Excuse Me Odisha

ଯାହା କହିବୁ ସତ କହିବୁ

ଘରର ଏହି ଦିଗରେ ଆଲମାରି ରଖନ୍ତୁ,ଖର୍ଚ୍ଚ କମ ହେବ,ଆୟ ବଢିବ। ମା ଲକ୍ଷ୍ମୀଙ୍କ କୃପାରେ ହେବ ଧନର ବର୍ଷା।

ସେୟାର୍ କରନ୍ତୁ

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଆଲମାରି ରଖନ୍ତୁ ଘରର ଏହି ଦିଗରେ ଖର୍ଚ୍ଚ କମ ହୋଇ ଆୟ ବଢିବ। ମା ଲକ୍ଷ୍ମୀଙ୍କ କୃପାରେ ହେବ ଧନର ବର୍ଷା।

ବନ୍ଧୁଗଣ ଯଦି ଆପଣ ନିଜ ଜୀବନରେ ଧନୀ ବନିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ଘରେ ଯେଉଁ ତିଜରି ବା ଧନ ରଖୁଥିବା ସ୍ଥାନ ଯାହା ବି ଆପଣଙ୍କ ଘରେ ନିର୍ଦ୍ଧାରିତ କରିଛନ୍ତି ତା ଦିଗର ଆପଣ ନିଶ୍ଚୟ ଧ୍ୟାନ ରଖିବା କଥା। ଯାହା ଦ୍ୱାରା କି ଆପଣଙ୍କ ଘରେ ପୁରା ଫାଇଦା ମିଳିପାରିବ। ଅନ୍ୟଥା କଣ ହୁଏ ଆମେ ପରିଶ୍ରମ ତ ବହୁତ କରିଥାଉ କିନ୍ତୁ ଆମ ଘରେ ଧନ ରହିନଥାଏ ତାର କଣ କାରଣ ହୋଇପାରିବ।

ପରିଶ୍ରମ ଏବଂ ଯୋଗ୍ୟତା ଅନୁସାରେ ଆପଣଙ୍କର ଆୟ ହେଉନାହିଁ କି ବାସ୍ତୁ ବିଜ୍ଞାନ ଅନୁସାରେ ଆଲମାରି ବା ଧନ ରଖୁଥିବା ସ୍ଥାନ ଭୁଲ ଦିଗରେ ହୋଇଥିଲେ ତାର ପ୍ରଭାବ ଘରର ଆମଦାନୀ ଉପରେ ପଡିଥାଏ। ଏହା ଦ୍ୱାରା ଧନ ସଞ୍ଚୟ ହୋଇନଥାଏ। ତେଣୁ ଯଦି ଆପଣଙ୍କ ଘରେ ଏହି ଦୋଷ ରହିଛି ତେବେ ଶୀଘ୍ର ଠିକ କରନ୍ତୁ। ଯାହା ଦ୍ୱାରା କି ପୁରା ପ୍ରଭାବ ଆପଣଙ୍କ ଘର ଉପରେ ଦେଖିବାକୁ ମିଳିବ। ଏବଂ ଆପଣଙ୍କ ଘରର ସଞ୍ଚୟ ହେବ।

ବନ୍ଧୁଗଣ ଯେଉଁ ଘରର ଆଲମାରି ବା ତେଜରିରେ ସୁନା ଗହଣା ବା ପଇସା ରଖୁଛନ୍ତି ତାକୁ ରୁମର ଦକ୍ଷିଣ ଦିଗ କାନ୍ଥରେ ଲଗେଇକି ରଖିବେ। ଏହା ଦ୍ବାରା ଆଲମାରୀରର ମୁହଁ ଉତ୍ତର ଦିଗକୁ ଖୋଲିବ ଏବଂ ଏହି ଦିଗର ସ୍ୱାମୀ ସ୍ଵୟଂ କୁବେର ଦେବ ଅଟନ୍ତି ଏବଂ ଉତ୍ତର ଦିଗକୁ ଆଲମାରୀର ମୁହଁ ଖୋଲିଲେ ଆୟ ବଢିଥାଏ। ଧନର ବୃଦ୍ଧି ହୋଇଥାଏ।

ଯଦି ଆପଣ ଇନ୍ଦ୍ରଙ୍କ କୃପା ପାଇବା ପାଇଁ ଚାହୁଁଛନ୍ତି ତେବେ ବାସ୍ତୁ ବିଜ୍ଞାନ ଅନୁସାରେ ପୂର୍ବ ଦିଗକୁ ଉନ୍ନତି ଏବଂ ଉର୍ଜାର ଦିଗ କୁହାଯାଏ। ଏହି ଦିଗର ସ୍ୱାମୀ ଇନ୍ଦ୍ର ଅଟନ୍ତି। ଯିଏକି ଦେବତାଙ୍କର ରାଜା ଅଟନ୍ତି। ତେଣୁ ଧନ ସମ୍ପତିର ବୃଦ୍ଧିର ଆଶା ରଖୁଥିଲେ ଆଲମାରୀକୁ ପଶ୍ଚିମ ଦିଗ କାନ୍ଥକୁ ଲଗେଇକି ରଖିବେ ଏହା ଦ୍ବାରା ଏହାର ମୁହଁ ପୂର୍ବ ଦିଗ ଆଡ଼କୁ ଖୋଲିବ। ଏବଂ ଆପଣଙ୍କ ଜୀବନରେ ସମସ୍ତ ସ୍ୱାତିକ ତତ୍ତ୍ୱ ଭଲ ଭାବରେ କାମ କରିଥାଏ ଏବଂ ଆପଣଙ୍କ ଜୀବନରେ କୌଣସି ବାଧା ଆସିନଥାଏ। ଆଲମାରୀରେ ଧନ ବଢିଥାଏ। ଘରେ ଯେଉଁ ହଠାତ ଖର୍ଚ୍ଚ ଆସିଥାଏ ସେଥିରେ ମଧ୍ୟ ରୋକ ଲାଗିଥାଏ।

ଏବେ ଆସନ୍ତୁ ଜାଣିବା ନିଜ ଘରେ କେଉଁ ଦିଗରେ ଗହଣା ରଖିବେ ନାହିଁ। କାରଣ ଭାଗ୍ୟ କେବେ ଆମ ଠାରୁ ମୁହଁ ମୋଡି ନିଏ ଆମକୁ ଜଣା ପଡେ ନାହିଁ। ଯଦି ଆପଣଙ୍କ ଆଲମାରୀର ମୁହଁ ଦକ୍ଷିଣ ଦିଗକୁ ଖୋଲିଥାଏ ତେବେ ଶୀଘ୍ର ଏହାର ସ୍ଥାନ ବଦଳାଇ ଦିଅନ୍ତୁ। ଦକ୍ଷିଣ ଦିଗର ସ୍ୱାମୀ ଯମ ଅଟନ୍ତି। ଏହି ଦିଗକୁ ଆଲମାରୀର ମୁହଁ ଖୋଲିଲେ ଆପଣଙ୍କୁ ରୋଗ ଏବଂ ଅନ୍ୟ ଜିନିଷରେ ଖର୍ଚ୍ଚ ବଢିଥାଏ। ଧନର ହାନି ହୋଇଥାଏ। ବାସ୍ତୁ ଅନୁସାରେ ଏହି ଦିଗରେ ଗହଣା ରଖିଲେ ଏହାର ବୃଦ୍ଧି କମିଯାଏ ଏବଂ ହାନି ହୋଇଥାଏ।

ପଶ୍ଚିମ ଦିଗର ସ୍ୱାମୀ ବରୁଣ ଅଟନ୍ତି। ଏହି କାରଣରୁ ଏହି ଦିଗରେ ଧନ ରଖିଲେ ଧନ ପାଇବା ପାଇଁ କଠିନ ପରିଶ୍ରମ କରିବାକୁ ପଡିଥାଏ। ଏବଂ ଧନ ପାଣି ପରି ଖର୍ଚ୍ଚ ହୋଇଥାଏ ଏବଂ ଘରେ ସର୍ବଦା ଆର୍ଥିକ ଅଭାବ ବନି ରହିଥାଏ।

ଯଦି ଆପଣ ମାନେ ଏହି ଭୁଲ କରୁଛନ୍ତି ତେବେ ଏହି ଭୁଲ କରନ୍ତୁ ନାହିଁ।

ସେୟାର୍ କରନ୍ତୁ

Leave a Reply

Your email address will not be published. Required fields are marked *