୁ ସତ କହିବୁ

ମାଳିକା ଭବିଷ୍ୟବାଣୀ : ସମୁଦ୍ର ସୁନାମୀରେ ବୁଡ଼ିଯିବ ରାଜଧାନୀ ଭୁବନେଶ୍ୱର !

ସେୟାର୍ କରନ୍ତୁ

ବନ୍ଧୁଗଣ ମାଳିକାର ଏହା ହେଉଛି ଏକ ବଡ଼ ଭବିଷ୍ୟବାଣୀ। ଏହିଦିନ ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କୁଆଡେ ସମୁଦ୍ର ପାଣିରେ ବୁଡିଯିବ। ତେବେ ଆସନ୍ତୁ ଜାଣିନେବା ଭୁବନେଶ୍ୱରକୁ ନେଇ ମାଳିକାର କଣ ସବୁ ବର୍ଣ୍ଣିତ ରହିଛି। ତେବେ ବନ୍ଧୁଗଣ ଆଜି ଆମେ ମାଳିକାର ଭବିଷ୍ୟତ ବିଷୟରେ କିଛି ବିଶେଷ ତଥ୍ୟ ଆପଣମାନଙ୍କୁ ଜଣେଇବାକୁ ଯାଉଛୁ।

ତେବେ ଏହି ଭୁବନେଶ୍ୱରକୁ ନେଇ କିଛି ଭବିଷ୍ୟବାଣୀ ମହାପୁରୁଷ ମାନେ ମାଳିକାର ଲେଖି ଯାଇଛନ୍ତି। ସେହି ମହାପୁରୁଷ ମାନଙ୍କର ଲେଖା ଅନୁସାରେ ଏହି ଭୁବନେଶ୍ୱରରେ ଦେଶ ବିଦେଶରୁ ଅନେକ ଲୋକ ଆସି ଘର ଦ୍ୱାର କରି ରହିବେ। ପଡିଆ ପଞ୍ଜରା ମଶାଣି କେଉଁଠି ବି ଜାଗାଟିଏ ବି ଛାଡିବେ ନାହିଁ।

ଯେଉଁ ଭୁବନେଶ୍ୱର ଲିଙ୍ଗରାଜଙ୍କର କ୍ଷେତ୍ର ଥିଲା କୋଟିଏ ଲିଙ୍ଗରୁ ଗୋଟିଏ ଲିଙ୍ଗ କମ ରହିଥିଲା ସେଠି ଆଜି କାଲି ଆଉ ସେହି ଲିଙ୍ଗ ଖୋଜିଲେ ବି ମିଳିବ ନାହିଁ। ସେହି ଲିଙ୍ଗ ସବୁ କେଉଁ ରାସ୍ତା ତଳେ ଅବା କାହାର ଘର ଭିତରେ ରହିଥିବ। ଏପରି ଏକ ଦିନ ଆସିବ ବିନ୍ଦୁ ସାଗର ଜଳ ବିଷ ପାଲଟି ଯିବ। ଅଜଗର ସାପ ଆସି ଜଗି ରହିବ। ସେହି ପାଣିକୁ ଯିଏ ଛୁଇଁବ ସିଏ ହିଁ ମରିବ। ମାଳିକାରେ ଏହା ପୁଣି ଲେଖା ଅଛି ଏଠିଭୂମିକମ୍ପ ହେବ ସବୁ କୋଠା ବାଡ଼ି ଭୁଶୁଡି ଯିବ

ମହାଗଡ଼ ମହା ସମର ହେବ ଅର୍ଥାତ ଏଠି ଯୁଦ୍ଧ ଲାଗିବ। ଜୋବ୍ରା ଠାରୁ ଜଟଣୀ ପର୍ଯ୍ୟନ୍ତ ଲୋକମାନେ ହଣାହଣୀ ହେବେ। ଏହି ସ୍ଥାନରେ ରକ୍ତର ନଦୀ ବହିବ। ଲୁଚି ରହିଥିବା ଲିଙ୍ଗ ସବୁ ପୁଣି ଥରେ ଫୁଟିକି ବାହାରିବେ ଏବଂ ସାରା ଭୁବନେଶ୍ୱର ଜଳ ମଗ୍ନ ହେବ।

ଯେଉଁ ନଦୀ ସବୁ ଶୁଷ୍କ ପଡି ରହିଛି ତାହା ସବୁ ଜଳ ପୂର୍ଣ୍ଣ ହେବ। ସେହି ସମୟରେ ଝଙ୍କଡ଼ ସାରଳା ମନ୍ଦିରକୁ ପୁରୀ ଶ୍ରୀମନ୍ଦିରରେ ମୀନ ଖେଳୁଥିବ। ୨୨ ପାହାଚ ବୁଡିବାକୁ ଯାଉଥିବ। ବରୁଣ ମହାରାଜ ସିଂହାସନରେ ବସିବେ। ଏହି ସମୟରେ ଭୁବନେଶ୍ବରରେ ଭୈରବୀ ଡାକ ଦେବ। ଅନେକ ଅଧର୍ମୀ ମଣିଷ ମରିବେ। ଯେଉଁମାନେ ଧର୍ମକୁ ଧରିଥିବେ ସେମାନେ ତରି ଯିବେ। ଆଜିକାଲି ମଣିଷ ମାନେ ନିଜ ଘର ନିଜ ପରିବାର ନିଜ ପିଲାଛୁଆ ମାନଙ୍କୁ ନେଇ ଏତେ ଯେ ବ୍ୟସ୍ତ ରହୁଛନ୍ତି ଭୋଜି ମୌଜ ମଦ ବେସ୍ୟାରେ ଏତେ ଯେ ଲିପ୍ତ ରହୁଛନ୍ତି ଠାକୁରଙ୍କୁ ଧ୍ୟାନ କରିବାକୁ ସମୟ ନାହିଁ।

ଗୀତ ଭାଗବତ ପୁରାଣ ପଢିଵାକୁ ସମୟ ନାହିଁ। ଭଗବାନଙ୍କୁ ଧ୍ୟାନ ଯୋଗ କରି ପାରୁନାହାନ୍ତି ଏଣୁ ଜେକେହି ଲୋକ ସାମାନ୍ୟ ବିଦ୍ୟା ଜାଣି ଭିଙ୍ଗିଚି କରି ହଟ ଚମକ କରୁଛନ୍ତି ସେମାନଙ୍କୁ ଠାକୁର ଭାବି ବାବା କହି ପୂଜା କରୁଛନ୍ତି। ପ୍ରକୃତ ଠାକୁରଙ୍କୁ ଆଡେଇ ଦେଉଛନ୍ତି।

ଏଣୁ ମାଳିକାର ପ୍ରକୃତ ଅର୍ଥ ଏହାକି ଆପଣ ମାନେ ସେହି ବାବା ମାତାଙ୍କୁ ଛାଡି ଠାକୁର ପୂଜା କରନ୍ତୁ। ଠାକୁରଙ୍କୁ ଧ୍ୟାନ କରନ୍ତୁ। ସତମାର୍ଗରେ ଚାଲନ୍ତୁ। ବୁଝ କି ନବୁଝ ଗୀତା ପଢ଼ନ୍ତୁ। ଭାଗବତ ପଢ଼ନ୍ତୁ। ପୁରାଣ ଶାସ୍ତ୍ର ପଢ଼ନ୍ତୁ। ଏହା ହିଁ ସର୍ବଦା ମାଳିକାର ଉଦେଶ୍ୟ ହୋଇ ରହି ଆସିଛି।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *