Excuse Me Odisha

ଯାହା କହିବୁ ସତ କହିବୁ

ଘରେ ଏମିତି କ୍ୟାଲେଣ୍ଡର ଲଗାଉ ଥିଲେ ହୋଇଯାଆନ୍ତୁ ସାବଧାନ ! ଏମିତ ଭୁଲ ଜମାରୁ ବି କରନ୍ତୁ କରନ୍ତୁ ନାହିଁ !

ସେୟାର୍ କରନ୍ତୁ

ବନ୍ଧୁଗଣ ଆପଣ ମାନଙ୍କୁ ଆମର ପୋର୍ଟାଲକୁ ସ୍ଵାଗତ ଜଣାଉଛୁ।ନୂଆବର୍ଷ ଆରମ୍ଭ ହେବା ମାତ୍ରେ ଆମେ ଘରକୁ ନୂଆ କ୍ଯାଲେଣ୍ଡର ଆଣିଥାଉ ବା କୌଣସି ସମ୍ପର୍କୀୟ ଆମକୁ ନୂଆ କ୍ଯାଲେଣ୍ଡର ଉପହାର ଦେଇଥାନ୍ତି। କିଛି କ୍ୟାଲେଣ୍ଡରରେ ଭଗବାନଙ୍କ ଫଟୋ ରହିଥାଏ, ସେଥିପାଇଁ ବର୍ଷ ଶେଷ ହୋଇଗଲେ ମଧ୍ୟ ଆମେ ତାହାକୁ ଘରେ ରଖିଥାଉ। ବାସ୍ତୁଶାସ୍ତ୍ରରେ କ୍ୟାଲେଣ୍ଡରକୁ ନେଇ ଅନେକ ନିୟମ ଗୁଡ଼ିକ ବିଷୟରେ ଉଲ୍ଲେଖ ରହିଛି। ଏହି ନିୟମକୁ ପାଳନ କରିବା ନିହାତି ଜରୁରୀ ଅଟେ। ତେବେ ଆସନ୍ତୁ କ୍ୟାଲେଣ୍ଡରକୁ ନେଇ କେଉଁ ସବୁ ଭୁଲ କରିବା ଉଚିତ ନୁହେଁ, ସେହି ବିଷୟରେ ବିସ୍ତାର ରୂପରେ ଜାଣିବା।

ଘରେ ପୁରୁଣା କ୍ଯାଲେଣ୍ଡର ରଖିଲେ କଣ ହୋଇଥାଏ ?

ବାସ୍ତୁଶାସ୍ତ୍ର ଅନୁସାରେ ଘରେ ପୁରୁଣା କ୍ଯାଲେଣ୍ଡର ରଖିବା ଉଚିତ ନୁହେଁ। ଏଭଳି କରିବା ଦ୍ୱାରା ଆପଣଙ୍କୁ ଜୀବନରେ ଅଶୁଭ ପରିଣାମ ପ୍ରାପ୍ତ ହେବ। ଆସୁଥିବା ସମସ୍ତ ସଫଳତାରେ ବାଧାବିଘ୍ନ ଦେଖାଦେବ। ତେଣୁ ଘରେ କେବେ ମଧ୍ୟ ପୁରୁଣା କ୍ଯାଲେଣ୍ଡର ରଖନ୍ତୁ ନାହିଁ। ଯଦି କ୍ଯାଲେଣ୍ଡରରେ ଭଗବାନଙ୍କ ଫଟୋ ରହିଛି, ତାହେଲେ ସେହି କ୍ୟାଲଣ୍ଡରକୁ ନଦୀ କିମ୍ବା ପୋଖରୀରେ ଭସାଇ ଦିଅନ୍ତୁ।ଦେଖିବେ ଆପଣଙ୍କର ଭାଗ୍ୟରେ ନିଶ୍ଚିତ ଭାବରେ ଉନ୍ନତି ହେବ। ପରିବାରରେ ସର୍ବଦା ସୁଖଶାନ୍ତି ବିଦ୍ୟମାନ ହେବ।

କ୍ଯାଲେଣ୍ଡର କେଉଁ ଦିଗରେ ରଖିଲେ ଶୁଭ କିମ୍ବା ଅଶୁଭ ହୋଇଥାଏ ?

ଆପଣ ନିଜ ଘରର ପୂର୍ବ, ପଶ୍ଚିମ କିମ୍ବା ଉତ୍ତର ଦିଗରେ କ୍ୟାଲେଣ୍ଡର ଲଗାନ୍ତୁ। ଏହି ଦିଗରେ କ୍ୟାଲେଣ୍ଡର ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ। ଘରର ପୂର୍ବ ଦିଗରେ କ୍ଯାଲେଣ୍ଡର ରଖିବା ଦ୍ଵାରା ଆପଣଙ୍କୁ ଜୀବନରେ ସବୁ କ୍ଷେତ୍ରରେ ସଫଳତା ମିଳିବ। ସେହିପରି ଘରର ଉତ୍ତର ଦିଗରେ କ୍ଯାଲେଣ୍ଡର ରଖିବା ଦ୍ଵାରା ଘରର ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ। ପଶ୍ଚିମ ଦିଗରେ କ୍ଯାଲେଣ୍ଡର ରଖିବା ଦ୍ଵାରା ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ନିଶ୍ଚିତ ଭାବରେ ସଫଳ ହୋଇଥାଏ। କିନ୍ତୁ ଭୁଲରେ ମଧ୍ୟ ଘରର ଦକ୍ଷିଣ ଦିଗରେ ଏହି କ୍ଯାଲେଣ୍ଡର ଲଗାନ୍ତୁ ନାହିଁ। ନଚେତ ଆପଣଙ୍କ ଉପରେ ଅନେକ ପ୍ରକାରର ବିପଦ ମାଡି ଆସିପାରେ।

କ୍ଯାଲେଣ୍ଡରରେ କେଉଁ ଛବି ରହିବା ଶୁଭ କିମ୍ବା ଅଶୁଭ ହୋଇଥାଏ ?

ଘରକୁ କ୍ଯାଲେଣ୍ଡର ଆଣିବା ସମୟରେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ରଖିବା ଆବଶ୍ୟକ ଅଟେ। ତାହା ହେଉଛି କ୍ୟାଲେଣ୍ଡର ସବୁଜ ରଙ୍ଗ ହେବା ଉଚିତ। ଏହାସହିତ ସେଥିରେ କୌଣସି ହିଂସ୍ର ଜନ୍ତୁଙ୍କର ଛବି ରହିବା ଉଚିତ ନୁହେଁ। କାରଣ ଏହାର ଖରାପ ପ୍ରଭାବ ଆପଣଙ୍କ ଘର ଉପରେ ପଡ଼ିଥାଏ ଏବଂ ଘରକୁ ନକାରାତ୍ମକ ଶକ୍ତିର ପ୍ରବେଶ ହୋଇଥାଏ। କିନ୍ତୁ କ୍ଯାଲେଣ୍ଡରରେ ଯଦି ଭଗବାନଙ୍କ ଛବି ଏବଂ ଯୁଗଳ ପକ୍ଷୀ ମାନଙ୍କର ଛବି ରହିଥାଏ, ତାହେଲେ ଏହା ଅତ୍ୟନ୍ତ ଶୁଭ ଅଟେ।

ତେଣୁ ସାଙ୍ଗମାନେ ନୂଆବର୍ଷରେ ଘରକୁ କ୍ଯାଲେଣ୍ଡର ଆଣିବା ସମୟରେ ଏହିସବୁ ନିୟମ ଗୁଡ଼ିକର ପାଳନ କରିବା ନିହାତି ଜରୁରୀ ଅଟେ। ଆମ ପୋଷ୍ଟକୁ ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ। ଆଗକୁ ଆମ ସହିତ ରହିବା ପାଇଁ ଆମର ଫେସବୁକ ପେଜକୁ ଲାଇକ କରନ୍ତୁ।ଧନ୍ୟବାଦ!

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *